ଖେଳ |

ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ହରାଇଲା ଭାରତ
ସେଞ୍ଚୁରିଅନ,୪ା୨(ପି.ଟି.)- ରିଷ୍ଟ ସ୍ପିନରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ, ଓପନର ଶିଖର ଧାଓ୍ବନ ଓ ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ୧୭୭ଟି ବଲ ବାକି ରଖି ଘରୋଇ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୬ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ସ୍ଥାନୀୟ ସୁପରସ୍ପୋର୍ଟ ପାର୍କରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଟସ୍‌ ଜିତି ଦ.ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହା ଯାଥାର୍ଥତା ପ୍ରଦିପାଦନ କରି ଭାରତୀୟ ବୋଲରମାନେ ଦ.ଆଫ୍ରିକାକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଦ.ଆଫ୍ରିକା ୩୨.୨ ଓଭରରେ ମାତ୍ର ୧୧୮ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୨୦.୩ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କ୍ୟାରିୟର ଶ୍ରେଷ୍ଠ ୫ ଉଇକେଟ ସଫଳତା ହାସଲ କରିଥିବା ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିଚେଚିତ ହୋଇଛନ୍ତି। ଲଞ୍ଚ୍‌ ବ୍ରେକ୍‌ ପୂର୍ବରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ୧୧୯ ରନର ଛୋଟିଆ ଟାର୍ଗେଟକୁ ପିଛା କରି ଭାରତ ପ୍ରଥମେ ଓପନର ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ମାତ୍ର ୧୫ ରନ କରିଥିବାବେଳେ କାଗିସୋ ରାବାଡ଼ାଙ୍କ ବଲରେ ମର୍ନି ମୋର୍କେଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ତେବେ ଏହା ପରେ ଦ୍ୱିତୀୟ ଉଇକେଟ ଯୋଡିରେ ଧାଓ୍ବନ ଓ କୋହଲି ଅପରାଜିତ ୯୩ ରନ କରି ଦଳକୁ ବିଜୟୀ କରାଇଥିଲେ। ଛୋଟିଆ ଟାର୍ଗେଟ ଥିବାରୁ ଶୀଘ୍ର ବିଜୟ ହାସଲ ପାଇଁ ନିୟମ ଅନୁସାରେ ଭାରତକୁ ୧୫ ମିନିଟ ସମୟ ଦିଆଯାଇଥିଲା। କିନ୍ତୁ ଭାରତ ଦୁଇ ରନ ଦୂରରେ ରହିଯାଇଥିଲା। ଫଳରେ ଲଞ୍ଚ୍‌ ବ୍ରେକ୍‌ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ଭାରତର ବିଜୟ ବିଳମ୍ବିତ ହୋଇଥିଲା। ଧାଓ୍ବନ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ କୋହଲି ୪୬ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଦ.ଆଫ୍ରିକାର ଆରମ୍ଭ ଭଲ ହୋଇଥିଲେ ମଧ୍ୟ ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦ.ଆଫ୍ରିକା ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଦୁଇ ତାରକା ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଓ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ଅନୁପସ୍ଥିତି ଘରୋଇ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ଦୁଇ ଖେଳାଳି ଆଘାତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି। ଏହାର ଭରପୂର ଫାଇଦା ଉଠାଇଲେ ଭାରତୀୟ ବୋଲର। ଦୁଇ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଦ.ଆଫ୍ରିକା ଇନିଂସ ତାସ୍‌ଘର ପରି ଭୁଶୁଡି ପଡିଥିଲା। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ଓ ୩ ଜଣ ଖାତା ଖୋଲି ପାରି ନ ଥିଲେ। ହାସିମ ଅମଲା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ ଯୋଡିରେ ୩୯ ରନ ସଂଗ୍ରହ କରିଥିଲେ। ତେବେ ଡି’କକ୍‌ ୨୦ ରନ କରି ଭୁବନେଶ୍ୱର କୁମାରଙ୍କ ବଲରେ ପ୍ରଥମେ ଆଉଟ ହେବା ପରେ ଅମଲା ୨୩ ରନ କରି ୟୁଜବେନ୍ଦ୍ର ଚହଲଙ୍କ ପ୍ରଥମ ଶିକାର ହୋଇଥିଲେ। ଏହା ପରେ କାମଚଳା ଅଧିନାୟକ ଏଡେନ ମାରକ୍ରାମ ୮ରନ କରିଥିବା ବେଳେ କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଅଭିଜ୍ଞ ଡେଭିଡ ମିଲର ଖାତା ଖୋଲିବା ପୂର୍ବରୁ କୁଲଦୀପଙ୍କ ବଲରେ ଅଜିଙ୍କ୍ୟ ରାହାନେଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ଏକଦା ଗୋଟିଏ ଉଇକେଟ ହରାଇ ଦ.ଆଫ୍ରିକା ୫୧ ରନ କରି ଭଲ ସ୍ଥିତିରେ ଥିଲା। ଏହି ସ୍କୋରରେ ଘରୋଇ ଦଳ ପରବର୍ତ୍ତୀ ୩ଟି ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଅଭିଜ୍ଞ ଜେପି ଡୁମିନି ଓ ପଦାର୍ପଣ କରିଥିବା ଯୁବ ବ୍ୟାଟ୍ସମ୍ୟାନ ଖାୟା ଜୋଣ୍ଡୋ ୪୮ ରନ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଜୋଣ୍ଡୋ ୨୫ ରନ କରି ଆଉଟ ହେବା ପରେ ଡୁମିନିଙ୍କ ପାଳି ପଡିଥିଲା। ଡୁମିନି ମଧ୍ୟ ୨୫ ରନ କରି ଆଉଟ ହୋଇଥିଲେ। ଉଭୟ ଚହଲଙ୍କ ଶିକାର ହୋଇଥିଲେ। ଏହା ପରେ କାଗିସୋ ରାବାଡ଼ା ୧, ମର୍ନି ମୋର୍କେଲ ୧ ଓ ଇମ୍ରାନ ତାହିର ବିନା ସ୍କୋରରେ ଯଥାକ୍ରମେ କୁଲଦୀପ, ଚହଲ ଓ ଯଶପ୍ରୀତ ବୁମରାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଲରାଉଣ୍ଡର କ୍ରିସ ମୋରିସ୍‌ ୧୪ କରିଥିବା ବେଳେ ଶେଷ ଉଇକେଟ ଭାବେ ଚହଲଙ୍କ ପଞ୍ଚମ ଶିକାର ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଚହଲ ସର୍ବାଧିକ ୫ଟି ଉଇକେଟ ହାସଲ କରିଥିଲେ। ସେହିପରି କୁଲଦୀପ ୩, ଭୁବନେଶ୍ୱର ଓ ବୁମ୍‌ରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସଂକ୍ଷିପ୍ତ ସ୍କୋର: ଦ.ଆଫ୍ରିକା ଇନିଂସ: ୩୨.୨ ଓଭରରେ ୧୧୮ ଅଲଆଉଟ୍‌। (ଡୁମିନି- ୨୫, ଜୋଣ୍ଡୋ- ୨୫, ଅମଲା- ୨୩, ଡି’କକ୍‌-୨୦, ମୋରିସ୍‌- ୧୪, ଚହଲ- ୫/୨୨, କୁଲଦୀପ- ୩/୨୦, ଭୁବନେଶ୍ୱର- ୧/୧୯, ବୁମ୍‌ରା- ୧/୧୨)। ଭାରତ ଇନିଂସ: ୨୦.୩ ଓଭରରେ ୧୧୯/୧। (ଧାଓ୍ବନ- ୫୧*, କୋହଲି- ୪୬*, ରାବାଡ଼ା- ୧/୨୪)।
All Right Reserved By

ଖେଳ |

ହାରିଲେ ସୁଶୀଲ

ହାରିଲେ ସୁଶୀଲ

ଜାକର୍ତ୍ତା,୧୯।୮(ପି.ଟି.)- ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ଦିବସରେ ଭାରତୀୟ ପ୍ରତିନିଧି ଦଳକୁ ଶକ୍ତ ଧକ୍କା ଲାଗିଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। 

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ଜାକର୍ତ୍ତା,୧୯।୮(ପି.ଟି.)- ଭାରତୀୟ ମହିଳା ବାସ୍କେଟବଲ ଦଳ ପରାଜୟ ସହ ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିବା ନିଶ୍ଚିତ କରିଛି।  ଭାରତୀୟ ଦଳକୁ ୬୧-୮୪ ବ୍ୟବଧାନରେ ଚାଇନିଜ ତାଇପେ ଦଳ ପରାସ୍ତ କରିଛି। 

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ଜାକର୍ତ୍ତା,୧୯।୮-  ଏଠାରେ ଏସିଆନ୍‌ ଗେମ୍ସର ୧୮ତମ ସଂସ୍କରଣ ରବିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ଦିବସ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଶୁଟର ଅପୂର୍ଭି ଚଣ୍ଡେଲା ଓ ରବି କୁମାର। ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। 

ପଦାର୍ପଣରେ ରୋନାଲ୍ଡୋ ବିଫଳ

ପଦାର୍ପଣରେ ରୋନାଲ୍ଡୋ ବିଫଳ

ଭେରୋନା(ଇଟାଲି),୧୯।୮(ଏଏଫ୍‌ପି)-  ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସିରିି ଏ’ ଲିଗ୍‌ ପଦାର୍ପଣରେ ବିଫଳ ହୋଇଛନ୍ତି। କିନ୍ତୁ ଲିଗ୍‌ର ଡିଫେଣ୍ଡିଂ ଚାମ୍ପିୟନ ଜୁଭେଣ୍ଟସ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା,୧୯।୮(ଏଏଫ୍‌ପି)- ଚାଇନିଜ୍‌ ଉଷୁ ଆଥ୍‌ଲେଟ୍‌ ସୁନ ପେୟୁଆନ ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟ ସୁନ ଚାଙ୍ଗକୁଆନ କାଟଗୋରୀରେ  ଆୟୋଜକ ଇଣ୍ଡୋନେସିଆ ଚାଭିଅର ମାର୍ଭେଲୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି।

ଏଟିକେ ପକ୍ଷରୁ ଖେଳିବେ ବିକି

ଏଟିକେ ପକ୍ଷରୁ ଖେଳିବେ ବିକି

କୋଲକାତା, ୧୯।୮(ପି.ଟି.)- କାମେରୁନ ଡିଫେଣ୍ଡର ଆନ୍ଦ୍ରେ ବିକି ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ଆଟ୍‌ଲେଟିକୋ ଡି କୋଲକାତା (ଏଟିକେ) ପକ୍ଷରୁ ଖେଳିବେ। 

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଥିମ୍ଫୁ (ଭୁଟାନ), ୧୯।୮(ପି.ଟି.)- ୧୫ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ (୧୫ ବର୍ଷରୁ କମ୍‌) ଫୁଟ୍‌ବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଚାଙ୍ଗଲି ମିଥାଙ୍ଗ୍‌ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ପରାସ୍ତ କରିଛି।

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

କଟକ ଅଫିସ,୧୯ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କାର୍ଯ୍ୟକାରୀ କମିଟି ପକ୍ଷରୁ ଓସିଏ କାର୍ଯ୍ୟାଳୟରେ ଶନିବାର ଏକ ବୈଠକ ଡକାଯାଇଥିଲା । ଉକ୍ତ ବୈଠକରେ ଆସୋସିଏଶନର ସମ୍ବିଧାନ ସଂଶୋଧନ ନିମନ୍ତେ କେଉଁ ସମସ୍ତ ପ୍ରକ୍ରିୟା କିପରି ଭାବେ ଗ୍ରହଣ କରାଯିବ ସେ ନେଇ ଯୋଜନା କରାଯାଇଛି । 

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଜାକର୍ତ୍ତା, ୧୯ା୮ (ଏଏଫ୍‌ପି)- ଏସିଆନ ଗେମ୍ସକୁ କୁଏଟ୍‌୍‌ ଫେରିଛି, କିନ୍ତୁ ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ତରଫରୁ ଏହି ଦେଶକୁ ଚେତାବନୀ ଶୁଣାଇ ଦିଆଯାଇଛି। କ୍ରୀଡ଼ାରେ ସରକାରୀ ହସ୍ତକ୍ଷେପ ବନ୍ଦ ନ ହେଲେ କୁଏଟ୍‌କୁ ୩ୟ ଥର ନିର୍ବାସନର ସମ୍ମୁଖୀନ ହେବାକୁ ପଡ଼ିବ। 

କୋହଲି-ରାହାନେଙ୍କ  ଶତକୀୟ ଭାଗୀଦାରି

କୋହଲି-ରାହାନେଙ୍କ ଶତକୀୟ ଭାଗୀଦାରି

ନଟିଂହାମ୍‌ ୧୯ା୮-ଟ୍ରେଣ୍ଟବ୍ରିଜ୍‌ଠାରେ ଶନିବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର ଆଡକୁ ଅଗ୍ରସର ହେଉଛି।

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ,୧୯।୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଚାଲିଥିବା ୪୦ତମ ଆନ୍ତଃ କଲେଜ ଚେସ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି । 

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଜାକର୍ତ୍ତା, ୧୯।୮(ପି.ଟି.)- ଏସିଆ ମହାଦେଶର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ମହା ସମାରୋହରେ ଉଦ୍‌ଘାଟିତ ହୋଇଛି। ଜାକର୍ତ୍ତାର ଗେଲୋରା ବଙ୍ଗ କାର୍ନୋ (ଜିବିକେ) ମୁଖ୍ୟ ଷ୍ଟାଡିୟମରେ ଏହି କ୍ରୀଡ଼ାର ରଙ୍ଗାରଙ୍ଗ ଉଦ୍‌ଘାଟନ ହୋଇଛି।