ସମ୍ପାଦକୀୟ |

ସମ୍ପାଦକୀୟ/ ଚୟନାତ୍ମକ ସ୍ବାଧୀନତା

ସମ୍ପାଦକୀୟ/ ଚୟନାତ୍ମକ ସ୍ବାଧୀନତା
ଭାରତ ଜନସଂଖ୍ୟାର ୬୦ରୁ ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ତେବେ ଯେଉଁମାନେ ଆନୁଷ୍ଠାନୀକରଣ ବା ବୈଧୀକରଣ, ସହରୀକରଣ ଏବଂ ଉଦ୍ୟୋଗୀକରଣ ବିଷୟରେ ପ୍ରଚାର କରୁଛନ୍ତି, ସେମାନେ ଚିତ୍କାର କଲେଣି ଯେ କୃଷି ଲୋକଙ୍କ ଉପରେ ବୋଝ ସଦୃଶ ଉଭା ହୋଇଛି । ସେମାନଙ୍କ ମତରେ ଜମି ଟୁକୁରା ଟୁକୁରା ହୋଇଯାଉଥିବାରୁ ଏହାର ମାଲିକମାନେ କୃଷିକୁ ଜୀବିକା କରି ଚଳିବା କଷ୍ଟକର ହୋଇପଡ଼ୁଛି । ସେମାନଙ୍କ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଚାଷର ଅବଦାନ ମାତ୍ର ୧୫ ପ୍ରତିଶତ। ସାରାଂଶ ହେଉଛି, କୃଷି ସହ ଜଡ଼ିତ ବୃହତ୍‌ ଜନସଂଖ୍ୟାକୁ ଚାଷ କାର୍ଯ୍ୟରୁ ହଟାଇ ବିକଳ୍ପ କର୍ମସଂସ୍ଥାନରେ ନିୟୋଜିତ କରିବା। ଉପରଠାଉରିଆ ଭାବେ ଏହି ଯୁକ୍ତି ଶୁଣିବାକୁ ଭଲ ଲାଗୁଛି। ଇତିହାସ ଦେଖିଲେ କାମ୍ବୋଡିଆର ପୂର୍ବତନ ପ୍ରଧାନମନ୍ତ୍ରୀ ପଲ୍‌ ପଟ୍‌ଙ୍କ ନେତୃତ୍ୱାଧୀନ ଖାଇମର ରୌଗ୍‌ ବାମପନ୍ଥୀ ସରକାର (୧୯୭୬ରୁ ୧୯୭୯) ଅମଳରେ ୧୫ ଲକ୍ଷରୁ ୨୦ ଲକ୍ଷ ଲୋକ ଅନାହାର, ଫାଶୀ ପାଇବା, ରୋଗ ଓ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ମୃତ୍ୟୁମୁଖରେ ପଡ଼ିଥିଲେ। ଭାରତରେ ଏପର୍ଯ୍ୟନ୍ତ ସେଭଳି ବିଷମ ସ୍ଥିତି ଦେଖାଦେଇ ନାହିଁ। ତଥାପି ପରିସ୍ଥିତି ଉପୁଜିଲେ ଚାଷୀଙ୍କୁ ବାଣୀ ଶୁଣାଉଥିବା ବ୍ୟକ୍ତିଙ୍କୁ ନିଜ କର୍ମକ୍ଷେତ୍ର ଛାଡ଼ି ଗାଁକୁ ଯାଇ ଯଦି ଚାଷ କରିବାକୁ କୁହାଯାଏ, ତାହାହେଲେ ସେମାନେ କରିବେ କ’ଣ? ହୁଏତ ଏଭଳି ବ୍ୟକ୍ତି କହିପାରନ୍ତି ଯେ, ସେଭଳି ପରିସ୍ଥିତି ସେମାନଙ୍କ ଜୀବନକାଳରେ ଆସିବ ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଅନ୍ୟ ଦେଶକୁ ଯାଇ ନୂଆ ଜାତୀୟତା ଗ୍ରହଣ ପାଇଁ ମଧ୍ୟ ପଛାଇବେ ନାହିଁ। ଅବଶ୍ୟ ଅଧିକାଂଶ ଭାରତୀୟଙ୍କ ପାଖରେ ଏଭଳି ସୁଯୋଗ ନାହିଁ। ଯେଉଁ ମୁହୂର୍ତ୍ତରେ ଜିଡିପିକୁ କମ୍‌ ଅବଦାନ ଦେଉଥିବା ଏହି ଗରିବ ଚାଷୀ ସେମାନଙ୍କ କାର୍ଯ୍ୟରୁ ଓହରିଯିବେ, ସେହି ସମୟରୁ ଭାରତକୁ ଏକ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନା କରିବାକୁ ପଡ଼ିବ। ତୈଳ ଆମଦାନୀ କରି ଭାରତ ପର୍ଯ୍ୟାପ୍ତ ଅର୍ଥ ବୋଝ ମୁଣ୍ଡାଇ ଚାଲିଛି। ଏଭଳି ସ୍ଥଳେ ଯଦିବା ଭାରତକୁ ତା’ର ଅଧା ଜନସଂଖ୍ୟା ଲାଗି ଖାଦ୍ୟ ଆମଦାନୀ କରିବାକୁ ପଡ଼େ, ତାହାହେଲେ ଏହି ଦେଶର ଅର୍ଥନୀତିରେ ଯେ କି ଅବସ୍ଥା ହେବ ତାହା ଅନୁମେୟ। ଏହା ହେଲେ ପରିବର୍ତ୍ତନ ବିଷୟରେ ବଡ଼ବଡ଼ କଥା କହୁଥିବା ଏହି ବୁଦ୍ଧିଜୀବୀମାନେ ସେମାନଙ୍କ ଦାମୀ ଗାଡ଼ିରେ କେଉଁ ବିଳାସପୂର୍ଣ୍ଣ ହୋଟେଲ ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବେ ତାହା ଦେଖିବାକୁ ହେବ। କ୍ଷୁଧା ଜର୍ଜରିତ ଉତ୍ତ୍ୟକ୍ତ ଲୋକେ ହୋଟେଲ ସାମ୍ନାରେ ରଖାଯାଇଥିବା ସେମାନଙ୍କ ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ କେତେବେଳେ ଯେ ଭାଙ୍ଗିଦେବେ କହି ହେବ ନାହିଁ। ଭାରତରେ ଏଭଳି ଏକ ସ୍ଥିତି ଉପୁଜିବା ଅସମ୍ଭବ ନୁହେଁ ବୋଲି ଧରିନେବାକୁ ହେବ। ନିକଟ ଅତୀତରେ କେବଳ ସବ୍‌-ସାହାରା ନୁହେଁ, ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମନକୁ ଆସୁଥିବା ଆଉ ଏକ ପ୍ରଶ୍ନ ହେଉଛି, ଭାରତର କୃଷି କ୍ଷେତ୍ରରେ ଜିଡିପି ପରିମାପର ମାନଦଣ୍ଡ ସ୍ଥିର ଲାଗି ସରକାର କେଉଁ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଭଳି ଲକ୍ଷ ଲକ୍ଷ ପରିବାର ଅଛନ୍ତି, ଯେଉଁମାନେ କେବଳ ନିଜ ପାଇଁ ଖାଦ୍ୟ ଅମଳ କରନ୍ତି; ହେଲେ ଶସ୍ୟକୁ ମଣ୍ଡିରେ ବିକନ୍ତି ନାହିଁ। ଏପରି କରୁଥିବା କିଛି ପରିବାରକୁ ଆମ ମଧ୍ୟରୁ ଅନେକେ ବ୍ୟକ୍ତିଗତ ଭାବେ ଜାଣିଛେ। ସେହି ପରିବାରଗୁଡ଼ିକ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ସ୍ତ୍ରୀ ଦୋକାନ ଖୋଲିବା, ପୁଅ ଟ୍ୟାକ୍ସି ଚଳାଇବା କିମ୍ବା ସକାଳେ ଖବରକାଗଜ ବିକିବାରେ ନିୟୋଜିତ ହୁଅନ୍ତି। ଅଧିକନ୍ତୁ ପରିବାରର ଆଉ କେତେକ ସଦସ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରିଥାନ୍ତି। ଏହି ଲୋକଙ୍କ ଆୟକୁ ଆମ ଅତି ଚତୁର ପରିସଂଖ୍ୟାନ ବ୍ୟବସ୍ଥାରେ କିପରି ହିସାବକୁ ନିଆଯିବ ତାହା ଏକ ବଡ଼ ପ୍ରଶ୍ନ। ଦେଖିବାକୁ ଗଲେ ଏହି ବିଶାଳ ଦେଶରେ ଲକ୍ଷ ଲକ୍ଷ ପରିବାର ଅଛନ୍ତି, ଯେଉଁମାନଙ୍କ ପାଖରେ ଆନୁଷ୍ଠାନିକ ଉପାର୍ଜନର ପନ୍ଥା ନାହିଁ। ଏମାନଙ୍କ ପାଖକୁ କୌଣସି ଗୋଟିଏ ବି ସରକାରୀ ଯୋଜନାର ସୁବିଧା ପହଞ୍ଚତ୍ପାରୁ ନାହିଁ। ପରୋକ୍ଷରେ ଏମାନେ ଦାରିଦ୍ର୍ୟ ସୀମାରେଖା ଉପରେ (ଏପିଏଲ୍‌) ରହିଯାଉଛନ୍ତି। ବାସ୍ତବରେ ଏପିଏଲ୍‌-ବିପିଏଲ୍‌ ସଂଜ୍ଞା ଠିକ୍‌ ଭାବେ ନିରୂପଣ ହୋଇପାରୁ ନ ଥିବାରୁ ଗରିବ ଜାଣିବା କଷ୍ଟକର ହୋଇପଡ଼ୁଛି। ଆଧାର ପାଇଁ ଓକିଲାତି କରୁଥିବା ବ୍ୟକ୍ତିମାନେ ଏହି ବାସ୍ତବତା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। କୋଟି କୋଟି ଟଙ୍କା ବ୍ୟୟରେ ବଡ଼ ବଡ଼ ଯୋଜନା କାର୍ଯ୍ୟକାରୀ କରାଯାଉଥିବା କୁହାଯାଉଛି। ହେଲେ ଏହାର ସୁଫଳ ମିଳୁନାହିଁ। ଉଦାହରଣ ସ୍ବରୂପ, ସରକାରଙ୍କ ଦକ୍ଷତା ବିକାଶ ପଦକ୍ଷେପ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିଓ୍ବାଇ)କୁ ନିଆଯାଇପାରେ। ଏହା ଏବେ ବିକେନ୍ଦ୍ରୀକରଣ ହୋଇଛି ଏବଂ ପାଣ୍ଠିଗୁଡ଼ିକୁ ରାଜ୍ୟ ଦକ୍ଷତା ବିକାଶ ମିଶନ ଜରିଆରେ ବ୍ୟୟ କରାଯାଉଛି। ହେଲେ ସାରା ଦେଶରେ ତାଲିମ ସେବା ପ୍ରଦାନକାରୀମାନଙ୍କୁ ୨୦୧୭ ଅଗଷ୍ଟ-ସେପ୍ଟେମ୍ବରରୁ ଅର୍ଥ ମିଳି ନାହିଁ। କେତୋଟି ବଡ଼ ପ୍ରଶିକ୍ଷଣ ସଂସ୍ଥାକୁ ଛାଡ଼ିଦେଲେ ଅଧିକାଂଶ ଛୋଟ କମ୍ପାନୀ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛନ୍ତି। ଦୂରଦୃଷ୍ଟି ଅଭାବରୁ ରାଜ୍ୟର ମିଶନଗୁଡ଼ିକ ମୁଖ୍ୟତଃ ପାଣିପାଇପ୍‌, ରାଜମିସ୍ତ୍ରି ଓ ଅନ୍ୟ ନିମ୍ନ ଆୟକାରୀ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି। ଆତିଥ୍ୟ କ୍ଷେତ୍ରକୁ ବିଶେଷ ପ୍ରୋତ୍ସାହନ ମିଳିନାହିଁ। ଅନ୍ୟପକ୍ଷରେ ରେକଗ୍‌୍‌ନିଶନ ଅଫ୍‌ ପ୍ରାୟର ଲର୍ନିଂ (ଆର୍‌ପିଏଲ୍‌) ଯୋଜନା ଅଦ୍ୟାବଧି ଉନ୍ନତ ହୋଇପାରି ନାହିଁ। ପ୍ରଶିକ୍ଷଣ ବ୍ୟବସ୍ଥାରେ ନୀତି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଯୋଜନା ପ୍ରଣୟନକାରୀ ଜାଣିଥିଲେ ମଧ୍ୟ ତାହା ଉପରେ ଦୃଷ୍ଟି ଦିଆଯାଉ ନାହିଁ। ଏଠାରେ ଆଧାରର ନକାରାତ୍ମକ ଦିଗ ବିଷୟରେ ଅବତାରଣା କରାଯାଇପାରେ। ଏହା ଏଭଳି ଏକ ଅସ୍ତ୍ର, ଯାହାକୁ ବୈଧୀକରଣ ପାଇଁ କୋଳାହଳ କରୁଥିବା ଲୋକେ ବ୍ୟବହାର କରିବେ। କେତେକ ପରିବାର ସହରୀ ପରିବେଶକୁ ଯାଇ ନୂଆ ସାମାଜିକ ଧାରାରେ ନିଜକୁ ଖାପ ଖୁଆଇବାକୁ ବାଧ୍ୟ ହେବେ। ସେହି ନୂଆ ସାମାଜିକ ଧାରାକୁ ଶକ୍ତିଶାଳୀ କରିବା ସକାଶେ ବୃହତ୍‌ ଜନସଂଖ୍ୟାକୁ ଦାସରେ ପରିଣତ କରିବାର ଉଦ୍ୟମ ଚାଲିଛି। ଏମାନଙ୍କ ଉପରେ ନଜର ରଖିବା ପାଇଁ ଆଧାର ଭଳି ବ୍ୟବସ୍ଥା ବ୍ୟବହୃତ ହେବ। ଏଥିରୁ ବୁଝିବାକୁ ହେବ ବ୍ୟବସ୍ଥାରେ କେତେ ଜଣ ମୁନିବ ରହିବେ, ଅବଶିଷ୍ଟ ହେବେ ଚାକର। ମୁନିବମାନେ ଚାହାନ୍ତି ଖାଦ୍ୟ ଉତ୍ପାଦନ ହ୍ରାସ ପାଉ। ଖାଦ୍ୟ ଯୋଗାଣକୁ ନିୟନ୍ତ୍ରଣ କରାଯାଇପାରିଲେ ସବୁ ଭାରତୀୟଙ୍କୁ ଆୟତ୍ତରେ ରଖାଯାଇପାରିବ। ଏପରି ହେଲେ କେତେ ଜଣ ହାତଗଣତି ମୁନିବ ସ୍ବାଧୀନତାକୁ ଉପଭୋଗ କରିବେ।
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...