Dharitri News
ରାଜ୍ୟ |

ନବ କୁମାର ନାୟକ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

ନବ କୁମାର ନାୟକ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ ଭୁବନେଶ୍ୱର,୪।୨(ବ୍ୟୁରୋ): ପୂର୍ବତନ ପ୍ରଶାସନିକ ଅଧିକାରୀ ନବ କୁମାର ନାୟକଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରବିନାରାୟଣ ସେନାପତିଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ନେବେ। ଚଳିତବର୍ଷ ନଭେମ୍ବର ମାସରେ ହେବାକୁ ଥିବା ପୌର ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ନାୟକଙ୍କୁ ନିର୍ବାଚନ କମିଶନର କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ସୋମବାର ପ୍ରକାଶ ପାଇବ । ଅବସରପ୍ରାପ୍ତ ଆଇଏସ୍‌ ଅଫିସର୍‌ ନବ କୁମାର ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ତୁଲାଉଥିଲେ। ନିର୍ବାଚନ ପରିଚାଳନା ଓ ପ୍ରଶାସନିକ ଦାୟିତ୍ୱ ନିର୍ବାହରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ପୂର୍ବରୁ ସେ ଯୁଗ୍ମ ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ଏହା ବ୍ୟତୀତ ପୁରୀ ଓ ମୟୂରଭଞ୍ଜର ଜିଲାପାଳ ଏବଂ ଉପରିଲିଫ୍‌ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଆଇଏଏସ୍‌ ଅଫିସର ରବିନାରାୟଣ ସେନାପତି ୨୦୧୪ ଅଗଷ୍ଟ ମାସରେ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିଲେ। ୨୦୧୭ ନଭେମ୍ବର ମାସରେ ୬୫ ବର୍ଷ ବୟସରେ ସେ ଅବସର ଗ୍ରହଣ କରିଥିଲେ। ତାଙ୍କ ଅବସର ପରେ ସେହି ସ୍ଥାନରେ କାହାକୁ ନିଯୁକ୍ତି ମିଳି ନ ଥିବାରୁ ସେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ରାଜ୍ୟ |

ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତରୁ ଫେରିବାପରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ରାଜ୍ୟସଭାକୁ ରାଜ ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ସେ କହିଛନ୍ତି।

ଭାଜପା, ଧର୍ମେନ୍ଦ୍ରଙ୍କୁ ଏମ୍‌ପି ପ୍ରତାପ ଦେବଙ୍କ ସମାଲୋଚନା

ଭାଜପା, ଧର୍ମେନ୍ଦ୍ରଙ୍କୁ ଏମ୍‌ପି ପ୍ରତାପ ଦେବଙ୍କ ସମାଲୋଚନା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ବିଜେଡି ଏମ୍‌ପି ପ୍ରତାପ ଦେବ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯେଉଁ ଦିନ ଯାହା କହୁଛନ୍ତି, ପରଦିନ ତାହା ଘଟୁଛି। କେନ୍ଦ୍ରମନ୍ତ୍ରୀ ପ୍ରଶାସକଙ୍କ ଉପରେ ବର୍ଷିବା ପରେ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କରାଗଲା। ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ଚପଲ ମାଡ଼ ହୋଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ନୟାଗଡ଼ ଅଫିସ, ୨୫।୨: ନୟାଗଡ଼ ବ୍ଲକ ଲାଠିପଡା ପାଇକ ସାହିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୭ଟି ଗାଈ ପୋଡିଯାଇଥିବା ବେଳେ ୨ଟି ଆହତ ଓ ୫ଟି ବାଇକ୍‌ ଜଳି ଯାଇଛି।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।

ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ  ଆରୋପ-ପ୍ରତ୍ୟାରୋପ

ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ୱର,୨୪।୨(ବ୍ୟୁରୋ)-ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ ପ୍ରଥମରୁ ବିଜେଡି ଭାଜପାକୁ ଦାୟୀ କରିବା ସହ ସମାଲୋଚନା କରିଛି। ମାତ୍ର ଭାଜପା ପକ୍ଷରୁ ଏହାର ଖଣ୍ଡନ କରାଯିବା ସହ ରାଜ୍ୟପାଳ ଏସ୍‌.ସି. ଜମିରଙ୍କ ନିକଟରେ ଶନିବାର ଦଳ ଫେରାଦ ହୋଇଛି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ଏହି ହତ୍ୟାକାଣ୍ଡକୁ ନେଇ ଅଯଥା ରାଜନୀତି କରାଯାଉଛି।

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କଟକସ୍ଥିତ ଆନନ୍ଦ ଭବନ ଏବଂ ବିଜୁବାବୁଙ୍କ ସଂଗ୍ରହାଳୟର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ରାମନାଥ ରାଷ୍ଟ୍ରପତି ହେବା ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସାକ୍ଷାତକାର। ଉଭୟଙ୍କ ମଧ୍ୟରେ ରାଷ୍ଟ୍ରପତି ଭବନରେ ପାଖାପାଖି ୧୦ ମିନିଟ୍‌ ବାର୍ତ୍ତାଳାପ ହୋଇଥିଲା।

ମୃତ ଦିଲେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମୃତ ଦିଲେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୪। ୨(ବ୍ୟୁରୋ)- ଗୁରୁବାର ବିଳମ୍ବିତ ରାତିରେ ବରଗଡ ଜିଲାର ସୋହେଲା ନିକଟସ୍ଥ ଲେଖାପଥର ଗାଁରେ ହୋଇଥିବା ହିଂସାରେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଦିଲେଶ୍ୱର ସାହୁଙ୍କର ଶନିବାର ମୃତ୍ୟୁ ହୋଇଛି। ପରେ ତାଙ୍କ ମରଶରୀରକୁ କଟକ ଏସ୍‌ସିବି ମେଡିକାଲ ପରିସରରୁ ୬ ନମ୍ବରସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମରଶରୀରରେ ପୁଷ୍ପମାଲ୍ୟ ଦେବା ସହ ସେଠାରେ ଉପସ୍ଥିତ ଦିଲେଶ୍ୱରଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ।

ଚିତ୍ରସେନ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚିତ୍ରସେନ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର,୨୪।୨(ଡି.ଏନ.ଏ.) - ଗଞ୍ଜାମ ଜିଲା କୋଦଳା ଥାନା ମର୍ଦ୍ଦମେଖ (ମାଟିଗଡ) ଗାଁର ଚିତ୍ରସେନ ଦଳାଇଙ୍କୁ ୨୦୧୩ ଅକ୍ଟୋବର ୨୧ ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୪ ଜଣ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏମାନେ ହେଲେ ମର୍ଦ୍ଦମେଖ (ମାଟିଗଡ) ଗାଁର ରାମଚନ୍ଦ୍ର ସ୍ବାଇଁ ଏବଂ ତାଙ୍କ ୨ ପୁଅ ପ୍ରଶାନ୍ତ ଓ ସୁର୍ଦଶନ, ଭାଇ ଗଣପତି ସ୍ବାଇଁ। ଏହି ହତ୍ୟା ମାମଲାର ଶୁଣାଣି କରି ଏଡିଜେ ଶିଖା ରାଣୀ ରଥ ଉପରୋକ୍ତ ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କ ଉପରେ ୫ ହଜାର ଟଙ୍କା ଲେଖାଏର ଜରିମାନା କରାଯାଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏପିପି ଶରତ ଚନ୍ଦ୍ର ପ୍ରଧାନ ଓ ସରକାରୀ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ।

ସାତକୋଶିଆରେ ବ୍ୟାଘ୍ର ଆକଳନ

ସାତକୋଶିଆରେ ବ୍ୟାଘ୍ର ଆକଳନ

ଗଣିଆ,୨୪।୨(ଡି.ଏନ୍‌.ଏ.)-ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପକ୍ଷରୁ ବିଭିନ୍ନ ଅଭୟାରଣ୍ୟଗୁଡ଼ିକରେ ଜାତୀୟ ବ୍ୟାଘ୍ର ଆକଳନ ବା ନ୍ୟାଶନାଲ ଟାଇଗର ଏଷ୍ଟିମେଶନ କାର୍ଯ୍ୟ କରାଯାଇଥିଲା। ଚଳିତ ମାସ ୧୬ରୁ ନୟାଗଡ଼ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ଚାଲିଥିବା ଏହି ଆକଳନ କାର୍ଯ୍ୟ ଶନିବାର ଶେଷ ହୋଇଛି।

ମରିନାହାନ୍ତି, ଡାହାଣୀ ଲାଗିଛି

ମରିନାହାନ୍ତି, ଡାହାଣୀ ଲାଗିଛି

ବାରିପଦା ଅଫିସ/କୁଳିଅଣା (ଡି.ଏନ.ଏ.),୨୪।୨-ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ଗୁଣିଆ ଡାକି ୧୨ ଘଣ୍ଟାରୁ ଅଧିକ ସମୟ ଧରି ପୂଜାର୍ଚ୍ଚନା କରାଯିବା ଭଳି ଏକ ଘଟଣା ମୟୂରଭଞ୍ଜ ଜିଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି। ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ପୂଜାର୍ଚ୍ଚନା କରୁଥିବା ସୂଚନା ପାଇ ପୋଲିସ ଶନିବାର ଅପରାହ୍ନରେ ଝିନେଇ ଗ୍ରାମରେ ପହଞ୍ଚତ୍ ସମ୍ପୃକ୍ତ ଗୁଣିଆ ସାଦ ଟୁଡୁଙ୍କୁ ଗିରଫ କରିଛି। ମୃତଦେହକୁ ସତ୍କାର ପାଇଁ ପଠାଯାଇଛି। ଏନେଇ ଗୁଣିଆଙ୍କ ବିରୋଧରେ ପୋଲିସ ନିଜ ତରଫରୁ ଦଫା ନଂ ୨୯୪, ୫୦୬, ୩୫୩ ଆଇପିସି ଓ ଓଡିଶା ଗୁଣିଗାରେଡି ଆକ୍ଟର ୫ ଓ ୬ ଧାରାରେ ଏକ ମାମଲା (ନଂ.୮/୧୮) ଋଜୁ କରିଛି।

ଇଭିଏମ୍‌ରେ ଭାଗ୍ୟ

ଇଭିଏମ୍‌ରେ ଭାଗ୍ୟ

ବରଗଡ଼ ଅଫିସ୍‌,୨୪।୨-ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଶନିବାର ଶୃଙ୍ଖଳିତ ଭାବେ ମତଦାନ ପ୍ରକ୍ରିୟା ଶେଷ ହୋଇଛି । କେତେକ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ ହୋଇଥିଲା । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାତାଙ୍କୁ ଭୋଟ୍‌ ଗ୍ରହଣ କେନ୍ଦ୍ର ପରିସରକୁ ଛଡାଯାଇଥିଲା । ଖବର ଲେଖାହେବା ସୁଦ୍ଧା(ରାତ୍ରି ୮ଟା ପର୍ଯ୍ୟନ୍ତ) ବିଭିନ୍ନ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିଲା ।

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।