ରାଜ୍ୟ |

କୁନ୍ଦୁଲି ତଦନ୍ତ କୋରାପୁଟରେ ଏନ୍‌ଏଚ୍‌ଆର୍‌ସି ଦଳ

କୁନ୍ଦୁଲି ତଦନ୍ତ କୋରାପୁଟରେ ଏନ୍‌ଏଚ୍‌ଆର୍‌ସି ଦଳ

କୋରାପୁଟ,୫।୨(ସ୍ବ.ପ୍ର/ଡ଼ି.ଏନ.ଏ) କୁନ୍ଦୁଲି ନାବାଳିକା ଗଣବଳାତ୍କାର ଓ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ସୋମବାର କୋରାପୁଟରେ ପହଞ୍ଚତ୍ଛନ୍ତି ୫ ଜଣିଆ ଜାତୀୟ ମାନବିକ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଦଳ । ଏନଏଚ ଆରସିର ଡିଏସ୍‌ପି ରବି ସିଂହଙ୍କ ନେତୃତ୍ବରେ ଲାଲ ବାହାର, ଅରୁଣ କୁମାର, ସ୍ନେହା ଯାଦବ ଓ କେ.ରାଜୁ ମଧ୍ୟାହ୍ନରେ କୋରାପୁଟ ସର୍କିଟ ହାଉସଠାରେ ପହଞ୍ଚତ୍ଥିଲେ। ସେଠାରେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭି.ଆର. ରାଓ, ଜିଲା ମାନବିକ ଅଧିକାର କମିଶନର ଡିଏସ୍‌ପି, କୋରାପୁଟ ମେଡିକାଲ କଲେଜରେ ପୀଡିତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଯଦି ଏହି ଘଟଣାରେ କୌଣସି ବ୍ୟକ୍ତି ଅଧିକ କିଛି ସୂଚନା ଦେବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ୮ ତାରିଖ ମଧ୍ୟରେ କୋରାପୁଟ ସର୍କିଟ ହାଉସ ଆସି ଆମକୁ ଜଣାଇପାରିବେ ବୋଲି ପ୍ରତିନିଧି ଦଳର ମୁଖ୍ୟ ଡିଏସ୍‌ପି ସିଂହ ବୈଠକରେ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳ ମଙ୍ଗଳବାର ଘଟଣାସ୍ଥଳ ଓ ପୀଡ଼ିତାଙ୍କ ଗ୍ରାମ ମୂଷାଗୁଡ଼ାକୁ ଯିବେ । ସେଠାରେ ପୀଡ଼ିତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିବେ । ୪ ଦିନ ଧରି କୋରାପୁଟରେ ରହଣି ସମୟରେ ଏହି ଦଳ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନି, ଜିଲା ଆରକ୍ଷୀ ଅଧୀକ୍ଷକ କନୱର ବିଶାଳ ସିଂ, ଡିଏସ୍‌ପି ମାନବିକ ଅଧିକାର କମିଶନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ , କୋରାପୁଟ ମେଡିକାଲ କଲେଜର ଡାକ୍ତର ଓ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିବା କାଯର୍‌ୟକ୍ରମ ରହିଛି ।

All Right Reserved By

Model This Week

ସୌମ୍ୟ

ରାଜ୍ୟ |

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ବାରିପଦା ଅଫିସ,୨୭।୫- ଏସସି,ଏସଟି ଆଟ୍ରୋସିଟି ଆକ୍ଟକୁ ଅଚଳ କରିବା ଏବଂ ସମ୍ବିଧାନର ୧୫ନମ୍ବର ଆର୍ଟିକିଲକୁ ଉଠାଇ ଦେବା ଲାଗି ଚକ୍ରାନ୍ତ ହେଉଥିବା ନେଇ ଆଦିବାସୀ ଇନ୍‌ଟେକଚୁଆଲ ଫୋରମର ବୈଠକରେ ଅଭିଯୋଗ କରାଯାଇଛି ।

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ହାଟଡିହୀ,୨୭।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନାଙ୍କ ଧର୍ମପତ୍ନୀ ମମତା ମଞ୍ଜରୀ ଜେନାଙ୍କ ରବିବାର ପରଲୋକ ଘଟିଛି।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୭।୫(ସ୍ବ.ପ୍ର)- ଏକ ଲୁଣ ବୋଝେଇ ଟ୍ରକରେ ମାଲକାନଗିରି ଜିଲାରୁ ମହାରାଷ୍ଟ୍ରର ନାସିକକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିମେଳା ଛକଠାରେ ଓର୍କେଲ ପୋଲିସ ଓ ନାର୍କୋଟିସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଚଢାଉ କରି ୧୫୯୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ସେମିଳିଗୁଡା,୨୭।୫(ସ୍ବ.ପ୍ର): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାତୁଆ ରେଲ ଷ୍ଟେସନ ନିକଟରେ ବିଶାଖାପାଟଣାରୁ କେରେଣ୍ଡୁଳ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ବନବିଭାଗ ଜବତ କରିଛି। କୋରାପୁଟ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବାଲଡା ରେଞ୍ଜର ସିକୁନ ଗୁଣ୍ଠା ସଦଳବଳ ପାତୁଅ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ତଲାସୀ କରିଥିଲେ। ମୋଟ ୯ଟି ପ୍ୟାକେଟରେ ୧୫୦ କେଜି ଚନ୍ଦନ କାଠ ଜବତ କରିଥିଲେ। ଚନ୍ଦନ କାଠ ମାଫିଆ ଧରା ପଡି ନଥିଲେ। ଏହି ଚନ୍ଦନ କାଠର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ଭଣ୍ଡାରିପୋଖରୀ,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁଲଣାଠାରେ ପୁରାତନ ଛାତ୍ରସଂଘ ପକ୍ଷରୁ ବିଶୋଳ କୁଲଣା ମୈତ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ରୂପ୍‌ସା,୨୭।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ନୁରୁଦ୍ଦିନ ଖାନ୍‌ ଏବଂ ଜହରୁଦ୍ଦିନ ଖାନ୍‌ଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ୩ଟି ବତକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।