ମେଟ୍ରୋ |

ମହାପ୍ରଭୁଙ୍କ ଦର୍ଶନ କଲେ ଏସ୍‌ଇସି

ମହାପ୍ରଭୁଙ୍କ ଦର୍ଶନ କଲେ ଏସ୍‌ଇସି
ପୁରୀ ଅଫିସ, ୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ନବକୁମାର ନାୟକ ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ବାଚନ କମିଶନର ଭାବେ ଯୋଗଦାନ ପରେ ସେ ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଉପଜିଲାପାଳ ମଧୁସୂଦନ ଦାସ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ କହିଲେ, ସୂଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ନିର୍ବାଚନ କମିଶନରଙ୍କ ଦାୟିତ୍ୱ। ଏହା ଯେପରି ଅବାଧ, ନିରପେକ୍ଷ ହୋଇପାରିବ ଏଥିପ୍ରତି ସେ ଯନତ୍ଶୀଳ ହେବେ। ନିର୍ବାଚନରେ କୌଣସି ସଂସ୍କାର ଅଣାଯିବାର ଆବଶ୍ୟକତା ପଡିଲେ ସେଥିପ୍ରତି ଗୁରୁତ୍ୱ ଦେବେ। ପୂର୍ବରୁ ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି। ଏହାକୁ ଆଧାର କରି ନିର୍ବାଚନ ପରିଚାଳନା ଲାଗି ଚେଷ୍ଟା କରିବେ ବୋଲି ନାୟକ କହିଛନ୍ତି।
All Right Reserved By

ମେଟ୍ରୋ |

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର,୧୯ା୧୦(ଡି.ଏନ.ଏ.)- ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନ ଦକ୍ଷିଣପାର୍ଶ୍ୱ ରେଳଧାରଣାରେ ଶୁକ୍ରବାର ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । 

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।