Dharitri News
ଜାତୀୟ |

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୩୫ ଦିନରେ ୧୨ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୩୫ ଦିନରେ ୧୨ ଯବାନ ଶହୀଦ ଶ୍ରୀନଗର, ୫।୨: ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଛି। ପୂର୍ବରୁ ୨୦୧୭ରେ ପାକିସ୍ତାନ ୮୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ୧୩୮ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ୩୫ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ୧୨ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଜାନୁୟାରୀ ୩ ସାମ୍ବା ସେକ୍ଟରରେ ଏହି ଘଟଣାରେ ବିଏସ୍‌ଏଫ୍‌ ହେଡ୍‌ କନେଷ୍ଟବଳ ପି. ହାଜରା ଶହୀଦ ହୋଇଥିଲେ। ସେହିପରି ଜାନୁୟାରୀ ୧୪ରେ ସୁନ୍ଦରବନୀ ସେକ୍ଟରରେ ଭାରତୀୟ ସେନା ଲାନ୍ସ ନାୟକ ଯୋଗେଶ ଭଣ୍ଡାନେ, ୧୭ ଜାନୁୟାରୀରେ ଆର୍‌.ଏସ୍‌. ପୁରା ସେକ୍ଟରରେ ବିଏସ୍‌ଏଫ୍‌ ହେଡ୍‌ କନେଷ୍ଟବଳ ଏ.ସୁରେଶ, ଜାନୁୟାରୀ ୧୯ରେ ସୁନ୍ଦରବନୀ ସେକ୍ଟରରେ ଲାନ୍ସ ନାୟକ ସୈମ୍‌ ଆବ୍ରାହମ୍‌ ଓ ସାମ୍ବା ସେକ୍ଟରରେ ବିଏସ୍‌ଏଫ୍‌ ହେଡ୍‌ କନେଷ୍ଟବଳ ଜଗପାଳ ସିଂ, ୨୦ ଜାନୁୟାରୀରେ କ୍ରିଷ୍ଣା ଘାଟି ସେକ୍ଟରରେ ସେନା ଶିପାହୀ ମନଦିପ୍‌ ସିଂ, ଜାନୁୟାରୀ ୨୧ରେ ମେଣ୍ଢର ସେକ୍ଟରରେ ସେନା ସିପାହୀ ଚନ୍ଦନ କୁମାର ରାୟ, ଜାନୁୟାରୀ ୨୪ରେ କ୍ରିଷ୍ଣା ଘାଟି ସେକ୍ଟରରେ ସେନା ସିପାହୀ ନାୟକ ଜଗଦୀଶ୍‌ ପ୍ରମୁଖ ଶହୀଦ ହୋଇଥିଲେ। ସେହିପରି ଫେବୃୟାରୀ ୪ରେ ଭିମ୍ବର ଗଲି ସେକ୍ଟରରେ ସେନା କ୍ୟାପଟେନ୍‌ କପିଳ କୁଣ୍ଡୁ, ସେନା ହାବିଲଦାର ରୋଶନ ଲାଲ୍‌, ସେନା ରାଇଫଲମ୍ୟାନ୍‌ ରାମ ଅବତାର ଓ ରାଇଫଲମ୍ୟାନ୍‌ ଶୁଭମ୍‌ ସିଂ ପ୍ରମୁଖ ଶହୀଦ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ପାକିସ୍ତାନ ୪୪୯ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ସେହିପରି ୨୦୧୫ରେ ୪୦୫ ଥର, ୨୦୧୪ରେ ୫୮୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ଜାତୀୟ |

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ଶିଲଂ, ୨୩।୨: ମେଘାଳୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୨୫ ଜଣ ଦାଗି ପ୍ରାର୍ଥୀ ରହିଛନ୍ତି ବୋଲି ଆସୋସିଏସନ୍‌ ଫର ଡୋମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଦାଗି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ହତ୍ୟା ଓ ବଳାତ୍କାର ମାମଲା ରହିଛି। ପ୍ରତିଦ୍ୱନ୍ଦିତା କରୁଥିବା ୩୭୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୫୨ ଜଣ କୋଟିପତି ଅଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୩.୫୪ କୋଟି ଟଙ୍କା ରହିଛି ବୋଲି ସେମାନେ ସତ୍ୟପାଠ ଦାଖଲ କରିଛନ୍ତି।

ଲାଲୁଙ୍କୁ ଝଟ୍‌କା

ଲାଲୁଙ୍କୁ ଝଟ୍‌କା

ରାଞ୍ଚି,୨୩।୨: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ରାଷ୍ଟ୍ରୀୟ ଜନତାଦଳ (ଆର୍‌ଜେଡି)ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ଲାଗିଛି ଧକ୍କା। ଦେଓଘର ଟ୍ରେଜେରି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି।

ନୀତୀଶଙ୍କ ଉପରେ ଅଭିଯୋଗ ଆଣିଲେ ତେଜସ୍ବି

ନୀତୀଶଙ୍କ ଉପରେ ଅଭିଯୋଗ ଆଣିଲେ ତେଜସ୍ବି

ମୁଜାଫରପୁର,୨୩।୨: ନୀତୀଶ ସରକାରଙ୍କ ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିରୋଧୀ ନେତା ତେଜସ୍ବି ଯାଦବ। ଫୋନ ଟ୍ୟାପିଙ୍ଗଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ତାଙ୍କ ଉପରେ କଡା ନଜର ରଖିଥିବା ନୀତୀଶ ସରକାର ଏବେ ତାଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଚେଷ୍ଟା କରୁଛନ୍ତି।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଦିଲ୍ଲୀ ପୋଲିସକୁ ନୋଟିସ ଜାରି

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଦିଲ୍ଲୀ ପୋଲିସକୁ ନୋଟିସ ଜାରି

ନୂଆଦିଲ୍ଲୀ,୨୩।୨: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଆଧାରରେ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନିୟନ୍ତ୍ରଣ ରେଖା  ନିକଟବର୍ତ୍ତୀ ବାସିନ୍ଦା ସ୍ଥାନାନ୍ତର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାସିନ୍ଦା ସ୍ଥାନାନ୍ତର

ଶ୍ରୀନଗର, ୨୩।୨: ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଏହାକୁ ଦୃଷ୍ଟିରେ ନିକଟବର୍ତ୍ତୀ ଗ୍ରାମ ଗୁଡିକର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ସିଲିକୋଟ୍‌, ବାଲକୋଟ୍‌,ତିଲାଓ୍ବାରୀ, ଚୁରନ୍ଦା,ବାଟଗଡ ଆଦି ଗ୍ରାମର ବାସିନ୍ଦା ଶୁକ୍ରବାର ଭୋର୍‌ଠାରୁ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କରିଛନ୍ତି। ଗତ ସୋମବାରଠାରୁ ଏସବୁ ଅଞ୍ଚଳରେ ପାକିସ୍ତାନ ମୋର୍ଟାର ସେଲିଂ ମାଡ ଜାରି ରଖିଛି।

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ପାଲାକ୍କାଡୁ, ୨୩।୨: କେରଳ ପାଲାକ୍କାଡୁ ଜିଲାରେ ଘଟିଛି ଏକ ଅଘଟଣ। ମାତ୍ର ୧ କିଲୋ ଚାଉଳ ଚୋରାଇଥିବା ଅଭିଯୋଗରେ ଉତ୍ତେଜିତ ଲୋକମାନେ ଜଣେ ଆଦିବାସୀ ଯୁବକଙ୍କୁ ଗୁରୁବାର ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସମ୍ପୃକ୍ତ ଯୁବକ ହେଉଛନ୍ତି ମଧୁ କୁଡୁକୁମନ୍ନା(୨୭)। ପୋଲିସ୍‌ ଏସମ୍ପର୍କରେ ଜାଣିବା ପରେ ମଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଟାଥାରା ହସ୍ପିଟାଲକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ନୂଆଦିଲ୍ଲୀ, ୨୩।୨: ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ସୀମାରେ ଥିବା ବୁଢ଼ା ପାହାଡ଼ ମାଓବାଦୀଙ୍କ ପାଇଁ ପାଲଟିଛି ସୁରକ୍ଷାସ୍ଥଳ। ପ୍ରାୟ ୫୦ କିଲୋମିଟର ବ୍ୟାସ ମଧ୍ୟରେ ମାଓବାଦୀ ଏଠାରେ ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଆକ୍ରମଣ କରି ସହଜରେ ବୁଢ଼ାପାହାଡ଼ ଅଞ୍ଚଳକୁ ମାଓବାଦୀ ପଳାୟନ କରୁଛନ୍ତି। ମାଓବାଦୀଙ୍କ ବିରୋଧରେ ତିନି ରାଜ୍ୟରେ ସରକାର ଏବେ ଅଣ୍ଟା ଭିଡିଛନ୍ତି। ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ବୁଢ଼ା ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯିବ।

ସ୍ବାଧୀନତାର ୭୦ ବର୍ଷ ପରେ ଏଲିଫ୍ୟାଣ୍ଟ ଦ୍ୱୀପରେ ପହଞ୍ଚିଲା ବିଜୁଳି

ସ୍ବାଧୀନତାର ୭୦ ବର୍ଷ ପରେ ଏଲିଫ୍ୟାଣ୍ଟ ଦ୍ୱୀପରେ ପହଞ୍ଚିଲା ବିଜୁଳି

ରାଇଗଡ,୨୩।୨: ବିଶ୍ୱ ଐତିହ୍ୟ ସ୍ଥଳଭାବେ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଥିବା ‘ଏଲିଫ୍ୟାଣ୍ଟ ଦ୍ୱୀପ’କୁ ସ୍ବାଧୀନତାର ୭୦ ବର୍ଷ ପରେ ବିଜୁଳି ପହଞ୍ଚିବା ନିଶ୍ଚିତ ଭାବେ ଏକ ଖୁସିର ଖବର।

କଲେଜ ପରିଚାଳକଙ୍କ ଘରେ କପି: ୫୮ ଗିରଫ

କଲେଜ ପରିଚାଳକଙ୍କ ଘରେ କପି: ୫୮ ଗିରଫ

ଆଲିଗଡ,୨୩।୨: ଯୁକ୍ତ ୨ ରସାୟନ ବିଜ୍ଞାନ ପରୀକ୍ଷା ପାଇଁ କପି ଲେଖି ଅଡୁଆରେ ପଡିଛନ୍ତି ୫୮ ଜଣ ସଲଭର(ସମାଧାନକାରୀ)।

ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ

ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ

ହଲଦଓ୍ବାନି,୨୩।୨: ଉତ୍ତରାଖଣ୍ଡ ହଲଦଓ୍ବାନିର ପ୍ରକାଶ ଚନ୍ଦ୍ର ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଛନ୍ତି।

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

 ଶହେ ଘଣ୍ଟାରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ରେକର୍ଡ କଲା ବିହାର

ଶହେ ଘଣ୍ଟାରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ରେକର୍ଡ କଲା ବିହାର

ପାଟନା, ୨୩।୨: ଶୌଚାଳୟ ସ୍ଥାପନରେ ବିହାର ଏକ ବିରଳ ରେକର୍ଡ କରିଛି। ବିହାର ଗୋପାଳଗଞ୍ଜ ଜିଲାରେ ଶହେ ଘଣ୍ଟା ମଧ୍ୟରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ଏକ ରେକର୍ଡ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ୧୧୨୪୪ ଶୌଚାଳୟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଜିଲାର ୧୨ଟି ପଞ୍ଚାୟତର ୬୬ ଗ୍ରାମର ୨୫୬ ଓ୍ବାର୍ଡରେ ଶୌଚାଳୟଗୁଡିକ ସ୍ଥାପିତ ହୋଇଥିବା ଜିଲା ମାଜିଷ୍ଟ୍ରେଟ୍‌ ସୂଚିତ କରିଛନ୍ତି।