ମେଟ୍ରୋ |

ଲୟୋଲା ସ୍କୁଲ୍‌ରେ ଗ୍ରାଜୁଏଶନ ନାଇଟ୍‌:ଅର୍ଥପୂର୍ଣ୍ଣ ଜୀବନ ଉପରେ ଗୁରୁତ୍ୱ ଦେବା ଉଚିତ

ଲୟୋଲା ସ୍କୁଲ୍‌ରେ ଗ୍ରାଜୁଏଶନ ନାଇଟ୍‌:ଅର୍ଥପୂର୍ଣ୍ଣ ଜୀବନ ଉପରେ ଗୁରୁତ୍ୱ ଦେବା ଉଚିତ
ଭୁବନେଶ୍ୱର, ୫।୨(ବ୍ୟୁରୋ)- ଲୟୋଲା ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଶନିବାର ‘ଗ୍ରାଜୁଏଶନ ନାଇଟ୍‌’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ସଭାପତି ସାତ୍ତ୍ୱିକ ଶ୍ରୀମାଂଶୁ ସାହୁ ନିଜ ଅଭିଜ୍ଞତା ସମ୍ପର୍କରେ କହିବା ସହିତ ତାଙ୍କ ଜୀବନକୁ ଗଠନ କରିବାରେ ବିଦ୍ୟାଳୟ ଓ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରିନ୍ସିପାଲ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆରାମଦାୟକ ଜୀବନ ଅପେକ୍ଷା ଅର୍ଥପୂର୍ଣ୍ଣ ଜୀବନ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୋଟ ୧୮୭ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ବିଦ୍ୟାଳୟରେ ସଫଳତା, ପାଠ୍ୟକ୍ରମରେ ଉତ୍କର୍ଷତା, ଅନୁକରଣୀୟ ବ୍ୟବହାର ଓ ବିଦ୍ୟାଳୟ ପ୍ରତି ଅଂଶଦାନ ଆଦି କ୍ଷେତ୍ରରେ ଅବଦାନ ଲାଗି ୪୦ଜଣ ଛାତ୍ରୀଛାତ୍ରଙ୍କୁ ପ୍ରିନ୍ସିପାଲ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ଏଥିସହ ବିଦ୍ୟାଳୟରେ ଉତ୍କର୍ଷତା ପାଇଁ ୨୦୧୭-୧୮ ନିମନ୍ତେ ଆଶୁତୋଷ ସାହୁଙ୍କୁ ‘ଡ. ରାଧାନାଥ ମିଶ୍ର ମେମୋରିଆଲ ଟ୍ରଫି’, ଅଲ୍‌ ରାଉଣ୍ଡର ଅଫ୍‌ ଦି ଇୟର ପାଇଁ ଅଭିପ୍ସା ବେହେରାଙ୍କୁ ‘ଜ୍ଞାନ ସିଂହ କାଲ୍‌ସି ମେମୋରିଆଲ ଟ୍ରଫି’, ଅଲ୍‌ ରାଉଣ୍ଡ୍‌ ଆଚିଭ୍‌ମେଣ୍ଟ(ଛାତ୍ର୍ରୀ) ପାଇଁ ପ୍ରିୟାଂଶୀ ଅଗ୍ରଓ୍ବାଲଙ୍କୁ ‘ଆଦିତ୍ୟ ପ୍ରସାଦ ମହାନ୍ତି ମେମୋରିଆଲ ଟ୍ରଫି’, ଅଲ୍‌ ରାଉଣ୍ଡ ଆଚିଭ୍‌ମେଣ୍ଟ(ଛାତ୍ର୍ର) ପାଇଁ ଆୟୂଷ ଦାସଙ୍କୁ ‘ଡ. କେ. ଏନ୍‌. କର ମେମୋରିଆଲ ଟ୍ରଫି’, ଓଡ଼ିଆରେ ଉତ୍କର୍ଷ ପାଇଁ ଇଶାନୀ ମହାନ୍ତିଙ୍କୁ ‘ଜ୍ୟୋତ୍ସ୍ନା ଚାୟାନୀ ମେମୋରିଆଲ ଟ୍ରଫି’ ଏବଂ ସାତ୍ତ୍ୱିକ ଶ୍ରୀମାଂଶୁ ସାହୁ ଓ ଆର୍ଯ୍ୟ ପ୍ରସାଦଙ୍କୁ ସମ୍ମାନଜନକ ‘ପ୍ରାଟ୍ରିକ ବ୍ରୁଣ୍ଟୋନ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଆସନ୍ତା ଦଶମ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଦେଇଥିଲେ।
All Right Reserved By

ମେଟ୍ରୋ |

ବରୁଣ ଧାବନ, ଅନୁଷ୍କା ଶର୍ମା ହେଲେ ସ୍କିଲ୍‌ ଇଣ୍ଡିଆ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡର

ବରୁଣ ଧାବନ, ଅନୁଷ୍କା ଶର୍ମା ହେଲେ ସ୍କିଲ୍‌ ଇଣ୍ଡିଆ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୯।୯(ବ୍ୟୁରୋ): ସ୍କିଲ୍‌ ଇଣ୍ଡିଆ ମିଶନ ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୁକ୍ତି ସ୍ବାକ୍ଷର କରିଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ସୁଇ-ଧାଗା’ ଚଳଚ୍ଚିତ୍ରର ଏହି ଦୁଇ ମୁଖ୍ୟ କଳାକାର ଫିଲ୍ମ ମାଧ୍ୟମରେ ଭାରତର ଦକ୍ଷତାଯୁକ୍ତ ମାନବ ସମ୍ବଳକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।

ମଙ୍ଗଳାଙ୍କ ମନ୍ଦିର ସେବାୟତ ସମିତିର ଆନ୍ଦୋଳନ ପ୍ରତ୍ୟାହୃତ: ସନ୍ଧ୍ୟାରୁ ଭକ୍ତଙ୍କ ଭୋଗଲାଗି ସ୍ବାଭାବିକ

ମଙ୍ଗଳାଙ୍କ ମନ୍ଦିର ସେବାୟତ ସମିତିର ଆନ୍ଦୋଳନ ପ୍ରତ୍ୟାହୃତ: ସନ୍ଧ୍ୟାରୁ ଭକ୍ତଙ୍କ ଭୋଗଲାଗି ସ୍ବାଭାବିକ

କାକଟପୁର, ୧୮।୯(ଡି.ଏନ୍‌.ଏ.): କାକଟପୁର ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କାକଟପୁରସ୍ଥିତ ମଙ୍ଗଳା ମନ୍ଦିରର ସେବାୟତ ସମିତି ପକ୍ଷରୁ ସୋମବାର ପ୍ରାତଃରୁ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି। ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ରୋଜିନା ଦାଶ ଘଟଣା ସମ୍ପର୍କରେ ଅପରାହ୍ନରେ ପୁରୀ ଜିଲାପାଳଙ୍କ ସହିତ ସବିଶେଷ ଆଲୋଚନା କରି ସେବାୟତମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ। 

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଡିଆଇଜି ପାହ୍ୟା ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଡିଆଇଜି ପାହ୍ୟା ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ, ୧୮।୯: ପୋଲିସ-ଆଇନଜୀବୀ ବିବାଦ ଘଟଣାର ଉଚ୍ଚପଦସ୍ଥ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ପାଇଁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଧ୍ୟାପକ-ଶିକ୍ଷକ ଗାଁ ମୁହାଁ: ପଦଯାତ୍ରା କରି ଜଣାଇଲେ ଆନ୍ଦୋଳନର କାରଣ, ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଅଧ୍ୟାପକ-ଶିକ୍ଷକ ଗାଁ ମୁହାଁ: ପଦଯାତ୍ରା କରି ଜଣାଇଲେ ଆନ୍ଦୋଳନର କାରଣ, ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୮।୯: ମଙ୍ଗଳବାର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚର ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଖୋର୍ଦ୍ଧା ବ୍ଳକ କେରଙ୍ଗ, କୁମ୍ବିଲ, ମଲ୍ଲୀପୁର, ହଳଦିଆ, ଟାଙ୍ଗିଆପଡା ପଞ୍ଚାୟତର ଗାଁ ଗୁଡିକୁ ଅଧ୍ୟାପକ ଓ ଶିକ୍ଷକମାନେ ପଦଯାତ୍ରାରେ ଯାଇ ଗାଁଲୋକଙ୍କୁ ଆନ୍ଦୋଳନର କାରଣ ବୁଝାଇଛନ୍ତି। 

ଆମିକସ୍‌କ୍ୟୁରିଙ୍କ ଗସ୍ତନେଇ ପ୍ରସ୍ତୁତି ବୈଠକ

ଆମିକସ୍‌କ୍ୟୁରିଙ୍କ ଗସ୍ତନେଇ ପ୍ରସ୍ତୁତି ବୈଠକ

ପୁରୀ ଅଫିସ, ୧୮।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାରନେଇ ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌। 

ବିଧାନସଭାରେ ହଟ୍ଟଗୋଳ: ବୈଜୟନ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ ଦାବି

ବିଧାନସଭାରେ ହଟ୍ଟଗୋଳ: ବୈଜୟନ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ ଦାବି

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ବିରୋଧୀ ଓ ଶାସକ ଦଳ ପୃଥକ ପୃଥକ ଘଟଣାକୁ ନେଇ ମଙ୍ଗଳବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଗତ ୨୦ ଦିନ ଧରି ଆଇନଜୀବୀ ଚଳାଇଥିବା ଆନ୍ଦୋଳନ ଓ ହାଇକୋର୍ଟ ସମେତ ତଳକୋର୍ଟଗୁଡିକରେ କାର୍ଯ୍ୟ ପ୍ରଭାବିତ ହୋଇଥିବା ପ୍ରସଙ୍ଗ କଂଗ୍ରେସ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିବା ବେଳେ ଭାଜପା ସମବାୟ ବିଭାଗରେ ହୋଇଥିବା ୮ଶହ କୋଟି ଟଙ୍କା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି। 

ଏମାର ମଠର ୭ ଦୋକାନ ପୁଣି ସିଲ୍‌

ଏମାର ମଠର ୭ ଦୋକାନ ପୁଣି ସିଲ୍‌

ପୁରୀ ଅଫିସ,୧୮।୯: ଶ୍ରୀମନ୍ଦିର ସମ୍ମୁଖରେ ରହିଛି ଏମାର ମଠ। ମଠ କୋଠାରେ ୭ଟି ଦୋକାନ ଗୃହ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାର ପିକେଡିଏ ପକ୍ଷରୁ ଉକ୍ତ ଦୋକାନଗୁଡିକୁ ସିଲ୍‌ କରାଯାଇଛି। 

ମଙ୍ଗଳା ମନ୍ଦିରରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର, ମାଡ଼ ଘଟଣା: ସେବାୟତରଙ୍କ ଆନ୍ଦୋଳନ ଜାରି, ନିରାଶରେ ଫେରୁଛନ୍ତି ଭକ୍ତ

ମଙ୍ଗଳା ମନ୍ଦିରରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର, ମାଡ଼ ଘଟଣା: ସେବାୟତରଙ୍କ ଆନ୍ଦୋଳନ ଜାରି, ନିରାଶରେ ଫେରୁଛନ୍ତି ଭକ୍ତ

କାକଟପୁର, ୧୮।୯(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ମଙ୍ଗଳା ମନ୍ଦିରରେ ରବିବାର  ଜନୈକ ମହିଳା ଭକ୍ତଙ୍କୁ  ଦୁର୍ବ୍ୟବହାର  ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ ୩ ସେବାୟତଙ୍କୁ ଗିରଫ କରିଥିଲା।

ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ,୧୮।୯: ଆଗାମୀ ଅକ୍ଟୋବର୨ ରୁ ପ୍ଲାଷ୍ଟିକ ବ୍ୟବହାରକୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପୁରୀ ଜିଲା ପ୍ରଶାସନ ଆନୁକୂଲ୍ୟରେ ପ୍ଲାଷ୍ଟିକ, ପଲିଥିନ ଏବଂ ଥର୍ମୋକୁଲ ବ୍ୟବହାର ନିଷେଧ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୮।୯(ବ୍ୟୁରୋ)- ଆଗକୁ ଆସୁଛି ହକି ବିଶ୍ୱକପ୍‌। ଭୁବେନେଶ୍ୱରକୁ ବିଭିନ୍ନ ଦେଶର ଖେଳାଳି ଓ ଖେଳପ୍ରେମୀ ଏଠାକୁ ଆସିବେ। ତେଣୁ ରାଜଧାନୀରେ ଲୋକଙ୍କ ଗହଳି ବଢ଼ିବା ସହ ଟ୍ରାଫିକ୍‌ ସମସ୍ୟା ଉପୁଜିବ। ଏଭଳି ଆଶଙ୍କାକୁ ନେଇ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। 

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଭୁବନେଶ୍ୱର,(ବ୍ୟୁରୋ)/ ବନ୍ତଳା, ୧୮ା୯(ଡି.ଏନ୍‌.ଏ.) - ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହିଳାଙ୍କ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ସୋମବାର ଆସିଛି। ଜଙ୍ଗଲୀ ମାଂସାସୀ ପ୍ରାଣୀ ଆକ୍ରମଣ କରିଥିବା ଓ ୨୪ ଘଣ୍ଟା ମଧ୍ୟରେ ମହିଳାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। 

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ।  ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ। ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନ ଗାଁମୁହାଁ ହୋଇଛି। ସୋମବାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦଯାତ୍ରାରେ ରାଜ୍ୟର ବିଭିନ୍ନ ଗାଁକୁ ଯାଇ ଘର ଘର ବୁଲିଛନ୍ତି।