ସମ୍ବଲପୁର

ପ୍ରଦୂଷଣର ବିଷ ବଳୟରେ କୁଆଁରମୁଣ୍ଡାବାସୀ

ପ୍ରଦୂଷଣର ବିଷ ବଳୟରେ କୁଆଁରମୁଣ୍ଡାବାସୀ
କୁଆଁରମୁଣ୍ଡା,୫।୨(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କୁଆଁରମୁଣ୍ଡା, ନାଇକେନବାହାଲ, ଲୋଡୋସେରା, ଚାର୍ଡିହରିହରପୁର, ଗୋବିରା ଆଦି ଅଞ୍ଚଳରେ ଗଢ଼ି ଉଠିଥିବା ସ୍ପଞ୍ଜ୍‌ ଆଇରନ କାରଖାନାର ଦୂଷିତ ବର୍ଜ୍ୟବସ୍ତୁ ଓ ନିର୍ଗତ ଧୂଆଁ ପରିବେଶକୁ ମାତ୍ରାଧିକ ଭାବେ ଦୂଷିତ କରିଚାଲିଛି। ଲାଭଖୋର ମନୋବୃତ୍ତି ନେଇ କାରଖାନା କର୍ତ୍ତୃପକ୍ଷ ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ଭ୍ରୁକ୍ଷେପ କରି ଚାଲିଥିବା ବେଳେ ପ୍ରଶାସନ ନୀରବ ବସି ରହିଛି। ଯାହା ନିଅଁ।ରେ ଘିଅ ଢାଳିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ବିଷ ବଳୟରେ ପରିଣତ ହୋଇଥିବା କୁଆଁରମୁଣ୍ଡା, ନାଇକେନବାହାଲ, ଲୋଡୋସେରା, ଗୋବିରା ଆଦି ଅଞ୍ଚଳବାସିନ୍ଦା ଚର୍ମ, ଫୁସଫୁସଜନିତ ଓ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇ ଚାଲିଛନ୍ତି। କୁଆଁରମୁଣ୍ଡା ନିକଟସ୍ଥ ମୁଣ୍ଡା ପୋଖରୀ ଜଳ କାରଖାନାର ଉଡ଼ନ୍ତା ପାଉଁଶରେ ପ୍ରଦୂଷିତ ହୋଇଚାଲିଥିଲେ ମଧ୍ୟ ରାଉରକେଲା ପ୍ରଦୂଷଣ ବିଭାଗ ଏହାକୁ ନଜରଅନ୍ଦାଜ କରିବା ସାଧାରଣଙ୍କ କାନମୁଣ୍ଡା ଗରମ କରିଛି। ପ୍ରଶାସନ ଓ ପ୍ରଦୂଷଣ ବିଭାଗର ଏଭଳି ଅମାନବିକ ମନମୁଖୀ କାର୍ଯ୍ୟକଳାପ ବିରୋଧରେ କୁଆଁରମୁଣ୍ଡା ସିଟିଜେନ ଫୋରମ ପକ୍ଷରୁ ପ୍ରତିବାଦର ସ୍ବରକୁ ଜୋର୍‌ଦାର କରାଯାଇଛି। ଫୋରମ ପକ୍ଷରୁ ରାଜେଶ କେର୍କେଟା, ସନାତନ ସିଂ, ଶୈଳେଶ ତିୱାରୀ, ମନୁ ଷଡ଼ଙ୍ଗୀ, ଅନିଲ ପ୍ରତାପ ସିଂଦେଓ, ସଞ୍ଜୀବ ଅଗସ୍ତି, ଉଦୟ ପାତ୍ର, ନଦିମ୍‌ ଖାନ, ଟୁକୁ ପାତ୍ର ପ୍ରମୁଖ ସମେତ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ରବିବାର କୁଆଁରମୁଣ୍ଡା ଫାଣ୍ଡିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୧୦ ଦିନ ମଧ୍ୟରେ ପ୍ରଦୂଷଣ ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ କୁଆଁରମୁଣ୍ଡା ସିଟିଫୋରମ୍‌ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉକ୍ତ ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି।
All Right Reserved By

ସମ୍ବଲପୁର

ଜିଆରଏସ ସଂଘର ଦାବିପତ୍ର ପ୍ରଦାନ

ଜିଆରଏସ ସଂଘର ଦାବିପତ୍ର ପ୍ରଦାନ

ଖପ୍ରାଖୋଲ,୧୩ା୧୧(ଡି.ଏନ.ଏ.): ନିୟମିତ କରିବା ଦାବିରେ ସାମୂହିକ ଛୁଟିରେ ଯିବା ପାଇଁ  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ  ଜିଆରଏସ ସଂଘ ତରଫରୁ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି। 

ଘରୋଇକରଣ, ନୂତନ ପେନସନ ନୀତିକୁ ବିରୋଧ

ଘରୋଇକରଣ, ନୂତନ ପେନସନ ନୀତିକୁ ବିରୋଧ

ସଇଁତଲା, ୧୩ା୧୧(ଡି.ଏନ.ଏ.): ପ୍ରତିରକ୍ଷା କ୍ଷେତ୍ରରେ ଘରୋଇକରଣ ଓ ନୂତନ ପେନସନ ନୀତିକୁ ବିରୋଧ କରି ମଙ୍ଗଳବାର ବଲାଙ୍ଗୀର ଜିଲା ସଇଁତଳା ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ଡ଼୍ୟୁଟି କରିଥିଲେ। ଦ୍ୱିପ୍ରହର ଭୋଜନ ବର୍ଜନ କରି ପ୍ରତିବାଦ କରିଥିଲେ। ଦେଶର ପ୍ରତିରକ୍ଷା ପାଇଁ ସେନାବାହିନୀକୁ ଆବଶ୍ୟକ ହେଉଥିବା ଗୋଳାବାରୁଦ ସରକାରଙ୍କ ଦ୍ୱାରା ଅବସ୍ଥାପିତ ୪୧ଗୋଟି ଗୋଳାବରୁଦ କାରଖାନା ଯୋଗାଇ ଆସୁଥିଲେ। 

ଟିଟିଲାଗଡ଼ ଜିଲା ଦାବି: ଧାରଣାରେ ବସିଲେ ବିଧାୟିକା

ଟିଟିଲାଗଡ଼ ଜିଲା ଦାବି: ଧାରଣାରେ ବସିଲେ ବିଧାୟିକା

ଟିଟିଲାଗଡ଼, ୧୩।୧୧(ଡି.ଏନ.ଏ.): ଟିଟିଲାଗଡ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ଦାବି ନେଇ ମଙ୍ଗଳବାର ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ଗଣଧାରଣାରେ ସାମିଲ ହୋଇଛନ୍ତି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ବିଧାୟିକାଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ଗଣଧାରଣାସ୍ଥଳ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ ଥିଲେ।

କୃତ୍ରିମ ପ୍ରଜନନ ଉପରେ ତାଲିମ ନେଲେ ଗୋପାଳକ

କୃତ୍ରିମ ପ୍ରଜନନ ଉପରେ ତାଲିମ ନେଲେ ଗୋପାଳକ

ଧମା,୧୩।୧୧(ଡି.ଏନ୍‌.ଏ.)- ଧମା ପଶୁ ଡାକ୍ତରଖାନାରେ ମାନେଶ୍ୱର ବ୍ଲକସ୍ତରୀୟ ଗୋପାଳନ ଦକ୍ଷତା ବୃଦ୍ଧି ଶିବିର ମଙ୍ଗଳବାର ଆରମ୍ଭ ହୋଇଯାଇଛି । ୫ଦିନ ଧରି ହେବାକୁ ଥିବା ଏହି ଶିବିରରେ ମାନେଶ୍ୱର ବ୍ଲକର ୧୪ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରୁ ଗୋପାଳକମାନେ ଯୋଗଦେଇଥିଲେ। ପ୍ରଥମ ଦିବସରେ ମାନେଶ୍ୱର ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନବୀନ କୁମାର ମିଶ୍ର, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଯୋଗଦେଇ ଉପସ୍ଥିତ ଗୋପାଳକମାନଙ୍କୁ ଗାଈର ଯତ୍ନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଘାସ ଚାଷ ଆଦି ଉପରେ ତାଲିମ ଦେବା ସହ ରୋଗ ପ୍ରତିଷେଧକ ଟିକା ଏବଂ କୃତ୍ରିମ ପ୍ରଜନନ ଉପରେ ତାଲିମ ପ୍ରଦାନ କରିଥିଲେ। 

କୁଲିତା ସମାଜର ବୈଠକ: ଜାତିର ଏକତା ବଜାୟ ରଖିବାକୁ ଆହ୍ବାନ

ଅତାବିରା,୧୩।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ବିଜେପୁରରେ ବ୍ଲକସ୍ତରୀୟ କୁଲିତା ସମାଜ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ନିମାଇଁ ଚରଣ ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରଜନୀକାନ୍ତ ଗଡତିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜାତିର ଏକତା, ଅଖଣ୍ଡତା ବଜାୟ ରଖିବାକୁ ପ୍ରତି ପଞ୍ଚାୟତରେ ବୈଠକ କରିବାକୁ ସ୍ଥିର କରାଯାଇଥିଲା । 

ତାଳପଦରରେ କରମସାନୀ ମହୋତ୍ସବ

ତାଳପଦରରେ କରମସାନୀ ମହୋତ୍ସବ

ବିଜେପୁର,୧୩।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ତାଳପଦରରେ କରମସାନୀ ମହୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲ, ଗିନିର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରାରେ ଗାଁ ମୁଣ୍ଡରୁ କରମାଡାଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ରୀତିନୀତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ଗଜାନନ ସାହୁ ଏବଂ ତାଙ୍କ ସ୍ତ୍ରୀ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ ।

କୂଅରେ ପଡିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

କୂଅରେ ପଡିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

ନାକଟିଦେଉଳ,୧୩।୧୧(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଧୀନ ସାହେବୀ ଗ୍ରାମ ନିକଟସ୍ଥ ଛାମୁଡ଼ିଆ ପାହାଡ ନିକଟରେ ଥିବା ଏକ କୂଅରେ ସୋମବାର ବିଳମ୍ବିତ ରାତ୍ରିରେ ଖଡି ପଡିଥିବା ଏକ ଦନ୍ତା ହାତୀକୁ ନାକଟିଦେଉଳ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ୨ ଦିନ ହେଲା ସାହେବୀ ଅଞ୍ଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ହାତୀ ଉପଦ୍ରବ ଜାରି ରଖିଛନ୍ତି ।

ବାଘମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଆଇଜିଙ୍କ ତନାଘନା

ବାଘମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଆଇଜିଙ୍କ ତନାଘନା

ବରଗଡ଼ ଅଫିସ୍‌,୧୩।୧୧- ବରଗଡ଼ ବାଘମୃତ୍ୟୁ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ (ସ୍ପେଶାଲ ଟାସ୍କଫୋର୍ସ) ତନାଘନା ଚଲାଇଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ(ଏସଟିଏଫ) ଆଇଜି ଯତୀନ୍ଦ୍ର କୋଏଲ ଏବଂ ଡିଏସ୍‌ପି ବିଳାସିନୀ ନାୟକ ବରଗଡ଼ ଆସି ତଦନ୍ତକୁ ତ୍ୱରାନ୍ବିତ କରିଛନ୍ତି। ଏହି ମାମଲାରେ ଗିରଫ ୪ ଅଭିଯୁକ୍ତ ଖଜୁରିଆ ଗ୍ରାମର ସତ୍ୟବାନ ସାହୁ, ସୁଶିଳ ଭୁଏ, ଗୌରୀ ମିର୍ଦ୍ଧା ଏବଂ ଜେକ୍ରିଆ ଟିଡୁଙ୍କୁ ଦୁଇଦିନିଆଁ ରିମାଣ୍ଡରେ ଅଣାଯାଇଛି। ସେହିପରି ଅନ୍ୟ ଦୁଇଜଣ ରାଉତପଡ଼ାର ସରୋଜ ମିର୍ଦ୍ଧା, ଶରଧାପାଲିର ଭଞ୍ଜ ମିର୍ଦ୍ଧାଙ୍କୁ ଆଣି ଅଟକ ରଖାଯାଇଛି। ଉପରୋକ୍ତ ୬ଜଣଙ୍କୁ ବରଗଡ଼ ଟାଉନ ଥାନାରେ ଆଇଜି କୋଏଲ ଏବଂ ଡିଏସ୍‌ପି ନାୟକ ସେମାନଙ୍କୁ ବାଘମୃତ୍ୟୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି।

ଆତ୍ମସମର୍ପଣ କଲେ ହାର୍ଡକୋର ମହିଳା ମାଓବାଦୀ ଡାଲମତୀ

ଆତ୍ମସମର୍ପଣ କଲେ ହାର୍ଡକୋର ମହିଳା ମାଓବାଦୀ ଡାଲମତୀ

ନୂଆପଡା ଅଫିସ୍‌, ୧୩।୧୧: ମହିଳା ହାର୍ଡକୋର ମାଓବାଦୀ ଡାଲମତୀ ପହରିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୈନପୁର-ନୂଆପଡା ମାଓବାଦୀ ଡିଭିଜନ୍‌ ପାଇଁ କାମ କରୁଥିଲେ ଡାଲମତୀ।

ସବୁ ପରକାର ସରକାରୀ ସୁବିଧାରୁ ବଁଚିତ: ମୁର୍‌ତୁ ସଂଗେ ଯୁଝୁଛନ୍‌ ବୁରୁଧ୍‌ ରଘୁନାଥ

ସବୁ ପରକାର ସରକାରୀ ସୁବିଧାରୁ ବଁଚିତ: ମୁର୍‌ତୁ ସଂଗେ ଯୁଝୁଛନ୍‌ ବୁରୁଧ୍‌ ରଘୁନାଥ

ଲୋଇସିଂହା,୧୩।୧୧(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗାଁର ରଘୁନାଥ ମିଶ୍ର(୬୧)। ବନିହଁା ବଛର କେତେ ହେଲା ତାକର ମାନ୍‌ସିକ୍‌ ଥିତି ଠିକ୍‌ ନାଁଇଁନ। ପାଖାପାଖି ଅଢ଼େମାସ୍‌ ହେବା ତାକର ଡେବ୍‌ରି ଗୁଡେ ଗୁଟେ ଘା’ ହେଇଛେ।

ବଲାଙ୍ଗୀର ଲୋକ ଉତ୍ସବର ବିଶ୍ୱସ୍ତରୀୟ ପ୍ରଚାର ହେଉ

ବଲାଙ୍ଗୀର ଲୋକ ଉତ୍ସବର ବିଶ୍ୱସ୍ତରୀୟ ପ୍ରଚାର ହେଉ

ବଲାଙ୍ଗୀର ଅଫିସ, ୧୩ା୧୧ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ୧୯ତମ ଲୋକଉତ୍ସବର ତୃତୀୟ ସାନ୍ଧ୍ୟସଭା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। 

ଧର୍ମଗଡଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଧର୍ମଗଡଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଧର୍ମଗଡ,୧୨।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ମଝେନପଦରଠାରୁ ବଡଫୁର୍ଲା ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ପଦଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି ।