ମେଟ୍ରୋ |

‘ଜଗନ୍ନାଥ ଇନ୍‌ ହିଷ୍ଟୋରିକାଲ ପର୍ସପେକ୍ଟିଭିସ’ ପୁସ୍ତକରେ ଶ୍ରୀମନ୍ଦିର ଭିତର ଫଟୋ

‘ଜଗନ୍ନାଥ ଇନ୍‌ ହିଷ୍ଟୋରିକାଲ ପର୍ସପେକ୍ଟିଭିସ’ ପୁସ୍ତକରେ ଶ୍ରୀମନ୍ଦିର ଭିତର ଫଟୋ
ପୁରୀ ଅଫିସ, ୫।୨: ପୁଣି ପଦାରେ ପଡିଛି ଶ୍ରୀମନ୍ଦିର ଭିତର ଫଟୋ। ଏଥର ସୋସିଆଲ ମିଡ଼ିଆରେ ନୁହେଁ ଏକ ପୁସ୍ତକରେ ଛପା ଯାଇଛି ବଡ଼ଦେଉଳର ଭିତର ଫଟୋ। ଏହି ପୁସ୍ତକର ନଁ। ରହିଛି ‘ଜଗନ୍ନାଥ ଇନ୍‌ ହିଷ୍ଟୋରିକାଲ ପର୍ସପେକ୍ଟିଭିସ୍‌’। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ ଫଟୋ ବି ଏଥିରେ ରହିଛି। ଏହାର ସମ୍ପାଦକ ଆର୍‌.ଏନ୍‌. ଦାଶ ରହିଥିବାବେଳେ ଏଥିରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ଭୋପାଳ, ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ଭୁବନେଶ୍ୱର ଏବଂ ପ୍ରତିଭା ପ୍ରକାଶନ, ଦିଲ୍ଲୀ ଉଲ୍ଲେଖ ରହିଛି। ୨୦୦୮ରେ ପ୍ରକାଶିତ ଏହି ପୁସ୍ତକ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ବୋଲି ଦର୍ଶାଯାଇଛି। ଏଥିରେ ବିଭିନ୍ନ ଧର୍ମୀୟ ପରମ୍ପରା କିପରି ଜଗନ୍ନାଥ ସଂସ୍କୃତିଠାରୁ ପ୍ରେରଣା ପାଇଛି ତାହା ଉଲ୍ଲେଖ ରହିଛି। ତେବେ ଯେଉଁମାନେ ଜଗନ୍ନାଥ ସଂସ୍କୃତି ଉପରେ ଏହି ପୁସ୍ତକଟି ପ୍ରକାଶ କରିଛନ୍ତି ସେମାନେ କିପରି ଶ୍ରୀମନ୍ଦିର ଫଟୋ ଉପରେ ଥିବା କଟକଣା ଜାଣି ନ ପାରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ଛତିଶା ନିଯୋଗ ବୈଠକରେ ଯୋଗଦେଇଥିବା ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ନିକଟରେ ଦାବି କରିଛନ୍ତି। ଏହି ପୁସ୍ତକରେ ଛପାଯାଇଛି ଶ୍ରୀମନ୍ଦିର କାନ୍ଥରେ ଥିବା ବିଭିନ୍ନ ଦେବୀଦେବଙ୍କ ମୂର୍ତ୍ତି। ଏହି ପାର୍ଶ୍ୱ ଦେବୀଦେବ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଶିବ, ଗରୁଡ଼, ଚାମୁଣ୍ଡା, ଭୈରବୀ, ଗଣେଶ, ବିଷ୍ଣୁ, କୃଷ୍ଣ, ଗୋମୁଖ ବିଷ୍ଣୁ, ନରସିଂହ, ଅନନ୍ତଶାୟୀ ବିଷ୍ଣୁ, ବାମନ, କଳ୍‌କୀ ଅବତାର, ବ୍ରହ୍ମା, ବରାହ ଅବତାର ପ୍ରଭୃତି ରହିଛି। ଏଥିସହ ଭଗବାନ କୃଷ୍ଣଙ୍କ କାଳୀୟ ଦଳନ ମୂର୍ତ୍ତି ସାଙ୍ଗକୁ ଶ୍ରୀମନ୍ଦିରର ଆହୁରି ଅନେକ ଫଟୋ ଛପାଯାଇଛି। ଏହି ପୁସ୍ତକରେ ପଶ୍ଚିମବଙ୍ଗର କେତେକ ଜଗନ୍ନାଥ ମନ୍ଦିର ଫଟୋ ମଧ୍ୟ ରହିଛି। ତେବେ ପୁସ୍ତକରେ ଶ୍ରୀମନ୍ଦିରର ଫଟୋ ଛପାଯାଇଥିବା ନେଇ ସେବାୟତମାନେ ଅଭିଯୋଗ କଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜେନା କହିଛନ୍ତି, ଏହା ଏକ ଗୁରୁତର ବିଷୟ। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ନିକଟରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିରେ ଅଙ୍କୁଶ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସକ କେତେକ ପଦକ୍ଷେପ ନେବା ସହ ମୋବାଇଲ କଟକଣାକୁ ଆହୁରି କଡାକଡି କରିଛି।
All Right Reserved By

ମେଟ୍ରୋ |

୧୫ କିମି ଯିବାକୁ ଲାଗୁଛି ୨ଘଣ୍ଟା, ରାଜପଥକୁ ଦୋହରୀକରଣ କରିବାକୁ ଜିଲାପାଳଙ୍କୁ ଫେରାଦ

୧୫ କିମି ଯିବାକୁ ଲାଗୁଛି ୨ଘଣ୍ଟା, ରାଜପଥକୁ ଦୋହରୀକରଣ କରିବାକୁ ଜିଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା ଅଫିସ,୧୩।୧୧: ବଲାଙ୍ଗୀର- ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଖୋର୍ଦ୍ଧାଠାରୁ ବାଘମାରୀ ପର୍ଯ୍ୟନ୍ତ ୧୫ କିମି ରାସ୍ତା ଯିବାକୁ  ଲାଗୁଛି ୨ ଘଣ୍ଟା। ସବୁବେଳେ ଏହି ରାସ୍ତାରେ ଟ୍ରାଫିକ ଜାମ ରହୁଥିବାରୁ ରାସ୍ତା ଅତିକ୍ରମ କରିବା କାଠିକର ପାଠ ହୋଇ ପଡୁଛି ।

ପଞ୍ଚକରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ

ପଞ୍ଚକରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୩।୧୧: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ପବିତ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ହାଇକୋର୍ଟରେ ପୋଲିସ୍‌-ଓକିଲ ବିବାଦ: ଜନସ୍ବାର୍ଥ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା

ହାଇକୋର୍ଟରେ ପୋଲିସ୍‌-ଓକିଲ ବିବାଦ: ଜନସ୍ବାର୍ଥ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା

କଟକ ଅଫିସ୍‌, ୧୩।୧୧: ପୋଲିସ୍‌ ଓ ଓକିଲ ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ ପାଇଁ ମହଲତ ମାଗିବାରୁ ଶୁଣାଣିକୁ ପୁଣି ଥରେ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି।

ଧଉଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଧଉଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ମଙ୍ଗଳବାର ଧଉଳୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି। ହାଓ୍ବାଡାରୁ ପୁରୀ ଆସିବା ବାଟରେ ବଗିଟି ଲାଇନ୍‌ଚ୍ୟୁତ ହୋଇଛି।

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

କଟକ ଅଫିସ୍‌, ୧୩।୧୧: ‘ନ ଯା ନ ଯା ରେ ଗୋରୀ ବାଲିଯାତ୍ରା ଦେଖି...’ ସୁପରହିଟ ଗୀତର ଗାୟକ ତଥା ଓ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। ମଙ୍ଗଳବାର କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ପୁରୀ ଅଫିସ, ୧୩ା୧୧: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ର ଦ୍ୱିତୀୟ ଦିବସରେ ଯୋଗଦେବା ପରେ ଅମ୍ବାନୀ ହେଲିକପ୍ଟରରେ ଆସି ଅପରାହ୍ନ ୩ଟା ୨୩ରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଥିଲେ।

ଓଡ଼ିଆମାନେ ବୃକ୍ଷପ୍ରେମୀ: ମୁଖ୍ୟମନ୍ତ୍ରୀ

ଓଡ଼ିଆମାନେ ବୃକ୍ଷପ୍ରେମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଓଡ଼ିଆମାନେ ବୃକ୍ଷପ୍ରେମୀ। ଓଡ଼ିଶାର ଲୋକେ ଗଛକୁ ଭଲପାଆନ୍ତି। 

ଓଡ଼ିଶୀ ସହ ବ୍ୟାଣ୍ଡ୍‌ ଫ୍ୟୁଜନ୍‌: ଦ୍ୱିତୀୟ ସନ୍ଧ୍ୟାରେ ପ୍ରତିଭା ଦେଖାଇଲେ ଜାପାନ କଳାକାର

ଓଡ଼ିଶୀ ସହ ବ୍ୟାଣ୍ଡ୍‌ ଫ୍ୟୁଜନ୍‌: ଦ୍ୱିତୀୟ ସନ୍ଧ୍ୟାରେ ପ୍ରତିଭା ଦେଖାଇଲେ ଜାପାନ କଳାକାର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଓଡ଼ିଶୀ ସହ ବ୍ୟାଣ୍ଡ୍‌ର ଫ୍ୟୁଜନ୍‌। କଣ୍ଟେମ୍ପୋରାରି ବ୍ୟାଣ୍ଡ୍‌ ମ୍ୟୁଜିକ୍‌ର ତାଳେ ତାଳେ ଓଡ଼ିଶୀର ଛନ୍ଦମୟ ନୃତ୍ୟ, ସୃଷ୍ଟି କରିଥିଲା ଏକ ନିଆରା ଦୃଶ୍ୟ। ଉଦ୍‌ଘାଟନୀ ସନ୍ଧ୍ୟାର ଆକର୍ଷଣୀୟ ‘ଅନ୍‌ଷ୍ଟପେବଲ୍‌ ଆଇ ଆମ୍‌ ଓଡ଼ିଶା’ ପରେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ୱିତୀୟ ସନ୍ଧ୍ୟାରେ ମନ ଜିଣିଥିଲେ ଜାପାନ କଳାକାର। 

ଭୁବନେଶ୍ୱରରେ ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର: ୪ ବର୍ଷରେ ପ୍ରଶିକ୍ଷଣ ନେବେ ୫୦ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱରରେ ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର: ୪ ବର୍ଷରେ ପ୍ରଶିକ୍ଷଣ ନେବେ ୫୦ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର। ଦକ୍ଷତା ବିକାଶ କ୍ଷେତ୍ରରେ ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ଆଖିଦୃଶିଆ ସଫଳତା ହାସଲ କରିଥିବା ବେଳେ ଏହାକୁ ଆଉପାଦେ ଆଗକୁ ନେବାକୁ ରାଜ୍ୟରେ ବିଶ୍ୱସ୍ତରୀୟ ସ୍କିଲ୍‌ ସେଣ୍ଟର ପ୍ରତିଷ୍ଠା ହେବ। ସିଙ୍ଗାପୁରର ପ୍ରସିଦ୍ଧ ଆଇଟିଇ ଏଜୁକେଶନ ସର୍ଭିସେସ୍‌(ଆଇଟିଇଇଏସ୍‌) ଢାଞ୍ଚାରେ ଏହା ପ୍ରତିଷ୍ଠା ହେବ।

ଓଡ଼ିଶାରେ ‘ମ୍ୟାଙ୍ଗୋ’ କରିବ ୫ ହୋଟେଲ

ଓଡ଼ିଶାରେ ‘ମ୍ୟାଙ୍ଗୋ’ କରିବ ୫ ହୋଟେଲ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ହୋଟେଲ ଶିଳ୍ପ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଓଡ଼ିଶା ପାଇଁ ସୃଷ୍ଟି ହୋଇଛି ନୂଆ ସୁଯୋଗ। ଦେଶର ପ୍ରମୁଖ ହୋଟେଲ ନେଟଓ୍ବର୍କ ଚେନ୍‌ ‘ମ୍ୟାଙ୍ଗୋ’ ପକ୍ଷରୁ ଓଡ଼ିଶାରେ ୫ ହୋଟେଲ ପ୍ରତିଷ୍ଠା ହେବ, ଯାହାକି ବିଭିନ୍ନ ବର୍ଗର ରହିବ।

ବିଶ୍ୱସ୍ତରୀୟ କନ୍‌ଭେନ୍‌ଶନ ସେଣ୍ଟର ପାଇଁ ପ୍ରସ୍ତାବ

ବିଶ୍ୱସ୍ତରୀୟ କନ୍‌ଭେନ୍‌ଶନ ସେଣ୍ଟର ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ମିଟିଙ୍ଗ୍‌ସ, ଇନ୍‌ସେନ୍‌ଟିଭ୍‌ସ, କନ୍‌ଫରେନ୍ସେସ୍‌ ଆଣ୍ଡ୍‌ ଇଭେଣ୍ଟ୍‌ସ(ମାଇସ୍‌) ଟୁରିଜମ୍‌ର ଡିମାଣ୍ଡ ଏବେ ସମଗ୍ର ବିଶ୍ୱରେ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ସମ୍ଭାବନା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏଥିପାଇଁ ବ୍ୟାପକ ସୁଯୋଗ ରହିଛି।

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ପୋଲିସ ମାଡ଼ ଘଟଣାକୁ ନେଇ ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି।