ରାଜ୍ୟ |

ସାତଜନ୍ମର ସାଥୀ ହେଲେ ୨୫ ଯୋଡ଼ା ବରକନ୍ୟା

ସାତଜନ୍ମର ସାଥୀ ହେଲେ ୨୫ ଯୋଡ଼ା ବରକନ୍ୟା
ଭୁବନେଶ୍ୱର,୪।୨(ବ୍ୟୁରୋ)- ପ୍ରୟାସ ପକ୍ଷରୁ ଗତ ୩ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ସାମୂହିକ ବିବାହ ଉତ୍ସବ। ଚଳିତବର୍ଷ ୪ର୍ଥ ଥର ଲାଗି ଆୟୋଜିତ ଏହି ଉତ୍ସବରେ ୨୫ଯୋଡ଼ା ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପରସ୍ପରର ଜୀବନସାଥୀ ହୋଇଛନ୍ତି। ରବିବାର ରାମ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ଏଭଳି ନିଆରା ବିବାହ ଉତ୍ସବ। ବଧୂ ବେଶରେ ସଜେଇ ହୋଇ କନ୍ୟାମାନେ ପୂର୍ବରୁ ମନ୍ଦିରରେ ଉପସ୍ଥିତ ଥିଲେ। ସେପଟେ ବରମାନେ ୟୁନିଟ୍‌-୨ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିରରୁ ନାଚ, ଗୀତ ଶୋଭାଯାତ୍ରାରେ ବାହାରି ରାମ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ୨୫ଯୋଡ଼ା ବରକନ୍ୟାଙ୍କର ଏକା ସାଙ୍ଗରେ ବାହାଘର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକ ଯୋଗଦେଇ ବିବାହ କର୍ମ ସମ୍ପନ୍ନ କରିଥିଲେ। ଏହି ବିବାହରେ ଆର୍ଥିକ ଅନଗ୍ରସରଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ଏହାସହ ଯୌତୁକ ବିରୋଧରେ ଜନସଚେତନତା, ଶିକ୍ଷିତ ବାତାବରଣ ସୃଷ୍ଟି ସାଙ୍ଗକୁ ସମସ୍ତଙ୍କ ବିବାହକୁ ରେଜିଷ୍ଟ୍ରିଭୁକ୍ତ କରାଯାଇଥିଲା। ତେବେ ଚଳିତବର୍ଷ ବିବାହ ଉତ୍ସବର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ଏଥର ନବଦମ୍ପତିଙ୍କୁ ବାସନକୁସନଠାରୁ ଆରମ୍ଭ କରି ଶାଢ଼ି, ଘଣ୍ଟା, ବେଡ୍‌ଶିଟ, ଗଦି ଆଦି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଶନିବାର କନ୍ୟାମାନଙ୍କର ମେହେନ୍ଦି ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆର୍ଯ୍ୟ ସମାଜ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜୟନ୍ତ ମହାନ୍ତି, ସାମାଜିକ କର୍ମୀ ନମ୍ରତା ଚଢା, ବଦ୍ରିନାଥ ପଟ୍ଟନାୟକ, ବିମଳେନ୍ଦୁ ମହାନ୍ତି, ଜୟଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ |

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର, ୨୦।୮(ବ୍ୟୁରୋ)- ବେଙ୍ଗାଲୁରୁସ୍ଥିତ ଗ୍ରୀନପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପରିବେଶବିତ୍‌ ଡ. ବିଶ୍ୱଜିତ୍‌ ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଅନ୍ତର୍ଜାତୀୟ ସ୍ତରୀୟ ଏନ୍‌ଜିଓର ଅଧ୍ୟକ୍ଷ ହେବାରେ ଗୌରବ ଅର୍ଜନ କରିଛନ୍ତି। 

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା,  ବୃଦ୍ଧ ମୃତ

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା, ବୃଦ୍ଧ ମୃତ

ବରଗଡ଼ ଅଫିସ୍‌,୨୦।୮-
୬ ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ଅତାବିରା ଥାନା ସୁକୁଟାପାଲି ଛକଠାରେ ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ଜୀବନ ଯାଇଛି।

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଦେବଗଡ଼,୨୦।୮(ସ୍ବ.ପ୍ର.) 
ଶ୍ରାବଣ ମାସ ଶେଷ ସୋମବାର ଶୁଭ ସକାଳରେ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଗଇଲୋ ଘାଟି ରାସ୍ତାରେ ଘଟିଛି ଅଶୁଭ ଘଟଣା। ଏକ ୪୦୭ ଗାଡ଼ି (ନଂ.ଓଡି-୨୮-ଇ-୨୨୫୪) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ଜଣେ ଶିଶୁଙ୍କ ସମେତ ୧୨ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ତୁଳା ରାଉତ(୪୫), ଗୌରୀ ରାଉତ(୧୪), ପଦ୍ମିନୀ ଅଢା (୨୨),  ୪ ବର୍ଷର ଶିଶୁ ଲଭଲୀ ଅଢା, ଈଶ୍ୱରୀ ଦେହୁରୀ(୧୫), ବବିତା ମିଞ୍ଜ୍‌ ‌(୧୮), ନାଗେଶ୍ୱରୀ ଅଢା(୧୭), ରୀତା ଦେହୁରୀ(୧୪), ପ୍ରମିଳା ପ୍ରଧାନ(୬୦), ତରସିୟସ ବାଡା(୧୯), କାର୍ମିଲା ବାଡା(୧୫), ସୁନିତା କାଲୋ(୧୭)। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆହତ ଶିଶୁ ଲଭଲୀ, ତାଙ୍କ ମା ପଦ୍ମିନୀ, ନାଗେଶ୍ୱରୀ ଅଢା ଏବଂ ଈଶ୍ୱରୀ ଅଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

କେରଳରେ ବନ୍ୟା:  ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

କେରଳରେ ବନ୍ୟା: ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସଂଘ, ଓଡ଼ିଶା ପକ୍ଷରୁ କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କରାଯାଇଛି। ସୋମବାର ମଧ୍ୟାହ୍ନରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

କଟକ ଅଫିସ, ୨୦।୮: ପୋଲିସକୁ ଆକ୍ରମଣ ମାମଲାରେ କଟକ ବିଡାନାସୀ ଥାନାରେ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ଏକ ମାମଲା ରହିଥିଲା। 

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ବଡ଼ବିଲ,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ତଥା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଗ୍ରାମରେ ସୋମବାର ସକାଳେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ଜଙ୍ଗଲୀ ହାତୀ ଗ୍ରାମରେ ପଶି ଆସି ଜଣେ ଗ୍ରାମବାସୀଙ୍କ ଘର, ଅନ୍ୟଜଣଙ୍କ ପାଚେରୀ ଭାଙ୍ଗିଥିବାବେଳେ, ୮ ଜଣଙ୍କ ମକାଚାଷକୁ ନଷ୍ଟ କରିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚିଛନ୍ତି। 

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଆଗକୁ ନିର୍ବାଚନ। ଏହା ପୂର୍ବରୁ  ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ୨ ଛାତ୍ର ଗୋଷ୍ଠୀ ସୋମବାର ସକାଳେ ମୁହାଁମୁହିଁ ହୋଇଛନ୍ତି। 

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ମାଥିଲି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡ଼ା ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ବାଳିକା ବିଦ୍ୟାଳୟରେ ସୋମବାର ଚିତ୍ରକୋଣ୍ତା ବିଧାୟକ ଡମ୍ବରୁ ଶିଶା ଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଏଥିସହ ସେ ଛାତ୍ରୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଭଲ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। 

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ପୁରୀ ଅଫିସ,୨୦।୮: ଶ୍ରାବଣ ମାସର ଶେଷ ସୋମବାର। ଜଳଲାଗି ପାଇଁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ଶ୍ରୀଲୋକନାଥଙ୍କୁ ୧୭ ହଜାର କାଉଡ଼ିଆ ଜଳଲାଗି କରିଛନ୍ତି।

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ବଅଁରପାଳ,୨୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସରଠାରେ ୫୫ନଂ ଜାତୀୟ ରାଜପଥରୁ ପାଣି ନିଷ୍କାସନ ହୋଇପାରୁନାହିଁ। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। 

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି, ୨୦।୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓବାଦୀପ୍ରବଣ ତଥା ଦୁର୍ଗମ ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ବ୍ଲକର ୬ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

 ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।