ରାଜ୍ୟ |

ନବୀନ ନିବାସ ଘେରାଉ କରିବାକୁ ଭାଜପାର ଉଦ୍ୟମ

ନବୀନ ନିବାସ ଘେରାଉ କରିବାକୁ ଭାଜପାର ଉଦ୍ୟମ

ଭୁବନେଶ୍ୱର, ୫।୨(ବ୍ୟୁରୋ) କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ପକ୍ଷରୁ ବାରମ୍ବାର ଟାର୍ଗେଟ୍‌ କରାଯାଉଛି। ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଦାବି କରୁଛନ୍ତି। କୁନ୍ଦୁଲି ପୀଡିତାଙ୍କ ପରିବାରକୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋମବାର ଭାଜପା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ଭାଜପା କର୍ମୀମାନେ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ପୂର୍ବାହ୍ନ ୧୧.୩୦ରେ ଦଳର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ରାମମନ୍ଦିରଠାରୁ ରାଲିରେ ବାହାରି ଶିଶୁଭବନ ଛକଦେଇ ଆଗକୁ ବଢିଥିଲେ। ଭାଜପାର ଅନ୍ୟଏକ ରାଲି ଭୁବନେଶ୍ୱର ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ପଲାଶପଲ୍ଲୀ ଠାରୁ ବାହାରି ଥିବାବେଳେ ଏୟାରପୋର୍ଟ ଛକଆଡୁ ଆସି ଯୁବମୋର୍ଚ୍ଚା କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ। ସେମାନଙ୍କୁ ରାସ୍ତାରେ ଅଟକାଇବାରେ ସଫଳ ହୋଇପାରି ନ ଥିଲା ପୋଲିସ। ଶେଷରେ ଭାଜପା କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା। ଅପରପକ୍ଷରେ ଭାଜପାର ଶୋଭାଯାତ୍ରା ସମ୍ପର୍କରେ ପୂର୍ବରୁ ପୋଲିସ କିପରି ସୂଚନା ପାଇପାରି ନ ଥିଲା ବୋଲି ଏବେ ପ୍ରଶ୍ନ ଉଠୁଛି। ଏ ନେଇ ଗୋଇନ୍ଦା ବିଭାଗ ରବିବାର ଠାରୁ ସୂଚନା ଦେଇସାରିଥିଲେ ସୁଦ୍ଧା ପୋଲିସ କାହିଁକି ଏହି ଘଟଣାକୁ ଅଣଦେଖା କଲା ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ପୋଲିସ ଗୋଇନ୍ଦା ଖବରକୁ ଅଣଦେଖା କରିବାରୁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି କୁହାଯାଉଛି।
କେବଳ ସେତିକି ନୁହେଁ ଭାଜପା ନେତା ଦିଲୀପ ମହାନ୍ତିଙ୍କ ସହ ଅନ୍ୟ ଦୁଇଜଣ କର୍ମୀ ସୋମବାର ସଚିବାଳୟ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ସଚିବାଳୟ ଦାୟିତ୍ୱରେ ଥିବା ପୋଲିସ ଏ ଖବର ମଧ୍ୟ ପାଇଥିଲା। ହେଲେ ଭାଜପା କର୍ମୀମାନେ ସଚିବାଳୟ ଗେଟ୍‌ ସମ୍ମୁଖରେ ପହଞ୍ଚତ୍ବାରେ ସକ୍ଷମ ଥିଲେ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଭାଜପାର ଏଭଳି କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କରିଛି ବିଜେଡି। ଏହି ଘଟଣାକୁ ନେଇ ଭାଜପା ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଶାସକ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ବର୍ଷ ଶେଷ ସୁଦ୍ଧା ସବୁ ଜିଲା ହେବ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ

ବର୍ଷ ଶେଷ ସୁଦ୍ଧା ସବୁ ଜିଲା ହେବ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲାକୁ ବାହ୍ୟ ମଳତ୍ୟାଗମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡା ଏବଂ ଦେଓଗଡ଼କୁ ବର୍ତ୍ତମାନସୁଦ୍ଧା ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ରାଜ୍ୟ ଭାଟ୍‌ କମାଇଲେ ତେଲ ଦର କମିବ: ଧର୍ମେନ୍ଦ୍ର

ରାଜ୍ୟ ଭାଟ୍‌ କମାଇଲେ ତେଲ ଦର କମିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷାରୋପ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୨% ଭାଟ ନେଉଥିବା ବେଳେ ଓଡ଼ିଶା ସରକାର ୨୬% ଲାଗୁ କରିଛନ୍ତି। ତେଣୁ ଭାଟ କମାଇଦେଲେ ତେଲ ଦର ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଛନ୍ତି।

ମାଲକାନଗିରି ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୫(ଡି.ଏନ୍‌.ଏ): ମାଲକାନଗିରି ଏସ.ପି ଜଗମୋହନ ମୀନାଙ୍କ ନିକଟରେ ଗୁରୁବାର ଜଣେ କୁଖ୍ୟାତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ କାଲିମେଳା ଥାନା ଅନ୍ତର୍ଗତ ପପୁଲୁର ପଞ୍ଚାୟତ ଏରାବେଟି ଗ୍ରାମର କେ.ଲକ୍ଷ୍ମୀ ଓରଫ ଶ୍ୱେତା ଓରଫ କୁମାରୀ।

ଟାଙ୍ଗୀ ଗଲା ୩ ରଥ ଚକ

ଟାଙ୍ଗୀ ଗଲା ୩ ରଥ ଚକ

ପୁରୀ ଅଫିସ,୨୪ା୫: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ବିରାଜିତ ତିନିରଥର ତିନୋଟି ଚକ ଗୁରୁବାର କଟକ ଜିଲା ଟାଙ୍ଗୀର ନିମାଇସାପୁର ଗ୍ରାମକୁ ଯାଇଛି। ସଂକୀର୍ତ୍ତନ ଶୋଭାଯାତ୍ରାରେ ନିମାଇସାପୁର ଗ୍ରାମବାସୀ ରଥ ଚକକୁ ସାଥୀରେ ନେଇଯାଇଛନ୍ତି ।

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ଖଇରା,୨୪।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନା ଠିକ୍‌ ଭାବେ ଚାଲିଛି କି ନାହିଁ ସେଥିପାଇଁ ସରକାରଙ୍କ ଅର୍ଥ ବିଭାଗ ତରଫରୁ ସ୍ବତନ୍ତ୍ର ଅଡିଟ କରାଯିବାକୁ ଜିଲାର ବିଭିନ୍ନ ବିଭାଗକୁ ଚିଠି ହୋଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଏହିି ଅଡିଟର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମିଷ୍ଟର ପରିଡା ନାମକ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ୭୮୭୩୬୦୫୯୩୩ ନମ୍ବର ଟେଲିଫୋନରୁ ଭୁବନେଶ୍ୱର ବିମାନବନ୍ଦର ଅଧିକାରୀଙ୍କୁ ବାରମ୍ବାର ଧମକ ଦେଉଛନ୍ତି। ସେ ବିମାନବନ୍ଦରରେ ବିସ୍ଫୋରଣ ଘଟାଇବେ ବୋଲି କହୁଛନ୍ତି। ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଜଣାଇବା ପରେ ଏୟାରଫିଲ୍‌ଡ଼ ଥାନା ଏହାର ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି ଆଇଜୀବୀମାନଙ୍କ କଲ୍ୟାଣ ପାଣ୍ଠିନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ରଘୁନାଥପୁର, ୨୪।୫(ଡି.ଏନ୍‌.ଏ.): ଭାଜପା ନେତୃତ୍ୱାଧୀନ ଛତିଶଗଡ଼ ସରକାରଙ୍କ ଓଡ଼ିଶା ପ୍ରତି ଅନ୍ୟାୟ ଚରମ ସୀମାରେ ପହଞ୍ଚିଛି। ଚିରସ୍ରୋତା ମହାନଦୀର ଜଳପ୍ରବାହକୁ ଛତିଶଗଡ଼ରେ ୨୨ଟି ବ୍ୟାରେଜ ନିର୍ମାଣ କରି ବନ୍ଦ କରି ଦିଆଯାଇଥିବାରୁ ଓଡ଼ିଶାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ତଳମୁଣ୍ଡରେ ପାଣିଟୋପାଏ ପାଇଁ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ର ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଓଡ଼ିଶା ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀ ଅନୁମୋଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଷ୍ଟକ୍‌ଚରକୁ ଘଟଗାଁ ବ୍ଲକର ଟିକିରା ଗ୍ରିଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବିରେ ଗୁରୁବାର ପାଟଣା ବିକାଶମଞ୍ଚ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବଜାର ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସମର୍ଥନ ମିଳିଛି।

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅତାବିରା, ୨୪।୫ (ଡି.ଏନ.ଏ)- ବରଗଡ ଜିଲା ଗୋଡଭଗା-ତୁରୁମ ୫୪ନମ୍ବର ରାଜ୍ୟ ରାଜପଥ ଦେଶଭଟିଲି- ଦେଶପର୍ଥଲା ମଝିରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭେଡେନ ଥାନା ତଥା ରୁଷୁଡା ଫାଣ୍ଡି ଅଧିନସ୍ଥ ଦେଶଭଟିଲି ଗ୍ରାମର ବିଷ୍ଣୁ ସେଣ (୪୦)।