ଜାତୀୟ |

ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ

 ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ
ଶ୍ରୀନଗର, ୫।୨: ଜମ୍ମୁ-କଶ୍ମୀରରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ପାକିସ୍ତାନ ଭାରତକୁ ୧୪୬ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ଯୋଜନା କରୁଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ଆଇଏସ୍‌ଆଇ ଓ ପାକିସ୍ତାନ ସୈନ୍ୟବାହିନୀ ମିଳିତ ଭାବେ ନିୟନ୍ତ୍ରଣ ରେଖାର ମାଛିଲ୍‌, ଉରି, ତଙ୍ଗଧାର, ପୁଞ୍ଚ୍‌, ଭିମ୍ବରଗଲି ଆଦି ସେକ୍ଟରରେ ଗୁଳିଗୋଳା ଓ ମୋର୍ଟାର ସେଲିଂ ମାଡ଼ର ଯୋଜନା କରାଯାଇଛି। ସେହିପରି ମାଛିଲ୍‌, ରାମପୁର, ପୁଞ୍ଚ, ମେଣ୍ଢର୍‌, ବିମ୍ବର ଆଦି ସେକ୍ଟରରେ ଆଇଇଡି ପ୍ଲାଣ୍ଟ୍‌ କରାଯାଇ ଭାରତୀୟ ଯବାନଙ୍କୁ କ୍ଷତି ପହଞ୍ଚାଇବାର ଯୋଜନା ପାକିସ୍ତାନ କରୁଛି। ନିୟନ୍ତ୍ରଣ ରେଖାର ଏସବୁ ସେକ୍ଟରରେ ଗୁଳିଗୋଳା ମାଡ କରି ଏହି ସମୟରେ ଅପେକ୍ଷାରତ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଉଦ୍ୟମ କରୁଛି। ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ଭିମ୍ବର ଗଲି ଅଞ୍ଚଳରେ ୭୭ ଜଣ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଥିବାବେଳେ ନୌଶେରା ସେକ୍ଟରରରେ ୨୭ ଜଣ ଆତଙ୍କବାଦୀ ଏବଂ ମେଣ୍ଢର ସେକ୍ଟର ନିୟନ୍ତ୍ରଣ ରେଖାଠାରେ ୪୨ ଆତଙ୍କବାଦୀ ପାକିସ୍ତାନ ଇଶାରାକୁ ଅପେକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ୮୪ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ସେହିପରି ସୀମାନନ୍ତବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ସୂଚିତ କରିଛି।
All Right Reserved By

ଜାତୀୟ |

ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା

ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା

ଗୋଲାଘାଟ,୨୩।୨: ଆସାମର ଗୋଲାଘାଟ ଓ ଜୋରହାଟ ଜିଲାରେ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୯ ଛୁଇଁଥିବା ଏକ୍ସାଇଜ୍‌ ଡିପାର୍ଟମେଣ୍ଟ ସୂଚନା ଦେଇଛି। 

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

ନୂଆଦିଲ୍ଲୀ,୨୩।୨: ନ୍ୟାଶନାଲ ଡିଜାଷ୍ଟର ରେଶପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ରେ କନଷ୍ଟେବଳ ଥିବା ରାଜେନ୍ଦର ଗୌତମଙ୍କ ପରଲୋକ ହୋଇଥିବା ଜଣେ ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ

ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ

ମୁମ୍ବାଇ,୨୩।୨: ବଲିଉଡ ଭାଇଜାନ୍‌ ସଲମାନ ଖାଁ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେପରେ ସେ ‘ଦବଙ୍ଗ ୩’ର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। 

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଗିରଫ

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଗିରଫ

ଶ୍ରୀନଗର,୨୩।୨: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌) ମୁଖ୍ୟ ୟାସିନ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି।

ଶହୀଦ ହେବା ପୂର୍ବରୁ ପତ୍ନୀଙ୍କ ପାଖକୁ ପଠାଇଥିବା ଶେଷ ଭିଡିଓ ଏବେ ଭାଇରାଲ

ଶହୀଦ ହେବା ପୂର୍ବରୁ ପତ୍ନୀଙ୍କ ପାଖକୁ ପଠାଇଥିବା ଶେଷ ଭିଡିଓ ଏବେ ଭାଇରାଲ

ନୂଆଦିଲ୍ଲୀ,୨୩।୨: ଗତ ସପ୍ତାହରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପୂର୍ବର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମାତ୍ର ୧ମିନିଟ୍‌ ୬ ସେକେଣ୍ଡର ଏହି ଭିଡିଓ ସମସ୍ତଙ୍କୁ ଭାବୁକ କରିଦେଉଛି।

ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମଞ୍ଚ ଉପରେ କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ,୨୩-୨:  କୁହୁଡି ଅଥବା ଅନ୍ୟ କୌଣସି କାରଣରୁ ପ୍ରଥମ ଟ୍ରେନଟି ବିଳମ୍ବିତ ହେବା କାରଣରୁ ପରବର୍ତ୍ତୀ ଟ୍ରେନ ଧରି ନ ପାରିଲେ ଏଭଳି ସ୍ଥିତିରେ ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଭଡ଼ା ଅର୍ଥ ଫେରାଇବ। ତେବେ ସର୍ତ୍ତ ହେଉଛି, ଦୁଇଟି ଟ୍ରେନର ଟିକେଟ କିଣିବା ବେଳେ ଏହାର ପିଏନ୍‌ଆରକୁ ଲିଙ୍କ୍‌ କରାଇ ନେବାକୁ ହେବ। 

ବିଦ୍ୟୁତ ସଂଯୋଗ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବିଦ୍ୟୁତ ସଂଯୋଗ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବଳରାମପୁର,୨୩।୨: ଛତିଶଗଡ଼ର ହରଗଓ୍ବା ପଞ୍ଚାୟତରେ ଥିବା ଝଲପାଇପରା ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଣ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି। 

ଜମ୍ମୁ-କଶ୍ମୀର ଏନକାଉଣ୍ଟର

ଜମ୍ମୁ-କଶ୍ମୀର ଏନକାଉଣ୍ଟର

ଜମ୍ମୁ,୨୨।୨: ଜମ୍ମୁ-କଶ୍ମୀରର ସୋପରରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏନକାଉଣ୍ଟ। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ମାୟାବତୀ ନୁହେଁ ଅଖିଳେଶଙ୍କ ସହ ସିଧାସଳଖ ଲଢିପାରନ୍ତି ପ୍ରିୟଙ୍କା

ମାୟାବତୀ ନୁହେଁ ଅଖିଳେଶଙ୍କ ସହ ସିଧାସଳଖ ଲଢିପାରନ୍ତି ପ୍ରିୟଙ୍କା

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଢାମଣା ସରିଛି। ମୋଟ ୮୦ଟି ଆସନ ମଧ୍ୟରୁ ୩୮ରେ ବହୁଜନ ସମାଜ ପାର୍ଟି ଓ ୩୭ରେ ସମାଜବାଦୀ ପାର୍ଟି ପ୍ରତିଦ୍ୱନ୍ଦିତା କରିବ। 

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ରାୟବରେଲୀ,୨୨।୨:  ସକାଳେ ମାତା ପିତାଙ୍କ ଏକାସାଙ୍ଗରେ ଅନ୍ତିମ ସଂସ୍କାର କରିସାରିବା ପରେ ସଂଧ୍ୟାରେ ପୁଅ ସାଜିଲା ବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀ ଜିଲାର ଡଲମଉ ଅଞ୍ଚଳରେ। 

ମୋଦି ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’: ରାହୁଲ

ମୋଦି ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’: ରାହୁଲ

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ମୋଦି ପ୍ରାଇମ ମିନିଷ୍ଟର ନୁହେଁ ସେ ହେଉଛନ୍ତି, ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’।