Dharitri News
ଅନ୍ତର୍ଜାତୀୟ |

କ୍ଷୁଦ୍ର ଉପଗ୍ରହ ବହନକାରୀ ରକେଟ୍‌ ଉତ୍‌କ୍ଷେପଣ କଲା ଜାପାନ

କ୍ଷୁଦ୍ର ଉପଗ୍ରହ ବହନକାରୀ ରକେଟ୍‌ ଉତ୍‌କ୍ଷେପଣ କଲା ଜାପାନ ଟୋକିଓ, ୫।୨: ଜାପାନ ବିଶ୍ୱର ସବୁଠାରୁ କ୍ଷୁଦ୍ର ଉପଗ୍ରହ ବହନକାରୀ ରକେଟ ସଫଳତାର ସହିତ ଉତ୍‌କ୍ଷେପଣ କରିଛି। ଏସ୍‌ଏସ୍‌-୫୨୦ ସିରିଜ୍‌ର ଏହି ରକେଟ୍‌ର ଲମ୍ବ ୧୦ ମିଟର ଓ ପ୍ରସ୍ଥ ୫୦ ସେଣ୍ଟିମିଟର ରହିଛି। ଏହାକୁ କୋଗିଶିମାର ଉଚିନୌରା ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଏହା ବୋହି ନେଇଯାଉଥିବା ଉପଗ୍ରହର ଓଜନ ୩ କିଲୋଗ୍ରାମ୍‌ ରହିଛି।

ଅନ୍ତର୍ଜାତୀୟ |

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ତେହରାନ,୧୮।୨(ପି.ଟି.): ଇରାନର ଏକ ଘରୋଇ ବିମାନ ରବିବାର ସକାଳେ ଦେଶର ଜାଗ୍ରୋସ୍‌ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬୦ ଯାତ୍ରୀ ଓ ୬ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ଆସ୍‌ମାନ୍‌ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଇପି୩୭୦୪ ରାଜଧାନୀ ତେହେରାନସ୍ଥିତ ମେହରାବାଦ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟାରେ ଉଡାଣ ଆରମ୍ଭ କରିଥିଲା। ତେହେରାନର ୫୦୦ କି.ମି. ଦକ୍ଷିଣରେ ଅବସ୍ଥିତ ୟସୁଜ୍‌ ସହର ଅଭିମୁଖେ ଯାତ୍ରା କରୁଥିବାବେଳେ ଉଡାଣର ୪୫ ମିନିଟ ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା।

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୧୮।୨: ଆଫଗାନିସ୍ତାନର ଉତ୍ତରପୂର୍ବ କୁନାର ଅଞ୍ଚଳରେ ରବିବାର ଆମେରିକାର ଡ୍ରୋନ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ତେହେରାନ,୧୮।୨: ଆସେମନ୍‌ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ମଧ୍ୟ ଇରାନର ଏକ ପାହାଡିଆ ଅଞ୍ଚଳରେ ଖସି ପଡିବା ଯୋଗୁ ଦୁର୍ଘଟଣା ଘଟିଛି।

ବୌଦ୍ଧ ମନ୍ଦିରରେ ନିଆଁ

ବୌଦ୍ଧ ମନ୍ଦିରରେ ନିଆଁ

ବେଜିଂ,୧୮।୨: ତିବ୍ବତସ୍ଥିତ ପବିତ୍ର ବୌଦ୍ଧ ମନ୍ଦିରରେ ଭୀଷଣ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ୟୁନେସ୍କୋ ତାଲିକାଭୁକ୍ତ ଏହି ମନ୍ଦିର ରାଜଧାନୀ ଲହାସାରେ ଅବସ୍ଥିତ।

ହାଫିଜଙ୍କ ବିରୋଧରେ ଠୋସ୍‌ ପ୍ରମାଣ ନାହିଁ: ପାକିସ୍ତାନ

ହାଫିଜଙ୍କ ବିରୋଧରେ ଠୋସ୍‌ ପ୍ରମାଣ ନାହିଁ: ପାକିସ୍ତାନ

ଇସ୍‌ଲାମାବାଦ,୧୮।୨: ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ ହାଫିଜ୍‌ ସୟିଦଙ୍କ ଆଗରେ ପୁଣି ଥରେ ପାକିସ୍ତାନ ଏକ ପ୍ରକାର ମୁଣ୍ଡ ନୁଆଁଇଛି କହିଲେ କିଛି ଭୁଲ୍‌ ହେବନି। ହାଫିଜ୍‌ କିମ୍ବା ତାଙ୍କ ସଙ୍ଗଠନ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ପାକିସ୍ତାନ କହିଛି।

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ଲାହୋର,୧୭।୨: ପାକିସ୍ତାନର ପଞ୍ଜାବରେ ଜଣେ ୭ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଲାହୋର ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି।

ଆଇଏସ୍‌ର ଗୁପ୍ତସ୍ଥାନକୁ ଟାର୍ଗେଟ କରୁଛି ଆମେରିକା ଡ୍ରୋନ୍‌

ଆଇଏସ୍‌ର ଗୁପ୍ତସ୍ଥାନକୁ ଟାର୍ଗେଟ କରୁଛି ଆମେରିକା ଡ୍ରୋନ୍‌

କାବୁଲ,୧୭।୨: ଆଫଗାନିସ୍ତାନରେ ଥିବା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଙ୍ଗଠନର ଗୁପ୍ତ ଶିବିରକୁ ଏବେ ଟାର୍ଗେଟ କରିଛି

ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ ବଞ୍ଚାଇଥିଲେ ଛାତ୍ରୀଛାତ୍ରଙ୍କ ଜୀବନ

ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ ବଞ୍ଚାଇଥିଲେ ଛାତ୍ରୀଛାତ୍ରଙ୍କ ଜୀବନ

ନ୍ୟୁୟର୍କ,୧୭।୨: ଫ୍ଲୋରିଡା ସ୍କୁଲ ଗୁଳିକାଣ୍ଡରେ କେତେ ଜଣ ପିଲାଙ୍କ ଜୀବନ ବଞ୍ଚାଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀଙ୍କ ଚର୍ଚ୍ଚା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରୋଷେୟା ବନିଲେ ବ୍ରିଟେନ୍‌ ରାଜକୁମାର

ରୋଷେୟା ବନିଲେ ବ୍ରିଟେନ୍‌ ରାଜକୁମାର

ଲଣ୍ଡନ,୧୭।୨: ବ୍ରିଟେନ୍‌ ରାଜକୁମାର ହ୍ୟାରିଙ୍କର ପିଲାମାନଙ୍କ ପ୍ରତି ଥିବା ଭଲପାଇବା ପୁଣିଥରେ ସାମ୍ନାକୁ ଆସିଛି। ଲଣ୍ଡନର ସାଉଥ ୟୁଥ ସେଣ୍ଟରରେ ଥିବା ଏକ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ଖାଇବାକୁ ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋ ସିଟି,୧୭।୨: ଦକ୍ଷିଣ ଓ ମଧ୍ୟ ମେକ୍ସିକୋରେ ଶୁକ୍ରବାର ସନ୍ଧ୍ୟାରେ ୭.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଏହା ୭.୫ ତୀବ୍ରତାର କୁହାଯାଉଥିବା ବେଳେ ୟୁଏସ୍‌ ଭୂବିଜ୍ଞାନ ବିଭାଗ ୭.୨ ତୀବ୍ରତାର ଥିବା ସ୍ପଷ୍ଟ କରିଥିଲା।

 ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ

ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ

ଓ୍ବାଶିଂଟନ, ୧୬।୨: ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ ବୋଲି ସୂଚିତ କରିଛି। ଚାଇନା ଆମେରିକା ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ନିଜର ମନୋଭାବରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏସିଆ ରାଷ୍ଟ୍ରଗୁଡିକର ରାଜନୈତିକ ପରିସ୍ଥିତିରୁ ଚାଇନା ଫାଇଦା ନେବାକୁ ଚାହୁଁଛି।

ପାକିସ୍ତାନ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବୃଦ୍ଧି

ପାକିସ୍ତାନ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବୃଦ୍ଧି

ଅମୃତସର, ୧୬।୨: ଭାରତ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ତୀର୍ଥଯାତ୍ରୀଙ୍କ ଭିଜା ସମୟସୀମା ବୃଦ୍ଧି କରିଛନ୍ତି। ଏସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚିତ କରାଯାଉଛି। ଭାରତ ଆସିଥିବା ୧୪୨ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବଢ଼ାଇ ଦିଆଯାଇଛି। ସେମାନେ ଅମୃତସର ସହିତ ଦିଲ୍ଲୀ ଏବଂ ହରିଦ୍ୱାର ବୁଲି ପାରିବେ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି।