ଅନ୍ତର୍ଜାତୀୟ |

୧୨ଟି ସେକ୍ଟରରେ ବିଦେଶୀଙ୍କୁ ନିଯୁକ୍ତି ଦେବନି ସୌଦି ଆରବ

୧୨ଟି ସେକ୍ଟରରେ ବିଦେଶୀଙ୍କୁ ନିଯୁକ୍ତି ଦେବନି ସୌଦି ଆରବ

ରିୟାଦ, ୬।୨: ଦେଶର ୧୨ଟି ସେକ୍ଟରରେ ବିଦେଶୀଙ୍କୁ ନିଯୁକ୍ତି ନ ଦେବା ପାଇଁ ସୌଦି ଆରବ ଯୋଜନା କରିଛି। ଦେଶରେ ବୃଦ୍ଧି ପାଉଥିବା ବେକାର ସମସ୍ୟାରେ ରୋକ ପାଇଁ ଏପରି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏହି ପ୍ରସ୍ତାବକୁ ସୌଦି ଆରବ ଶ୍ରମ ଓ ସାମାଜିକ ବିକାଶ ମନ୍ତ୍ରୀ ଅଲ୍ଲୀ ବିନ୍‌ ନାସିର୍‌ ଅଲ୍‌-ଘାଫିସ୍‌ ଅନୁମୋଦନ କରିଛନ୍ତି। ସମ୍ପ୍ରତି ସୌଦି ଆରବରେ ପ୍ରାୟ୧୨ ନିୟୁତ ବିଦେଶୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୦ ଲକ୍ଷ ଭାରତୀୟ ମଧ୍ୟ ଅଛନ୍ତି। ଏହି ନୂତନ ନିୟମ ଲାଗୁହେଲେ ଅନେକ ଭାରତୀୟ ଚାକିରୀ ହରାଇବାର ଆଶଙ୍କା ରହିଛି। ତେବେ ପ୍ରର୍ଯ୍ୟାୟ କ୍ରମେ ଏହା କାର୍ଯ୍ୟକାରୀ ହେବ ବୋଲ ସୌଦି ଆରବ ସରକାର ସୂଚିତ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ଇସ୍‌ଲାମାବାଦ,୨୪।୫: ପାକିସ୍ତାନର ବାହାରିଆ ୟୁନଭରସିଟିରେ ଏକ ଅଜବ ନିୟମ ଘୋଷଣା କରାଯାଇଛି। କ୍ୟାମ୍ପସ୍‌ରେ ଥିବା ସମୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୬ ଇଞ୍ଚର ଦୂରତା ରହିବା ଉଚିତ।

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

କଲମ୍ବୋ,୨୩।୫: ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟରର ସୂଚନାନୁଯାୟୀ, ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅନୂ୍ୟନ ୯ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୨୩ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

କରାଚୀ,୨୩।୫ : ସିନ୍ଧ୍‌ ଛାତ୍ର ସଂଗଠନ ପକ୍ଷରୁ ପାକିସ୍ତାନର ଇସଲାମାବାଦ୍‌ରେ ୩ ଦିନଆ ଅନଶନ ଆରମ୍ଭ ହୋଇଛି। ପ୍ରଶାସନ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତି କିଛି ଦିନ ପରେ କାହିଁକି ନିଖୋଜ ହେଉଛନ୍ତି। ସେ ନେଇ ଛାତ୍ର ସଂଗଠନ ପକ୍ଷରୁ ସରକାରୀ ଯାଞ୍ଚ୍‌ ଦାବି କରାଯାଇଛି।

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାବୁଲ,୨୨।୫: ଆଫଗାନିସ୍ତାନର କାନ୍ଦାହାର ସହରରେ ମଙ୍ଗଳବାର ଏକ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ଦିନ ୧୨ଟା ୩୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା ଟୋଲୋ ନ୍ୟୁଜ ସୂଚନା ଦେଇଛି।

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

ଆଙ୍କରା,୨୨।୫ : ତୁର୍କୀରେ ୧୦୪ଜଣ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୬ ଜୁଲାଇରେ ହୋଇଥିବା ସେନା ବିଦ୍ରୋହରେ ଅଧିକାରୀମାନେ ସାମିଲ୍‌ ଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ଅଦାଲତ ଏପରି ଦଣ୍ଡ ବିଧାନ କରିଛନ୍ତି।

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ଢାକା/ନୂଆଦିଲ୍ଲୀ,୨୨।୫: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଂଲାଦେଶର କୋକ୍ସ ବଜାରରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସୋମବାର ଭେଟିଛନ୍ତି। ଉକ୍ତ ଶିବିରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ପିଲାଙ୍କର କୁପୋଷଣକୁ ଦେଖି ପ୍ରିୟଙ୍କା ଚିନ୍ତା ପ୍ରକଟ କରିଛନ୍ତି।

ପାକିସ୍ତାନର ସବୁଠାରୁ ସୁନ୍ଦରୀ ପୋଲିସ ଅଫିସର

ପାକିସ୍ତାନର ସବୁଠାରୁ ସୁନ୍ଦରୀ ପୋଲିସ ଅଫିସର

ଇସ୍‌ଲାମାବାଦ,୨୨।୫: ନିଜର ସୁନ୍ଦରତାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପାକିସ୍ତାନର ପୋଲିସ ଅଧିକାରୀ ଅନୁଶ ମସୁଦ ଚୌଧୁରୀ। ସୋସିଆଲ ମିଡିଆରେ ଏବେ ଅନୁଶଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

୧୨ବର୍ଷ ପରେ ଦ୍ୱୀପରେ ଜନ୍ମନେଲା ପ୍ରଥମ ସନ୍ତାନ

୧୨ବର୍ଷ ପରେ ଦ୍ୱୀପରେ ଜନ୍ମନେଲା ପ୍ରଥମ ସନ୍ତାନ

ବ୍ରାସିଲିଆ,୨୨।୫: ବ୍ରାଜିଲର ଏକ ଛୋଟିଆ ଦ୍ୱୀପ ଫର୍ଣ୍ଣାଡୋ ଡି ନୋରହାରେ ଦୀର୍ଘ ୧୨ ବର୍ଷ ପରେ ଏକ ଶିଶୁ ଜନ୍ମ ନେଇଥିବା ଜଣାପଡିଛି। ୩ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରେ ସନ୍ତାନ ପ୍ରସବ ଉପରେ କଟକଣା ଥିବାରୁ ଦୀର୍ଘ ବର୍ଷ ହେବ ଏଠାରେ କେହି ପ୍ରସବ କରୁ ନ ଥିଲେ।

ତାଲିବାନ ଆକ୍ରମଣ: ୧୪ ପୋଲିସ ମୃତ

ତାଲିବାନ ଆକ୍ରମଣ: ୧୪ ପୋଲିସ ମୃତ

କାବୁଲ,୨୨।୫ : ଆଫଗାନୀସ୍ତାନ ପୂର୍ବ ଅଞ୍ଚଳରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗଜନୀ ପ୍ରଦେଶରେ ପୋଲିସଙ୍କ ଉପରେ ତାଲିବାନ ଆତଙ୍କବାଦୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ଇସଲାମାବାଦ,୨୨।୫ : ପାକିସ୍ତାନରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରେ ଗତ ୩ଦିନ ମଧ୍ୟରେ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇପଡିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।