ରାଜ୍ୟ |

ଏକାଠି ଲଢ଼ିବେ ଓଡ଼ିଶା-ତେଲେଙ୍ଗାନା

ଏକାଠି ଲଢ଼ିବେ ଓଡ଼ିଶା-ତେଲେଙ୍ଗାନା
ଭୁବନେଶ୍ୱର, ୫।୨(ବ୍ୟୁରୋ): ପୋଲାଭରମ୍‌ ପ୍ରସଙ୍ଗରେ ଏକାଠି ଲଢ଼ିବେ ଓଡ଼ିଶା-ତେଲେଙ୍ଗାନା। ଏହି ପ୍ରକଳ୍ପ ଯୋଗୁ ଉଭୟ ରାଜ୍ୟର ଆଦିବାସୀମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ହେବା ଦରକାର। ଏକାଠି ଲଢିଲେ ହିଁ ହକ୍‌ ମିଳିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୋମବାର ସାକ୍ଷାତକରି ଆଲୋଚନା ପରେ ଏ କଥା କହିଛନ୍ତି ତେଲେଙ୍ଗାନାର ପ୍ରତିନିଧି ରାମଚନ୍ଦ୍ରୁ ତେଜାବ। ପୋଲାଭରମ ପ୍ରସଙ୍ଗରେ ରାମଚନ୍ଦ୍ରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ଅବକାଶରେ ପୋଲାଭରମ ପ୍ରକଳ୍ପ ଯୋଗୁ ତେଲେଙ୍ଗାନାର ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ସେ ଅବଗତ କରାଇଥିଲେ। ସେହିପରି ଓଡ଼ିଶା ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବ। ତେଣୁ ଏକାଠି ହୋଇ କୋର୍ଟରେ ଲଢିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ଏହା ଏକ ସ୍ବାଗତ ଯୋଗ୍ୟ ପ୍ରସ୍ତାବ। ତେଣୁ ଓଡ଼ିଶା ସରକାର ମଧ୍ୟ ତେଲେଙ୍ଗାନା ପ୍ରସ୍ତାବରେ ସହମତି ପ୍ରକାଶ କରିବେ।
All Right Reserved By

ରାଜ୍ୟ |

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦-୧(ବ୍ୟୁରୋ):ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। 

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି। 

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି।