ରାଜ୍ୟ |

ଶପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ

ଶପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ

କଟକ ଅଫିସ, ୫।୨: କଟକ ବାଦାମବାଡ଼ିଠାରେ ଥିବା ସିଟି ଷ୍ଟାଇଲ ଶପିଂ ମଲ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ସୋମବାର ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ମୁଖ୍ୟ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଶପିଂ ମଲରେ ପହଞ୍ଚି ସର୍‌ଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ମଲ୍‌ର ଏରିୟା ମ୍ୟାନେଜର ମାନସ ପୁରୋହୀତ କହିଛନ୍ତି ଯେ, ଅଗ୍ନିନିରାପତ୍ତା ଲାଇସେନ୍ସ ଥିଲା ଓ ମଲ୍‌କୁ ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ନୋଟିସ୍‌ ଦିଆଯାଇ ନ ଥିଲା। ପ୍ରକାଶ ଯେ, ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ହଠାତ୍‌ ସିଟି ଷ୍ଟାଇଲ ଶପିଂ ମଲ୍‌ରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

All Right Reserved By

ରାଜ୍ୟ |

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଜୁଲାଇ ୧ରେ ଓଡ଼ିଶା ଆସିବେ। ଓଡ଼ିଶା ଗସ୍ତକାଳରେ ସେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ।

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

ବ୍ରହ୍ମପୁର ଅଫିସ,୧୮।୬: ଗଞ୍ଜାମ ଜିଲା ବ୍ରହ୍ମପୁରଠାରେ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମାଜ ସେବା ହିଁ ମୂଳଲକ୍ଷ୍ୟ ହେଉ

ସମାଜ ସେବା ହିଁ ମୂଳଲକ୍ଷ୍ୟ ହେଉ

ଭଦ୍ରକ ଅଫିସ,୧୮।୬: ସମାଜ ସେବା ହିଁ ପ୍ରତ୍ୟେକ ମଣିଷର ମୂଳଲକ୍ଷ୍ୟ ହେଉ। ସମାଜରେ ଅବହେଳିତ ଲୋକଙ୍କ ପାଇଁ ସମୟ ଦେଇ ଯିଏ ନିଜ ଜୀବନ ଉତ୍ସର୍ଗ କରେ ସେ ହିଁ ଦରଦୀ ମଣିଷ ବୋଲି ସାମାଜିକ ସଙ୍ଗଠନ ‘ଉତ୍ସର୍ଗ’ର ଦ୍ୱିତୀୟ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୮।୬: ଦରମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ସୋମବାର ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପୂର୍ବରୁ ସାଉଥ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୧୮।୬(ଡି.ଏନ୍‌.ଏ.): ଚାଷ କାର୍ଯ୍ୟ ବିରୋଧରେ କୁରୁବ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ ବିରୋଧ କରିଛି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ। ଉକ୍ତ ସଙ୍ଗଠନ ପକ୍ଷରୁ ମାଓବାଦୀଙ୍କ ପୋଷ୍ଟର ବିରୋଧରେ ପୋଷ୍ଟର ଲଗାଯାଇଛି।

ବୟସ୍କ, ଦିବ୍ୟାଙ୍ଗଙ୍କ ଲାଗି ବ୍ୟାଟେରୀ ଚାଳିତ ଗାଡ଼ି

ବୟସ୍କ, ଦିବ୍ୟାଙ୍ଗଙ୍କ ଲାଗି ବ୍ୟାଟେରୀ ଚାଳିତ ଗାଡ଼ି

ଭଦ୍ରକ ଅଫିସ୍‌,୧୮।୬: ଏଣିକି ଭଦ୍ରକ ସହରରେ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ଲାଗି ମାଗଣାରେ ବ୍ୟଟେରୀ ଚାଳିତ ଗାଡ଼ି ଚଳାଚଳ କରିବ। ସାମାଜିକ ସଙ୍ଗଠନ ‘ଉତ୍ସର୍ଗ’ ପକ୍ଷରୁ ଏହି ସୁବିଧା ସହରରେ ଉପଲବ୍ଧ ହେବ। ମହତାବ ଛକଠାରୁ ଚରମ୍ପା ପର୍ଯ୍ୟନ୍ତ ଏହି ଗାଡ଼ି ଚଳାଚଳ କରିବ।

ମାତା ପାର୍ବତୀଙ୍କଠାରୁ ପାଣି ଗ୍ରହଣ କଲେ ପ୍ରଭୁ ସ୍ବପ୍ନେଶ୍ୱର

ମାତା ପାର୍ବତୀଙ୍କଠାରୁ ପାଣି ଗ୍ରହଣ କଲେ ପ୍ରଭୁ ସ୍ବପ୍ନେଶ୍ୱର

ତିଡିଡ଼ି, ୧୮ା୬(ଡି.ଏନ୍‌.ଏ.): ପବିତ୍ର ଶୀତଳଷଷ୍ଠୀ ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ରବିବାର ରାତିରେ ବାବା ସ୍ବପ୍ନେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୫ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଇଛି। ଗତ ମାସରେ ୧୩୫ ମି.ମି ଏବଂ ଏପ୍ରିଲ ମାସରେ ୧୭୭ ମି.ମି ବର୍ଷା ହୋଇଥିବାବେଳେ ଚଳିତ ମାସ ଏବେ ସୁଦ୍ଧା ମାତ୍ର ୯୩ ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅଧୀନ ସମରଝୋଲା ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଏ. କ୍ରିଷ୍ଣା ରାଓ(୭୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ହସ୍ପିଟାଲ ପଠାଇବା ସହ ଘଟଣାର ଅଭିଯୁକ୍ତ ଏ. ଦିବାକର ରାଓଙ୍କୁ ଅଟକ ରଖିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ: ବ୍ରାହ୍ମଣଗାଁ ବଜାରରେ ଉତ୍ତେଜନା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ: ବ୍ରାହ୍ମଣଗାଁ ବଜାରରେ ଉତ୍ତେଜନା

ବାସୁଦେବପୁର,୧୮।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ବଜାରରେ ରବିବାର ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ସମ୍ପ୍ରଦାୟ(ହିନ୍ଦୁ)ର ୨ ଯୁବକ ଆହତ ହୋଇଛନ୍ତି। ଘଟଣାକୁ ନେଇ ସୋମବାର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପବିତ୍ର ଶୀତଳଷଷ୍ଠୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଏହି ଟୁଇଟ୍‌ ସମ୍ବଲପୁରୀ ଭାଷାରେ ଲେଖାଯାଇଛି। ସେ କହିଛନ୍ତି ଯେ,

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଜଣେ ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ରବିବାର ରାତିରେ ଚାଇଲ୍ଡଲାଇନ ଏବଂ ପୋଲିସ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଅନୁଗୋଳ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)ରେ କାର୍ଯ୍ୟରତ ଅନୁରାଧା ନାୟକ ନାମକ ଶିଶୁ ସୁରକ୍ଷା ଅଧିକାରିଣୀ ଉକ୍ତ ଶିଶୁଙ୍କୁ ତାଙ୍କ ଘରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ମିଳିଛି।

Model This Week

ପ୍ରଭାତ