ମେଟ୍ରୋ |

ଡିଜେ ସାଉଣ୍ଡରେ ଥରିଲା ଶ୍ରୀକ୍ଷେତ୍ର:ବାଦ୍‌ ପଡିଲାନି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ

ଡିଜେ ସାଉଣ୍ଡରେ ଥରିଲା ଶ୍ରୀକ୍ଷେତ୍ର:ବାଦ୍‌ ପଡିଲାନି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ
ପୁରୀ ଅଫିସ: ପୁରୀରେ ଶବ୍ଦ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିଚାଲିଛି। ଗଳିକନ୍ଦିରେ ଡିଜେ ସାଉଣ୍ଡରେ ଘର ଭିତରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବିଶେଷକରି ବର୍ତ୍ତମାନ ଠାକୁରଙ୍କ ଭସାଣି ଶୋଭାଯାତ୍ରା ଏହି ଶବ୍ଦ ପ୍ରଦୂଷଣକୁ ଅଧିକ କରିଛି। ଗଣେଶ ଏବଂ ଖୁଦୁରୁକୁଣୀ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଦୁଲୁକୁଛି ଶ୍ରୀକ୍ଷେତ୍ରରେ ସାହିଗଳି ଓ ବଡ଼ଦାଣ୍ଡ। ଏଥିରୁ ବାଦ୍‌ ପଡୁନି ଶ୍ରୀମନ୍ଦିର ବେଢା ଚତୁଃପାର୍ଶ୍ୱ। ସୋମବାର ରାତି ସାଢେ ୮ଟା ପରଠାରୁ ସ୍ଥିତି ଅସମ୍ଭାଳ ହୋଇପଡିଥିଲା। ଗଣେଶ ଓ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା ବଡ଼ଦାଣ୍ଡକୁ କବ୍‌ଜା କରିଥିଲା। ଗୋଟିଏ ପରେ ଗୋଟିଏ ସାହିର ମେଢ ବଡ଼ଦାଣ୍ଡକୁ ବାହାରୁଥିଲା। ସେହିପରି ଶ୍ରୀମନ୍ଦିର ବେଢା ଚାରିପାଖ ଏପରି କି ସିଂହଦ୍ୱାର ସମ୍ମୁଖ ଡିଜେ ସାଉଣ୍ଡରେ ଥରିଉଠୁଥିଲା। ସରକାରୀ କଟକଣାକୁ ନ ମାନି ଅଧିକ ଡେସିବଲରେ କମ୍ପୁଥିଲା ଡିଜେ। ଏହି ଡିଜେ ସାଉଣ୍ଡକୁ ନେଇ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ରାପଡ଼ାର ରବୀନ୍ଦ୍ର ସାହୁ କହିଥିଲେ, ଶ୍ରୀମନ୍ଦିର ବେଢା ଚାରିପାଖରେ ଏତେ ଜୋର୍‌ ଶବ୍ଦ ହେବା ଅନୁଚିତ। ଏହାଦ୍ୱାରା ମନ୍ଦିର ଉପରେ ତ ପ୍ରଭାବ ପଡିବ ଠାକୁର ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡିବେ। ତେଣୁ ପ୍ରଶାସନ ଏହି ଡିଜେ ସାଉଣ୍ଡ ଉପରେ କଟକଣା ଲଗାଇବା ଉଚିତ। ସେହିପରି କଟକ ପିଠାପୁରର ସୌମେନ୍ଦ୍ର ପରିଡ଼ା କହିଥିଲେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଦେଇ ବିଭିନ୍ନ ଦେବଦେବୀ ବିସର୍ଜନକୁ ଯିବା ଭଲ କଥା। କିନ୍ତୁ ଏବେ ଯେଉଁ ଢଙ୍ଗରେ ଠାକୁରଙ୍କୁ ଭସାଣି ପାଇଁ ନିଆଯାଉଛି ସେପରି ହେବା କଥା ନୁହେଁ। ବିଭିନ୍ନ ବାଜା ଓ ଡିଜେରେ ପାଦତଳ ଥରିଲା ଭଳି ଲାଗୁଛି। ତେଣୁ ଶୋଭାଯାତ୍ରାରେ ଯାଉଥିବା ବ୍ୟକ୍ତିମାନେ ଏ ଦିଗରେ ସଚେତନ ହେବା ଦରକାର। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ଶବ୍ଦ ପ୍ରଦୂଷଣର କୁପ୍ରଭାବ ନିଶ୍ଚିତ ଭାବେ ମନ୍ଦିର ଉପରେ ପଡ଼ିବ। ସୁଚିନ୍ତିତ ଯୋଜନା ଅନୁଯାୟୀ ଏ ଦିଗରେ ପଦକ୍ଷେପ ନିଆଯିବ। କୌଣସି ଏକ ନିଷ୍ପତ୍ତି ନେବା ଯାହା ଦୀର୍ଘସ୍ଥାୟୀ ହୋଇପାରିବ। ତେଣୁ ଏ ନେଇ ଜିଲା ପ୍ରଶାସନ ଏବଂ ଏସ୍‌ପିଙ୍କ ସହିତ ବିଚାର ବିମର୍ଶ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।
All Right Reserved By

ମେଟ୍ରୋ |

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

କୋଣାର୍କ,୨୩।୯(ଡି.ଏନ୍‌.ଏ.): କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ପୀଠକୁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବିବାର ସ୍ବଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ କରାଯାଇଛିା 

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଭୁବନେଶ୍ୱର, ୨୩ା୯(ବ୍ୟୁରୋ)- ସିଏଜି(କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନମାନି ଯୋଗୁ ରାଜ୍ୟ ରାଜକୋଷରୁ ୨ କୋଟି ୬ ଲକ୍ଷ ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇଛି।

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

ପୁରୀ ଅଫିସ, ୨୩ା୯ - ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ବୈଜୟନ୍ତଙ୍କୁ ନୋଟିସ କରିଛି। ଆସନ୍ତା ୨୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ନୋଟିସରେ କୁହାଯାଇଛି। 

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ ଅଫିସ,୨୩ା୯: ଶ୍ରୀମନ୍ଦିର ଆନନ୍ଦବଜାର ସମେତ ଦୁଇଟି ସ୍ଥାନରେ ଶୁକ୍ରବାର ମହାପ୍ରସାଦ ଦର ତାଲିକା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ସ୍ବାକ୍ଷରରେ ଏହା ଲାଗିଥିଲେ ମଧ୍ୟ ଏହାକୁ ନେଇ ଖୋଦ୍‌ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ପୁରୀ ଅଫିସ,୨୩।୯:  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସି ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ବିଭିନ୍ନ  ପକ୍ଷଙ୍କଠାରୁ ମତ ସଂଗ୍ରହ କରିଛନ୍ତି। ତେବେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ ପରିଧାନ ଏବଂ ପାଣ୍ଡିତ୍ୟକୁ ନେଇ ପୁରୀ ସହରରେ ଚର୍ଚ୍ଚା ଲାଗି ରହିଛି। 

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ପୁରୀ ଅଫିସ,୨୩।୯ - ଆପଣମାନେ ହେଉଛନ୍ତି ମହାପ୍ରଭୁଙ୍କ ସେବକ। ହେଲେ ଆପଣମାନଙ୍କୁ କେନ୍ଦ୍ର କରି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିରକୁ ନେଇ ମାମଲା ରୁଜୁ ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ରହିଥିବା ସେବକଙ୍କ ବିରୋଧରେ ଅଭିଯୋଗ ଆସିବା ଦୁର୍ଭାଗ୍ୟର କଥା। 

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶନିବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ସେ ତାଙ୍କ ମତ ସଂଗ୍ରହ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.)- ନନ୍ଦନକାନନ ପାଇଁ ଖୁସିର ଖବର। ଧଳା ବାଘୁଣୀ ‘ବିଜୟା’ ପୁଣିଥରେ ମା’ ହୋଇଛି। ଏଥର ମଧ୍ୟ ବିଜୟା ଓ ରୋଶନର ମିଳନରୁ ନନ୍ଦନକାନନ ପାଇଛି ଦୁଇଟି ବାଘଛୁଆ। ନବଜନ୍ମିତ ୨ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ହୋଇଥିବା ବେଳେ ଅନ୍ୟଟି ସାଧାରଣ ରଙ୍ଗର ବୋଲି ଜଣାପଡ଼ିଛି। 

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଶନିବାର ଅପରାହ୍ନରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣ ଗୁରୁତର ହୋଇଛନ୍ତି। 

୨୪ ରୁ ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘ ପକ୍ଷୁରୁ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୨।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୪ ଓ ୨୫  ତାରିଖ ଦୁଇଦିନ ଧରି ତହସିଲ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯିବ ।

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

କଟକ ଅଫିସ, ୨୨।୯: ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପ୍ରତିବାଦରେ ଶନିବାର ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜୀତ ମହାନ୍ତି ପ୍ରତିମୂର୍ତ୍ତିଠାରୁ ବାହାରି ଚାନ୍ଦିନୀଚୌକ ଛକ ପର୍ଯ୍ୟନ୍ତ ଯାଇଥିଲେ।