Dharitri News
ମେଟ୍ରୋ |

ଖୋର୍ଦ୍ଧା ଷ୍ଟେଶନରୁ ଯାତ୍ରୀଙ୍କଠାରୁ ୧୫ଖଣ୍ଡ ସୁନା ବିସ୍କୁଟ ଜବତ

 ଖୋର୍ଦ୍ଧା ଷ୍ଟେଶନରୁ ଯାତ୍ରୀଙ୍କଠାରୁ ୧୫ଖଣ୍ଡ ସୁନା ବିସ୍କୁଟ ଜବତ ଭୁବନେଶ୍ୱର, ୫।୨(ବ୍ୟୁରୋ): ସୁଦୂର ମ୍ୟାନ୍‌ମାରରୁ ଓଡ଼ିଶାକୁ ଆସୁଛି ଚୋରା ସୁନା ବିସ୍କୁଟ। ଏହା ପଛରେ ଏକ ବଡ ର଼୍ୟାକେଟ କାମ କରୁଛି। ଏ ସମ୍ପର୍କରେ ଓଡ଼ିଶା ପୋଲିସ ଟେର ପାଉନାହିଁ। ଯାହାଫଳରେ ସୁନା ମାଫିଆମାନେ ରାତାରାତି କୋଟିପତି ହେଉଛନ୍ତି। ଖୋର୍ଦ୍ଧା ରେଳ ଷ୍ଟେଶନରୁ ଜଣେ ଯାତ୍ରୀଙ୍କ ନିକଟରୁ ରାଜସ୍ବ ଗୋଇନ୍ଦା ବିଭାଗ ୧୫ଟି ସୁନା ବିସ୍କୁଟକୁ ଜବତ କରିବା ପରେ ଏହି ଘଟଣା ଜଣାପଡିଛି। ଏହାର ଓଜନ ପ୍ରାୟ ଅଢେଇ କିଲୋ ହେବ। ଜବତ ସୁନା ବିସ୍କୁଟର ଦାମ୍‌ ପ୍ରାୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି। ଜବତ ହୋଇଥିବା ୧୫ଟି ସୁନା ବିସ୍କୁଟରେ ମ୍ୟାନ୍‌ମାର ଦେଶର ଚିହ୍ନ ରହିଛି। ଏହି ସୁନା ବିସ୍କୁଟ କେଉଁ ଆଡେ ଯାଉଥିଲା ସେନେଇ ଗୋଇନ୍ଦା ବିଭାଗ ଖୋଳତାଡ କରୁଛି। ମିଳିଥିବା ସୂଚନା ମୁତାବକ, ଯାତ୍ରୀ ଜଣକ ଗୁଆହାଟି-ଚେନ୍ନାଇ ଏକ୍ସପ୍ରେକ୍ସରେ ଯାଉଥିବା ବେଳେ ଖବର ପାଇ ରାଜସ୍ବ ଗୋଇନ୍ଦା ବିଭାଗ ଖୋର୍ଦ୍ଧା ଷ୍ଟେଶନରେ ଅତର୍କିତ ଭାବେ ଚଢାଉ କରିଥିଲା। ଗୋଇନ୍ଦା ଅଧିକାରୀମାନେ ଯାତ୍ରୀଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଗଞ୍ଜି ଓ ଜୋତା ଭିତରୁ ୧୫ଟି ସୁନା ବିସ୍କୁଟ ବାହାରିଥିଲା। ଜଣେ ରାଜସ୍ବ ଗୋଇନ୍ଦା ଅଧିକାରୀ କହିଛନ୍ତି, ଜବତ ହୋଇଥିବା ସୁନା ବିସ୍କୁଟ କଳା ଟଙ୍କାରେ କିଣା ହୁଏ। ଯେଉଁ ଦେଶରେ ସୁନାର ବେଶି ଚାହିଦା ଥାଏ ସେଠାରେ ଏହି ସୁନା ବିକ୍ରି କରାଯାଏ। ମ୍ୟାନ୍‌ମାର ଓ ଆସାମ ଆଦି ସ୍ଥାନ ଚୋରା ସୁନା ବିକ୍ରି ପେଣ୍ଠସ୍ଥଳୀ ବୋଲି କୁହାଯାଉଛି। ଓଡ଼ିଶା ଉପରେ ଏହି ସୁନା ଚୋରା କାରବାର କରୁଥିବା ବ୍ୟକ୍ତିଙ୍କ ନଜର ଥିବା ଜଣାପଡିଛି।

ମେଟ୍ରୋ |

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।

ଆହତ ବୋଝିଆ ମୃତ, ପରିବାରକୁ କ୍ଷତିପୂରଣ ଦାବି

ଆହତ ବୋଝିଆ ମୃତ, ପରିବାରକୁ କ୍ଷତିପୂରଣ ଦାବି

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ପଡି ଆହତ ହୋଇଥିବା ବୋଝିଆ ପ୍ରଶାନ୍ତ କୁମାର ବରାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି। ପୁରୀରେ ମୃତଦେହ ପହଞ୍ଚିବା ପରେ ବୋଝିଆଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ସାକ୍ଷୀଗୋପାଳ,୨୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ କରାଯାଇଥିବା କାମଗୁଡିକର ସତ୍ୟବାଦୀ ବ୍ଲକସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

କଟକ ଅଫିସ, ୨୩।୨: ର୍ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। କଟକ ରାଜାବଗିଚାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା।

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

କୃଷ୍ଣପ୍ରସାଦ,୨୩।୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ଗାଁ ନିକଟ ବିଶ୍ୱାଳ ସ୍ରିମ୍ପ, ଜେବିଏସ୍‌ ଆକ୍ୱାଟିକ୍ସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ ହୋଇଛି। କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୫୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ପୁରୀ ଅଫିସ,୨୨।୨: ଡିଜେର ଧୂନ୍‌ ସାଙ୍ଗକୁ ଜମିଥିଲା ଠିଆପାଲା ଗୀତ। ତାଳେ ତାଳେ ଝୁମିଥିଲେ ଦର୍ଶକ। ପୁଣି ରଙ୍ଗବତୀର ରଙ୍ଗ ବି ରଙ୍ଗ ଭରିଦେଇଥିଲା ଶ୍ରୋତାଙ୍କ ମନରେ। ପୁରୀ ବିଚ୍‌ କାର୍ନିଭାଲର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ନିଆରା ମାହୋଲ। ମତୁଆଲା ଥିଲେ ଦର୍ଶକ। ଠିଆପାଲା ଫେମ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଚାଲ୍‌ କରିବା ଠିଆପାଲା ଗୀତରେ ଧୂମ୍‌ ନାଚିଥିଲେ ଦେଖଣାହାରୀ।

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଛାତ୍ରଙ୍କ ଚୁଟି କାଟି ଅଡ଼ୁଆରେ ଶିକ୍ଷୟିତ୍ରୀ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଙ୍କୁ ସଂସ୍କାର ଶିକ୍ଷା ଦେବାକୁ ଯାଇ କ୍ରୀଡା ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ ଏବେ ହରଡ଼ ଘଣାରେ ପଡିଛନ୍ତି। ବିଦ୍ୟାଳୟକୁ ଅଧିକ ଚୁଟି ରଖି ଆସୁଥିବା ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦାଶ ଚୁଟି କାଟିବାକୁ ତାଗିଦ୍‌ କରିଥିଲେ। ତେବେ ପିଲାମାନେ ଶିକ୍ଷୟିତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଶିକ୍ଷୟିତ୍ରୀ ଦାଶ ପିଲାଙ୍କୁ ଏକ ଶିକ୍ଷା ଦେବାକୁ ଯାଇ କେତେକ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ।