ମେଟ୍ରୋ |

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ: ଏତଲା ନ ରଖି ଗର୍ଭ ନଷ୍ଟ କରିବାକୁ କହିଲା ପୋଲିସ

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ: ଏତଲା ନ ରଖି ଗର୍ଭ ନଷ୍ଟ କରିବାକୁ କହିଲା ପୋଲିସ

ଭୁବନେଶ୍ୱର,୫ା୨ (ବ୍ୟୁରୋ)- ଭଉଣୀଭାଇର ପବିତ୍ର ସମ୍ପର୍କରେ ବିଷ ଦେଲେ ସମ୍ପର୍କୀୟ ଭାଇ। ଛଳନା କରି ପାପ ସମ୍ପର୍କ ରଖିଲେ। ମାନସିକ ବିକାରଗ୍ରସ୍ତ ମାମୁ ଝିଅକୁ ନିଜ ପାଖରେ ରଖି କାମନା ମେଣ୍ଟାଉଥିଲେ। ବାରମ୍ବାର ବଳାତ୍କାର କରିବା ପରେ ଯୁବତୀ ଜଣକ ଏବେ ଗର୍ଭବତୀ। ଡକ୍ତରୀ ପରୀକ୍ଷାରୁ ଏହା ଜଣାପଡ଼ିବା ପରେ ପୀଡ଼ିତାଙ୍କୁ ଧରି ପରିବାର ଲୋକେ ଥାନାକୁ ଯାଇଥିଲେ। ହେଲେ ପୋଲିସ ଏତଲା ନ ରଖି ନ ଥିଲା। ଯୁବତୀ ଜଣକ ମାନସିକ ଗ୍ରସ୍ତ, ତେଣୁ ଗର୍ଭ ନଷ୍ଟ କରିଦେବା ଭଲ ବୋଲି ପରାମର୍ଶ ଦେଇ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା। ଶେଷରେ ନିରାଶ ହୋଇ ପୀଡିତା ଓ ତାଙ୍କ ପରିବାର ଘରକୁ ଫେରିଥିଲେ। ଏପଟେ ଅଭିଯୁକ୍ତଙ୍କ ଧମକ, ସେପଟେ ପୋଲିସର ଅସହଯୋଗ ଉକ୍ତ ପୀଡିତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମଞ୍ଚେଶ୍ୱର ଥାନାଞ୍ଚଳରେ। ଅଭିଯୁକ୍ତ ଜଣକ ବିବାହିତ ଓ ସେ କଳାରାହାଙ୍ଗ ଅଞ୍ଚଳରେ ରୁହନ୍ତି। ସେ ପ୍ରଶାନ୍ତିବିହାରସ୍ଥିତ ଏକ ହନୁମାନ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ମାମୁ ବାଲିଅନ୍ତା କୋଠପାଟଣା ଅଞ୍ଚଳରେ ରୁହନ୍ତି। ମାମୁଙ୍କ ଜଣେ ଝିଅ ମାନସିକ ବିକାରଗ୍ରସ୍ତ। ତାଙ୍କ ଦେଖାଶୁଣା କରିବାକୁ ଅଭିଯୁକ୍ତ ଭାଇ ମାମୁ ଝିଅକୁ ପାଖରେ ରଖିବାକୁ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର କହି ଆସୁଥିଲେ। ମାତ୍ର ଏଥିରେ ମାମୁଘର ଲୋକେ ରାଜି ନ ଥିଲେ। ଗତ ରାକ୍ଷୀ ପୂର୍ଣ୍ଣିମାରେ ସେ ମାମୁ ଝିଅକୁ ଜବରଦସ୍ତ କଳାରାହାଙ୍ଗସ୍ଥିତ ନିଜ ଘରକୁ ନେଇ ଆସିଥିଲେ। କିନ୍ତୁ ଅଭିଯୁକ୍ତର ପ୍ରକୃତ ଉଦ୍ଦେଶ୍ୟ ଥିଲା ଅଲଗା। ମାନସିକ ବିକାରଗ୍ରସ୍ତର ସୁଯୋଗ ନେଇ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଗତ ୮ଦିନ ତଳେ ଅଭିଯୁକ୍ତ ଭାଇ ଘରେ ନ ଥିବାବେଳେ ପରିବାର ଲୋକେ ଯୁବତୀଙ୍କୁ ସେଠାରୁ ନେଇ ଆସିଥିଲେ। ଘରେ ସେ ପ୍ରବଳ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକ ଡାକ୍ତରଖାନା ନେବା ପରେ ଯୁବତୀ ଜଣକ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଯୁକ୍ତ ଭାଇଙ୍କୁ ପଚାରିବାରୁ ସେ ଏହାକୁ ଏଡ଼ାଇ ଦେଉଛନ୍ତି। ଥାନାରେ ମାମଲା କଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିସ୍ଥଳେ ନ୍ୟାୟ ପାଇଁ ସେମାନେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇ ନ ଥିଲେ। ମାତ୍ର ଯୁବତୀ ଜଣକ ମାନସିକ ବିକାରଗ୍ରସ୍ତ ଥିବା ଜାଣିବା ପରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା ପୋଲିସ। ଏତଲା ନ ରଖି ନ ଥିଲା, କି ଗୁରୁତ୍ୱ ବି ଦେଇ ନ ଥିଲା। ପୀଡିତାଙ୍କ ପରିବାର ଲୋକେ କାକୁତିମିନତି ହେବା ପରେ ଉତ୍ତର ମିଳିଥିଲା ‘ଝିଅ ମାନସିକ ରୋଗୀ, ଗର୍ଭ ନଷ୍ଟ କରିଦିଅ, ତୁମର ଭଲ ହେବ।’ ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ମେଟ୍ରୋ |

ମଣ୍ଡଳସ୍ତରିୟ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଣ୍ଡଳସ୍ତରିୟ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମଗିରି,୨୨।୫(ଡି.ଏନ୍‌.ଏ.): ବ୍ରହ୍ମଗିରି ବ୍ଲକରେ ମଙ୍ଗଳବାର ସମସ୍ତ ସିଆର୍‌ସିସ ଏବଂ ଶିକ୍ଷକମାନଙ୍କୁ ନେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଉଲ୍ଲାସ ଚନ୍ଦ୍ର ଜେନା, ସହ ଶିକ୍ଷା ଅଧିକାରୀ ଜତିନ୍ଦ୍ର ନାୟକ, କବିରାଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବିଜେଡି ସରକାରର ୪ର୍ଥ ପାଳିର ୪ର୍ଥ ବର୍ଷ ପୂରିଯାଇଛି। ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ଓ କେତେ ଅଧା ରହିଯାଇଛି ସେ ନେଇ ସୋମବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ହୋଇଥିଲା ମାନସମନ୍ଥନ।

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ଅଫିସ,୨୨।୫: କଟକ ସଦର ଥାନା ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପୁଣି ଶୁଭିଛି ପୋଲିସ ଗୁଳିର ଶବ୍ଦ। ଏହି ଏନ୍‌କାଉଣ୍ଟରରେ ଶିକାର ହୋଇଛନ୍ତି ଯୁଗ ଓରଫ ବାସିର ଖାଁ। ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀ ଅଫିସ, ୨୨।୫ ପୁରୀରୁ ରାଜସ୍ଥାନକୁ ଯୁବତୀ ଚାଲାଣ ହେଉଥିବା ଜଣାପଡିଛି। ଗତ ୫ମାସ ମଧ୍ୟରେ ପୁରୀ ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୪୦ଜଣ ଯୁବତୀ ଚାଲାଣ ହୋଇଥିବା ଜଣାପଡିଛି। କେବଳ ବାସେଳିସାହି ଥାନା ଅଧୀନ ପାର୍ବତୀପୁର ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ୭ ଜଣ ଯୁବତୀ ଚାଲାଣ ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି।

ରାଜ୍ୟର ଜେଲରେ ୪୬ ନିରୀହ ଶିଶୁ

ରାଜ୍ୟର ଜେଲରେ ୪୬ ନିରୀହ ଶିଶୁ

କଟକ ଅଫିସ, ୨୨ା୫ ଜେଲ୍‌ରେ ମହିଳା ବନ୍ଦୀଙ୍କ ସହିତ ରହୁଥିବା ସେମାନଙ୍କ ଶିଶୁ ନ୍ୟାଯ୍ୟ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଓଡ଼ିଶାର ଜେଲ ଗୁଡ଼ିକରେ ଏହିଭଳି ୪୬ ଶିଶୁ ରହିଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ। ଏ ସମ୍ପର୍କିତ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱ ଦେବାସହ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଜେଲ୍‌ଗୁଡ଼ିକରେ କେତେଜଣ ମହିଳା ବନ୍ଦୀ ଅଛନ୍ତି ଓ ସେମାନଙ୍କ ପାଖରେ କେତେଜଣ ପିଲା ରହୁଛନ୍ତି, ଉକ୍ତ ପିଲାମାନଙ୍କ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏନ୍‌ଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି।

ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ

ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ

ଭୁବନେଶ୍ୱର,୨୨ା୫(ବ୍ୟୁରୋ)ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା ସୋମବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ଖୋର୍ଦ୍ଧା ଜିଲା ବିଜେଡିର ନିର୍ବାଚିତ ପ୍ରତିନିଧି ଏବଂ ଛାମୁଆ ସଙ୍ଗଠନର ନେତୃବୃନ୍ଦ ସେମାନଙ୍କୁ ସ୍ବାଗତ କରିଥିଲେ। ଭୁବନେଶ୍ୱର(ଉତ୍ତର) ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଳଠାରେ ସୁରକ୍ଷା ଅଭିଯାନର ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରାଯିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଦଇତାପତି-ମୁଖ୍ୟ ପ୍ରଶାସକ ଆଲୋଚନା

ପୁରୀ ଅଫିସ, ୨୨ା୫: ଆଗକୁ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା। ସ୍ନାନପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ତ୍ରୟୋଦଶୀଠାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଦଇତାପତି। ମାସେ ଧରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ। ଅଣସରଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଦଇତାପତିଙ୍କ ଗୁରୁଦାୟିତ୍ୱ ରହିଛି। ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ବକେୟା ପ୍ରାପ୍ୟ ପାଉଣା କଥା ଉଠାଇଛନ୍ତି ଦଇତା। ରାଜ୍ୟ ସରକାର ଦଇତାପତିମାନଙ୍କୁ ରଥଯାତ୍ରା ପାଇଁ ପୁରସ୍କାର ସ୍ବରୂପ କିଛି ଅର୍ଥ ଦେଇଥାନ୍ତି। ତେବେ ଗତବର୍ଷର ଏହି ପ୍ରାପ୍ୟ ପାଉଣା ପ୍ରସଙ୍ଗ ଦଇତାପତି ବୈଠକରେ ଉଠାଇଥିବା ଜଣାପଡିଛି।

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଘଟଣା ୨ ସେବାୟତ ନିଲମ୍ବିତ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଘଟଣା ୨ ସେବାୟତ ନିଲମ୍ବିତ

ପୁରୀ ଅଫିସ,୨୨ା୫: ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଦକ୍ଷିଣା ପାଇଁ ଅଣଓଡ଼ିଆ ଭକ୍ତଙ୍କୁ ମାଡ଼ ମାରିଥିବା ୨ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବନ କରାଯାଇଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ସମ୍ପୃକ୍ତ ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଭକ୍ତ। ସେମାନେ ମାଡ଼ ମାରିଥିବା ସେବାୟତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ।

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ପୁରୀ ଅଫିସ, ୨୨ା୫: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଆୟୋଜିତ ବାଲୁକା କଳା ସମର କ୍ୟାମ୍ପ ସୋମବାର ଉଦ୍‌ଯାପତି ହୋଇଯାଇଛି। ଏହି କ୍ୟାମ୍ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ହକି ତାରକା ଦିଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ଯୁବତୀ ଯୁବକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସୁଦର୍ଶନଙ୍କ ପକ୍ଷରୁ ଏହି ବାଲୁକା କଳା କ୍ୟାମ୍ପ ଗତ ୧୮ତାରିଖ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିଲା।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ମୁଖ୍ୟ ପ୍ରଶାସକ ଶୁଣିଲେ, ନିଷ୍ପତ୍ତି ଝୁଲି ରହିଲା

ପୁରୀ ଅଫିସ, ୨୨ା୫: ଦର୍ପଦଳନ ରଥ ଚକ ତୁମ୍ବରେ ହୋଇଥିବା ଫାଟକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ତୁମ୍ବ ବିଷୟରେ ଜାଣିବା ଲାଗି ସୋମବାର ଅପରାହ୍ନରେ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଡାକିଥିଲେ।

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ପୁରୀ ଅଫିସ, ୨୨ା୫: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ମୂଷାନଈ। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପରେ ଯୋଜନା ହେଉଥିଲେ ହେଁ ସଫଳ ରୂପାୟନ ଅଭାବରୁ ଶେଷରେ ଫେଲ୍‌ ମାରୁଛି। ଏବେ ପୁଣି ମୂଷାନଈ ପୁନରୁଦ୍ଧାର ଲାଗି କସରତ ଚାଲିଛି। ପ୍ରାୟ ୨୬ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିଲୁଆ ବିଚାର ଲାଗି କାର୍ଯ୍ୟ ଆଗେଇ ପାରୁନି। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବାତିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୁଳୁହୁଳିଆଠାରୁ ଅଠରନଳା ପର୍ଯ୍ୟନ୍ତ ପୁନରୁଦ୍ଧାର ଲାଗି ୩ମାସ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରୁନାହିଁ। ମୂଷାନଈକୁ ନେଇ ନେତା ଓ ଅଧିକାରୀ ନୂଆ ନୂଆ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ପୁଣି ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଅଧିଗ୍ରହଣ କରାଯିବା ସହିତ ସମୁଦାୟ ମୂଷାନଈ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଦିଆଯିବାକୁ ଚିନ୍ତା ଚାଲିଛି। ଯଦି ଏହି କାର୍ଯ୍ୟ କରାଯାଏ ତେବେ ଅଟକଳ ଆହୁରି ୯କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ପୁରୀ ଅଫିସ, ୨୨ା୫: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ଇତିମଧ୍ୟରେ ୩୩ ଦିନ ବିତିଲାଣି। ରଥଖଳାରେ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା, ଭୋଇ ଓ ରୂପକାର ସେବକ। ସୋମବାର ରଥଖଳାରେ ତିନିରଥର ମୁହଁାଟ ଓ ଚଉତା ବିନ୍ଧ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମା ଏହାକୁ ଅନୁକୂଳ କରିବା ପରେ ମହାରଣା ସେବକମାନେ ମୁହଁାଟ ଏବଂ ଚଉତାରେ ବିନ୍ଧ କରୁଛନ୍ତି। ତିନିରଥର ଚାରିନାହାକା ଶେଷ ହୋଇଥିବା ବେଳେ ରଥଖଳାରେ ପ୍ରତି ରଥ ପାଇଁ ପଡିଥିବା ୨ଟି ଲେଖାଏ ଗରଗରା କାଠକୁ ହଣାଯାଇ ସାଇଜ କରାଯାଉଛି।