Dharitri News
ମେଟ୍ରୋ | ଉପକୂଳ ଓଡିଶା

ବିଭିନ୍ନ ଦାବିନେଇ ବିକ୍ଷୋଭ

ବିଭିନ୍ନ ଦାବିନେଇ ବିକ୍ଷୋଭ ଜଟଣୀ,୬।୨(ଡି.ଏନ୍‌.ଏ.): ଜଟଣୀରେ ନ୍ୟାଶନାଲ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବିନେଇ ଏକ ଶେଭାଯାତ୍ରା ଆୟୋଜିତ ହୋଇଛି। ଏହି ଅବସରରେ ଜଟଣୀ ଏସିପିଙ୍କ ଜରିଆରେ ଭୁବନେଶ୍ୱର ଡିସିପିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଜଟଣୀ ଥାନା ଅଧୀନରେ ଥିବା କିଛି ଦଳିତ ପରିବାରଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ଥାନା, ତହସିଲ ଅଫିସ ଭଳି ସରକାରୀ କାର୍ଯ୍ୟାଳୟରେ ଏମାନଙ୍କୁ ହଇରାଣ ହରକତ ହେବାକୁ ପଡୁଛି। ଏହାର ପ୍ରତିବାଦ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମହାସଙ୍ଘ ପକ୍ଷରୁ ଉକ୍ତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ମେଟ୍ରୋ | ଉପକୂଳ ଓଡିଶା

ରାଜଧାନୀରୁ ୨୫ରୁ ଊର୍ଦ୍ଧ୍ୱ ବୋମା ଜବତ, ୫ ଗିରଫ

ରାଜଧାନୀରୁ ୨୫ରୁ ଊର୍ଦ୍ଧ୍ୱ ବୋମା ଜବତ, ୫ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ନିକଟସ୍ଥ ଏକ ଫେବ୍ରିଗେସନ୍‌ ଗୋଦାମରୁ ସ୍ବେଶାଲ ସ୍କ୍ବାଡ୍‌ ଓ ସ୍ଥାନୀୟ ଥାନା ପୋଲିସ ମିଳିତ ଚଢ଼ାଉ କରି ଗୁରୁବାର ଅପରାହ୍ନରେ ୨୫ରୁ ଊର୍ଦ୍ଧ୍ୱ ଅଫୁଟା ବୋମା ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ଚନ୍ଦନପୁର ନିକଟସ୍ଥ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ୮ମ ଓ ୯ମ ଶ୍ରେଣୀରେ ପଢ଼ୁଥିବା କେତେଜଣ ଛାତ୍ରଙ୍କ ଚୁଟି ପିଇଟି ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ କାଟିଥିବା ଗୁରୁବାର କିଛି ଅଭିଭାବକ ବିଦ୍ୟାଳୟରେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷାଧିକାରୀ(ଡିଇଓ) ସଲୀଳା ସେଠୀ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ଶିକ୍ଷୟିତ୍ରୀ କେଉଁ ପିରିସ୍ଥିତିରେ ଚୁଟି କାଟିଲେ ତାହା ତଦନ୍ତ କରାଯିବ। ଏନେଇ ପୁରୀ ସଦର ବିଇଓଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଅନ୍ତା, ୨୨।୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ପଞ୍ଚାୟତ ଅଧୀନ ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଜୟଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥସହ ମୁଖ୍ୟବକ୍ତା ରୂପେ ବିଆରସିସି ସୁରେନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ସିଆରସିସି ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ)-ଭାରତୀୟ ଜନସଂଚାର ସଂସ୍ଥାନ ପୁରାତନ ଛାତ୍ର ସଂସଦ(ଆଇଆଇଏମ୍‌ସିଏଏ)ର ୬ଷ୍ଠ ବାର୍ଷିକ ଆଲୁମିନି ମିଟ୍‌ ‘କନେକ୍ସନ ୨୦୧୮’ ବୁଧବାର ନୂଆଦିଲ୍ଲୀସ୍ଥିତ ଆଇଆଇଏମ୍‌ସି ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇଆଇଏମ୍‌ସି ଡିଜି କେ.ଜି. ସୁରେଶ, ଭାରତରେ ଅବସ୍ଥାପିତ ଉଜ୍‌ବେକିସ୍ତାନ ରାଷ୍ଟ୍ରଦୂତ ଫରହୋଦ୍‌ ଅର୍ଜିଭ୍‌, ଆଇଆଇଏମ୍‌ସିଏଏର ସଭାପତି ସୁରେଶ କୁମାର ବଶିଷ୍ଠ, କାର୍ଯ୍ୟକ୍ରମ ଆବାହକ ନୀତିନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ପୁରାତନ ଛାତ୍ର ସୁଧୀର ଚୌଧୁରୀ, ଆଶିଷ ଚକ୍ରବର୍ତ୍ତୀ, ବ୍ରଜେଶ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୨୩ଜଣ ପୁରାତନ ଛାତ୍ରୀଛାତ୍ରଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ ୨୦୧୮ ପ୍ରଦାନ କରାଯାଇଥିଲା।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ପୁରୀ ଅଫିସ,୨୨।୨: ପୁରୀ ଜିଲାର ରାଜସ୍ବ ସମୀକ୍ଷା ବୈଠକ ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆଦାୟ ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଲଗାଣ ବର୍ଷାଜନିତ କ୍ଷୟକ୍ଷତିର କ୍ଷତିପୂରଣ ରାଶି ବଣ୍ଟନରେ ବିଳମ୍ବକୁ ନେଇ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ପାଇଁ ଗତ ୧୨ ତାରିଖରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ସମର୍ଥନ ଜଣାଇ ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜଧାନୀରେ ୨୬ ହୋଟେଲ, ମଲ୍‌କୁ ଅଗ୍ନିଶମ ବିଭାଗର ନୋଟିସ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ବାରମ୍ବାର ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ଦିନ ହେବ ଭୁବନେଶ୍ୱରରେ ଥିବା ବଡ଼ ଶପିଂ ମଲ୍‌ ଓ ହୋଟେଲଗୁଡିକ ଉପରେ ଚଢାଉ କରାଯାଇଥିଲା। ଯାଞ୍ଚ ପରେ ଅଧିକାଂଶ ହୋଟେଲ ଓ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୨୬ଟି ହୋଟେଲ ଓ ମଲ୍‌କୁ ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। ଦୁଇ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ ବ୍ୟବସ୍ଥା କରା ନ ଗଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଡିଜି ବି.କେ ଶର୍ମା କହିଛନ୍ତି।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରଥମ ଜନଶୁଣାଣି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ବୁଧବାର ପ୍ରଥମଥର ଭୁବନେଶ୍ୱଠାରେ ଜନଶୁଣାଣି କରିଛନ୍ତି। ଓଡ଼ିଶା ପୋଲିସ ଏବଂ ଜାତୀୟ ମହିଳା କମିଶନଙ୍କ ଏହି ମଳିତ ଜନଶୁଣାଣିରେ ସେ ଯୌତୁକ ଓ ପାରିବାରିକ ହିଂସା ସଂକ୍ରାନ୍ତ ୧୨ଟି ମାମଲାର ବିଚାର କରିଛନ୍ତି।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ପୁରୀ ଅଫିସ,୨୧।୨: ସ୍ବାର୍ଥପର ଏ ଦୁନିଆ। ସମସ୍ତେ ନିଜ ପାଇଁ ବ୍ୟସ୍ତ। କିନ୍ତୁ ମାନବିକତାର ମୂଲ୍ୟବୋଧ ବୁଝୁଥିବା ମଣିଷକୁ ଏଠି ବା ପଚାରେ କିଏ? ହେଲେ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟ ଅନ୍ୟ ପାଇଁ ବିଳାପ କରେ। କିନ୍ତୁ ଏ ସମାଜ ତା’ର ମୂଲ୍ୟ ବୁଝେନି। ବରଂ ଜୀବନର ଶେଷ ସମୟରେ ତାକୁ ପରିହାସ କରେ।

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ପୁରୀ ଅଫିସ, ୨୧।୨: ନିଃଶ୍ୱାସ ତୋ ବିନା ଭଲ ଲାଗେନା... ଗୀତ ପୁରୀ ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ରୋମାଞ୍ଚ ଭରିଥିଲା। ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଏହି ଗୀତ ଉପସ୍ଥିତ ଯୁବଗୋଷ୍ଠୀଙ୍କ ହୃଦୟକୁ ଛୁଇଁଥିଲା।