Dharitri News
ରାଜ୍ୟ |

‘ଓଡ଼ିଶା ବିକାଶର ସ୍ବପ୍ନଦ୍ରଷ୍ଟା ଥିଲେ ମଧୁବାବୁ’

‘ଓଡ଼ିଶା ବିକାଶର ସ୍ବପ୍ନଦ୍ରଷ୍ଟା ଥିଲେ ମଧୁବାବୁ’ ଭୁବନେଶ୍ୱର,୪।୨(ବ୍ୟୁରୋ)- ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଏବଂ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶର ସ୍ବପ୍ନଦ୍ରଷ୍ଟା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ସେ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ତାଙ୍କ ଚିନ୍ତା ଏବଂ ଚେତନାରେ ଖାଣ୍ଟି ଓଡ଼ିଆ ଭାବନା ଭରି ରହିଥିଲା ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଉତ୍କଳ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ରବିବାର ସୂଚନା ଭବନଠାରେ ଅନୁଷ୍ଠିତ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ। ମଧୁସୂଦନଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେବାକୁ ଯୁବପିଢ଼ିଙ୍କୁ ଆହ୍ବାନ କରି ମନ୍ତ୍ରୀ କହିଥିଲେ, ମଧୁସୂଦନଙ୍କ ଭଳି ଜଣେ ସ୍ବାଭିମାନୀ ସନ୍ତାନକୁ ଜନ୍ମଦେଇ ଉତ୍କଳମାତା ଧନ୍ୟ ହୋଇଥିଲା। ଜୀବନର ପ୍ରତିଟି ସୋପାନରେ ସେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନର ଯୁବପିଢ଼ି ଏବଂ ପିଲାମାନେ ମଧୁବାବୁଙ୍କ ଜୀବନ କାହାଣୀ ପଢ଼ିବାକୁ ମନ୍ତ୍ରୀ ସାମଲ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ବିଜୟାନନ୍ଦ ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, କେବଳ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନୁହେଁ, ବରଂ ଓଡ଼ିଶାର ନବନିର୍ମାଣ କ୍ଷେତ୍ରରେ ସେ ଯେଉଁ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ। ସାମାଜିକ ଓ ଅର୍ଥନୈତିକ ବିକାଶ ସହ ଶିକ୍ଷା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଜାଗରଣ ସୃଷ୍ଟି କରିବାରେ ମଧ୍ୟ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ମଧୁବାବୁଙ୍କ ପିଲାଦିନର ସଂକଳ୍ପ ଓ ପ୍ରତିଜ୍ଞା ସମ୍ପର୍କରେ ସେ ଆଲୋଚନା କରି ଛାତ୍ରୀଛାତ୍ରମାନେ ମଧୁବାବୁଙ୍କ ଭଳି ନିର୍ଭୀକ ଏବଂ କର୍ତ୍ତବ୍ୟନିଷ୍ଠ ହେବାକୁ ଉପଦେଶ ଦେଇଥିଲେ। ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ପରେ ଅର୍ପଣ ମ୍ୟୁଜିକାଲ ସର୍କଲର କଣ୍ଠଶିଳ୍ପୀମାନେ ଆବାହନ ସଙ୍ଗୀତ ପରିବେଷଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ସଚିବ ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ। ଶେଷରେ ଅର୍ପଣ ମ୍ୟୁଜିକାଲ ସର୍କଲ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପ୍ରଣାମ ମଧୁବାବୁ’ ପରିବେଷିତ ହୋଇଥିଲା। ସୂଚନା ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ, ବିପନ ବିହାରୀ ବାରିକ, ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ରାଜ୍ୟ |

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଗୁରୁତ୍ୱର ସହ ନେବା ଦରକାର। ଏଥିପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜଭୁତ୍‌ କରିବା ସହିତ ମହିଳାଙ୍କ ସମ୍ପର୍କିତ ମାମଲାଗୁଡିକର ବିଚାର ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ଆବଶ୍ୟକ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ରାଜ୍ୟର ବିଭିନ୍ନ ଜିଲାରେ ୨୯ଟି ତଦନ୍ତ ୟୁନିଟ୍‌ ଖୋଲିବାକୁ ଯୋଜନା କରିଛନ୍ତି।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ଚନ୍ଦନପୁର ନିକଟସ୍ଥ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ୮ମ ଓ ୯ମ ଶ୍ରେଣୀରେ ପଢ଼ୁଥିବା କେତେଜଣ ଛାତ୍ରଙ୍କ ଚୁଟି ପିଇଟି ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ କାଟିଥିବା ଗୁରୁବାର କିଛି ଅଭିଭାବକ ବିଦ୍ୟାଳୟରେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷାଧିକାରୀ(ଡିଇଓ) ସଲୀଳା ସେଠୀ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ଶିକ୍ଷୟିତ୍ରୀ କେଉଁ ପିରିସ୍ଥିତିରେ ଚୁଟି କାଟିଲେ ତାହା ତଦନ୍ତ କରାଯିବ। ଏନେଇ ପୁରୀ ସଦର ବିଇଓଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ମାର୍ଶାଘାଇ,୨୨।୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଆଖୁଆ ଦକ୍ଷିଣୀଠାରେ ପ୍ରବାହିତ ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ କରି ଗୁରୁବାର ରାସ୍ତାରୋକୋ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଖୁଆ-କେନ୍ଦ୍ରାପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟର ୩ଟି ଖଣି ପ୍ରଭାବିତ ଜିଲାର ୨୯୩ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋଟ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଓଏମ୍‌ବିଏଡିସି)ର ଆର୍ଥିକ ସହଯୋଗରେ ଭୂପୃଷ୍ଠ ଜଳକୁ ବିଶୋଧନ କରାଯାଇ ଯାଜପୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ପ୍ରଭାବିତ ଗାଁଗୁଡିକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।