ଖେଳ |

ଓ୍ବାଶିଂଟନ ଫାଇନାଲରେ ଆଣ୍ଡରସନ

ଓ୍ବାଶିଂଟନ ଫାଇନାଲରେ ଆଣ୍ଡରସନ
ଓ୍ବାଶିଂଟନ, ୬ା୮(ଏ.ଏଫ.ପି)-  ବିଶ୍ୱର ୪୫ ନମ୍ବରର ଟେନିସ ଖେଳାଳି ଦ.ଆଫ୍ରିକାର କେଭିନ ଆଣ୍ଡରସନ ଏଠାରେ ଚାଲିଥିବା ଏଟିପି ସିଟି ଓପନ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ସେ ଆମେରିକାର ଜ୍ୟାକ ସକଙ୍କୁ ୬-୩,୬-୪ ସେଟରେ ପରାସ୍ତ କରି ଟାଇଟଲ ମୁକାବିଲା ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଦୀର୍ଘ ଦୁଇବର୍ଷ ପରେ ୩୧ ବର୍ଷୀୟ ଆଣ୍ଡରସନ  ପ୍ରଥମ ଟାଇଟଲ ହାସଲଠାରୁ ଆଉମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। 
All Right Reserved By

ଖେଳ |

ଓମାନଠାରୁ ହାରିଲା ଭାରତ

ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୨୦।୮(ପି.ଟି.)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ସୋମବାର ଓମାନ ବିପକ୍ଷରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟବରଣ କରିଛି।

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଜାକର୍ତ୍ତା, ୨୦।୮- ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ ଗେମ୍ସ ରେସଲିଂରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗତ। ଫଳରେ ଚଳିତ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚତ୍ଛି।

 ଲକ୍ଷ୍ୟ  ଦେଲେ ରୌପ୍ୟ

ଲକ୍ଷ୍ୟ ଦେଲେ ରୌପ୍ୟ

ଜାକର୍ତ୍ତା,୨୦।୮- ଭାରତୀୟ ଶୁଟର ପୁରୁଷ ଟ୍ରାପ ଶୁଟିଂ ଇଭଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ମୋଟ ୫୦ ସ୍କୋର ମଧ୍ୟରୁ ସେ ୪୩ ପଏଣ୍ଟ ଅର୍ଜନ କରି ଏହି ସଫଳତା ଅର୍ଜନ କରିଛନ୍ତି। ଅନ୍ୟ ଭାରତୀୟ ଶୁଟର ମନଭଜିତ ସିଂ ସାନ୍ଧୁ ଅଳ୍ପକେ ପଦକରୁ ବଞ୍ଚତ୍ତ ରହିଛନ୍ତି। 

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ନୂଆଦିଲ୍ଲୀ,୨୦।୮- ବରିଷ୍ଠ ଓପନର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେବାକୁ ଯାଉଛନ୍ତି। ସେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରେ ଲଢ଼ିବେ ବୋଲି ଏକ ସ୍ଥାନୀୟ ଖବରକାଗଜ ‘ଦୈନିକ ଭାସ୍କର’ରେ ପ୍ରକାଶ ପାଇଛି। 

ସୁଶୀଲ ଦେଲେ ଆଶ୍ୱାସନା

ସୁଶୀଲ ଦେଲେ ଆଶ୍ୱାସନା

ଜାକର୍ତ୍ତା,୨୦।୮- ଭେଟେରାନ କୁସ୍ତିଯୋଦ୍ଧା ସୁଶୀଲ କୁମାର ଏସିଆନ୍‌ ଗେମ୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ କ୍ୟାରିୟର ଶେଷ ହୋଇ ନ ଥିବା ଅଶ୍ୱାସନା ଦେଇଛନ୍ତି। ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ  ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଥିବା ସୁଶୀଲ ମ୍ୟାଟରେ ପୁଣି ଥରେ ସଫଳ ହେବେ ବୋଲି କହିଛନ୍ତି। 

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାକର୍ତ୍ତା,୨୦।୮(ପି.ଟି.)-  ଚଳିତ ଏସିଆନ୍‌ ଗେମ୍ସର ମହିଳା ଦଳଗତ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଛି। ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ଦଳ ୧-୩ ବ୍ୟବଧାନରେ ଜାପାନଠାରୁ ପରାସ୍ତ ହୋଇଛି।

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୨୦।୮- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ କ୍ୟାରିୟରରେ ପ୍ରଥମ ଥର ଲାଗି ସିନସିନାଟି ମାଷ୍ଟର୍ସ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସର୍ବିଆ ଖେଳାଳି ଜୋକୋଭିଚ୍‌ ୬-୪, ୬-୪ ସେଟ୍‌ରେ ୭ ଥର ଚାମ୍ପିୟନ ରୋଜର ଫେଡେରରଙ୍କୁ ହରାଇ ଦେଇଛନ୍ତି। 

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଜାକର୍ତ୍ତା,୨୦।୮- ଚଳିତ ଏସିଆନ୍‌ ଗେମ୍ସରେ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଶୁଟର ପଦକ ଜିତିଛନ୍ତି। ଶୁଟର ଦୀପକ କୁମାର ଚଳିତ ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି। 

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ସେଣ୍ଟ ଲୁଇସ୍‌ (ଆମେରିକା), ୨୦ା୮ (ପି.ଟି.)- ସିଙ୍କ୍‌ଫିଲ୍ଡ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭଲ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷ ଗେମ୍‌ ସହଜ ଡ୍ର ରଖିଛନ୍ତି।  ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌ର ଅଂଶବିଶେଷ ଏହି  ପ୍ରତିଯୋଗିତା ଖେଳାଯାଉଛି। 

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ  ସ୍ଥିତି ସୁଦୃଢ

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ ସ୍ଥିତି ସୁଦୃଢ

ନଟିଂହାମ୍‌,୨୦ା୮-ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି।  ଟସ୍‌ ହାରି ପ୍ରଥମେ ଭଲ ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ ଉଇକେଟ ସଫଳତା ଯୋଗୁ ଦଳ ଇଂଲଣ୍ଡକୁ  ୩୮.୨ ଓଭରରେ ୧୬୧ ରନ କରି ଅଲଆଉଟ  କରିଦେଇଛି।

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ଜାକର୍ତ୍ତା, ୨୦।୮(ପି.ଟି.)- ଏସିଆନ ଗେମ୍ସରେ ଗତଥର ଚାମ୍ପିୟନ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଦଳ ଜାପାନକୁ ହରାଇଥିବା ବେଳେ ପୁରୁଷ ଦଳ ବାଂଲାଦେଶକୁ ପରାସ୍ତ କରିଛି। 

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ନଟିଂହାମ, ୨୦।୮(ପି.ଟି.)- ଭାରତୀୟ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ବିରଳ ସଫଳତା ହାସଲ କରିଛନ୍ତି। ପଦାର୍ପଣ ଟେଷ୍ଟରେ ସେ ଚତୁର୍ଥ ଭାରତୀୟ ଉଇକେଟ କିପର ଭାବେ ୫ଟି କ୍ୟାଚ୍‌ ନେଇ ଏକ ଏଲିଟ କ୍ଲବ୍‌ରେ ଯୋଗ ଦେଇଛନ୍ତି।