ଜାତୀୟ |

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ବାଲୁଗାଁ,୪।୨(ଡି.ଏନ୍‌.ଏ.): ସପ୍ତାହେ ପୂର୍ବେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ନାବାଳିକା ଏକତରଫା ପ୍ରେମର ଶିକାର ହୋଇ ପ୍ରେମିକ ଦ୍ୱାରା ବଳାତ୍କାର ଓ ପରେ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଶନିବାର ରାତିରେ ବାଲୁଗାଁ ଅଞ୍ଚଳର ଜଣେ ନାବାଳିକା ଅନୁରୂପ ଭାବେ ହତ୍ୟାର ଶିକାର ହୋଇଛନ୍ତି। ପ୍ରେମ ନିବେଦନ କରି ବିଫଳ ହେବାରୁ ଜଣେ ଯୁବକ ଶେଷରେ ଉତ୍‌କ୍ଷିପ୍ତ ହୋଇ ନାବାଳିକାଙ୍କୁ ଛୁରାଘାତ କରିଥିଲେ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ନାବାଳିକା ଜଣକ ଚିକିତ୍ସାଧୀନ ଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ଦାବି ନେଇ ରବିବାର ମଧ୍ୟାହ୍ନରେ ବାଲୁଗାଁ ଗାନ୍ଧୀଛକଠାରେ ନାବାଳିକାଙ୍କ ମୃତଦେହ ରଖି ରାସ୍ତାରୋକୋ କରିଥିଲେ।
ଘଟଣାରୁ ପ୍ରକାଶ ଯେ, ବାଲୁଗାଁସ୍ଥିତ ଅନ୍ନପୂର୍ଣ୍ଣା ନଗରରେ ରହୁଥିବା ଯୁବକ ଆର. ଗୋପୀ (୨୪) ଉକ୍ତ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରିଆସୁଥିଲେ। ଗୋପୀଙ୍କ ଘର ତାମିଲନାଡୁର ମଦୁରାଇ ଅଞ୍ଚଳରେ ହୋଇଥିବାବେଳେ ଏଠାରେ ୧୦ବର୍ଷ ହେଲା ରହିଆସୁଛନ୍ତି। ନାବାଳିକା ଏକ ବିଉଟିପାର୍ଲରରେ କାମ କରନ୍ତି। ସବୁଦିନ ପରି ଶନିବାର ରାତି ପ୍ରାୟ ୮ଟା୩୦ମିନିଟ୍‌ ସମୟରେ ସେ ପାର୍ଲରରୁ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ବିଜୁଳି ଚାଲିଯାଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋପୀ ଏହାର ସୁଯୋଗ ନେଇ ସାହିନିକଟ ଏକ ନିକାଞ୍ଚନ ସ୍ଥାନରେ ନାବାଳିକାଙ୍କୁ ଟାଣି ନେଇ ପ୍ରେମ ନିବେଦନ କରିଥିଲେ। ମାତ୍ର ନାବାଳିକା ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଉତ୍‌କ୍ଷିପ୍ତ ହୋଇ ଗୋପୀ ପାଖରେ ରଖିଥିବା ଏକ ଛୁରିରେ ତାଙ୍କ ଛାତି, ପିଠି, ପେଟ ଓ ଗୋଡକୁ ବାରମ୍ବାର ଆଘାତ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ତଳେ ପଡ଼ିଯିବାରୁ ଗୋପୀ ସେଠାରୁ ଫେରାର ହୋଇଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ରାତିରେ ଖବରପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ରାତି ପ୍ରାୟ ୧୧ଘଟିକା ସମୟରେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଗୋପୀଙ୍କ ଘର ଉପରେ ଚଢାଉ କରିଥିଲା। ତଲାସୀ ବେଳେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଛୁରି ଓ ପ୍ୟାଣ୍ଟଶାର୍ଟ ଜବତ କରିବା ସହ ଗୋପୀଙ୍କୁ ଗିରଫ କରିଥିଲା। ନାବାଳିକାଙ୍କ ମୃତ୍ୟୁ ଖବର ପ୍ରଘଟ ହେବାପରେ ରବିବାର ସକାଳେ ମୃତା ବାଳିକାଙ୍କ ସମ୍ପର୍କୀୟ ଓ ସାହିବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ୨ଘଟିକା ସମୟରେ ବ୍ରହ୍ମପୁରରୁ ମୃତଦେହ ବ୍ୟବଚ୍ଛେଦ ହୋଇ ଏଠାରେ ପହଞ୍ଚତ୍ଥିଲା। ପରେ ଉତ୍ତ୍ୟକ୍ତ ଲୋକେ ବାଲୁଗାଁ ଗାନ୍ଧୀ ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ସେମାନେ ହତ୍ୟାକାଣ୍ଡର ପ୍ରତିବାଦ କରିବା ସହ ଘଟଣାରେ ଉଚିତ ନ୍ୟାୟ ପ୍ରଦାନ, ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଆଦି ଦାବି କରିଥିଲେ। ରାସ୍ତାରୋକୋ ଖବର ପାଇ ଖୋର୍ଦ୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ, ବାଲୁଗାଁ ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଆଇଆଇସି ସଞ୍ଜୟ ପଟ୍ଟନାୟକ, ଟାଙ୍ଗୀ ଓ ବାଣପୁର ଆଇଆଇସି ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଚିଲିକା ଅତିରିକ୍ତ ତହସିଲଦାର ପୃଥୀରାଜ ମଣ୍ଡଳ ଜିଲା ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ବାଳିକାଙ୍କ ମୃତଦେହ ସତ୍କାର ପାଇଁ ସହାୟତା ପ୍ରଦାନ କରିବା ସହ ପ୍ରଶାସନ ତରଫରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ସନ୍ଧ୍ୟାରେ ଗ୍ରାମ ଶ୍ମଶାନରେ ନାବାଳିକାଙ୍କ ମୃତଦେହ ସତ୍କାର କରାଯାଇଛି। ବାଲୁଗାଁ ପୋଲିସ ଏ ସଂକ୍ରାନ୍ତରେ ୧୦/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତ ଗୋପୀ ପ୍ରେମ ନିବେଦନରେ ବିଫଳ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ସୋମବାର ଗୋପୀଙ୍କୁ କୋର୍ଟ ଚାଲାଣ କରାଯିବ।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ରାଏପୁର,୨୨।୫ : ଛତିଶଗଡ଼ ଦନ୍ତଓ୍ବୋଡା ଜିଲାରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ସେଠାରେ ଲୋକମାନେ ନର୍ଦ୍ଦମାରୁ ପାଣି ସଂଗ୍ରହ କରି ଏହାକୁ ବ୍ୟବହାର କରୁଛନ୍ତି। ସରକାର ଲୋକଙ୍କୁ ସଫା ପାନୀୟ ଜଳ ଯୋଗାଇ ପାରୁ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଏପରି କରୁଥିବା ଅଭିଯୋଗ ହୋଇଛି।

ମଇଁଷି ଚରାଉଛନ୍ତି କ୍ରିକେଟର

ମଇଁଷି ଚରାଉଛନ୍ତି କ୍ରିକେଟର

ଅହମ୍ମଦାବାଦ,୨୨।୫ : ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ଲାଭ କରିଥିବା କ୍ରିକେଟର ଭାଲାଜୀ ଡାମୋର ଏବେ ଗାଁରେ ଚାଷ ଜମିରେ ମୂଲ ଲାଗିବା ସହିତ ମଇଁଷି ଚରାଉଛନ୍ତି। ୧୯୯୮ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ପ୍ରଥମ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ରେ ଭାଲାଜୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ମାଡ୍ରାସ,୨୨।୫ : ତାମିଲନାଡୁ କୋଏମ୍ବାଟୁରରେ ଆୟୋଜିତ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଜନଜାତି ମହିଳାମାନେ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟ କରିଛନ୍ତି। ଏହା ଜନଶୁଣାଣି କାର୍ଯ୍ୟକ୍ରମରେ ବେଶ୍‌ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା।

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଲୁଧିଆନା,୨୨।୫ : ପଞ୍ଜାବ ପଠାଣକୋଟରେ ଆତଙ୍କବାଦୀ ଅନୁପ୍ରବେଶ ସମ୍ପର୍କିତ ଗୋଇନ୍ଦା ରିପୋର୍ଟ ମିଳିବା ପରେ ହାଇ ଆର୍ଲଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସନ୍ଦିଗ୍ଧ ଯାନବାହନ ଗୁଡିକର ଯାଞ୍ଚ୍‌ କରାଯାଉଛି।

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

କୋଜିକୋଡେ,୨୨।୫: କେରଳର ପେରାମ୍ବ୍ରା ତାଲୁକ ହସ୍ପିଟାଲରେ ନିପାହ ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନି(୩୧)ଙ୍କର ସୋମବାର ମୃତ୍ୟୁ ଘଟିଛି।

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବମ୍ବେ,୨୨।୫: ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ଏକ ଜୁଏଲାରୀ ବିଜ୍ଞାପନରେ ଦେଖିବାକୁ ମିଳିବ ଶ୍ୱେତା ବଚ୍ଚନଙ୍କୁ।

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୨୨।୫ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଚଳିତ ବର୍ଷ ୧୪୧ ଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏନେଇ ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ୨୦୧୭ରେ ପାକିସ୍ତାନ ୮୬୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ୭୭୮ କିଲୋମିଟର ଲମ୍ବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗ୍ରାମଗୁଡିକରେ ବାସ କରୁଥିବା ଲୋକ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଗଡଓ୍ବାଲ,୨୨।୫: ଛତିଶଗଡ଼ର ଗଡଓ୍ବାଲ ମଣ୍ଡଳରେ ଥିବା ଜଙ୍ଗଲରେ ଗତ ୬ ଦିନ ହେବ ଭିଷଣ ନିଆଁ ଲାଗିବା ଫଳରେ କୋଟି କୋଟି ଟଙ୍କାର ବନ୍ୟସମ୍ପଦ ନଷ୍ଟ ହୋଇଥିବା କୁହାଯାଉଛି।

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ଲକ୍ଷ୍ନୌ,୨୨।୫: ଆହ୍ଲାହାବାଦର ମେୟର ଅଭିଳାଶା ଗୁପ୍ତା ସୋମବାର ବିନା ନମ୍ବର ପ୍ଲେଟରେ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏବିଷୟରେ ତାଙ୍କୁ ପଚରା ଯିବାରୁ ଏହା ତାଙ୍କ ଗାଡି ନୁହେଁ ବରଂ ଉତ୍ତର ପ୍ରଦେଶ ସରକାର ତାଙ୍କୁ ଏହା ଯୋଗାଇ ଦେଇଥିବା ସେ କହିଛନ୍ତି।

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୨।୫ : ପାକିସ୍ତାନ ଆଇଏସ୍‌ଆଇ ଇଶାରାରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର ସହାୟତା ଲୋଡୁଥିବା ଆଶଙ୍କା କରାଯାଉଛି।

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୨।୫: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଅଫିସିଆଲ ଓ୍ବେବ୍‌ସାଇଟ୍‌କୁ ସୋମବାର ମଧ୍ୟ ରାତ୍ରିରୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଓ୍ବେବସାଇଟ୍‌ ଓପନ୍‌ କରିବା ମାତ୍ରେ ଆସୁଛି ‘ହାପି ବାର୍ଥଡେ ପୂଜା’।

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ଚାନ୍ଦୌଲି,୨୨।୫: ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କ ହାତ ଧରିଲେ ହାତ କାଟି ଦିଆଯିବ ବୋଲି ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଅରବିନ୍ଦ ରାଜଭର କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସୋମବାର ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି।