Dharitri News
ଖେଳ |

‘ନାଭାରାଙ୍କୁ ହରାଇବାର ଅନୁଭୂତି ଅବିସ୍ମରଣୀୟ’

‘ନାଭାରାଙ୍କୁ ହରାଇବାର ଅନୁଭୂତି ଅବିସ୍ମରଣୀୟ’ ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଜାନୁୟାରୀ ୨୩ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ ଇଂଲଣ୍ଡରେ ଅନୁଷ୍ଠିତ ଜିବ୍ରାଲ୍ଟର ଚେସ୍‌ରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ରବିବାର ଭୁବନେଶ୍ୱର ଫେରିଛନ୍ତି ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ। ୯୨ ଗ୍ରାଣ୍ଡମାଷ୍ଟର (ଜିଏମ) ଏବଂ ୫୮ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌)ଙ୍କ ଉପସ୍ଥିତିରେ ଟପ୍‌-୧୦ ଫିନିଶ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଏହି ଚେସ୍‌ ତାରକା। ୧୦ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ତାଙ୍କଠାରୁ ବହୁ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟରଙ୍କୁ ହରାଇ କିମ୍ବା ଡ୍ର ରଖି ଅପରାଜେୟ ରହିଥିଲେ ଦେବାଶିଷ। ଜୀବନର ବଡ଼ ସଫଳତା ପାଇ ଫେରିଥିବା ଦେବାଶିଷ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟୁର୍ନାମେଣ୍ଟର ମାନ୍ୟତା ପାଉଥିବା ଜିବ୍ରାଲ୍ଟର ଚେସ୍‌ରେ ନିଜର ଅନୁଭବ ଏବଂ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପ୍ରଶ୍ନ: ବିଶ୍ୱର ଏକ ନାମୀ ଟୁର୍ନାମେଣ୍ଟ ହେଉଛି ଜିବ୍ରାଲ୍ଟର ଚେସ୍‌। ଓଭରଅଲ୍‌ ଅନୁଭବ କେମିତି ରହିଲା? ଉ: ମୁଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱର ୧୭ ନମ୍ବର ଖେଳାଳି ଡେଭିଡ ନାଭାରାଙ୍କୁ ହରାଇଲି। ଏହି ଖେଳାଳିଙ୍କୁ ହରାଇବା ପରେ କ୍ରମାଗତ ୬ଟି ମ୍ୟାଚରେ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟରଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲି। ଏହାପରେ ୯ମ ରାଉଣ୍ଡରେ ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇଟୁରିଜାଗା ବୋନେଲି ଏଡୁଆର୍ଡୋ(୨୬୫୦)ଙ୍କୁ ପରାସ୍ତ କରିଥିଲି। ସେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦୦ ଭିତର ର଼୍ୟାଙ୍କପ୍ରାପ୍ତ ଖେଳାଳି। ୧୦ମ ରାଉଣ୍ଡରେ ମୁଁ ଭାରତର ସନ୍ଦୀପନ ଚନ୍ଦାଙ୍କୁ ହରାଇଲି। ସେ ହେଉଛନ୍ତି ଭାରତର ୧୧ ନମ୍ବର ର଼୍ୟାଙ୍କପ୍ରାପ୍ତ ଏବଂ ବହୁତ ଶକ୍ତିଶାଳୀ ଖେଳାଳି। ଟୁର୍ନାମେଣ୍ଟରୁ ମୁଁ ୩୨ ପଏଣ୍ଟ ଅର୍ଜନ କଲି। ତେଣୁ ଏହାକୁ ମୁଁ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବୋଲି କହିପାରିବି। ପ୍ର: ୧୦ ରାଉଣ୍ଡ ମଧ୍ୟରୁ କାହା ବିପକ୍ଷ ମ୍ୟାଚ ଦେବାଶିଷଙ୍କୁ ବେଶି ସନ୍ତୋଷ ପ୍ରଦାନ କରିଥିଲା। ଉ: ଦ୍ୱିତୀୟ ରାଉଣ୍ଡରେ ଚେକ୍‌ ରିପବ୍ଲିକର ନାଭାରା(୨୭୪୯ ରେଟିଂ)ଙ୍କୁ ହରାଇବା ମୋ ପାଇଁ ବିସ୍ମିତ ହେବାଭଳି ଥିଲା। ଏଥିରୁ ମୋତେ ବହୁତ ଉତ୍ସାହ ମିଳିଥିଲା। ମୁଁ ଯଦି ବିଶ୍ୱର ୧୭ ନମ୍ବର ଖେଳାଳିଙ୍କୁ ହରାଇ ପାରୁଛି ତେବେ କାହାକୁ ବି ପରାସ୍ତ କରିପାରିବି। ଏ ବିଶ୍ୱାସ ମନରେ ଆସିଥିଲା। ଆଉ ଗୋଟେ କଥା ହେଲା ମୁଁ ଗତ କିଛି ଟୁର୍ନାମେଣ୍ଟରେ ଆଶାନୁରୂପ ପ୍ରଦର୍ଶନ ଦେଇପାରି ନ ଥିଲି। ଏକ ଖରାପ ଫେଜ୍‌ରୁ ବାହାରି ଏପରି ପ୍ରଦର୍ଶନ ଦେବା କିଛି କମ୍‌ କଥା ନୁହେଁ। ବିଗତ ବର୍ଷ ମାନଙ୍କର ଅନୁଭବ ବହୁତ କାମ ଦେଇଥିଲା। ମୁଁ କେବେହେଲେ ଲଢ଼ୁଆ ମନୋଭାବ ହରାଇ ନ ଥିଲି। ବହୁ ଉଚ୍ଚ ରେଟିଂପ୍ରାପ୍ତ ଖେଳାଳିଙ୍କ ବିପକ୍ଷରେ ମ୍ୟାଚ ଜିତି ନ ପାରିଲେ ବି ଡ୍ର ରଖିବା ବହୁତ ବଡ଼ କଥା। ତେଣୁ ମୁଁ ପୂରା ଟୁର୍ନାମେଣ୍ଟରେ କେବେହେଲେ ମନୋବଳ ହରାଇ ନ ଥିଲି। ମୋର ୩ଟି ଗେମ୍‌ ସାଢ଼େ ୬ ଘଣ୍ଟା/ ୭ ଘଣ୍ଟା ଧରି ଚାଲିଥିଲା। ଦିନ ୩ଟାରୁ ଆରମ୍ଭ ହୋଇ ରାତି ୯ଟା ୩୦ କିମ୍ବା ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବହୁତ ପରିଶ୍ରମ ହୋଇଥାଏ, ଏହା ସତ୍ତ୍ୱେ ମୁଁ କେବେହେଲେ ଫୋକସ ହରାଇ ନ ଥିଲି। ଗତ ୪ ବର୍ଷଧରି ମୁଁ ଗୋଟିଏ ପୋଜିଶନ(୨୫୦୦ ପାଖାପାଖି ରେଟିଂ)ରେ ସ୍ଥିର ରହି ଯାଇଥିଲି। ଏବେ ମୁଁ ୩୨ ପଏଣ୍ଟ ଜମ୍ପ କରିଛି। ଏବେ ପରିଶ୍ରମର ଫଳ ମିଳିଛି ବୋଲି କୁହାଯାଇପାରିବ। ପ୍ର: ପ୍ରଥମ ୨ ରାଉଣ୍ଡ ପରେ କ୍ରମାଗତ ୬ଟି ମ୍ୟାଚ ଡ୍ର ରହିଥିଲା। ସେତେବେଳେ ଦେବାଶିଷଙ୍କ ମନରେ କ’ଣ ଚାଲିଥିଲା। ଉ: ମୁଁ ଜଣେ ଦୃଢ଼ ମନୋଭାବସମ୍ପନ୍ନ ଖେଳାଳି। ସେଠାରେ ପ୍ରତିଦ୍ୱନ୍ଦ୍ୱୀମାନେ ମୋଠାରୁ ପାଖାପାଖି ୧୦୦ ରେଟିଂରୁ ଅଧିକରେ ଥିଲେ। ମୋର ପ୍ରଥମ ଲକ୍ଷ୍ୟ ଥିଲା ସେମାନଙ୍କ ବିପକ୍ଷରେ କିପରି ମ୍ୟାଚ ହାରିବିନି। ଆକ୍ରମଣାତ୍ମକ ଆଭିମୁଖ୍ୟ ଖେଳ ମୋ ଷ୍ଟାଇଲ୍‌କୁ ସୁହାଏ। ଉଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀମାନେ ବେଶି ଭୁଲ କରନ୍ତିନି। ଯଦି ସେମାନେ କେତେବେଳେ ଭୁଲ କଲେ ତେବେ ମୁଁ ତାର ସଦୁପଯୋଗ ଅପେକ୍ଷାରେ ଥାଏ। ନ ହେଲେ ଡ୍ର ରଖିବା ମଧ୍ୟ ବହୁତ ବଡ଼ କଥା। ତେବେ ମୁଁ ଏହାଠାରୁ ଆଉ ଭଲ କରିପାରିଥାନ୍ତି ବୋଲି କେବେ ଭାବି ପାରୁନି। ପ୍ର: ଏହାପରେ ଆଉ କ’ଣ ବଡ଼ ଟୁର୍ନାମେଣ୍ଟ ଅଛି? ଉ: ଏହାପରେ ରୁଷିଆ ଯାଇ ଏରୋଫ୍ଲଟ ଟୁର୍ନାମେଣ୍ଟରେ ଭାଗନେବି। ଏହା ଫେବୃୟାରୀ ୧୯ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦୁବାଇ ଓପନ (ଏପ୍ରିଲ ୧ରୁ ୯ ) ଏବଂ ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ହଙ୍ଗେରୀର ବୁଦାପେଷ୍ଟରେ ସ୍ପ୍ରିଙ୍ଗ୍‌ ରୋଲ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବି। ପ୍ର: ଜିବ୍ରାଲ୍ଟର ଓ ଆଗାମୀ ୩ଟି ଟୁର୍ନାମେଣ୍ଟ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି? ଉ: ଜିବ୍ରାଲ୍ଟର ହେଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଓପନ ଟୁର୍ନାମେଣ୍ଟ। ଏଥିରେ ବିଶ୍ୱର ୪, ୫, ୬, ୧୨, ୧୭, ୧୮ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଖେଳୁଥିଲେ। ଅର୍ଥାତ୍‌ ବିଶ୍ୱର ଶ୍ରେଷ୍ଠ ୫୦ଙ୍କ ମଧ୍ୟରୁ ୧୦/୧୨ ଜଣ ସେଥିରେ ଥିଲେ। ଏରୋଫ୍ଲଟ ଟୁର୍ନାମେଣ୍ଟ ମଧ୍ୟ ବିଶ୍ୱର ୨ କିମ୍ବା ୩ ନମ୍ବର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଗତଥର ମୁଁ ଏହି ଟୁର୍ନାମେଣ୍ଟରେ ମଧ୍ୟ ହାରି ନ ଥିଲି। ଗୋଟେ ମ୍ୟାଚ ଜିତିଥିବାବେଳେ ୯ ମ୍ୟାଚ ଡ୍ର ରଖିଥିଲି। ସେଥିରେ ମୋର ୨୦ ପଏଣ୍ଟ ରେଟିଂ ବଢ଼ିଥିଲା। ଜିବ୍ରାଲ୍ଟର ଓ ଏରୋଫ୍ଲଟ ଟୁର୍ନାମେଣ୍ଟରେ ଭାଗନେବାକୁ ହେଲେ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ପ୍ର: ଜିବ୍ରାଲ୍ଟର ଚେସ୍‌ ପାଇଁ କେତେ ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା। ଉ: ଜିବ୍ରାଲ୍ଟର ଚେସ୍‌ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ମସ୍କୋ ଟୁର୍ନାମେଣ୍ଟ ପାଇଁ ୮୦ ହଜାର ଟଙ୍କା ଅଗ୍ରୀମ ଦେବାକୁ ପଡ଼େ। ତେଣୁ ଏଥିପାଇଁ ମଧ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେବ। ପ୍ର: ବିନା ପ୍ରାୟୋଜକରେ କେମିତି ମ୍ୟାନେଜ କରୁଛନ୍ତି। ଉ: ଜଣେ ଚେସ୍‌ ଖେଳାଳି ଏତେ ବାଟ ଆସିଲେ ବି ଆମ ରାଜ୍ୟରେ ପ୍ରାୟୋଜକ ମିଳୁ ନାହାନ୍ତି। ଏ ସବୁ ବିଡ଼ମ୍ବନାର କଥା। ପ୍ରାୟୋଜକ ପାଇଁ ବହୁ ଚେଷ୍ଟା କରି ମଧ୍ୟ ନିରାଶ ହୋଇଛି। ତେଣୁ ଏ ସମ୍ପର୍କରେ କିଛି କହିବାକୁ ଭଲ ଲାଗୁନି(କ୍ଷୋଭର ସହ)। ପ୍ର: ଆଗାମୀ ଟୁର୍ନାମେଣ୍ଟଗୁଡ଼ିକ ପାଇଁ ପ୍ରସ୍ତୁତି କିପରି ରହିବ ? ଉ: ମୁଁ ଅନ୍‌ଲାଇନ୍‌ରେ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର ମାଇକେଲ କ୍ରାସେନ୍‌କୋଙ୍କଠାରୁ କୋଚିଂ ନିଏ। ବ୍ୟକ୍ତିଗତଗଲେ ବହୁତ ବ୍ୟୟ ବହୁଳ ହେବ ବୋଲି ମୁଁ ଅନ୍‌ଲାଇନ୍‌ରେ ରହ କୋଚିଂ ନେଇଥାଏ। ଦିନକୁ ତାଙ୍କଠାରୁ ୨ ଘଣ୍ଟା ପାଇଁ କୋଚିଂ ବାବଦରେ ୬ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼େ। ମାସରେ ମୁଁ ୪/୫ଥର କୋଚିଂ ନେଇଥାଏ। ତାଙ୍କଠାରୁ କୋଚିଂ ନେବାପରେ ମୋର ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ପ୍ରତି ଟୁର୍ନାମେଣ୍ଟ ପୂର୍ବରୁ ମୁଁ କଠିନ ପରିଶ୍ରମ କରିଥାଏ। ପ୍ର: ଏକ ବଡ଼ ଟୁର୍ନାମେଣ୍ଟରେ ଭାଗନେଇ ଫେରିଲେ। ଆଗକୁ ୩ଟି ବଡ଼ ଟୁର୍ନାମେଣ୍ଟ ଅଛି। କିଛି ଚାପରେ ଅଛନ୍ତି କି? ଉ: ଜଣେ କ୍ରୀଡ଼ାବିତ୍‌ ପାଇଁ ଫୋକସ ସବୁଠାରୁ ବଡ଼ କଥା। ଏହା କଷ୍ଟସାଧ୍ୟ ହୋଇଥିଲେ ହେଁ ମୁଁ କେବେହେଲେ ଫୋକସ ହରାଇନାହିଁ। ଅନେକ ଖେଳାଳି ୩-୪ ବର୍ଷ ଭଲ ନ ଖେଳିଲେ ନିରାଶ ହୋଇ ଖେଳ ଛାଡ଼ି ଦେଇଥାନ୍ତି କିମ୍ବା କୋଚିଂ ଲାଇନ୍‌କୁ ଚାଲିଯାଆନ୍ତି। ମାତ୍ର ମୋ ମନରେ ସେମିତି କିଛି ଆସିନାହିଁ। ମୁଁ ନିଷ୍ଠାର ସହ ପରିଶ୍ରମ ଜାରି ରଖିଛି ଏବଂ ଜିବ୍ରାଲ୍ଟର ଚେସ୍‌ରେ ଭଲ କରିଥିବାରୁ ଆହୁରି ଆଗକୁ ଯାଇପାରିବି ବୋଲି ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିଛି। ପ୍ର: ଲକ୍ଷ୍ୟ କ’ଣ ? ଉ: ମୁଁ ମଝିରେ ଆଶାନୁରୂପ ପ୍ରଦର୍ଶନ ଦେଇପାରି ନ ଥିଲି। ଏବେ କେବଳ ଗେମ୍‌ ଉପରେ ଫୋକସ ରଖିବା ହିଁ ମୋର ମୁଖ୍ୟ କାର୍ଯ୍ୟ। ଅଭିଜ୍ଞତାରୁ ମୁଁ ଜାଣିଗଲିଣି ଯେ ଏକାଗ୍ରତା ରହିଲେ ନିଶ୍ଚିତ ସଫଳତା ମିଳିବ। ନୈରାଶ୍ୟ ମଧ୍ୟ ଦେଇ ଗତି କରୁଥିବାବେଳେ ମୁଁ ବିବେକାନନ୍ଦଙ୍କ ଜୀବନୀ ଉପରେ ବହି ପଢ଼ି ଅନେକ କିଛି ଜାଣି ପାରିଥିଲି। ପରୋକ୍ଷରେ ଏହା ମୋ ଜୀବନରେ ଅନେକ ସହାୟକ ହୋଇଛି। ମୁଁ ପୁଣି ଟ୍ରାକ୍‌କୁ ଫେରିବା ପଛରେ ବିବେକାନନ୍ଦଙ୍କ ପୁସ୍ତକର ମଧ୍ୟ ବହୁତ ଭୂମିକା ରହିଛି। ଚାପ ପରିସ୍ଥିତିରେ ଶାନ୍ତ ରହିବା ପାଇଁ ଏହା ମୋତେ ପ୍ରେରିତ କରିଛି। ପ୍ର: ଓଡ଼ିଶା ଚେସ୍‌ର ବର୍ତ୍ତମାନ ସ୍ଥିତି କ’ଣ ଅଛି? ଉ: ନିକଟରେ ରାକେଶ ଜେନା ଓ ସିଦ୍ଧାନ୍ତ ମହାପାତ୍ର ଅନ୍ତର୍ଜାତୀୟ ମାଷ୍ଟର(ଆଇଏମ) ଟାଇଟଲ ହାସଲ କରିଛନ୍ତି। ଏବେ ସେମାନଙ୍କର ପରୀକ୍ଷା ମଧ୍ୟ ଚାଲିଛି। ସେମାନଙ୍କୁ କିଛିଦିନ ସମୟ ଦିଆଯିବା ଆବଶ୍ୟକ। ମୁଁ ମଧ୍ୟ ଆଇଏମ ହେବାପରେ ୨-୩ ବର୍ଷ ଲାଗିଥିଲା ଗ୍ରାଣ୍ଡମାଷ୍ଟର ହେବା ପାଇଁ। ତେଣୁ ତାଙ୍କୁ ଟାଇମ୍‌ ଲାଗିବ। ମୁଁ ୨୦୧୦ରେ ଆଇଏମ ହେଲି। ଗ୍ରାଣ୍ଡମାଷ୍ଟର ନର୍ମ ପାଇଁ ମୋତେ ୨ ବର୍ଷ ସମୟ ଲାଗିଥିଲା। ଥରେ ନର୍ମ ପାଇଲାପରେ ମୁଁ ଟାଇଟଲ ପାଇଁ ଖୁବ୍‌ଶୀଘ୍ର ସମସ୍ତ ଔପଚାରିକତା ପୂରଣ କରି ଦେଇଥିଲି। ସେମାନଙ୍କ କ୍ଷେତ୍ରରେ ମଧ୍ୟ ତାହା ହେବ ବୋଲି ଆଶା କରୁଛି। ଥରେ ଜମ୍ପ ହେଲେ ରେଜଲ୍ଟ ଖୁବ୍‌ ସ୍ପିଡ୍‌ରେ ହୋଇଥାଏ। ଜୁନିୟର ବର୍ଗ କଥା କହିଲେ ସତ୍ୟରଞ୍ଜନ ପଟ୍ଟନାୟକ କିମ୍ବା ରାଜେନ୍ଦ୍ର ସାହୁଙ୍କ ନିକଟରେ ଅନେକ ପିଲା କୋଚିଂ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଦିନେନା ଦିନେ କେହି ଉପର ସ୍ତରକୁ ଆସିବେ ବୋଲି ମୋର ଆଶା ରହିଛି। ଓଡ଼ିଶା ଚେସ୍‌ର ଉନ୍ନତି ପାଇଁ ମୋ ଉପରେ ମଧ୍ୟ ଗୁରୁଦାୟିତ୍ୱ ରହିଛି ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶା ଚେସ୍‌ ପାଇଁ ବ୍ୟକ୍ତିଗତଭାବେ ମୋତେ ମଧ୍ୟ ଅନେକ କିଛି କରିବାକୁ ଅଛି । ପ୍ର: ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆଉ କିଛି ପଦକ୍ଷେପ ନେବା ଆବଶ୍ୟକ କି? ଉ: ଆବଶ୍ୟକ ସମୟରେ ଆସୋସିଏଶନ ନିକଟରୁ ମୁଁ ସେମିତି କିଛି ସାହାଯ୍ୟ ସହଯୋଗ ପାଇନି। ଏବେ ବିବେକାନନ୍ଦଙ୍କ ଜୀବନୀ ପୁସ୍ତକ ପଢ଼ିବାପରେ ମୋତେ ଆସୋସିଏଶନ ପାଇଁ କିଛି କାମ କରିବାର ଅଛି ବୋଲି ଅନୁଭବ କରୁଛି। ଓଡ଼ିଶା ଚେସ୍‌ର ଉନ୍ନତି ପାଇଁ ମୁଁ ନିଶ୍ଚିତ କିଛି କରିବି। ପ୍ର: ଓଡ଼ିଶାର ପରବର୍ତ୍ତୀ ଗ୍ରାଣ୍ଡମାଷ୍ଟର ଭାବେ ଦେବାଶିଷ କାହାକୁ ଦେଖୁଛନ୍ତି। ଉ: ପଦ୍ମିନୀ ରାଉତଙ୍କୁ କିଛିଦିନ ସମୟ ଲାଗିପାରେ। ସ୍ବୟଂଶୁ ସତ୍ୟପ୍ରଜ୍ଞ ମଧ୍ୟ ସଂଘର୍ଷ ଜାରି ରଖିଛନ୍ତି। ମାତ୍ର ସ୍ବୟମ୍ସ ମିଶ୍ର ଖୁବ୍‌ଶୀଘ୍ର ଓଡ଼ିଶାର ପରବର୍ତ୍ତୀ ଗ୍ରାଣ୍ଡମାଷ୍ଟର ହେବେ ବୋଲି ମୋର ଆଶା।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଖେଳ |

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ୍‌, ୨୪।୨(ପି.ଟି.)- ଦମ୍‌ଦାର ବିଜୟ ସହ ଭାରତ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ଟେଷ୍ଟ ସିରିଜ ପରାଜୟକୁ ପଛରେ ପକାଇ ଭାରତ ଉଭୟ ଦିନିକିଆ ଓ ଟି୨୦ ସିରିଜ୍‌କୁ ହାତେଇ ନେଇଛି। ଦିନିକିଆ ସିରିଜକୁ ୫-୧ ଓ ପରେ ଟି୨୦ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଏଥି ସହିତ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ସିରିଜରେ ବାଜି ମାରିଛି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି। ଏହି ଗ୍ରୀନ୍‌ ପିଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୬ ଉଇକେଟ ହରାଇ ୧୬୫ ରନରେ ସୀମିତ ରହି ମ୍ୟାଚ ହାତଛଡା କରିଥିଲା। ଦ୍ରୁତ ୪୩ ରନ କରିବା ସହ ଡେଭିଡ ମିଲରଙ୍କୁ ଆଉଟ କରିଥିବା ସୁରେଶ ରାଇନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ବେଶ୍‌ ପ୍ରଭାବୀ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।

କ୍ୱାର୍ଟରରେ ଓଡ଼ିଶା ପୁରୁଷ, ମହିଳା ଦଳ

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ଲାଥୁରଠାରେ ଚାଲିଥିବା ୧୯ତମ ସିନିୟର ଟେନିସ ଭଲିବଲ (ପୁରୁଷ/ମହିଳା) ପ୍ରତିଯୋଗିତାରେ ଓଡ଼ିଶା ଡବଲ ବିଜୟ ହାସଲ କରିଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ସୋଫିଆ(ବୁଲଗେରିଆ),୨୪।୨(ପି.ଟି.)- ଚଳିତ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟର୍ନୁାମେଣ୍ଟରେ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ବ୍ରୋଞ୍ଜ ପଦକଧାରୀ ସୀମା ପୁନିଆ ମହିଳା ବିଭାଗର ୮୧ କିଗ୍ରାରୁ ଅଧିକ ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ଖେଳାଯାଇଥିବା ସେମିଫାଇନାଲରେ ସୀମା ବାଇ ପାଇ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି।

ସୁଇସ୍‌ ଓପନ୍‌: ସେମିରେ ସମୀର

ସୁଇସ୍‌ ଓପନ୍‌: ସେମିରେ ସମୀର

ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍‌ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍‌ରେ ହରାଇଛନ୍ତି।

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।