ସମ୍ବଲପୁର

ବଣାଇଁରେ ନବ ନିର୍ମତ ବିଜୁ ପାର୍କ ଲୋକାର୍ପିତ

ବଣାଇଁରେ ନବ ନିର୍ମତ ବିଜୁ ପାର୍କ ଲୋକାର୍ପିତ

ବଣାଇଁ,୫।୨(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ସହରର କାଠଯୋଡିଠାରେ ନବ ନିର୍ମିତ ବହୁମୂଖୀ ବିଜୁ ପାର୍କ ସୋମବାର ସୁନ୍ଦରଗଡ଼ ଜିଲାପାଳ ଭିନିତ ଭରଦ୍ୱାଜଙ୍କ କରକମଳରେ ଉଦ୍‌ଘାଟିତ ହୋଇଛି। ପାର୍କ ମଧ୍ୟରେ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ଧ୍ୱଜାରୋହଣ କରାଯାଇଛି। ବ୍ରାହ୍ମଣୀନଦୀ କୂଳରେସ୍ଥିତ ଏହି ନୂତନ ପାର୍କର ନାମ ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି। ପାର୍କରେ ୧୧ଶହ ମିଟର ଲମ୍ବର ଜଗିଂ ଟ୍ରାକ, ସୋଲାର ଲାଇଟ ବ୍ୟବସ୍ଥା, ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ରିଭର ଭିୟୁ, ପାର୍କର ମଧ୍ୟଭାଗ ସରୋବରରେ ଶିବଙ୍କର ବିରାଟ ପ୍ରତିମୂର୍ତ୍ତୀ ସ୍ଥାନ ପାଇଛି। ବଣାଇଁ ଉପଖଣ୍ଡସ୍ଥିତ ବିଭିନ୍ନ ଖଣିସଂସ୍ଥାଙ୍କ ଆର୍ଥିକ ସହାୟତା, ବଣାଇଁବାସୀଙ୍କ ଜମିଦାନ ଓ ସହଯୋଗରେ ପାର୍କ ନିର୍ମାଣ ପରିକଳ୍ପନା ସାକାର ହୋଇଛି। ଖୁବ୍‌ଶୀଘ୍ର ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହାର ରକ୍ଷଣାବେକ୍ଷଣ, ସଞ୍ଚାଳନ ଦାୟିତ୍ୱ ବଣାଇଁଗଡ଼ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଡକ୍ଟର ଉମାଶଙ୍କର ଦାସ, ବଣାଇଁ ଖଣ୍ଡୀୟ ବନ ଅଧିକାରୀ ସୁଧାଂଶୁ ଶେଖର ଖରା, ବଣାଇଁର ପୂର୍ବତନ ଉପଜିଲାପାଳ ତଥା ବର୍ତ୍ତମାନର ଗ୍ରାମ ଜିଲା ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ବଣାଇଁ ଉପଜିଲାପାଳ ସ୍ବଧାଦେବ ସିଂହ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଜୁ ଜନତା ଦଳର ପୂର୍ବତନ ଜିଲା ସଭାପତି ଆନନ୍ଦଚନ୍ଦ୍ର ମାହାନ୍ତି ଏବଂ ବିଭିନ୍ନ ଅନୁଦାନ ପ୍ରଦାନକାରୀ କମ୍ପାନୀର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

All Right Reserved By

Model This Week

ସୌମ୍ୟ

ସମ୍ବଲପୁର

ସୁବର୍ଣ୍ଣପୁର ପ୍ରିମିୟର ଲିଗ୍‌: ସୋନପୁର ଲାୟନ୍ସ, ବଡବଜାର ସ୍ପାର୍ଟନ ବିଜୟୀ

ସୁବର୍ଣ୍ଣପୁର ପ୍ରିମିୟର ଲିଗ୍‌: ସୋନପୁର ଲାୟନ୍ସ, ବଡବଜାର ସ୍ପାର୍ଟନ ବିଜୟୀ

ସୋନପୁର,୨୭।୫(ନି.ପ୍ର.) ସୁବର୍ଣ୍ଣପୁର ପ୍ରିମିୟର ଲିଗ୍‌ ଗାନ୍ଧୀ ପଡିଆଠାରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା କ୍ରିକେଟ୍‌ ସଂଘ ଅନୁକୂଲ୍ୟରେ ଆୟୋଜିତ ଏହି ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟରେ ୨୩ବର୍ଷରୁ କମ୍‌ ବୟସର ଖେଳାଳି ଭାଗ ନେଇଛନ୍ତି। ରବିବାର ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

୩୬ଜଣିଆ ସନ୍ତରଣ ଦଳର ଭୁବନେଶ୍ୱର ଯାତ୍ରା

ସମ୍ବଲପୁର,୨୭।୫(ବ୍ୟୁରୋ) ୫୯ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୧୮ ଭୁବନେଶ୍ୱର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ରବିବାର ଓ ସୋମବାର ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମ୍ବଲପୁର ଜିଲା ଦଳ ଭୁବନେଶ୍ୱରରେ ପହଞ୍ଚିଛି।

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ଅଫିସ,୨୭।୫- ରବିବାର ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରେ କେହି ଦୁଇ ଶିଶୁକନ୍ୟାଙ୍କୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ିଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ଏକମାସ ହେବ ବୋଲି ଅନୁମାନ କରାଯାଇଛି। ଖବର ପାଇ ରେଲୱେ ପୋଲିସ ବ୍ୟାଗ ଭିତରେ ଥିତ୍ବା ଉକ୍ତ ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍‌ଡ଼ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ବେଆଇନ ସମ୍ପତ୍ତି ଠୁଳ ମାମଲା: ସହକାରୀ କଣ୍ଟ୍ରୋଲର ନିଲମ୍ବିତ

ବେଆଇନ ସମ୍ପତ୍ତି ଠୁଳ ମାମଲା: ସହକାରୀ କଣ୍ଟ୍ରୋଲର ନିଲମ୍ବିତ

ରାଉରକେଲା ଅଫିସ,୨୭।୫-ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଲିଗାଲ ମେଟ୍ରୋଲଜି ବିଭାଗ ସହକାରୀ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କୁ ନିଲମ୍ବନ କରିଛି ରାଜ୍ୟ ଯୋଗାଣ ନିଗମ। କୋଟିପତି ବିଶ୍ୱାଳ ବେଆଇନ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତ ୧।୫।୨୦୧୮ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ଏ

ପେଟ ଉପରେ ଆବୁ ବଢ଼ୁଛି: ଚିକିତ୍ସା ସୁବିଧା ମିଳୁନି

ପେଟ ଉପରେ ଆବୁ ବଢ଼ୁଛି: ଚିକିତ୍ସା ସୁବିଧା ମିଳୁନି

ରାଉରକେଲା ଅଫିସ,୨୭।୫-ପେଟ ଉପରେ ଆବୁ ବଢ଼ୁଛି । ଔଷଧ କାମ କରୁନି । ଦିନକୁ ଦିନ ସେହି ଆବୁ ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।

ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ଆସେ

ବୀରମହାରାଜପୁର, ୨୭।୫ (ଡି.ଏନ.ଏ.) କୁହାଯାଏ ବିଫଳତା ହିଁ ସଫଳତାରେ ଖମ୍ବ। ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାରମାନେ। ଆର୍ଥିକ ଅନାଟନ ବା ପାରିବାରିକ ସମସ୍ୟା ବ୍ୟକ୍ତିକୁ ରୋକି ପାରେନି । କଠୋର ପରିଶ୍ରମର ବିକଳ୍ପ ନାହଁ। ଏପରି ଉଦାହରଣ ହେଉଛନ୍ତି ଅଶୋକ କୁମାର ପଧାନ।

ଓଡିଆ ଭାଷାରେ ନାମଫଳକ ଲେଖିବା ପ୍ରସଙ୍ଗ: ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନି:କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ସୋନପୁର,୨୭।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟାଙ୍କରେ ନାମଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଜିଲାପାଳ ଦାଶରଥି ଶତପଥୀ ଗତ ଏପ୍ରିଲ ୨୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ମେ ୧୫ ପରେ ଯେଉଁମାନେ ଓଡିଆରେ ଲେଖି ନଥିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଏମଓୟୁ ମାଧ୍ୟମରେ ହେବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

କଣ୍ଟାବାଞ୍ଜି,୨୭।୫(ଡି.ଏନ.ଏ.) ଷ୍ଟ୍ରାଟେଜିକ ପ୍ଲାନିଙ୍ଗ ଏଣ୍ଡ ଇଣ୍ଟର ନ୍ୟାସନାଲ କୋ-ଅପରେଶନ ବ୍ରିକ୍ସ ଇଣ୍ଟର ନ୍ୟାସନାଲ ଫୋରମର ନିର୍ଦ୍ଦେଶକ ଆଲେକ ଜାଣ୍ଡାର ସେନାପତିଙ୍କ ଦ୍ୱାରା ଏକ ଖବରଦାତା ସମ୍ମିଳନୀ କଣ୍ଟାବାଞ୍ଜିଠାରେ ହୋଇଯାଇଛି ।

ବିନା ରସିଦରେ ହଜାର ହଜାର ଟଙ୍କା ଆଦାୟ ଅଭିଯୋଗ

ଗୁଡଭେଲା,୨୭।୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ତୁଷରା ସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଣି ପାଇପରୁ ନୂତନ ଭାବେ ବିଚ୍ଛା ଯାଇଥିବା ପାଣି ପାଇପ ବଦଳାଇବା ନଁ।ରେ ବିନା ରସିଦରେ ହଜାର ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ହାତ ଗୁଞ୍ଜା ନ ଦେଲେ ହିତାଧିକାରୀ ନୂତନ ପାଇପ ସଂଯୋଗ ନେଇପାରୁ ନଥିବା ବେଳେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଟିକ୍ରାପଡ଼ା,୨୭।୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରୀ ପଞ୍ଚାୟତ ଅଧିନ ଲାଫେର ଗ୍ରାମର ଉଗ୍ରସେନ ମହାକୁର(୪୨) ନାମକ ଜଣେ ଦାଦନ ଶ୍ରମିକଙ୍କ କେରଳ ରାଜ୍ୟର ଏକ ଇଟା ଭାଟିରେ ମାଟି ଗୋଳାଇବା ମେଶିନର ଧକ୍କାରେ ଶନିବାର ମୃତ୍ୟୁ ଘଟିଛି

ଜନସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାର ଅବହେଳା: କାମଳ କବଳିତ ହେବ ଝାରସୁଗୁଡ଼ା

ଜନସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାର ଅବହେଳା: କାମଳ କବଳିତ ହେବ ଝାରସୁଗୁଡ଼ା

ଝାରସୁଗୁଡା ଅଫିସ,୨୭।୫- ବିପର୍ଯ୍ୟସ୍ତ ପରିମଳ ଏବଂ ପ୍ରଦୂଷିତ ପାଣି ଯୋଗୁ ରାଜ୍ୟର ୨ ପ୍ରମୁଖ ମହାନଗର ନିଗମରେ କାମଳ(ଜଣ୍ଡିସ୍‌) ରୋଗ ବ୍ୟାପୁଛି। କଟକ ଓ ସମ୍ବଲପୁର ମହାନଗର ନିଗମର ଲୋକ କାମଳ କବଳରୁ ମୁକ୍ତ ହେବାକୁ ଛଟପଟ ହେଉଛନ୍ତି।

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

ରାଉରକେଲା ଅଫିସ,୨୭।୫-ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତପତ୍ତରା ପ୍ରକାଶ ପାଇ ନ ଥିବା ବେଳେ କୋଏଲ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସ୍ପଷ୍ଟ କରିଛନ୍ତି।