ଖେଳ |

ରାଜ୍ୟ ପୋଲିସ ଆଥ୍‌ଲେଟିକ୍ସ ମିଟ୍‌ ଉଦ୍‌ଯାପିତ

ରାଜ୍ୟ ପୋଲିସ ଆଥ୍‌ଲେଟିକ୍ସ ମିଟ୍‌ ଉଦ୍‌ଯାପିତ
ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ୪ ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ର ୭୦ତମ ସଂସ୍କରଣ ସୋମବାର ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ଅନୁଷ୍ଠିତ ୧୦୦ ମିଟର ପୁରୁଷ ରେସ୍‌ରେ ୫ମ ଆଇଆର୍‌ ବାଟାଲିୟନ ବୌଦ୍ଧର ମଧୁସୂଦନ ଶବର ପ୍ରଥମ ସ୍ଥାନ ହାସଲ କରିଥିଲେ। ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକର ଏସ୍‌.ଏନ୍‌. ନାୟକ ଓ କମିଶନରେଟ ପୋଲିସ-ବି’ର ରାଜେନ୍ଦ୍ର ଟପ୍ପୋ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଥିଲେ। ଦ୍ରୁତତମ ପୁରୁଷ ଧାବକ ବିବେଚିତ ହୋଇଥିବା ମଧୁସୂଦନଙ୍କୁ ସୁଜୟ ମେମୋରିଆଲ ଟ୍ରଫି ସହ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ମହିଳା ୧୦୦ ମିଟର ବିଭାଗରେ ବରଗଡ଼ ଜିଲା ପୋଲିସର ଦମୟନ୍ତୀ ବାରିକ ପ୍ରଥମ ସ୍ଥାନ ହାସଲ କରି ଦ୍ରୁତତମ ମହିଳା ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଏଥିରେ କମିଶନରେଟ୍‌ ପୋଲିସ-ଏ’ର ବୋନିତା ଲାକ୍ରା ଓ ବାଲେଶ୍ୱରର ପୁଷ୍ପାଞ୍ଜଳି ମଲ୍ଲିକ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚାରି ଗୁଣନ ୪୦୦ ମିଟର ପୁରୁଷ ରିଲେରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକ ଏବଂ ମହିଳା ବର୍ଗରେ କମିଶନରେଟ୍‌-ଏ ଦଳ ସ୍ବର୍ଣ୍ଣପଦକ ଜିତିଥିଲେ। ପୁରୁଷ ମାରାଥନରେ ପ୍ରଥମ ଆଇଆର୍‌ ବାଟାଲିୟନ କୋରାପୁଟର ରୋହିତ କାରା, ମାଲକାନଗିରି ଜିଲା ପୋଲିସର ବୁଦ୍ରାବିଶି ନାଏକ ଓ ୪ର୍ଥ ଆଇଆର୍‌ ବାଟାଲିୟନ ଦେବଗଡ଼ର ଖତୁ ମୁଣ୍ଡା ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଅର୍ଜନ କରିବା ସହ ୧୦ ହଜାର, ୭.୫ ହଜାର ଓ ୫ ହଜାର ଟଙ୍କା ପୁରସ୍କାର ରାଶି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାଇଥିଲେ। ଜୟପୁର କ୍ରସ କଣ୍ଟ୍ରି କପ୍‌ ୪ର୍ଥ ଆଇଆର୍‌ ଦେବଗଡ଼ ଜିତିଥିଲା। ସେହିଭଳି ଓଏସ୍‌ଏପି ୨ୟ ବାଟାଲିୟନ ଝାରସୁଗୁଡ଼ାର ପି. ଛେତ୍ରୀ ଶ୍ରେଷ୍ଠ ଡେକାଥଲନ ଆଥ୍‌ଲେଟ୍‌ ପୁରସ୍କାର ବାବଦକୁ ହୁବାକ୍‌ ସିଲ୍ଡ ହାସଲ କରିଥିଲେ। ୧୦ ହଜାର ମିଟର ଓ ୫ ହଜାର ମିଟର ଦୌଡ଼ରେ ୮ମ ସ୍ପେଶାଲ ଆଇଆର୍‌, ଭଞ୍ଜନଗର ଅଶୋକ ଦଣ୍ଡସେନା ବାଜିମାତ୍‌ କରିଥିଲେ। ଉଭୟ ପୁରସ୍କାର ବାବଦକୁ ସେ ଯଥାକ୍ରମେ ବିଦ୍ୟାଧର ବେହେରା ମେମୋରିଆଲ ସିଲ୍ଡ ଓ ଶାନ୍ତିଲତା ମେମୋରିଆଲ ଟ୍ରଫି ହାସଲ କରିଥିଲେ। ୩ ହଜାର ମିଟର ଷ୍ଟିପଲଚେଜରେ ବୁନିପ ପ୍ରଧାନ (୬ଷ୍ଠ ଆଇଆର୍‌, ଖୋର୍ଦ୍ଧା) ସ୍ବର୍ଗତ ବୀର ରାଘବ ଦାସ ଟ୍ରଫି, ପ୍ରମିଜିଂ ଆଥ୍‌ଲେଟ୍‌ ପୁରସ୍କାର ବାବଦକୁ ମିତାଲି ମଲ୍ଲିକ (ଓଆଇଏସ୍‌ଏଫ୍‌, ଭୁବନେଶ୍ୱର) ସ୍ବର୍ଗତ ପ୍ରସନ୍ନ କୁମାର ପାଢ଼ୀ ଟ୍ରଫି, ଶ୍ରେଷ୍ଠ ଜିଲା ଟିମ୍‌ ବାବଦକୁ ରାଉରକେଲା ପୂର୍ଣ୍ଣଚନ୍ଦ୍ର ମୁର୍ମୁ ସିଲ୍ଡ, ଅଲ୍‌ରାଉଣ୍ଡ ପ୍ରଦର୍ଶନ ବାବଦକୁ ଓଏସ୍‌ଏପି ୮ମ ବାଟାଲିୟମ ଛତ୍ରପୁର ଦି ଗଭନର୍ସ କପ୍‌ ଜିତିଥିଲା। ଓଏସ୍‌ଏପି ୬ଷ୍ଠ ବାଟାଲିୟନ (କଟକ) ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ହୋଇ ପ୍ରିମିୟର ଚ୍ୟାଲେଞ୍ଜ ସିଲ୍ଡ ଜିତିବା ସହ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ହାସଲ କରିଥିଲା। ସେହିଭଳି ଓଏସ୍‌ଏପି ୪ର୍ଥ ବାଟାଲିୟନ (ରାଉରକେଲା) ଦଳଗ ଭାବେ ରନର୍ସଅପ୍‌ ହୋଇ ରାଜା ମାଣ୍ଡସା ଚ୍ୟାଲେଞ୍ଜ ସିଲ୍ଡ ସହ ୭ ହଜାର ୫୦୦ ଟଙ୍କା ପାଇଥିଲା। କମିଶନରେଟ୍‌-ଏ ଏବଂ ଓଆଇଏସ୍‌ଏଫ୍‌ (ଭୁବନେଶ୍ୱର) ଟିମ୍‌ ଯଥାକ୍ରମେ ମହିଳା ଦଳଗତ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଥିଲେ। ନୟାଗଡ଼ ଜିଲା ପୋଲିସର ସରସ୍ବତୀ ଚାନ୍ଦ ଓ ଓଆଇଏସ୍‌ଏଫ୍‌ ୬ଷ୍ଠ ବାଟାଲିୟନର କୌଶଲ୍ୟ କୁମାର ନାୟକ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ପୁରୁଷ ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଉଭୟ ସରସ୍ବତୀ ଓ କୌଶଲ୍ୟ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା। ମିଟ୍‌ରେ ଅମୀୟ କୁମାର ମହାନ୍ତ (ଟ୍ରିପଲ ଜମ୍ପ୍‌), କୌଶଲ୍ୟ କୁମାର ନାୟକ (୪୦୦ ମିଟର ହର୍ଡଲ୍ସ), ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକ (୪ ଗୁଣା ୧୦୦ ମିଟର) ଓ ରୀନା ବା (ଲଙ୍ଗ ଜମ୍ପ୍‌)ରେ ନୂତନ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେହିଭଳି ଜାତୀ\ୟଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଲାଗି ଭାରୋତ୍ତଳକ କେ. ରବିକୁମାର, ଧାବକ ବିଘ୍ନରାଜ ମିରିଡା, ଯୋଗରେ ଚନ୍ଦ୍ରକାନ୍ତ ବାରିକ, ରେସଲିଂ କ୍ଲଷ୍ଟରରେ ଅନୁପମା ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ସଫଳ ପ୍ରଦର୍ଶନ ଲାଗି କଳାହାଣ୍ଡି ଜିଲା ପୋଲିସର ମଧୁସ୍ମିତା ନାୟକ ଓ ୪ର୍ଥ ବାଟାଲିୟନ ରାଉରକେଲାର ଜିତନ କୁମାର ପ୍ରଧାନଙ୍କୁ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୋଶନ ପ୍ରଦାନ କରିଥିଲେ। ପ୍ରଥମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କ ପୁରସ୍କାର ରାଶିକୁ ବୃଦ୍ଧି କରି ଏଥର ଯଥାକ୍ରମେ ଏକ ହଜାର, ୭୫୦ ଓ ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଏଡିଜି ସତ୍ୟଜିତ୍‌ ମହାନ୍ତି ଓ ଆୟୋଜକ କମିଟି ସମ୍ପାଦକ ସଞ୍ଜୀବ ପଣ୍ଡା ଉପସ୍ଥିତ ରହିଥିଲେ। ପ୍ରଥମଥର ଲାଗି ଏହି ପୋଲିସ୍‌ ମିଟ୍‌କୁ ସିନ୍ଥେଟିକ୍‌ ଟ୍ରାକରେ ଆୟୋଜନ କରାଯାଇଥିଲା। ‘ବର୍ଷ ସାରା ସିନ୍ଥେଟିକ ସୁଯୋଗ ମିଳିଲେ ଆହୁରି ଉନ୍ନତ ପ୍ରଦର୍ଶନ କରିବି’ ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକର କୌଶଲ୍ୟ କୁମାର ନାୟକ ଶ୍ରେଷ୍ଠ ଆଥ୍‌ଲେଟ୍‌ ବିବେଚିତ ହୋଇଛନ୍ତି। କୌଶଲ୍ୟ ୪୦୦ ମିଟର ହର୍ଡଲ୍ସ, ୧୦୦ ମିଟର ଓ ୪୦୦ ମିଟର ରିଲେରେ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୪୦୦ ମିଟର ରେସ୍‌ରେ ୨ୟ ସ୍ଥାନ ହାସଲ କରିଥିଲେ। ଅଭ୍ୟାସ ଲାଗି କମାଣ୍ଡାଣ୍ଟ ଲିଙ୍ଗରାଜ ପରିଡ଼ା ଆମକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ, ଯାହା ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହେଲା ବୋଲି କୌଶଲ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିଭଳି ପ୍ରଥମଥର ଲାଗି ରାଜ୍ୟ ପୋଲିସ୍‌ ମିଟ୍‌ ଗ୍ରାସରୁ ସିନ୍ଥେଟିକ ଟ୍ରାକରେ ଆୟୋଜନ କରାଯିବା ନେଇ କୌଶଲ୍ୟ କହିଛନ୍ତି ଯଦି ବର୍ଷା ସାରା ଏଭଳି ସିନ୍ଥେଟିକ୍‌ ଟ୍ରାକର ସୁଯୋଗ ମିଳନ୍ତା ତେବେ ପ୍ରଦର୍ଶନରେ ଆହୁରି ଉନ୍ନତି ହୁଅନ୍ତା ବୋଲି ସେ କହିଛନ୍ତି।
All Right Reserved By

ଖେଳ |

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି।