ଅପରାଧ |

ରେଲଓ୍ବେରେ ଚାକିରି ଦେବା ନଁ।ରେ ୬୦ ହଜାର ଠକେଇ

ରେଲଓ୍ବେରେ ଚାକିରି ଦେବା ନଁ।ରେ ୬୦ ହଜାର ଠକେଇ

ଭୁବନେଶ୍ୱର, ୪।୨(ବ୍ୟୁରୋ)- ରେଲଓ୍ବେରେ ପୁଅର ଚାକିରି କରାଇଦେବା ନଁାରେ ଶକୁନ୍ତଳା ନାୟକ ନାମ୍ନୀ ମହିଳାଙ୍କୁ ୬୦ ହଜାର ଟଙ୍କା ଠକେଇ କରାଯାଇଛି। ଏ ନେଇ ସମ୍ପୃକ୍ତ ମହିଳା ରବିବାର ଶହୀଦନଗର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ମାତ୍ର ଟଙ୍କା ଦେଇଥିବା ନେଇ କୌଣସି ପ୍ରମାଣ ନ ଥିବାରୁ ପୋଲିସ ତାଙ୍କୁ ଫେରାଇ ଦେଇଥିବା ଜଣାପଡ଼ିଛି।
ଶକୁନ୍ତଳାଙ୍କ ଘର ସମ୍ବଲପୁରରେ। ୨ବର୍ଷ ତଳେ ସମ୍ବଲପୁରରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ। ଉକ୍ତ ବ୍ୟକ୍ତି ଜଣକ ପୂର୍ବତଟ ରେଳପଥରେ ଚାକିରି କରୁଥିବା ବେଳେ ଭୁବନେଶ୍ୱରରେ ରହୁଛନ୍ତି ବୋଲି ପରିଚୟ ଦେଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଶକୁନ୍ତଳାଙ୍କ ପୁଅକୁ ଚାକିରି କରାଇଦେବାକୁ କହିଥିଲେ। ଏଥିପାଇଁ ୬୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ଶକୁନ୍ତଳାଙ୍କ ଆଥର୍ର୍ିକ ସ୍ଥିତି ଭଲ ନ ଥିବାରୁ ସେ ସମ୍ପର୍କୀୟମାନଙ୍କଠାରୁ ଧାରକରଜ କରିଥିଲେ। ୨୦୧୬ ମାର୍ଚ୍ଚରେ ସେ ଭୁବନେଶ୍ୱର ଆସି ବାଣୀବିହାର ଛକରେ ଉକ୍ତ ବ୍ୟକ୍ତିଙ୍କୁ ୬୦ହଜାର ଟଙ୍କା ଦେଇଥିଲେ। ୬ ମାସ ମଧ୍ୟରେ ଚାକିରି ହୋଇଯିବ ବୋଲି ବ୍ୟକ୍ତି ଜଣକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୁଅର ଚାକିରି ହୋଇ ନ ଥିଲା। ଶକୁନ୍ତଳା ଟଙ୍କା ଫେରସ୍ତ ମାଗିବାରୁ ସେ ସବୁ ଟଙ୍କା ଦେଇଦେବେ ବୋଲି କହିଥିଲେ। କିନ୍ତୁ ୩ମାସ ହେବ ଆଉ ଧରାଛୁଅଁା ଦେଉନାହାନ୍ତି ବୋଲି ଶକୁନ୍ତଳା କହିଛନ୍ତି। କିନ୍ତୁ ପୋଲିସ ତାଙ୍କୁ ଟଙ୍କା ଦେଇଥିବାର କ’ଣ ପ୍ରମାଣ ଅଛି ବୋଲି ପଚାରିଥିଲେ। କୌଣସି ପ୍ରମାଣ ନ ଥିବାରୁ ପୋଲିସ ତାଙ୍କୁ ଫେରାଇ ଦେଇଥିବା ଶକୁନ୍ତଳା କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଅପରାଧ |

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀରୁ ସେକ୍ସ ର଼୍ୟାକେଟ ଠାବ ୩ ଦେହଜୀବୀ ଉଦ୍ଧାର ଜଣେ ଗ୍ରାହକ, ୨ ଦଲାଲ ଗିରଫ ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ନୟାପଲ୍ଲୀ ଅଞ୍ଚଳର ଏକ ମସାଜ ସେଣ୍ଟରରୁ ପୁଣି ସେକ୍ସ ର଼୍ୟାକେଟ ଠାବ ହୋଇଛି। ଆଇଆରସି ଭିଲେଜର ପ୍ଲଟ ନଂ.ଏନ୍‌-୫/୯୭ରେ ଚାଲିଥିବା ଏହି ମସାଜ ସେଣ୍ଟରରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟରେ ଲିପ୍ତ ୩ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେଠାରୁ ଜଣେ ଗ୍ରାହକ ଏବଂ ଅନ୍ୟ ୨ ଦଲାଲଙ୍କୁ ଗିରଫ କରାଯାଇଛି। ଗତ ୧୫ ତାରିଖରେ ଏହି ଅଞ୍ଚଳରେ ଥିବା ପାର୍ବତୀ ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ପୋଲିସ ଏକ ସେକ୍ସ ର଼୍ୟାକେଟ ଠାବ କରିଥିଲା।

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ନିରାକାରପୁର,୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଦିଆ ପଞ୍ଚାୟତ କୋଳାସାହି-ବାଲିଗାଁ ରାସ୍ତା ମଝିରେ ଗୁରୁବାର ଅପରାହ୍ନରେ ଭାରତ ଫାଇନାନ୍ସ ନାମକ ଏକ ସଂସ୍ଥାର ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଥାନା କୁଶାସିଙ୍ଗା ମହୁଲପାଳ ସାହିରେ ଗୁରୁବାର ସକାଳେ ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଗିରିଶ ରାଉତ(୮୦), ସଞ୍ଜୟ ରାଉତ(୪୫)।

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

ବାଲିଗୁଡ଼ା,୨୩।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଜଣେ ମହିଳା ଦୁଇଟି ବ୍ୟାଗରେ ୨୦କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ବୁଧବାର ବାଲିଗୁଡ଼ା ପୋଲିସ ହାତରେ ଧରାପଡିଛନ୍ତି। ଜାର୍ଗି ଅଞ୍ଚଳର ମହିଳାଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଗଞ୍ଜେଇ ବେପାରୀମାନେ ମହିଳାମାନଙ୍କୁ ଅସ୍ତ୍ର କରି ସହଜରେ ଏହି ମାଦକ ଦ୍ରବ୍ୟକୁ ବିକ୍ରି କରୁଥିବା ପୋଲିସ ପ୍ରକାଶ କରିଛି।

୫ଜଣିଆ  ଲୁଟେରା ଗ୍ୟଙ୍ଗ ଗିରଫ

୫ଜଣିଆ ଲୁଟେରା ଗ୍ୟଙ୍ଗ ଗିରଫ

ପାରାଦୀପ, ୨୩।୫ (ସ୍ବ.ପ୍ର.)- ପାରାଦୀପ ପୋଲିସ ବୁଧବାର ୫ଜଣିଆ ଏରାଗୁଲା ଲୁଟେରାଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦେଶୀ ମହୁଲୀ ମଦ ଜବତ: ୬ ଗିରଫ

ଦେଶୀ ମହୁଲୀ ମଦ ଜବତ: ୬ ଗିରଫ

ବାଲିଗୁଡ଼ା,୨୩।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ତରଫରୁ ବୁଧବାର ବାଲିଗୁଡା ଟାଉନ୍‌, କ.ନୂଆଗାଁ, ସାରଙ୍ଗଗଡ଼ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମହୁଲୀ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ପୁରୁଷ ଏବଂ ୩ ଜଣ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ବୋଲଗଡ ଗଁାରେ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଜମିଜମା ବିବାଦକୁ ନେଇ ବୋଲଗଡ଼ର ପ୍ରଭାତ ପରିଡା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଥିଲା ।

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

କେନ୍ଦ୍ରାପଡା ଅଫିସ, ୨୨ା୫: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଷଣ୍ଡପଲ୍ଲୀ ଗ୍ରାମର ଗୋଲେଖ ସେଠୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ପରିବାରଲୋକେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଏବଂ ପୁରୁଷ ଏଥିରେ ସାମିଲ ହୋଇଥିବା ଜଣାପଡିଛି।

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ରେଞ୍ଜର

ଭଦ୍ରକ ଅଫିସ,୨୨।୫: ଭଦ୍ରକ ବନ ବିଭାଗର ରେଞ୍ଜର ପ୍ରଫୁଲ କୁମାର ସାହୁ ମଙ୍ଗଳବାର ମଧ୍ୟହ୍ନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲା ,୨୨। ୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଲାଠାରେ ଜଣେ ଯୁବକଙ୍କୁ ସୋମବାର ବିଳମ୍ବିତ ରାତିରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ତୁଣ୍ଡଲା ଗ୍ରାମର ଦୁର୍ଗେଶ୍ୱର ପଧାନ (୨୮)। ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ତଣ୍ଟିରେ କଳାଦାଗ ରହିଥିବା ଦେଖିବାକୁ ମିଳିଛି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକେନ୍ଦ୍ର ବିଏଏମ୍‌

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକେନ୍ଦ୍ର ବିଏଏମ୍‌

ନୟାଗଡ଼ ଅଫିସ,୨୧।୫- ବିଲ୍‌ ପାସ୍‌ କରାଇଦେବା ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ଆକାଉଣ୍ଟ ମ୍ୟାନେଜର (ବିଏଏମ୍‌) ପ୍ରଦୀପ କୁମାର ଆଚାର୍ଯ୍ୟ।