Dharitri News
ସମ୍ବଲପୁର

ବୁଲେଟ୍‌ ଗର୍ଲ ସୁକୁମୁନି, ସୁବନ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ବୁଲେଟ୍‌ ଗର୍ଲ ସୁକୁମୁନି, ସୁବନ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମାନେଶ୍ୱର, ୫।୨ (ବ୍ୟୁରୋ)-ବିଏସ୍‌ଏଫରେ କାର୍ଯ୍ୟରତ ସମ୍ବଲପୁର ଜିଲା ଠେମରା ଗ୍ରାମ ଡୁଙ୍ଗୁରୀପଡାର ଦୁଇ ଭଉଣୀ ସୁକୁମନି ଖଡିଆ ଓ ସୁବନ୍ତି ଖଡିଆଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି।, ଫୁଲତୋଡା, ଉତ୍ତରୀୟ ଓ ତାରକସିର କୋଣାର୍କ ଚକ୍ର ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେ ଦୁହିଁଙ୍କୁ ଆଶୀର୍ବାଦ କରିବା ସହ ଆଗକୁ ବଢିବା ଓ ରାଜ୍ୟର ସୁନାମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ହାତରୁ ସମ୍ବର୍ଦ୍ଧିତ ହୋଇ ଦୁଇ ଭଉଣୀ ନିଜକୁ ଭାଗ୍ୟବତୀ ମନେ କରିଛନ୍ତି। ଆଗରୁ ସେ ଦୁହେଁ ନବୀନଙ୍କୁ ଟିଭି ପରଦାରେ ଦେଖିଥିଲେ। ହେଲେ ଏବେ ତାଙ୍କ ହାତରୁ ସମ୍ବର୍ଦ୍ଧିତ ହେବା ସ୍ବପ୍ନ ଲାଗୁଛି ବୋଲି କହିଛନ୍ତି। ସେହିଭଳି ସେମାନଙ୍କ ସବୁ ସଫଳତା ପଛରେ ପରିବାର ବର୍ଗ ରହିଛନ୍ତି। ଏଣୁ ସବୁ ଶ୍ରେୟ ପରିବାରର। ମନ ଦୁର୍ବଳ ରହିଲେ ସବୁ ଦୁର୍ବଳ ହେବ। ତେଣୁ ପ୍ରତିଟି ଝିଅ ଦୃଢ ମନୋବଳ ରଖିଲେ ନିଶ୍ଚୟ ସଫଳ ମିଳିବ। ଆଜି ସବୁ କ୍ଷେତ୍ରରେ ପୁଅ ଝିଅ ସମାନ। ଏକା ସାଥିରେ କାମ କରୁଛନ୍ତି । ସୀମାରେ କାମ କଲା ସମୟରେ ପୁଅ ଝିଅ ପାର୍ଥକ୍ୟ ନ ଥାଏ ବୋଲି ଦୁଇ ଭଉଣୀ କହିଛନ୍ତି। ଗତ ଜାନୁୟାରୀ ୨୬ ତାରିଖରେ ଦିଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏ ଦୁଇ ଭଉଣୀ ଭଗ ନେଇଥିଲେ। ବିଏସ୍‌ଏଫର ଏକ ଟିମ୍‌ ବାଇକ୍‌ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲା। ଏ ଦୁଇ ଭଉଣୀ ସେଥିରେ ସାମିଲ ହୋଇ ବୁଲେଟ ଉପରେ ଦୁଃସାହସିକ ଷ୍ଟଣ୍ଟ ଦେଖାଇ ଥିଲେ। ଏଥିପାଇଁ ମାତ୍ର ୨୫ ଦିନ ଅଭ୍ୟାସ କରିବାକୁ ପଡିଥିଲା। ଏବେ ଏ ଦୁଇ ଭଉଣୀ ଛୁଟି ନେଇ ନିଜ ଗାଁକୁ ଆସିଛନ୍ତି। ଆସନ୍ତା ୧୦ ତାରିଖ ପର୍ଯନ୍ତ ଘରେ ଓ ଗାଁରେ ସମୟ ଅତିବାହିତ କରିବେ। ପରବାର ବର୍ଗ ଦୁଇ ଝିଅ ପାଇଁ ଗର୍ବିତ। ଦୁଇ ଭଉଣୀ ଯେବେ ନୂଆ ନୂଆ ବିଏସଏଫରେ ଯୋଗଦେଇ ସେମାନେ ଡରୁଥିଲେ। ଛୁଟିରେ ବଡ ଝିଅ ସୁକମନି ଘରକୁ ଆସିଲେ ଚାକରି ଛାଡିବାକୁ ଘର ଲୋକେ କହୁଥିଲେ। ହେଲେ ବଡ ଭଉଣୀକୁ ଦେଖି ପରେ ପରେ ସାନ ଝିଅ ସୁବନ୍ତି ବି ବିଏସ୍‌ଏଫରେ ଭର୍ତ୍ତି ହେଲେ। ଏ ଦୁଇ ଝିଅ ଆମ ଝିଅ ନୁହନ୍ତି, ଗାଁର ଗର୍ବ ବି ନୁହେଁ ବରଂ ଓଡ଼ିଶାର ଗର୍ବ ଆଉ ଦେଶର ସମ୍ମାନ ବୋଲି ମା’ଠେମକି ଖଡିଆ କହନ୍ତି।

ସମ୍ବଲପୁର

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ବରଗଡ଼ ଅଫିସ୍‌/ବରପାଲି,୨୦।୨(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନୀ ସଭାମଞ୍ଚ ଉପରେ ଥାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ସଭାମଞ୍ଚକୁ ଜୋତା ଫିଙ୍ଗିଥିଲେ। ସମ୍ପୃକ୍ତ ଯୁବକ ଜଣକ ପଦ୍ମପୁର ଥାନା ବୁଧାପାଲି ଗ୍ରାମର କାର୍ତ୍ତିକ ମେହେର ବୋଲି ପୋଲିସ କହିଛି।

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ଭେଡ଼େନ,୨୦।୨(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ୍‌ର ଲୁହାଖଣ୍ଡି ଗାଁକେ ଆଏଜ୍‌ତକ୍‌ ପାଇପ୍‌ରେ ପିଇଲା ପାଏନ୍‌ ନାଇଁ ପୁହୁଁଚିପାରି। ଗଲା ତିନ୍‌ ବଛର୍‌ରୁ ଅଧ୍‌କା ହେଲା ଇ ଗାଁକେ ପାଇପ୍‌ ବିଛା ସରିଛେ। ପନ୍‌ଚେତ ଅଫିସ ଆଘେ, ତେନ୍ତୁଲିପଡ଼ା, ଏଲ୍‌ଆଇ ସେଣ୍ଟର ଆଘେ ଆର୍‌ ଗାଁର ଶେଷମୁଡ଼ସାନେ ଷ୍ଟାଣ୍ଡପୋଷ୍ଟ ତିଆରି ସରିଛେ। ପାଖାପାଖି ୮୬

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ଲୋଇସିଂହା,୨୦।୨(ଡି.ଏନ୍‌.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ନୂଆପଡ଼ାର ହେଉଛନ୍‌ ରାମେ କାଣ୍ଡ (୫୫)। ଗଲା ୬ ବଛର ହେଲା ସେ ପକ୍ଷାଘାତରେ ପୀଡ଼ିତ୍‌। ରୁଜ୍‌ଗାର କର୍‌ବାରେ ଅକ୍ଷମ୍‌। ସେଥିର୍‌ଲାଗି ଗଲା ବଛ୍‌ରେ ହେଲା ଘରର୍‌ ଲୋକ ତାହାକୁ ନାନାଦି କେଚ୍‌ କେଚା କରି ଘରୁ ଖେଦି ଦେଇଥିବାର ସେ କହିଛନ୍‌। ନିଏର ଲାଗି ରାମେ ଲୋଇସିଂହା

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

କଲମପୁର, ୨୦।୨(ଡି.ଏନ୍‌.ଏ.): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା କଲମପୁର ରାସ୍ତାର ବନ୍ଧକନା ମଣ୍ଡି ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମିନି ଟ୍ରକ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୭ ଗୁରୁତର ହୋଇଛନ୍ତି।

ସ୍କୁଲରେ ପହଞ୍ଚତ୍ ପାରିଲେନି ପ୍ରଧାନ ଶିକ୍ଷୟିତ୍ରୀ

ସ୍କୁଲରେ ପହଞ୍ଚତ୍ ପାରିଲେନି ପ୍ରଧାନ ଶିକ୍ଷୟିତ୍ରୀ

ରେଢ଼ାଖୋଲ,୧୯।୨(ଡି.ଏନ.ଏ.) ସୋମବାର ଥିଲା ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ। ରବିବାର ଛୁଟି କଟିଥିଲା। ସକାଳ ୯ଟାରେ ସହକର୍ମୀ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ବହାରିଥିଲେ। ଯୋଜନା ଆଉ ଲକ୍ଷ୍ୟ ବହୁତ ଥିଲା। ସ୍କୁଲରେ ପହଞ୍ଚତ୍ବା ପରେ କ’ଣ ହେବ କ’ଣ ନାହିଁ ଏମିତି ସବୁ ରୁଟିନ ରହିଥିଲା। ସହଜେ ଆଗକୁ ପିଲାଙ୍କ ପରୀକ୍ଷା। ହେଲେ ସ୍କୁଲରେ ପହଞ୍ଚତ୍ ପାରିଲେନି। ବାଟରେ ଦୁର୍ଘଟଣା ଜୀବନ ନେଲା। ଅବଶ୍ୟ ସହକର୍ମୀ ଶିକ୍ଷକ ଜଣକ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସମ୍ବଲପୁର ଜିଲା ରେଢ଼ାଖୋଲରେ ସୋମବାର ଏମିତି ଏକ ଦୁଃଖଦ ଘଟଣା ଘଟିଛି। ସହର ଉପକଣ୍ଠର ଦଳଖମଣ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ପୂର୍ବାହ୍ନ ୯ଟା ବେଳେ ଦୁର୍ଘଟଣା ଘଟଥିଲା। ଏକ ଟ୍ରକ୍‌ ଧକ୍କାରେ ଲୁହାପଙ୍କ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ନିକଟସ୍ଥ ମାଳିସାହିର ଜୟନ୍ତୀ ପ୍ରଧାନ(୫୮)ଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ବାଇକ୍‌ରେ ସ୍କୁଲକୁ ନେଇ ଯାଉଥିବା ତାଙ୍କର ସହକର୍ମୀ ତଥା ସେହି ସ୍କୁଲର ଶିକ୍ଷକ ପ୍ରଣବ ପ୍ରଧାନ(୪୦) ଆହତ ହୋଇଛନ୍ତି। ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ରେଢ଼ାଖୋଲ ପୋଲିସ ପରିବାର ବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୨୮/୧୮) ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରି ଚାଳକଙ୍କୁ ଗିରଫ କରିଛି।

 ପଶ୍ଚିମଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ହେଲା ସବୁ ସରକାରୀ କାର୍ଯ୍ୟାଳୟ

ପଶ୍ଚିମଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ହେଲା ସବୁ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର,୧୯।୨ (ବ୍ୟୁରୋ)- ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ସୋମବାର ସିଏସସି ପକ୍ଷରୁ ଚେତାବନୀ ସପ୍ତାହ ଆରମ୍ଭ ହୋଇଛି । ଏହା ଆସନ୍ତା ୨୪ତାରିଖରେ ଶେଷ ହେବ । ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସସି) ଆହ୍ବାନରେ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲାରେ ଓକିଲମାନେ ପିକେଟିଂ କରି କୋର୍ଟ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦପ୍ତର ଏବଂ ବ୍ୟାଙ୍କ ଗୁଡିକ ବନ୍ଦ କରିଛନ୍ତି । ଏହା ଦ୍ୱାରା ଅର୍ଥନୈତିକ ପ୍ରତିବନ୍ଧକ ହେବା ସହ ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇଛି । ଅପରପକ୍ଷେ ବୌଦ୍ଧ, ସୋନପୁର, ବରଗଡ ଓ ନୂଆଁପଡା ଜିଲାରେ ଓକିଲମାନେ କେବଳ କୋର୍ଟ, କଚେରି ବନ୍ଦ କରିଛନ୍ତି। କିନ୍ତୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିନାହିଁ ।

ବ୍ୟାଙ୍କରୁ ଟଙ୍କା ଲୁଟ ଘଟଣା ଅଟକ ଲୁଟେରାଙ୍କୁ କୋର୍ଟ ଚାଲାଣ

ସୁନ୍ଦରଗଡ଼,୧୯।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଭାରତୀୟ ଷ୍ଟେଟବ୍ୟାଙ୍କ ବଜାର ଶାଖା କ୍ୟାସ କାଉଣ୍ଟରରୁ ଦିନ ଦ୍ୱିପ୍ରହରରେ ଟଙ୍କା ଲୁଟ୍‌ ଘଟଣାରେ ବ୍ୟାଙ୍କ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଧରାପଡ଼ି ଥାନାରେ ଅଟକ ଥିବା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଟାଉନଥାନା ପୋଲିସ ରବିବାର କୋର୍ଟଚାଲାଣ କରିଛି।

ରୁବେଲା ଟିକା ନେଇ ଅସୁସ୍ଥ ଛାତ୍ର ମୃତ

ବଡ଼ଗାଁ,୧୯।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଇତମା ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ର ରୁବେଲା ଟିକା ନେଇ ଅସୁସ୍ଥ ହେବାପରେ ରବିବାର ସକାଳେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଠାକୁର ଜୟପୁରିଆ (୧୪) ୨ ତାରିଖ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ଟିକା ନେଇଥିଲେ।

ଓଲଟିଲା ବୋଲେରୋ, ୩ ଆହତ

ଲହୁଣୀପଡ଼ା,୧୯।୨(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ କଲେଇପୋଷ-ବରସୁଆଁ ରାସ୍ତା ଟିଙ୍କୋ ଘାଟିଠାରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ପଦ୍ମପୁର,୧୯।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପୂର୍ବରୁ ପୋଲିସ ପଦ୍ମପୁର ଉପକଣ୍ଠ ମହୁଲପାଲି ଚେକ୍‌ପୋଷ୍ଟରେ ୨ ଦିନ ତଳେ ଏକ କାରରୁ ୪୦ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ଭାଜପା ସେହି ଟଙ୍କା ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୋଲିସ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ବିତ କରିଛି।