ମନୋରଞ୍ଜନ |

ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’

ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’
ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ‘ପ୍ୟାଡ୍‌ମ୍ୟାନ୍‌’ ଫେବୃୟାରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଏହାର ପ୍ରଚାର ଜୋର୍‌ସୋର୍‌ରେ ଚଳାଇଛନ୍ତି ଖିଲାଡ଼ି କୁମାର। ଏହାସହ ମହିଳାଙ୍କ ସ୍ବଚ୍ଛତା ନେଇ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ପ୍ରସାର କରିବାରେ ଲାଗିଛନ୍ତି ସେ। ତେବେ ଏହି ଫିଲ୍ମ ପ୍ରଚାର ଏବଂ ବାର୍ତ୍ତା ପ୍ରସାର ଲାଗି ଏକ ଭିନ୍ନ ପଦକ୍ଷେପ ଅବଲମ୍ବନ କରିଛନ୍ତି ଅକ୍ଷୟ। ସେଲିବ୍ରିଟିମାନଙ୍କୁ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’ ଦେଇ ଚାଲିଛନ୍ତି ଅକ୍ଷୟ। ସେ ଯାହାକୁ ଏହି ଚ୍ୟାଲେଞ୍ଜ୍‌ ଦେବେ ସମ୍ପୃକ୍ତ ସେଲିବ୍ରିଟି ଜଣକ ହାତରେ ସାନିଟାରି ପ୍ୟାଡ୍‌ ଧରି ମିଡିଆରେ ଫଟୋ ଅଫ୍‌ଲୋଡ୍‌ କରିବ। ସହୃଦୟତାର ସହ ସେଲିବ୍ରିଟିମାନେ ତାଙ୍କର ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ଚାଲିଛନ୍ତି। ଅକ୍ଷୟଙ୍କ ଚ୍ୟାଲେଞ୍ଜ୍‌କୁ ସ୍ବୀକାର କରି ‘ପଦ୍ମାବତ୍‌’ ଅଭିନେତ୍ରୀ ଦୀପିକା ପାଦୁକୋନ ସଦ୍ୟ ଭାବେ ହାତରେ ପ୍ୟାଡ୍‌ ଧରି ନିଜରଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଏଭଳି ଏକ ଚ୍ୟାଲେଞ୍ଜ୍‌ ଲାଗି ତାଙ୍କୁ ଚୟନ କରିଥିବା ଦୀପିକା ଅକ୍ଷୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସଚେତନତା ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ହାତରେ ଫ୍ୟାଡ୍‌ ଧରି ଏଭଳି ଫଟୋ ଉଠାଇବା ବନ୍ଧୁମାନଙ୍କୁ ଟ୍ୟାଗ୍‌ କରିବା ଲାଗି ମଧ୍ୟ ଦୀପିକା ପ୍ରଶଂସକଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଭିଡିଓ ସହ ସେ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ୍‌ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ପି.ଭି. ସିନ୍ଧୁଙ୍କୁ ଦୀପିକା ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ୍‌’ ଦେଇଛନ୍ତି। ଏହାପୂର୍ବରୁ ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ୍‌ ଚ୍ୟାଲେଞ୍ଜ’କୁ ଅମିର ଖାନ୍‌, ଟ୍ବିଙ୍କଲ ଖାନ୍ନା, ଅଦିତି ରାଓ ହାଇଦରି, ଶବାନା ଆଜ୍‌ମୀ ମଧ୍ୟ ଗ୍ରହଣ କରି ସାରିଛନ୍ତି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଋତୁସ୍ରାବ ଏବଂ ଏହି ସମୟର ସ୍ବଚ୍ଛତା ବିଷୟ ପ୍ରତି ଭାରତରେ ବିଚିତ୍ର ଦୃଷ୍ଟିକୋଣ ରହିଥିବାରୁ ଏହାକୁ ଦୂରକରିବା ଲାଗି ଅକ୍ଷୟ ଏଭଳି କରିଥିବା ଜଣାପଡ଼ିଛି। ଏହାକୁ ଅତି ଗୋପନୀୟ ବିଷୟ ଧରାଯିବା ସହ ରୁତୁସ୍ରାବ ବିଷୟରେ ଆଲୋଚନା କରିବାକୁ ମଧ୍ୟ ଲୋକେ କୁଣ୍ଠାବୋଧ କରିଥାନ୍ତି। ‘ପ୍ୟାଡ୍‌ମ୍ୟାନ’ ହେଉଛି ସବୁ ବିଷୟ ବିରୋଧୀ ଏକ ନୂଆ ଚିନ୍ତାଧାରା ବିଶିଷ୍ଟ ଫିଲ୍ମ।
All Right Reserved By

ମନୋରଞ୍ଜନ |

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ମୁମ୍ବାଇ,୧୧।୧୨: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ବର୍ଷେ ପୂରିଛି। ୨୦୧୭ ଡିସେମ୍ବର ୧୧ରେ ଇଟାଲିର ଲେକ୍‌ କେମୋରେ ଏମାନେ ବିବାହ ବନ୍ଧରେ ବାନ୍ଧି ହୋଇଥିଲେ। 

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୧୨: ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ବୁଧବାର ହେବ। ତେବେ ଏହି ବହୁଚର୍ଚ୍ଚିତ ବାହାଘର ପୂର୍ବରୁ ଈଶାଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଭିଡ଼ିଓ ଭାଇରାଲ ହୋଇଛି।

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ/ମ୍ୟୁସକାଟ୍‌,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍‌ ବ୍ରେକ୍‌ ନେଇ ହନିମୁନ୍‌ ପାଇଁ ପ୍ରିୟଙ୍କା-ନିକ୍‌ ଓମାନ ଯାଇଛନ୍ତି। 

ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ପାଇଥିଲେ ୮ଥର ଫିଲ୍ମ ଫେୟାର ପୁରସ୍କାର

ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ପାଇଥିଲେ ୮ଥର ଫିଲ୍ମ ଫେୟାର ପୁରସ୍କାର

ମୁମ୍ବାଇ,୧୧।୧୨: ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ମଙ୍ଗଳବାର ୯୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ।

ମୁଁ ସୁସ୍ଥ ଅଛି: ଶାହିଦ୍‌

ମୁଁ ସୁସ୍ଥ ଅଛି: ଶାହିଦ୍‌

ମୁମ୍ବାଇ: ବଲଉଡ୍‌ ନାୟକ ଶାହିଦ୍‌ କପୁର ଷ୍ଟୋମାକ୍‌ କ୍ୟାନସରରେ ପୀଡିତ ଥିବା ଖବର ନିକଟରେ ପ୍ରଚାରିତ ହୋଇଥିଲା। ଯାହା ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାସା ଭାବ ଦେଖା ଦେଇଥିଲା।

ନେହା-ହିମାଂଶଙ୍କ ପ୍ରେମରେ ସୃଷ୍ଟି ହେଲା କି ଫାଟ

ନେହା-ହିମାଂଶଙ୍କ ପ୍ରେମରେ ସୃଷ୍ଟି ହେଲା କି ଫାଟ

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ଓ ଅଭିନେତା ହିମାଂଶ କୋହଲିଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। କାରଣ  ସୋମବାର ଦେଖିବାକୁ ମିଳିଛି ଉଭୟେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କରିଦେଇଛନ୍ତି।

ପୁଣି ଦେଖିବାକୁ ମିଳିବ ରାଣୀଙ୍କ ଦବଙ୍ଗ ଅବତାର

ପୁଣି ଦେଖିବାକୁ ମିଳିବ ରାଣୀଙ୍କ ଦବଙ୍ଗ ଅବତାର

ମୁମ୍ବାଇ: ବଲିଉଡ୍‌ ନାୟିକା ରାଣୀ ମୁଖାର୍ଜି ଅନ୍ୟ ଅଭିନେତ୍ରୀଙ୍କଠାରୁ ଟିକେ ଭିନ୍ନ କହିଲେ କିଛି ଭୁଲ୍‌ ହେବ ନାହିଁ। ତାଙ୍କର ଅଭିନୟ ଓ ଡାଇଲଗ୍‌ ଡେଲିଭରି ସବୁଠାରୁ ନିଆରା କହିଲେ ଚଳେ। ରାଣୀଙ୍କର ଏକ ଦବଙ୍ଗ ଅବତାର ଦେଖିବାକୁ ମିଳିଥିଲା ମୁଭି ‘ମର୍ଦାନି’ରେ। ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

ମଡେଲିଂ ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ

ମଡେଲିଂ ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ

ନୂଆଦିଲ୍ଲୀ: ମଡେଲିଂ ସବୁବେଳେ ଅତୀତର ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ ବୋଲି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ପ୍ରକାଶ କରିଛନ୍ତି। ଲାକ୍ମେ ଫ୍ୟାଶନ୍‌ ଓ୍ବିକ୍‌ (ଏଲ୍‌ଏଫ୍‌ଡବ୍ଲ୍ୟୁ)ର ଆଗାମୀ ସମର/ରିସର୍ଟ ୨୦୧୯ ସଂସ୍କରଣ ପାଇଁ ମଡେଲ୍‌ ଅଡିଶନ୍‌ ନିମନ୍ତେ ଅନ୍ୟତମ ବିଚାରକ ଭାବରେ ଯୋଗ ଦେଉଥିବା ମଲାଇକା ଏହା କହିଛନ୍ତି। 

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ମୁମ୍ବାଇ,୧୦।୧୨: ଟେଲିଭିଜନ ରିୟଲିଟି ଶୋ’ ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ-୪ର ବିଜେତା ହୋଇଛନ୍ତି ମୁମ୍ବାଇର ଉର୍ବି ସେଟ୍ଟି। ଏଥିପାଇଁ ତାଙ୍କୁ ଭାୟାକମ୍‌ ୧୮ ଓ ଏକ୍ସିଡ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ମିଳିଛି ଏକ ବର୍ଷର କଣ୍ଟ୍ରାକ୍ଟ। 

ସ୍ତ୍ରୀଙ୍କର ନଗ୍ନ ଚିତ୍ର ପେଣ୍ଟିିଂ କରିଥିଲେ ଅଶୋକ କୁମାର

ସ୍ତ୍ରୀଙ୍କର ନଗ୍ନ ଚିତ୍ର ପେଣ୍ଟିିଂ କରିଥିଲେ ଅଶୋକ କୁମାର

ମୁମ୍ବାଇ, ୧୦।୧୨: ବଲିଉଡ୍‌ର ସୁପରଷ୍ଟାର ଅଶୋକ କୁମାରଙ୍କର ପୁଣ୍ୟ ତିଥି ସୋମବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। 

ଫିଲ୍ମ ପାଇଁ ସ୍ବାମୀଙ୍କ ଅତ୍ୟାଚାର ସହ୍ୟ କରୁଥିଲେ ରତି ଅଗ୍ନିହୋତ୍ରୀ...

ଫିଲ୍ମ ପାଇଁ ସ୍ବାମୀଙ୍କ ଅତ୍ୟାଚାର ସହ୍ୟ କରୁଥିଲେ ରତି ଅଗ୍ନିହୋତ୍ରୀ...

ମୁମ୍ବାଇ,୧୦।୧୨: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ସୋମବାର ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। 

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ କୁଆଡେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି। ପତି ଅରବାଜଙ୍କଠାରୁ ଅଲଗା ହେବା ପରେ ଏବେ ସେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଅର୍ଜୁନ କପୁରଙ୍କ ପ୍ରେମରେ ପଡିଛନ୍ତି।