Dharitri News
ରାଜ୍ୟ | ରାୟଗଡା

ଟାଉନଶିପ୍‌ ଅଞ୍ଚଳରେ ବାଘ ଆତଙ୍କ

ଟାଉନଶିପ୍‌ ଅଞ୍ଚଳରେ ବାଘ ଆତଙ୍କ ଦାମନଯୋଡ଼ି,୪। ୨(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିର ନାଲ୍‌କୋ ଟାଉନ୍‌ଶିପ୍‌ ଓ ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ନେଇ ୧ ମାସ ହେଲା ଚର୍ଚ୍ଚା ଲାଗି ରହିଛି। ବାଘକୁ ନେଇ କିଛି ସିସିଟିଭି ଫୁଟେଜ୍‌ ମୋବାଇଲ ଜରିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ବୁଲୁଥିବା ନେଇ ନାଲ୍‌କୋ ଟାଉନ୍‌ଶିପରେ ନିୟୋଜିତ ଘରୋଇ ସୁରକ୍ଷାକର୍ମୀଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ତତ୍ପର ହୋଇପଡ଼ିଥିଲା। କୋରାପୁଟ ରେଞ୍ଜ୍‌ ଅଫିସର ସୁବାସ ଚନ୍ଦ୍ର ଖୁଣ୍ଟିଆ ଓ ବନ କର୍ମଚାରୀ ସେକ୍ଟର-୧ ଶ୍ରୀଜଗନ୍ନାଥ ମନ୍ଦିର ପାହାଡ଼ ତଳି ଅଞ୍ଚଳରୁ ୪ ଦିନ ତଳେ ବନ୍ୟପ୍ରାଣୀର ପାଦଚିହ୍ନ ସଂଗ୍ରହ କରିଥିଲେ। ପରୀକ୍ଷା ପରେ ତାହା ହେଟାବାଘର ପଦଚିହ୍ନ ବୋଲି ଜଣାପଡିଛି। କଲରା ପତରିଆ କିମ୍ବା ମହାବଳ ବାଘ ବୁଲୁଥିବା ନେଇ କେହି କେହି ଚର୍ଚ୍ଚା କରୁଥିଲେ। ରେଞ୍ଜ ଅଫିସରଙ୍କ ସ୍ପଷ୍ଟ ସୂଚନା ପରେ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ଅପରପକ୍ଷେ ବାଘକୁ ନେଇ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ବିଭିନ୍ନ ଭାଇରାଲ ଭିଡ଼ିଓ କ୍ଲିପ୍‌ ଏ ଅଞ୍ଚଳର ନୁହେଁ ବୋଲି ଅନୁମାନ କରାଯାଉଛି। ହେଟାବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଶାବରୀ ଲେକ୍‌ ପାର୍କ ବଣ ଭିତରେ ଶନିବାର ସନ୍ଧ୍ୟାରୁ ଏକ ଯନ୍ତା ବସାଯାଇଛି। ଫରେଷ୍ଟ ଗାର୍ଡ ଏସ୍‌. ଆନନ୍ଦ ରାଓ ଓ ନିରଞ୍ଜନ ପ୍ରଧାନଙ୍କ ସହ ଜୟପୁରରୁ ସାମାଜିକ କର୍ମୀ କେଶବ ଷଡ଼ଙ୍ଗୀଙ୍କ ସହ ନାଲ୍‌କୋର ଘରୋଇ ସୁରକ୍ଷାକର୍ମୀ ସେଠାରେ ଉପସ୍ଥିତ ଅଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଅପର କୋଲାବ ଡ୍ୟାମ୍‌ ସବଡିଭିଜନ ପରିସରସ୍ଥ ଏକ ଠେକୁଆ ଆଶ୍ରୟସ୍ଥଳରେ ମଧ୍ୟ ବାଘ ଆତଙ୍କ ଖେଳିଥିଲା। ସେଠାରୁ ୫ଟି ଠେକୁଆକୁ ବାଘ ଖାଇଥିବା ସ୍ଥାନୀୟ କର୍ମଚାରୀ ଆଲୋଚନା କରୁଥିଲେ। ତେବେ ତାହାର ସତ୍ୟାସତ୍ୟ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟ | ରାୟଗଡା

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଗୁରୁତ୍ୱର ସହ ନେବା ଦରକାର। ଏଥିପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜଭୁତ୍‌ କରିବା ସହିତ ମହିଳାଙ୍କ ସମ୍ପର୍କିତ ମାମଲାଗୁଡିକର ବିଚାର ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ଆବଶ୍ୟକ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ରାଜ୍ୟର ବିଭିନ୍ନ ଜିଲାରେ ୨୯ଟି ତଦନ୍ତ ୟୁନିଟ୍‌ ଖୋଲିବାକୁ ଯୋଜନା କରିଛନ୍ତି।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପିଲାଙ୍କ ଚୁଟି କାଟିଲେ ଶିକ୍ଷୟିତ୍ରୀ: ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ଚନ୍ଦନପୁର ନିକଟସ୍ଥ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ୮ମ ଓ ୯ମ ଶ୍ରେଣୀରେ ପଢ଼ୁଥିବା କେତେଜଣ ଛାତ୍ରଙ୍କ ଚୁଟି ପିଇଟି ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ କାଟିଥିବା ଗୁରୁବାର କିଛି ଅଭିଭାବକ ବିଦ୍ୟାଳୟରେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷାଧିକାରୀ(ଡିଇଓ) ସଲୀଳା ସେଠୀ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ଶିକ୍ଷୟିତ୍ରୀ କେଉଁ ପିରିସ୍ଥିତିରେ ଚୁଟି କାଟିଲେ ତାହା ତଦନ୍ତ କରାଯିବ। ଏନେଇ ପୁରୀ ସଦର ବିଇଓଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ମାର୍ଶାଘାଇ,୨୨।୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଆଖୁଆ ଦକ୍ଷିଣୀଠାରେ ପ୍ରବାହିତ ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ କରି ଗୁରୁବାର ରାସ୍ତାରୋକୋ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଖୁଆ-କେନ୍ଦ୍ରାପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଖଣି ଅଞ୍ଚଳ ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟର ୩ଟି ଖଣି ପ୍ରଭାବିତ ଜିଲାର ୨୯୩ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋଟ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଓଏମ୍‌ବିଏଡିସି)ର ଆର୍ଥିକ ସହଯୋଗରେ ଭୂପୃଷ୍ଠ ଜଳକୁ ବିଶୋଧନ କରାଯାଇ ଯାଜପୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ପ୍ରଭାବିତ ଗାଁଗୁଡିକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।