ରାଜ୍ୟ |

ବିଜେପୁର ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ପ୍ରଣୟ

ବିଜେପୁର ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ପ୍ରଣୟ

ଭୁବନେଶ୍ୱର,୪।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ନେଇ ବିଜେଡି ଏବଂ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଗତ ୨ ତାରିଖରେ ଭାଜପା ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ସୋମବାର ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିବେ। ଏହି ପ୍ରତିଯୋଗିତାରେ ପଛରେ ପଡ଼ିଯାଇଥିବା କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ବହୁ ବାଦବିବାଦ ପରେ ଗାଇସିଲଟ୍‌ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ କଂଗ୍ରେସ ଟିକେଟ ଦେଇଛି। ରବିବାର ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଣୟଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଣୟଙ୍କ ସମର୍ଥକମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ନାମାଙ୍କନପତ୍ର ଦାଖଲର ଶେଷ ଦିନ ଅର୍ଥାତ୍‌ ଫେବୃୟାରୀ ୬ ତାରିଖରେ ପ୍ରଣୟ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ବିଜେଡି ଏବଂ ଭାଜପା ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଥିବା ବେଳେ ଦଳୀୟ ପ୍ରାର୍ଥୀ ଘୋଷଣାକୁ ନେଇ କଂଗ୍ରେସରେ ଅନ୍ତଃକନ୍ଦଳ ଲାଗି ରହିଥିଲା। ଏବେ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ନିଜର ରଣନୀତି କିଭଳି ପ୍ରସ୍ତୁତ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିବ। ଲଗାତାର ୩ଥର କଂଗ୍ରେସ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା ବେଳେ ପୁନର୍ବାର ଏହି ଉପନିର୍ବାଚନକୁ ଦଳ ଅକ୍ତିଆର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି।
ବିଜେପୁର ଉପନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନରେ ସବୁ ଦଳର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିପାଇଁ ବିଜେଡି ଏବଂ ଭାଜପା ଫୁଲ୍‌ଦମ୍‌ରେ ଲାଗି ପଡିଛନ୍ତି। ବିଜେଡି ଏବଂ ଭାଜପା ନିଜ ଦଳର ବରିଷ୍ଠ ନେତାମାନଙ୍କୁ ବିଜେପୁର ବିଧାନସଭା ଆସନର ବିଭିନ୍ନ ବ୍ଲକ୍‌ର ଦାୟିତ୍ୱ ହସ୍ତାନ୍ତର କରିସାରିଲେଣି। ସେଠାରେ ବହୁ ବରିଷ୍ଠ ନେତା ଯାଇ ଡେରା ପକାଇ ସାରିଛନ୍ତି। ଏହି ଆସନ ଦଖଲ କରିବା ଲାଗି ଦୁଇ ଦଳର ନେତା ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ମଧ୍ୟ ବହୁ ପୂର୍ବରୁ ବିଜେପୁରର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତର ଦାୟିତ୍ୱ ଦଳର ବରିଷ୍ଠ ନେତାମାନଙ୍କୁ ଦିଆଯାଇଥିଲା। ହେଲେ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବାରୁ ପିସିସି ନେଇଥିବା ପୂର୍ବ ନିଷ୍ପତ୍ତି ଲୁଚି ଯାଇଛି। ପିସିସି ନେଇଥିବା ନିଷ୍ପତ୍ତି ଅନୁଯାୟୀ ଦଳର ବରିଷ୍ଠ ନେତାମାନେ ବିଜେପୁର ଯିବେ ନା ଏଥିପାଇଁ ଏଆଇସିସି ନିଷ୍ପତ୍ତି ନେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଏଆଇସିସି ରବିବାର ପ୍ରଣୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେ କହିଛନ୍ତି ଯେ, ଆମ ଦଳ ମଧ୍ୟରେ କୌଣସି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ। ରିପୁନାଥ ସେଠ୍‌ ଏବଂ ମୋ ଭିତରେ ପୂର୍ବରୁ ବୁଝାମଣା ସରିଛି। ଦଳ ଯାହାକୁ ଟିକେଟ ଦେବ, ଅନ୍ୟ ଜଣେ ତାଙ୍କୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲୁ। ବିଜେପୁର ହେଉଛି କଂଗ୍ରେସର ଗଡ଼। କଂଗ୍ରେସ ସୁବଳ ସାହୁଙ୍କ ସହ ଥିଲା, ତେଣୁ ସେ ଜିତୁଥିଲେ। ଏବେ କଂଗ୍ରେସ ମୋ ସହିତ ଅଛି, ମୁଁ ନିଶ୍ଚୟ ଜିତିବି।
ଅନ୍ୟପଟେ ଦଳର ବରିଷ୍ଠ ନେତାଙ୍କ ବିଜେପୁର ଗସ୍ତ ନେଇ ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ବିଜେପୁର ଯିବା ନେଇ କୌଣସି ସୂଚନା ମିଳିନାହିଁ। ଆମକୁ ନିର୍ଦ୍ଦେଶ ଆସିଲେ ଆମେ ଯିବୁ। ଦଳ ପକ୍ଷରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇଛି। ରିପୁନାଥ ସେଠ୍‌ ମଧ୍ୟ ଜଣେ ଯୋଗ୍ୟ ପ୍ରାର୍ଥୀ ଥିଲେ। ପ୍ରାର୍ଥୀ ଚୂଡାନ୍ତ ହେଲା ପରେ କଂଗ୍ରେସର ସବୁ ରାଜ୍ୟସ୍ତରୀୟ ନେତା ଏବଂ ତୃଣମୂଳସ୍ତରର କର୍ମୀ ଏକ ହୋଇ ବିଜେପୁର ଉପନିର୍ବାଚନ ଲଢିବୁ। ଏହା ଆଗାମୀ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପାଇଁ ଏକ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ତାକରଡ଼ାରେ ଶହୀଦ ଦିବସ ପାଳିତ

ତାକରଡ଼ାରେ ଶହୀଦ ଦିବସ ପାଳିତ

ଶେରଗଡ଼, ୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମସ୍ଥିତ ଶହୀଦ ପୀଠରେ ଗୁରୁବାର ୭୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଶତାଧିକ କର୍ମୀ ଏକଜୁଟ ହୋଇ ୭ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେମାନେ ହେଲେ ସ୍ବର୍ଗତ ହେମବର୍ତ୍ତିଆ ସୁବେଇନ ବେହେରା, କନ୍ଧୁଣି ଡାକୁଆ, ରାହାସ ଦାସ, ଅର୍ଜୁନ ବରାଡ଼, ବାଉରି ବରାଡ଼ ଓ ଗୋବିନ୍ଦ ପ୍ରଧାନ।

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଅଫିସ, ୨୪।୫: ପୁରୀ ଜିଲାର ୪୮୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି କିଚେନ୍‌ ସେଟ୍‌ ନ ଥିବା ସର୍ବଶିକ୍ଷା ଅଭିଯାନ ତଥ୍ୟରୁ ଜଣାପଡିଛି। ଜିଲାରେ ୧୨୮୮ ପ୍ରାଥମିକ ବିଦ୍ୟାଳୟ, ୮୨୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫୬ ହାଇସ୍କୁଲ ରହିଛି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।