ମେଟ୍ରୋ |

୧୧ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନେପାଳ ନରେଶ

୧୧ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନେପାଳ ନରେଶ

ପୁରୀ ଅଫିସ, ୫।୨: ଆସନ୍ତା ୧୧ ତାରିଖରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହ ଦେବ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନେପାଳ ନରେଶଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ଶ୍ରୀମନ୍ଦିରରେ ତାଙ୍କ ପୂଜାର୍ଚ୍ଚନା ନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଏଥିପାଇଁ ୧୦ ତାରିଖ ଭୋର ୩ଟାରେ ଦ୍ୱାର ଫିଟିବ। ସାଢେ ୯ଟାରୁ ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାରେ ନେପାଳ ନରେଶଙ୍କ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କ ଦର୍ଶନଙ୍କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୧ତାରିଖ ସକାଳ ସାଢେ ୯ଟା ସୁଦ୍ଧା ଭୋଗ ମଣ୍ଡପ ସରିବ। ୯ଟା ୩୦ରୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ପୂର୍ବାହ୍ନ ୧୦ଟାରେ ସମସ୍ତ ଭକ୍ତଙ୍କୁ ବାହାର କରାଯାଇ ମନ୍ଦିର ଶୋଧ କରାଯିବ। ୧୧ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ନେପାଳ ନରେଶଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି। ନେପାଳ ନରେଶ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ବେଢା ଭିତରକୁ ପ୍ରବେଶ କରିବେ। ବଟଗଣେଶ, ମଙ୍ଗଳା ମନ୍ଦିର ଦର୍ଶନ ସାରି ମୁଦୁଲି ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଜୟବିଜୟ ଦ୍ୱାର ଦେଇ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରତ୍ନସିଂହାସନରେ ଚଢି ପୂଜା କରିବା ଅଧିକାର ଥିବାରୁ ସେ ରତ୍ନସିଂହାସନରେ ସ୍ବତନ୍ତ୍ର ଆଳତି ମଧ୍ୟ କରିବେ। ସେ ଯାହା ଭେଟି ଆଣିଥିବେ ତାହା ସେଠାରେ ପ୍ରଦାନ କରିବେ। ପୁନଶ୍ଚ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ପ୍ରାୟ ୧ ଘଣ୍ଟା ନେପାଳ ନରେଶଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ନେପାଳ ନରେଶଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ। ଶ୍ରୀମନ୍ଦିର ଭିତର ଓ ବାହାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ। ଏସ୍‌ପି ପ୍ରତ୍ୟକ୍ଷ ଭାବେ ଏହାକୁ ତଦାରଖ କରିବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ, ସୁରକ୍ଷା ପ୍ରଶାସକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ନେପାଳ ନରେଶ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହିଦିନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ୮ ତାରିଖରେ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ ପରେ ସାକ୍ଷୀଗୋପାଳ ମନ୍ଦିରରେ ଗୋପୀନାଥଜୀଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ୯ ଓ ୧୦ ତାରିଖ ଦୁଇଦିନ ଗୋବର୍ଦ୍ଧନ ପୀଠରେ ଅନ୍ତର୍ଜାତୀୟ ବିଦ୍ୱତ୍‌ ସଂଗୋଷ୍ଠୀରେ ଯୋଗଦେବେ। ପୂର୍ବରୁ ୨୦୦୩ରେ ନେପାଳ ନରେଶ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଅଫିସ, ୨୪।୫: ପୁରୀ ଜିଲାର ୪୮୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି କିଚେନ୍‌ ସେଟ୍‌ ନ ଥିବା ସର୍ବଶିକ୍ଷା ଅଭିଯାନ ତଥ୍ୟରୁ ଜଣାପଡିଛି। ଜିଲାରେ ୧୨୮୮ ପ୍ରାଥମିକ ବିଦ୍ୟାଳୟ, ୮୨୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫୬ ହାଇସ୍କୁଲ ରହିଛି।

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।

ଦେଶର ୨ ସହର ପାଇଁ ଯୋଜନା ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ

ଦେଶର ୨ ସହର ପାଇଁ ଯୋଜନା ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ

ପୁରୀ ଅଫିସ, ୨୪ା୫: ସୂର୍ଯ୍ୟମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶାର କୋଣାର୍କ ଏବଂ ଗୁଜରାଟର ମଧେରା। ଏହି ଦୁଇ ସହରକୁ ସୌରଶକ୍ତିରେ ଆଲୋକିତ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଏ ନେଇ ନୂଆଦିଲ୍ଲୀରେ ସୋମବାର କେନ୍ଦ୍ର ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ପୁରୀ ଅଫିସ, ୨୪ା୫: ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ଆବଶ୍ୟକ ପଡ଼ୁଥିବା ବାସୁଙ୍ଗାପାଟର ମାନ ଯାଞ୍ଚ କରିଛନ୍ତି ଦଇତାପତି ସେବକ। ବୁଧବାର ୧୦ ଜଣ ଦଇତାପତିଙ୍କ ସମେତ ପ୍ରାୟ ୧୫ ଜଣିଆ ଟିମ୍‌ କଟକ ତିଗିରିଆର ନୂଆପାଟଣା ଗସ୍ତରେ ଯାଇଥିଲେ। ସେଠାରେ ବାସୁଙ୍ଗାପାଟର ମାନ ଯାଞ୍ଚ କରି ସନ୍ଧ୍ୟାରେ ପୁରୀ ଫେରିଆସିଛନ୍ତି।

ରଥଖଳାରୁ... ରଥଖଳାକୁ ଭିଜାଇଲା ବର୍ଷା

ରଥଖଳାରୁ... ରଥଖଳାକୁ ଭିଜାଇଲା ବର୍ଷା

ପୁରୀ ଅଫିସ,୨୪ା୫: ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ବୁଧବାର ରଥ କାମ ଆରମ୍ଭ ପୂର୍ବରୁ ରଥଖଳାକୁ ବର୍ଷା ଭିଜାଇ ଦେଇଥିଲା। ମହାରଣା ଏବଂ ଭୋଇ ସେବକ ରଥଖଳାରେ ପହଞ୍ଚତ୍ବା ପରେ ପରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଫଳରେ ରଥ ନିର୍ମାଣରେ ନିୟୋଜିତ ସେବକମାନେ ବିଭିନ୍ନ ସ୍ଥାନରେ ଯାଇ ବିଶ୍ରାମ ନେଇଥିଲେ।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ପୁରୀ ଅଫିସ, ୨୪ା୫: ଦର୍ପଦଳନ ରଥ ପାଇଁ ପୁଣି ଏକ ଚକ ତିଆରି କରାଯିବ। ପୂର୍ବରୁ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ତିଆରି ସରିଥିଲା। ତିଆରି ଶେଷ ହୋଇଥିବା ଏହି ଚକ ମଧ୍ୟରୁ ଗୋଟିଏ ଚକ ତୁମ୍ବରେ ଫାଟ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ଉଠା ଦୋକାନରେ ଚଢ଼ାଉ, ବାସିଖାଦ୍ୟ ଜବତ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ଆଗକୁ ଆସୁଛି ହକି ବିଶ୍ୱ କପ୍‌। ସହରରେ ପରିବେଶ ଓ ଖାଦ୍ୟ ସୁରକ୍ଷା ନିରାପତ୍ତା ନେଇ ବିଏମ୍‌ସି ଅଣ୍ଟା ଭିଡିଛି। ବୁଧବାର ବିଏମ୍‌ସିର ଉତ୍ତରାଞ୍ଚଳ ଜୋନ୍‌ ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ୱରେ କିଟ୍‌ ରାସ୍ତା ପାର୍ଶ୍ୱରେ ଥିବା ଉଠାଦୋକାନରେ ଚଢାଉ କରାଯାଇଥିଲା।

ମାର୍ଚ୍ଚରୁ ଦରମା ପାଇନାହାନ୍ତି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କ ମାର୍ଚ୍ଚ ମାସରୁ ଦରମା ମିଳିନାହିଁ। ଫଳରେ ସେମାନେ ଏବେ ଦୟନୀୟ ଜୀବନଯାପନ କରୁଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ନିଖିଳ ଓଡ଼ିଶା ବେସରକାରୀ ରାଜ୍ୟ ଦରମାପ୍ରାପ୍ତ କଲେଜ ଶିକ୍ଷକ ସଂଘ।

କମିଶନରଙ୍କୁ ଭେଟିଲେ ଜମ୍ମୁ କଶ୍ମୀର ଶିଶୁ ସୁରକ୍ଷା ଦଳ ଓଡ଼ିଶାରୁ ଶିଖିବେ ଶିଶୁ ସୁରକ୍ଷା ଆଇନ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ଜମ୍ମୁ କଶ୍ମୀରର ଶିଶୁ ସୁରକ୍ଷା ଦଳ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚତ୍ଛି। ଏହି ଦଳ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଶିଶୁ ସୁରକ୍ଷା ଆଇନ୍‌, ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଜୁଭେନାଇଲ୍‌ ଆକ୍ଟ ସମ୍ପର୍କରେ ଶିକ୍ଷାଗ୍ରହଣ କରିବ।

କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଘରୋଇ ହସ୍ପିଟାଲରେ ହୋଇପାରେ ବ୍ୟବଚ୍ଛେଦ ବ୍ୟବସ୍ଥା

କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଘରୋଇ ହସ୍ପିଟାଲରେ ହୋଇପାରେ ବ୍ୟବଚ୍ଛେଦ ବ୍ୟବସ୍ଥା

ଭୁବନେଶ୍ୱର,୨୪ା୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦକୁ ନେଇ ଏବେ ଗୁରୁତର ସମସ୍ୟା ଦେଖାଦେଇଛି। ଦିନକୁ ୩୦୦ରୁ ଅଧିକ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ହେଲେ ଆବଶ୍ୟକ ଭିତ୍ତିଭୂମି ସହ ଡାକ୍ତର ଓ କର୍ମଚାରୀ ନାହାନ୍ତି।