ଖେଳ |

କଟକ, କମିଶନରେଟ୍‌ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ୪ ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ର ୭୦ତମ ସଂସ୍କରଣ ସୋମବାର ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ପୁରସ୍କାର ପ୍ରଦାନ କରିଥିଲେ।
ଉତ୍ସବରେ ଅନୁଷ୍ଠିତ ୧୦୦ ମିଟର ପୁରୁଷ ରେସ୍‌ରେ ୫ମ ଆଇଆର୍‌ ବାଟାଲିୟନ ବୌଦ୍ଧର ମଧୁସୂଦନ ଶବର ପ୍ରଥମ ସ୍ଥାନ ହାସଲ କରିଥିଲେ। ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକର ଏସ୍‌.ଏନ୍‌. ନାୟକ ଓ କମିଶନରେଟ ପୋଲିସ-ବି’ର ରାଜେନ୍ଦ୍ର ଟପ୍ପୋ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଥିଲେ। ଦ୍ରୁତତମ ପୁରୁଷ ଧାବକ ବିବେଚିତ ହୋଇଥିବା ମଧୁସୂଦନଙ୍କୁ ସୁଜୟ ମେମୋରିଆଲ ଟ୍ରଫି ସହ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ମହିଳା ୧୦୦ ମିଟର ବିଭାଗରେ ବରଗଡ଼ ଜିଲା ପୋଲିସର ଦମୟନ୍ତୀ ବାରିକ ପ୍ରଥମ ସ୍ଥାନ ହାସଲ କରି ଦ୍ରୁତତମ ମହିଳା ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଏଥିରେ କମିଶନରେଟ୍‌ ପୋଲିସ-ଏ’ର ବୋନିତା ଲାକ୍ରା ଓ ବାଲେଶ୍ୱରର ପୁଷ୍ପାଞ୍ଜଳି ମଲ୍ଲିକ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚାରି ଗୁଣନ ୪୦୦ ମିଟର ପୁରୁଷ ରିଲେରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକ ଏବଂ ମହିଳା ବର୍ଗରେ କମିଶନରେଟ୍‌-ଏ ଦଳ ସ୍ବର୍ଣ୍ଣପଦକ ଜିତିଥିଲେ। ପୁରୁଷ ମାରାଥନରେ ପ୍ରଥମ ଆଇଆର୍‌ ବାଟାଲିୟନ କୋରାପୁଟର ରୋହିତ କାରା, ମାଲକାନଗିରି ଜିଲା ପୋଲିସର ବୁଦ୍ରାବିଶି ନାଏକ ଓ ୪ର୍ଥ ଆଇଆର୍‌ ବାଟାଲିୟନ ଦେବଗଡ଼ର ଖତୁ ମୁଣ୍ଡା ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଅର୍ଜନ କରିବା ସହ ୧୦ ହଜାର, ୭.୫ ହଜାର ଓ ୫ ହଜାର ଟଙ୍କା ପୁରସ୍କାର ରାଶି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାଇଥିଲେ। ଜୟପୁର କ୍ରସ କଣ୍ଟ୍ରି କପ୍‌ ୪ର୍ଥ ଆଇଆର୍‌ ଦେବଗଡ଼ ଜିତିଥିଲା। ସେହିଭଳି ଓଏସ୍‌ଏପି ୨ୟ ବାଟାଲିୟନ ଝାରସୁଗୁଡ଼ାର ପି. ଛେତ୍ରୀ ଶ୍ରେଷ୍ଠ ଡେକାଥଲନ ଆଥ୍‌ଲେଟ୍‌ ପୁରସ୍କାର ବାବଦକୁ ହୁବାକ୍‌ ସିଲ୍ଡ ହାସଲ କରିଥିଲେ। ୧୦ ହଜାର ମିଟର ଓ ୫ ହଜାର ମିଟର ଦୌଡ଼ରେ ୮ମ ସ୍ପେଶାଲ ଆଇଆର୍‌, ଭଞ୍ଜନଗର ଅଶୋକ ଦଣ୍ଡସେନା ବାଜିମାତ୍‌ କରିଥିଲେ। ଉଭୟ ପୁରସ୍କାର ବାବଦକୁ ସେ ଯଥାକ୍ରମେ ବିଦ୍ୟାଧର ବେହେରା ମେମୋରିଆଲ ସିଲ୍ଡ ଓ ଶାନ୍ତିଲତା ମେମୋରିଆଲ ଟ୍ରଫି ହାସଲ କରିଥିଲେ। ୩ ହଜାର ମିଟର ଷ୍ଟିପଲଚେଜରେ ବୁନିପ ପ୍ରଧାନ (୬ଷ୍ଠ ଆଇଆର୍‌, ଖୋର୍ଦ୍ଧା) ସ୍ବର୍ଗତ ବୀର ରାଘବ ଦାସ ଟ୍ରଫି, ପ୍ରମିଜିଂ ଆଥ୍‌ଲେଟ୍‌ ପୁରସ୍କାର ବାବଦକୁ ମିତାଲି ମଲ୍ଲିକ (ଓଆଇଏସ୍‌ଏଫ୍‌, ଭୁବନେଶ୍ୱର) ସ୍ବର୍ଗତ ପ୍ରସନ୍ନ କୁମାର ପାଢ଼ୀ ଟ୍ରଫି, ଶ୍ରେଷ୍ଠ ଜିଲା ଟିମ୍‌ ବାବଦକୁ ରାଉରକେଲା ପୂର୍ଣ୍ଣଚନ୍ଦ୍ର ମୁର୍ମୁ ସିଲ୍ଡ, ଅଲ୍‌ରାଉଣ୍ଡ ପ୍ରଦର୍ଶନ ବାବଦକୁ ଓଏସ୍‌ଏପି ୮ମ ବାଟାଲିୟମ ଛତ୍ରପୁର ଦି ଗଭନର୍ସ କପ୍‌ ଜିତିଥିଲା। ଓଏସ୍‌ଏପି ୬ଷ୍ଠ ବାଟାଲିୟନ (କଟକ) ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ହୋଇ ପ୍ରିମିୟର ଚ୍ୟାଲେଞ୍ଜ ସିଲ୍ଡ ଜିତିବା ସହ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ହାସଲ କରିଥିଲା। ସେହିଭଳି ଓଏସ୍‌ଏପି ୪ର୍ଥ ବାଟାଲିୟନ (ରାଉରକେଲା) ଦଳଗ ଭାବେ ରନର୍ସଅପ୍‌ ହୋଇ ରାଜା ମାଣ୍ଡସା ଚ୍ୟାଲେଞ୍ଜ ସିଲ୍ଡ ସହ ୭ ହଜାର ୫୦୦ ଟଙ୍କା ପାଇଥିଲା। କମିଶନରେଟ୍‌-ଏ ଏବଂ ଓଆଇଏସ୍‌ଏଫ୍‌ (ଭୁବନେଶ୍ୱର) ଟିମ୍‌ ଯଥାକ୍ରମେ ମହିଳା ଦଳଗତ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଥିଲେ। ନୟାଗଡ଼ ଜିଲା ପୋଲିସର ସରସ୍ବତୀ ଚାନ୍ଦ ଓ ଓଆଇଏସ୍‌ଏଫ୍‌ ୬ଷ୍ଠ ବାଟାଲିୟନର କୌଶଲ୍ୟ କୁମାର ନାୟକ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ପୁରୁଷ ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଉଭୟ ସରସ୍ବତୀ ଓ କୌଶଲ୍ୟ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା।
ମିଟ୍‌ରେ ଅମୀୟ କୁମାର ମହାନ୍ତ (ଟ୍ରିପଲ ଜମ୍ପ୍‌), କୌଶଲ୍ୟ କୁମାର ନାୟକ (୪୦୦ ମିଟର ହର୍ଡଲ୍ସ), ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକ (୪ ଗୁଣା ୧୦୦ ମିଟର) ଓ ରୀନା ବା (ଲଙ୍ଗ ଜମ୍ପ୍‌)ରେ ନୂତନ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେହିଭଳି ଜାତୀ\ୟଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଲାଗି ଭାରୋତ୍ତଳକ କେ. ରବିକୁମାର, ଧାବକ ବିଘ୍ନରାଜ ମିରିଡା, ଯୋଗରେ ଚନ୍ଦ୍ରକାନ୍ତ ବାରିକ, ରେସଲିଂ କ୍ଲଷ୍ଟରରେ ଅନୁପମା ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ସଫଳ ପ୍ରଦର୍ଶନ ଲାଗି କଳାହାଣ୍ଡି ଜିଲା ପୋଲିସର ମଧୁସ୍ମିତା ନାୟକ ଓ ୪ର୍ଥ ବାଟାଲିୟନ ରାଉରକେଲାର ଜିତନ କୁମାର ପ୍ରଧାନଙ୍କୁ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୋଶନ ପ୍ରଦାନ କରିଥିଲେ। ପ୍ରଥମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କ ପୁରସ୍କାର ରାଶିକୁ ବୃଦ୍ଧି କରି ଏଥର ଯଥାକ୍ରମେ ଏକ ହଜାର, ୭୫୦ ଓ ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଏଡିଜି ସତ୍ୟଜିତ୍‌ ମହାନ୍ତି ଓ ଆୟୋଜକ କମିଟି ସମ୍ପାଦକ ସଞ୍ଜୀବ ପଣ୍ଡା ଉପସ୍ଥିତ ରହିଥିଲେ। ପ୍ରଥମଥର ଲାଗି ଏହି ପୋଲିସ୍‌ ମିଟ୍‌କୁ ସିନ୍ଥେଟିକ୍‌ ଟ୍ରାକରେ ଆୟୋଜନ କରାଯାଇଥିଲା।

‘ବର୍ଷ ସାରା ସିନ୍ଥେଟିକ ସୁଯୋଗ ମିଳିଲେ ଆହୁରି ଉନ୍ନତ ପ୍ରଦର୍ଶନ କରିବି’
ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନ କଟକର କୌଶଲ୍ୟ କୁମାର ନାୟକ ଶ୍ରେଷ୍ଠ ଆଥ୍‌ଲେଟ୍‌ ବିବେଚିତ ହୋଇଛନ୍ତି। କୌଶଲ୍ୟ ୪୦୦ ମିଟର ହର୍ଡଲ୍ସ, ୧୦୦ ମିଟର ଓ ୪୦୦ ମିଟର ରିଲେରେ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୪୦୦ ମିଟର ରେସ୍‌ରେ ୨ୟ ସ୍ଥାନ ହାସଲ କରିଥିଲେ। ଅଭ୍ୟାସ ଲାଗି କମାଣ୍ଡାଣ୍ଟ ଲିଙ୍ଗରାଜ ପରିଡ଼ା ଆମକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ, ଯାହା ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହେଲା ବୋଲି କୌଶଲ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିଭଳି ପ୍ରଥମଥର ଲାଗି ରାଜ୍ୟ ପୋଲିସ୍‌ ମିଟ୍‌ ଗ୍ରାସରୁ ସିନ୍ଥେଟିକ ଟ୍ରାକରେ ଆୟୋଜନ କରାଯିବା ନେଇ କୌଶଲ୍ୟ କହିଛନ୍ତି ଯଦି ବର୍ଷା ସାରା ଏଭଳି ସିନ୍ଥେଟିକ୍‌ ଟ୍ରାକର ସୁଯୋଗ ମିଳନ୍ତା ତେବେ ପ୍ରଦର୍ଶନରେ ଆହୁରି ଉନ୍ନତି ହୁଅନ୍ତା ବୋଲି ସେ କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ଖେଳ |

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

କଲିକତା,୨୬।୫- ନିକଟରେ ଆଫଗାନିସ୍ତାନ କ୍ରିକେଟ ମ୍ୟାଚ୍‌ବେଳେ ଷ୍ଟାଡିୟମ୍‌ରେ ଘଟିଥିବା ବିସ୍ଫୋରଣରେ ୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ପାଇଁ ସନରାଇର୍ଜ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ରସିଦ ଖାଁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କରିଛନ୍ତି।

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ନୂଆଦିଲ୍ଲୀ,୨୬।୫- ଜାତୀୟ ରେଶଲିଂ ଶିବିରରେ ଗୀତା, ରିତୁ ଓ ସଙ୍ଗୀତା ଫୋଗତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି। କିନ୍ତୁ ବବିତା ଫୋଗତଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ବାସନ୍ଦ କରାଯାଇଛି।

ଚଳିତ ଆଇପିଏଲ୍‌ରେ ଇଡେନ ଗାର୍ଡେନ ଶ୍ରେଷ୍ଠ ଗ୍ରାଉଣ୍ଡ

କଲିକତା,୨୬।୫(ପି.ଟି.)- କଲିକତା ନାଇଟ ରାଇଡର୍ସ (କେକେଆର) ଦଳ ଚଳିତ ଆଇପିଏଲ୍‌ରେ ଅଭିଯାନ ଶେଷ କରିସାରିଛି। କିନ୍ତୁ ଏହାର ହୋମ ଭେନ୍ୟୁକୁ ଚଳିତ ଆଇପିଏଲର ଶ୍ରେଷ୍ଠ ଗ୍ରାଉଣ୍ଡ ମାନ୍ୟତା ମିଳିଛି। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟୁଇଟରରେ ପ୍ରକାଶ କରି ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ,୨୬।୫(ପି.ଟି.)- ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଚଳିତ ମାସ ୨୮ରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସିନିୟର ମହିଳା ହକି ଶିବିରରେ ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ଦେବା ପାଇଁ ଘୋଷିତ ୪୮ ଜଣ ଖେଳାଳିଙ୍କ ତାଲିକାରେ ୬ ଓଡ଼ିଆଙ୍କ ନାମ ରହିଛି।

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

ନୂଆଦିଲ୍ଲୀ,୨୬।୫- ଆର୍ବାହମ ବେଞ୍ଜାମିନ ଡିଭିଲର୍ସ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଅବସର କ୍ରିକେଟ ପାଇଁ ଏକ ବଡ଼ କ୍ଷତି ଥିବା କହିଛନ୍ତି ଭାରତୀୟ ଦଳର ପ୍ରାକ୍ତନ କୋଚ୍‌ ଅନୀଲ କୁମ୍ବଲେ।

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଲଣ୍ଡନ,୨୬।୫- ଚଳିତ ଇଂଲଣ୍ଡ ବିପକ୍ଷ ଗସ୍ତରୁ ପାକିସ୍ତାନ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜାମ ବାଦ୍‌ ପଡ଼ିଛନ୍ତି। ଲଡର୍‌ସଠାରେ ଚାଲିଥିବା ଟେଷ୍ଟର ୨ୟ ଦିବସରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ଆଣ୍ଟାଲ୍ୟା,୨୬।୫(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୨ୟ ପର୍ଯ୍ୟାୟରେ ଭାରତ ଡବଲ ପଦକ ସହ ଅଭିଯାନ ଆରମ୍ଭ କରିଛି। ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ଓ ଜ୍ୟୋତିଙ୍କୁ ନେଇ ଗଠିତ ମିକ୍ସଡ୍‌ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।