ରାଜ୍ୟ |

ଫ୍ରିଡା ଟପ୍‌ନୋଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପିସିସି ସଭାପତି

ଭୁବନେଶ୍ୱର,୬।୨(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଏମ୍‌ପି ତଥା ବର୍ଷିୟାନ କଂଗ୍ରେସ ନେତ୍ରୀ ସୁଶ୍ରୀ ଫ୍ରିଡା ଟପ୍‌ନୋଙ୍କ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରଠାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ଟପ୍‌ନୋ ସମାଜ ସେବା ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ସେ କଂଗ୍ରେସର ଜଣେ ଉତ୍ସର୍ଗୀକୃତ କର୍ମୀ ଥିଲେ। ସାରା ଓଡିଶା ତଥା ସୁନ୍ଦରଗଡ଼ ଜିଲାରେ ସଂଗଠନକୁ ସୁଦୃଢ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବାସହ ତାଙ୍କ ଆତ୍ମୀୟସ୍ବଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ପ୍ରଦେଶ କଂଗ୍ରେସ ପକ୍ଷରୁ ଉପସଭାପତି ସନ୍ଧ୍ୟା ମହାପାତ୍ର ଭୁବନେଶ୍ୱରଠାରେ ଟପନୋଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

All Right Reserved By

ରାଜ୍ୟ |

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଧାମନଗର,୨୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ବିଜୟ ଭୁୟାଁଙ୍କ ଘର ଭିତରୁ ଶନିବାର ଶହେରୁ ଊର୍ଦ୍ଧ୍ୱ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ୍‌ ଓ ଧାମନଗର ବନ ବିଭାଗ ପକ୍ଷରୁ ସାପଧରା କାର୍ଯ୍ୟ ଜାରି ରହିଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବାଙ୍କୀର ସାହାପଦା ପାଇକ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡ଼ା ପଶିଯାଇଥିଲା।

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ରାଜ୍ୟବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ଶକ୍ତି ବିଭାଗ ଏସବୁ ସମସ୍ୟାର ସମାଧାନ ନ କରି ପୂର୍ବବତ୍‌ ବିଭିନ୍ନ ନିୟମ ଖିଲାପ କରିଥିବା ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଏବଂ ଶୁଳ୍କ ଆଦାୟ ସଂସ୍ଥାକୁ ବିନା ଟେଣ୍ଡରରେ ଅନୁକମ୍ପା ପ୍ରଦାନ କରିଚାଲିଛି।

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ା,୨୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗଡିଆକାଟେଣୀ ଛକ ନିକଟସ୍ଥ ପଡ଼ିଆରେ ଶନିବାର ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୯୨ଟି ପ୍ରକଳ୍ପ ନିମନ୍ତେ ୪ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି।

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ପୁରୀ ଅଫିସ,୨୩ା୬ : ପୁରୀ ଗୋବର୍ଦ୍ଧନ ମଠସ୍ଥିତ ବିମଳା ମନ୍ଦିରରୁ ଚୋରି ହୋଇଥିବା ଶନିବାର ଗୋବର୍ଦ୍ଧନ ମଠ ପକ୍ଷରୁ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ବେଢ଼ାରେ ଥିବା ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା, ଦାନ ଦକ୍ଷିଣା ଆଦି ଚୋରିକରି ନେଇଛନ୍ତି।

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାଇକିଆ, ଜି.ଉଦୟଗିରି, ୨୩।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ର ମଣ୍ଡାକିଆ ଓ ପେଟାପାଙ୍ଗା ପଞ୍ଚାୟତର ୧୨ଟି ଗ୍ରାମର ଲୋକେ ପକ୍କା ରାସ୍ତା ର୍ନିମାଣ ପାଇଁ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଯୌତୁକ ଆଣିଲେ ଚାରା

ରାଜନଗର,୨୩ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମର ଯୁବ ସମାଜସେବୀ ତଥା ଚଉଦକୁଲାଟ ଶ୍ରୀଜଗନ୍ନାଥ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ ବିଶ୍ୱାଳ ଶୁକ୍ରବାର ନିଆରା ଢଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ପୁତୁରାଙ୍କ ନିର୍ଦ୍ଦୟତା: ଭୋକ ଉପାସରେ ଗାଁ ମୁଣ୍ଡରେ ପଡ଼ି ରହିଛନ୍ତି ବୃଦ୍ଧା

ପୁତୁରାଙ୍କ ନିର୍ଦ୍ଦୟତା: ଭୋକ ଉପାସରେ ଗାଁ ମୁଣ୍ଡରେ ପଡ଼ି ରହିଛନ୍ତି ବୃଦ୍ଧା

ସଜନାଗଡ଼, ୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଯୋଧ୍ୟା ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ମୁଣ୍ଡ ହାଟ ନିକଟରେ ଥିବା ମହାଦେବ ମନ୍ଦିର ସମ୍ମୁଖ ପଡ଼ିଆରେ ଜଣେ ବୃଦ୍ଧା ଖରାବର୍ଷା ଖାଇ ପଡ଼ି ରହିଛନ୍ତି। ଏପରି କରୁଣ ଦୃଶ୍ୟ ବୃଦ୍ଧାଙ୍କ ପରିବାରଲୋକେ , ଗ୍ରାମବାସୀ, ବାଟୋଇ ଦେଖୁଥିଲେ ସୁଦ୍ଧା ବୃଦ୍ଧାଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ବୃଦ୍ଧାଜଣଙ୍କ ହେଲେ ଗୌରୀ ପଲେଇ(୭୦)।

ପରିଚାଳନା କମିଟି ବୈଠକ ଆରମ୍ଭ

ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୨୩ା୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି।

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ଦିଗପହଣ୍ଡିି,୨୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଦ୍ମନାଭପୁର ଗ୍ରାମର ଶିବାନନ୍ଦ ଦାସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଯାଇଛି।

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଶନିବାର ସକାଳ ୭ଟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଏମ୍‌.ସୁରୀ ଏବଂ ଏମ୍‌.ମାଲେସୁଙ୍କର ୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି।

Model This Week

ପ୍ରଭାତ