ଖେଳ |

‘ମିଷ୍ଟର ଭୁବନେଶ୍ୱର’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା

‘ମିଷ୍ଟର ଭୁବନେଶ୍ୱର’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଭୁବନେଶ୍ୱର ଜିଲା ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ‘ମିଷ୍ଟର ଭୁବନେଶ୍ୱର’ ଅନୁଷ୍ଠିତ ହୋଇ ଯାଇଛି। ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଓ କ୍ଲବର ୫୫ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୦ ଓ ୧୧ ତାରିଖରେ ବ୍ରହ୍ମପୁରରେ ହେବାକୁଥିବା ‘ମିଷ୍ଟର ଓଡ଼ିଶା’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ୫୫ କେଜି ଓଜନ ବର୍ଗରେ ସିଦ୍ଧାନ୍ତ ସାମନ୍ତରାୟ, ଦେବେନ୍ଦ୍ର ମାଝି ଓ ରାଇମନ ନାୟକ ପ୍ରଥମ ତିନିସ୍ଥାନ ଅଧିକାର କରିଛନ୍ତି। ୬୦ କେଜି ବର୍ଗରେ ନାରାୟଣ ବାରିକ ପ୍ରଥମ, ସୋନୁ ଶ୍ରେଷ୍ଠ ଦ୍ୱିତୀୟ ଓ ବିଶ୍ୱଜିତ ନାୟକ ତୃତୀୟ ହୋଇଛନ୍ତି। ସେହିପରି ୬୫ କେଜିରେ ମଳୟ ବସନ୍ତ ପାଢ଼ୀ, ବସନ୍ତ ଆଲୋକ, ସୁବିନୟ ବାଜପେୟୀ, ୭୦ କେଜିରେ ପ୍ରମୋଦ କୁମାର ସ୍ବାଇଁ, ସଞ୍ଜୀପ ରାଉତ, ୭୫ କେଜିରେ ସଂଗ୍ରାମ ରାଉତ, ଅଭିଷେକ କର, ଅକ୍ଷୟ କୁମାର ନାୟକ, ୮୦ କେଜିରେ ରଶ୍ମିରଞ୍ଜନ ସାହୁ, ସତ୍ୟବ୍ରତ ମହାନ୍ତି, ଶିଶିର କୁମାର ବିଶ୍ୱାଳ, ୮୫ କେଜିରେ ଦିବାକର ପଣ୍ଡା, ସୂରଜ କୁମାର ସିଂ ଏବଂ ୯୦ କେଜିରେ ଚୁଟ୍‌କୁ ଦତ୍ତ ପ୍ରଥମରୁ ତିନି ସ୍ଥାନରେ ରହି କୃତିତ୍ୱ ଅର୍ଜନ କରିଥିଲେ। ବିଚାରକଭାବେ ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନ ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ରନାଥ ଗୌଡ଼, ରାଜ୍ୟ ବିଚାରକ ପ୍ରଫୁଲ୍ଲ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ। ଦିବାକର ପ୍ରହରାଜ, ବିନୋଦ କୁମାର ମହାରଣା, ବିବେକାନନ୍ଦ ବାରିକ ଷ୍ଟେଜ୍‌ ମାର୍ଶାଲ ଦାୟିତ୍ୱରେ ଥିଲେ। ଆସୋସିଏଶନ ମୁଖ୍ୟ ଉପଦେଷ୍ଟା ଡ.ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତା ଅବସରରେ ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ଜେନା, ଗୌତମ ବେହେରା, ଜାତୀୟ ବିଚାରକ ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଚିତ୍ତରଞ୍ଜନ ସ୍ବାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By

ଖେଳ |

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଲଣ୍ଡନ,୧୭।୭- ଇଂଲଣ୍ଡ ଓପନର ଜାସନ ରୟ ଆହତ ହେବା ପରେ ଇଂଲଣ୍ଡ ଦଳରେ ପରିିବର୍ତ୍ତନ ଦେଖାଦେଇଛି। ପ୍ରଥମେ ତାଙ୍କ ବଦଳରେ ଜେମ୍ସ ଭିନ୍ସିଙ୍କୁ ଦଳରେ ସ୍ଥାନ ମିଳିବା ପରେ ଏବେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭବେ ସାମ ବିଲିଙ୍ଗ୍‌ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଛି।

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଯୋଡ଼ା,୧୭।୭(ଡି.ଏନ.ଏ.): ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଜୁଲାଇ ୧୦ରୁ ୧୬ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ୪୨ ବର୍ଷ ସବ ଜୁନିୟର ବିଭାଗରେ ସେ ଉକ୍ତ ପଦକ ପାଇଛନ୍ତି।

କୁକ୍‌ଙ୍କ ଅପରାଜିତ ଶତକ

କୁକ୍‌ଙ୍କ ଅପରାଜିତ ଶତକ

ଓ୍ବସେଷ୍ଟର, ୧୭।୭(ପି.ଟି.)- ଆସନ୍ତା ମାସରୁ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଭିଜ୍ଞ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲ୍‌ଷ୍ଟର କୁକ୍‌ ଶତକ ହାସଲ କରି ଫର୍ମରେ ଥିବାର ସୂଚନା ଦେଇଛନ୍ତି।

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ଜମାନଙ୍କ ଶତକ: ପାକିସ୍ତାନ ବିଜୟୀ

ବୁଲାଓ୍ବାୟୋ, ୧୭।୭(ଏଏଫ୍‌ପି)- ଘରୋଇ ଜିମ୍ବାଓ୍ବେ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟ୍‌ରେ ଜିତିନେଇଛି। ପାକିସ୍ତାନ ଓପନର୍‌ ଫାଖର ଜମାନଙ୍କ ଅପରାଜିତ ଶତକ ମ୍ୟାଚ୍‌ର ଉଲ୍ଲେଖନୀୟ ଘଟଣା ରହିଥିଲା।

ଅନ୍ତର୍ଜାତୀୟ ଟାଏକୋଣ୍ଡୋରେ ଜ୍ୟୋତିଙ୍କ ସଫଳତା

ଅନ୍ତର୍ଜାତୀୟ ଟାଏକୋଣ୍ଡୋରେ ଜ୍ୟୋତିଙ୍କ ସଫଳତା

କଟକ ଅଫିସ, ୧୭।୭- ପଶ୍ଚିମବଙ୍ଗର ମାଲଦାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ରେ କଟକ ଝିଅ ଜ୍ୟୋତି ସାଇ କର ସଫଳତା ହାସଲ କରିଛନ୍ତି । ଜ୍ୟୋତି ବାଳିକା ୪୦କେଜି ବର୍ଗ ଉଭୟ ଟାଏକୋଣ୍ଡୋ ଓ ପୁମସେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ ।

ଦକ୍ଷିଣ ଏସିଆନ ଫୁଟବଲ ଟେନିସ୍‌ରେ ଓଡ଼ିଆଙ୍କ ସଫଳତା

ଦକ୍ଷିଣ ଏସିଆନ ଫୁଟବଲ ଟେନିସ୍‌ରେ ଓଡ଼ିଆଙ୍କ ସଫଳତା

କଟକ ଅଫିସ,୧୭ା୭-ନେପାଳର କାଠମାଣ୍ଡୁ ଠାରେ ଦକ୍ଷିଣ ଏସିଆନ ଫୁଟବଲ ଟେନିସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି । ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗର ସିଙ୍ଗିଲ୍ସ, ଡବଲ୍ସ ଓ ଟ୍ରିପଲ୍ସ ବିଭାଗରେ ଚାମ୍ପିୟନ ହୋଇଛି ।

ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହଂକଂ

ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହଂକଂ

ନୂଆଦିଲ୍ଲୀ, ୧୭।୭(ପି.ଟି.)- ଜାକର୍ତ୍ତାରେ ହେବାକୁ ଯାଉଥିବା ଏସିଆନ ଗେମ୍ସର ହକି ଇଭେଣ୍ଟ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ଶେଷ ହେବ। ପ୍ରତିଯୋଗିତାର ହକି ଇଭେଣ୍ଟ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି।

ବିଶ୍ୱକପ୍‌ ଷ୍ଟାରଙ୍କୁ ସମ୍ମାନ ଜଣାଇଲା

ବିଶ୍ୱକପ୍‌ ଷ୍ଟାରଙ୍କୁ ସମ୍ମାନ ଜଣାଇଲା

ଫ୍ରାନ୍ସପ୍ୟାରିସ, ୧୭ା୭ (ଏଏଫ୍‌ପି)-ପ୍ୟାରିସ ସହରର ୫ଟି ମେଟ୍ରୋ ଷ୍ଟେଶନର ସାମୟିକ ନାମକରଣ କରାଯାଇ ଫିଫା ବିଶ୍ୱକପ୍‌ ଟାଇଟଲ ବିଜୟୀ ହୋଇଥିବା ଫ୍ରାନ୍ସ ଫୁଟ୍‌ବଲ ଦଳକୁ ସମ୍ମାନ ଜଣାଇଛି ସେମାନଙ୍କ ଦେଶ।

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୧୬।୭(ପି.ଟି.)- ବ୍ରାଜିଲ ତାରକା ନେମାର ଜୁନିୟରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫-ଏ-ସାଇଡ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ୟ ସଂସ୍କରଣରେ ମୁମ୍ବାଇର ଜୋଗା ବୋନିଟୋ ଟିମ୍‌ ଭାରତ ପକ୍ଷରୁ ଅଂଶଗ୍ରହଣ କରିବ।

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଦୁବାଇ, ୧୬।୭(ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦୀନେଶ ଚାଣ୍ଡିମଲ, କୋଚ୍‌ ଚନ୍ଦ୍ରିକା ହାତୁରସିଂଘେ ଓ ମ୍ୟାନେଜର ଅସଙ୍କା ଗୁରୁସିହ୍ନାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ପ୍ୟାଙ୍ଗଚାଙ୍ଗ(ଦକ୍ଷିଣ କୋରିଆ), ୧୬।୭(ଏଏଫ୍‌ପି)- ନୋଭାକ ଜୋକୋଭିଚ୍‌ଙ୍କ ୪ର୍ଥ ଓ୍ବିମ୍ବେଲଡନ ଓପନ ଟାଇଟଲ ତାଙ୍କୁ ପୁଣି ଥରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦ ମଧ୍ୟରେ ସ୍ଥାନ ଆଣି ଦେଇଛି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ସର୍ବିଆ ଖେଳାଳି ଏବେ ୧୦ମ ସ୍ଥାନରେ ରହିଛନ୍ତି।

କୋରିଆ ମୁଖ୍ୟ ମୁନ,କିମ୍‌ଙ୍କୁ ଏସିଆନ୍‌ ଗେମ୍ସରୁ ନିମନ୍ତ୍ରଣ

ଜାକର୍ତ୍ତା,୧୬।୭(ଏଏଫ୍‌ପି)- ଉତ୍ତର ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆସନ୍ତା ମାସରେ ଇଣ୍ଡୋନେସିଆସ୍ଥିତ ଜାକର୍ତ୍ତାଠାରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।

Model This Week

ରୂପେଶ