ରାଜ୍ୟ |

ଶପିଂ ମଲ୍‌ରେ ନିଆଁ

ଶପିଂ ମଲ୍‌ରେ ନିଆଁ
କଟକ ଅଫିସ, ୪।୨ : କଟକରେ ରବିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୫ ଘଣ୍ଟା ଧରି ଜଳିଥିଲା ବାଦାମବାଡ଼ିଠାରେ ଥିବା ସିଟି ଷ୍ଟାଇଲ ଶପିଂ ମଲ୍‌। ଏଥିରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ସମୟରେ ଉକ୍ତ ମଲ୍‌ ଭିତରେ ଗ୍ରାହକ ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୭୦ ଜଣ ଲୋକ ଥିଲେ। ନିଅଁା ଲାଗିଥିବା ଖବର ଜାଣି ସେମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ। ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ପରେ ଲୋକାରଣ୍ୟ ହୋଇଯାଇଥିଲା ବାଦାମବାଡ଼ି ଅଞ୍ଚଳ। ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଅଁାର ତାଣ୍ଡବ ଦେଖିବାକୁ ମିଳିଥିଲା। ନୟାନ୍ତ ହୋଇଯାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ୨୧ଟି ଦମକଳ ଗାଡ଼ି ଓ ୧୫୦ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିଅଁା ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଉକ୍ତ ଶପିଂ ମଲ୍‌ ସମେତ ପାଖରେ ଥିବା ଗୋଟିଏ ହୋଟେଲ, ଲାଇଟ୍‌ ଆଣ୍ଡ ସାଉଣ୍ଡ, ବହି ଓ ବିଦ୍ୟୁତ୍‌ ସାମଗ୍ରୀ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କେବଳ ସେତିକି ନୁହେଁ ନିକଟରେ ଥିବା ଅନ୍ୟ ଏକ ଶପିଂ ମଲ୍‌ ଗୀତା ଫ୍ୟାଶନସ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସିଟି ଷ୍ଟାଇଲ ଶପିଂ ମଲ୍‌ଟି ତିନି ମହଲା ବିଶିଷ୍ଟ। ସବୁଦିନ ପରି ମଲ୍‌ଟି ପୂର୍ବାହ୍ନ ୧୦ଟାରେ ଖୋଲିଥିଲା। ପ୍ରାୟ ଦେଢ଼ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କ ଯିବା ଆସିବା ଧୀରେ ଧୀରେ ବଢ଼ିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ନିଅଁା ଲାଗିଯିବା ସହ ଧଁା ଦୌଡ଼ ହୋଇ ଗ୍ରାହକ ଓ କର୍ମଚାରୀ ପଦାକୁ ଆସିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ ଜିତନ ରାଉତଙ୍କ କହିବା ଅନୁଯାୟୀ, ମଲ୍‌ର ମୁଖ୍ୟ ବିଦ୍ୟୁତ୍‌ ସଂଯୋଗକାରୀ ବୋର୍ଡରୁ ଶର୍ଟସର୍କିଟ୍‌ ଯୋଗୁ ନିଅଁା ବାହାରିଲା। ସ୍ପାର୍କିଂ ହୋଇ କେବୁଲରେ ନିଆଁ ବ୍ୟାପିଯାଇଥିଲା। ଚାହୁଁ ଚାହୁଁ ପ୍ରଥମେ ମଲ୍‌ର ଗ୍ରାଉଣ୍ଡ ଫ୍ଲୋରକୁ ନିଅଁା ମାଡ଼ି ଯାଇଥିଲା। ଅଗ୍ନି ନିରାପତ୍ତା ପାଇଁ ରହିଥିବା ଯନତ୍ପାତି ବ୍ୟବହାର କରାଯାଇଥିଲେ ସୁଦ୍ଧା ତାହା କାମ କରି ନ ଥିଲା। ଭୟଭୀତ ଅବସ୍ଥାରେ ଉପର ଦୁଇମହଲା ଓ ଗ୍ରାଉଣ୍ଡ ଫ୍ଲୋରରେ ଥିବା କର୍ମଚାରୀ ଓ ଗ୍ରାହକ ପଦାକୁ ପଳାଇ ଆସି ବିପତ୍ତିରୁ ରକ୍ଷା ପାଇଯାଇଥିଲେ। ଗ୍ରାଉଣ୍ଡ ଫ୍ଲୋରରୁ ନିଅଁା ପ୍ରଥମ ଓ ଦ୍ୱିତୀୟ ମହଲାରେ ପହଞ୍ଚତ୍ବା ପରେ ମଲ୍‌ଟି ହୁ ହୁ ହୋଇ ଜଳି ଉଠିଥିଲା। ଭୟଭୀତ ଅବସ୍ଥାରେ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ଦୋକାନ ବନ୍ଦ କରି ପଳାଇ ଯାଇଥିଲେ। ପାଖରେ ଥିବା ଏକ ଘରୋଇ ନର୍ସିଂହୋମର ରୋଗୀମାନେ ମଧ୍ୟ ଭୟଭୀତ ଅବସ୍ଥାରେ ପଦାକୁ ପଳାଇ ଆସିଥିଲେ। ମଲ୍‌ ସମ୍ମୁଖରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର କେବୁଲରେ ନିଅଁା ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୧୨ଟି ଷ୍ଟେଶନରୁ ୨୧ଟି ଦମକଳ ଆସି ପହଞ୍ଚତ୍ଥିଲା। ନିଅଁାର ପ୍ରକୋପ ଓ ଧୂଅଁାର ମାତ୍ରା ଏପରି ଥିଲା ଯେ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ୨୬ଟି ବ୍ରେଥ ଆପାରାଟସ୍‌ ସେଟ୍‌, ଅକ୍ସିଜେନ ସିଲିଣ୍ଡର ସହ ଫାୟାର ପ୍ରୋଟେକ୍‌ସନ ସୁଟ୍‌, ୧୦ଟିରୁ ଊର୍ଦ୍ଧ୍ୱ ସ୍ମୋକ୍‌ ଏକ୍‌ଜଷ୍ଟର ମେଶିନ, ହାଇଡ୍ରୋଲିକ୍‌ ଶିଡି ବ୍ୟବହାର କରିବାକୁ ପଡ଼ିଥିଲା। ମଧୁପାଟଣା ଛକଠାରୁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। ବାଦାମବାଡ଼ିରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ମଧୁପାଟଣାରୁ ଖାନନଗର ଦେଇ ବାଦାମବାଡ଼ି ଷ୍ଟାଣ୍ଡକୁ ବସ୍‌ ଓ ଅନ୍ୟାନ୍ୟ ଯାନବାହନ ଯାଇଥିଲା। ମୁଖ୍ୟ ବସ୍‌ଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ଷ୍ଟାଣ୍ଡଗୁଡ଼ିକୁ ବିପରୀତ ପାର୍ଶ୍ୱ ଦେଇ ଚଳାଚଳ କରିଥିଲା। ଜିଲାପାଳ ସୁଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ ରଘୁରାମ ଆର୍‌. ଆୟାର, କଟକ ସଦର ତହସିଲଦାର ସଞ୍ଜୀବିତା ରାୟ, ସହକାରୀ ଜିଲାପାଳ ତଥା ଜିଲା ଆପାତ୍‌କାଳୀନ ଅଧିକାରୀ ପ୍ରବୋଧ କୁମାର ରାଉତ ଓ ଡିସିପି ଅଖିଳେଶ୍ୱର ସିଂ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଅପରାହ୍ନ ସାଢେ ୫ଟାରେ ନିଅଁା ଲିଭା ଶେଷ ପରେ ବାଦାମବାଡ଼ି ଥାନା ପୋଲିସ ମଲ୍‌ର ସୁରକ୍ଷା ଦାୟିତ୍ୱ ନେଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା ଶର୍ଟସର୍କିଟ ଜନିତ ବୋଲି କୁହାଯାଉଛି। ପ୍ରାଥମିକ ସୂଚନା ଅନୁଯାୟୀ ଉକ୍ତ ମଲ୍‌ରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା, ଯାହା ଏପରି ବଡ଼ଧରଣର ଅଗ୍ନିକାଣ୍ଡକୁ ଆମନ୍ତ୍ରଣ କରିଛି ବୋଲି ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଗତ ଜାନୁୟାରୀ ୨୦ରେ ଉକ୍ତ ଶପିଂ ମଲ୍‌କୁ ଅଗ୍ନିଶମ ବିଭାଗ ନୋଟିସ ଜାରି କରିଥିଲା। ମାତ୍ର ମଲ୍‌ ପକ୍ଷରୁ ତାହାକୁ ଅନୁପାଳନ କରାଯାଇ ନ ଥିଲା। ତେଣୁ ସମସ୍ତ ବ୍ୟବସ୍ଥାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଡିଜି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଆଗ୍ନିକ (ଚିଫ ଫାୟାର ଅଫିସର) ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ପ୍ରିଭେନ୍‌ଶନ ଓ ଅପରେଶନ ଓ୍ବିଙ୍ଗର ଜଣେ ଲେଖାଏ ଅଫିସରଙ୍କୁ ନେଇ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସୋମବାରଠାରୁ କେଉଁ ପରିସ୍ଥିତିରେ ଓ କାହିଁକି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଆରମ୍ଭ କରିବ। ଆବଶ୍ୟକ ପଡ଼ିଲେ ତଦନ୍ତ ନିମନ୍ତେ ସେସୁର ଅଧିକାରୀଙ୍କ ସହାୟତା ଲୋଡ଼ାଯିବ ବୋଲି ଡିଜି ଶର୍ମା କହିଛନ୍ତି। ଟିମ୍‌ର ରିପୋର୍ଟ ଉପରେ ଓଡ଼ିଶା ଅଗ୍ନି ନିରାପତ୍ତା ଓ ସୁରକ୍ଷା ନିୟମ-୨୦୧୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶର୍ମା ପ୍ରକାଶ କରିଛନ୍ତି।
All Right Reserved By

ରାଜ୍ୟ |

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦-୧(ବ୍ୟୁରୋ):ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। 

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି। 

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି।