ଅପରାଧ |

ଫ୍ୟୁଚର କ୍ରିଏଟର ନିର୍ଦ୍ଦେଶକ ଗିରଫ

ଫ୍ୟୁଚର କ୍ରିଏଟର ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର, ୪।୨(ବ୍ୟୁରୋ)- ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ଜମାକାରୀଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଖାରବେଳନଗର ପୋଲିସ ଫ୍ୟୁଚର ଆସିଓ ଓ୍ବେଲ୍‌ଫେୟାର କ୍ରିଏଟର ସଂସ୍ଥାର ନିର୍ଦ୍ଦେଶକ ପୁରୁଷୋତ୍ତମ ପରିଡାଙ୍କୁ ଗିରଫ କରିଛି। ପୁରୁଷୋତ୍ତମଙ୍କ ଘର ପୁରୀ ମାଲୁଦ ଅଞ୍ଚଳର। ସୂଚନା ମୁତାବକ, ୟୁନିଟ୍‌-୩ ଅଞ୍ଚଳରେ ଜୀବନ ମହାପାତ୍ର ନାମକ ବ୍ୟକ୍ତି ସପରିବାର ରୁହନ୍ତି। ସେ ଏୟାରଫୋର୍ସରେ ପାଇଲଟ ଭାବେ ଚାକିରି କରିଥିଲେ। ଚାକିରିରୁ ଅବସର ନେବା ପରେ ତାଙ୍କୁ ୧୫ଲକ୍ଷ ଟଙ୍କା ମିଳିଥିଲା। ଅଭିଯୁକ୍ତ ପୁରୁଷୋତ୍ତମ ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟରେ ଖୋଲିଥିବା ଚିଟ୍‌ଫଣ୍ଡ ସଂସ୍ଥା ସମ୍ପର୍କରେ ଜାଣି ସେଠାକୁ ଯାଇଥିଲେ। ଟଙ୍କା ଜମାକଲେ ଅଧିକ ସୁଧ ମିଳିବ ବୋଲି ପୁରୁଷୋତ୍ତମ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଜୀବନ ସଂସ୍ଥାରେ ଟଙ୍କା ଜମା କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ସେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସଂସ୍ଥାରେ ଜମା କରିଥିଲେ। କେବଳ ଜୀବନ ନୁହନ୍ତି, ଅନ୍ୟ ଲୋକଙ୍କଠାରୁ ବି ପୁରୁଷୋତ୍ତମ ଟଙ୍କା ସଂଗ୍ରହ କରୁଥିଲେ। ୨ବର୍ଷ ଧରି ଅଫିସ ଚାଲିବା ପରେ ପୁରୁଷୋତ୍ତମ ସଂସ୍ଥା ବନ୍ଦ କରି ଫେରାର ହୋଇ ଚିଙ୍ଗୁଡି ବ୍ୟବସାୟ କରିଥିଲେ। ପରେ ଅଭିଯୁକ୍ତ ପ୍ରଥମେ ପ୍ରଥମେ ଚିଙ୍ଗୁଡି ବେପାରରୁ ଯେତିକି ଲାଭ ହେଉଥିଲା ଉକ୍ତ ଟଙ୍କାକୁ ସେ ଜମା କରିଥିବା ଲୋକଙ୍କୁ ସୁଧ ଆକାରରେ ଦେଉଥିଲେ। ଫଳରେ ଜମାକାରୀମାନେ ପ୍ରଥମେ ଠକାମିର ଶିକାର ହୋଇଥିବା ଜାଣିପାରି ନ ଥିଲେ। କିନ୍ତୁ ପୁରୁଷୋତ୍ତମ ପରେ ଆଉ ଜମାକାରୀଙ୍କ ସୁଧ ଟଙ୍କା ଦେଇପାରି ନ ଥିଲେ। ଫଳରେ ଜମାକାରୀମାନେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଏ ସମ୍ପର୍କରେ ଜୀବନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପୁରୁଷୋତ୍ତମଙ୍କୁ ଗିରଫ କରିଛି। ଠକେଇରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ପୋଲିସ ଧରିବା ପାଇଁ ଚଢାଉ ଜାରି ରଖିଛି।
All Right Reserved By

ଅପରାଧ |

ଚୋରା ମଦ ବେପାରୀ ଗିରଫ

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୬।୮-ବାଲେଶ୍ୱର ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗୁରୁବାର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଖାନ୍‌ନଗର ଛକ ନିକଟରେ ଚଢ଼ାଉ କରି ଏକ ଟେମ୍ପୋରୁ ୪୨୦ ଲିଟର ମଦ ଜବତ କରିବା ସହ ଡ୍ରାଇଭର ଚିତ୍ତରଞ୍ଜନ ଦାସଙ୍କୁ ଗିରଫ କରିଛନ୍ତି। 

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ବନ୍ତ,୧୬।୮(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ବୁଧବାର ଗୋଟିଏ ରାତିରେ ୩ଟି ଚୋରି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ନିମାପଡ଼ା କପାଳୀକ୍ଷେତ୍ରସ୍ଥିତ ଜଗନ୍ନାଥ ମନ୍ଦିରରୁ ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ନୀଳଗିରି, ୧୫।୮, (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ ହାଉସ୍‌ରେ  ଗିରଫ ଶିକାରୀଙ୍କ ସହଯୋଗୀ ଓ ତାଙ୍କ ସଂପର୍କୀୟମାନେ ପଶି ଭଙ୍ଗାରୁଜା କରିଥିବା  ଅଭିଯୋଗ ହୋଇଛି। 

ଲାଠିପଡ଼ାରେ କଙ୍ଗାରୁ କୋର୍ଟ: ପରିବାରକୁ ବାସନ୍ଦ, ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ମାଡ଼

ଲାଠିପଡ଼ାରେ କଙ୍ଗାରୁ କୋର୍ଟ: ପରିବାରକୁ ବାସନ୍ଦ, ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ମାଡ଼

ନୟାଗଡ଼ ଅଫିସ,୧୫ା୮- ନ୍ୟାୟ ପାଇଁ ଥାନାକୁ ଯିବାରୁ କଙ୍ଗାରୁ କୋର୍ଟ ମାଧ୍ୟମରେ ଏକ ପରିବାରକୁ ବାସନ୍ଦ କଲେ। ହେଲେ ଏଥିରେ ସାହିଲୋକଙ୍କ ମନ ବୁଝିଲାନି। ସେମାନେ ଉକ୍ତ ବ୍ୟକ୍ତିଙ୍କ ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ଆଦି ପକାଇଲେ। 

ଗୃହରକ୍ଷୀଙ୍କୁ ଗୁଳି ମାଡ଼: ମୋବାଇଲ ଓ ପର୍ସ ଲୁଟ, ଦୁର୍ବୃତ୍ତ ଫେରାର

ଗୃହରକ୍ଷୀଙ୍କୁ ଗୁଳି ମାଡ଼: ମୋବାଇଲ ଓ ପର୍ସ ଲୁଟ, ଦୁର୍ବୃତ୍ତ ଫେରାର

ବାଲୁଗାଁ, ୧୫ା୮ (ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ କୁକୁଡାଝର ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଜଣେ ଗୃହରକ୍ଷୀଙ୍କୁ ଗୁଳିମାଡ କରି ତାଙ୍କ ଠାରୁ ପର୍ସ ଓ ମୋବାଇଲ ଲୁଟିନେଇଛନ୍ତି । 

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ବାଲିଚନ୍ଦ୍ରପୁର,୧୫ା୮(ସ୍ବ.ପ୍ର)- ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ସ୍ବାମୀଙ୍କୁ ମଙ୍ଗଳବାର ଥାନାରେ ଅଟକ ରଖିଛି। ଅଭିଯୁକ୍ତ ହେଲେ ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ଅଧୀନ ବରଦା ଗ୍ରାମର ଆଶୁତୋଷ ଦାସ। 

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଶିକ୍ଷକ କୋର୍ଟଚାଲାଣ

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଶିକ୍ଷକ କୋର୍ଟଚାଲାଣ

ବିଞ୍ଝାରପୁର,୧୫ା୮(ଡି.ଏନ.ଏ)- ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ଶିକ୍ଷକ ସ୍ମୁତିରଞ୍ଜନ ଜେନାଙ୍କୁ ମଙ୍ଗଳବାର ବିଞ୍ଝାରପୁର ପୋଲିସ କୋର୍ଟଚାଲାଣ କରିଛି । ଏଥିସହ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ସେ ଚିକଣା ପଞ୍ଚାୟତ ଶାସନପଡାସ୍ଥିତ ମଧୁସୂଦନ ନୋଡାଲ ବିଦ୍ୟାଳୟରେ ଶିକ୍ଷକ ଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର: ଶାଶୂ, ଶଶୂର ଗିରଫ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର: ଶାଶୂ, ଶଶୂର ଗିରଫ

ବରୀ/ରତ୍ନଗିରି,୧୫ା୮(ସ୍ବ.ପ୍ର/ଡି.ଏନ୍‌.ଏ)- ଯାଜପୁର ଜିଲା ବରୀଥାନା ଅଧୀନ ଚନ୍ଦନପୁର ଗ୍ରାମରୁ ମଙ୍ଗଳବାର ସକାଳେ ବରୀ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ଶରୀରର ହାତ, ଗୋଡ଼ ଓ ମୁହଁରେ କଟାଚିହ୍ନ ଥିବା ପୋଲିସ କହିଛି।