ମେଟ୍ରୋ |

ସ୍ୟାଣ୍ଡ୍‌ ଆର୍ଟ ମ୍ୟୁଜିୟମ୍‌ ଉଦ୍‌ଘାଟିତ

ସ୍ୟାଣ୍ଡ୍‌ ଆର୍ଟ ମ୍ୟୁଜିୟମ୍‌ ଉଦ୍‌ଘାଟିତ

ପୁରୀ ଅଫିସ,୪।୨ : ପୁରୀ- କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ଼ ବାଲିଗୁଆଳି ଛକରେ ଉଦ୍‌ଘାଟିତ ହୋଇଛି ସ୍ୟାଣ୍ଡ୍‌ ଆର୍ଟ ମ୍ୟୁଜିୟମ୍‌ ଓ ଆନିମେଶନ ଷ୍ଟୁଡିଓ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏହି ମ୍ୟୁଜିୟମ୍‌ ତିଆରି କରିଛନ୍ତି। ରବିବାର ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ଉଦ୍‌ଘାଟନ କରି କହିଲେ, ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର। ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସନ୍ତି। ଏହି ମ୍ୟୁଜିୟମ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନ ବିକାଶ ଦିଗରେ ମଧ୍ୟ ଏହା ସହାୟକ ହେବ। ବିଶେଷକରି ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ମ୍ୟୁଜିୟମ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି ସେ କହିଥିଲେ।
ଜିଲାପାଳ ଅରବିନ୍ଦ ଅଗ୍ରୱାଲ କହିଲେ, ପର୍ଯ୍ୟଟନର ବିକାଶ ଉପରେ ଜିଲା ପ୍ରଶାସନ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଏହି ମ୍ୟୁଜିୟମ କ୍ଷେତ୍ରରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି, ଉପଜିଲାପାଳ ମଧୁସୂଦନ ଦାଶ, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ସାମାଜିକ କର୍ମୀ ପ୍ରଦ୍ୟୁମ୍ନ ମିଶ୍ର ଓ ଉପଦେଷ୍ଟା ପ୍ରଦ୍ୟୁମ୍ନ ସାଥୁଆ ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟୁଜିୟମରେ ୟୁରୋପିୟାନ ଷ୍ଟାଇଲରେ ପ୍ରସ୍ତୁତ କରାଯାଇଥିବା ବାଲୁକା କଳା ମାଧ୍ୟମରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ପ୍ରଧାନ। ଏଥିସହ ଓଡ଼ିଶା କୀର୍ତ୍ତିରାଜିକୁ ସ୍ଥାନ ଦେଇଛନ୍ତି ସେ। ଏଥିମଧ୍ୟରେ ୨୦ ଫୁଟ ବୁଦ୍ଧଦେବ, ୧୫ ଫୁଟର ଲାଲ୍‌କିଲ୍ଲା, କୋଣାର୍କ ମନ୍ଦିର, ମତ୍ସ୍ୟକନ୍ୟା, ଚିଲିକାରେ ଦୃଶ୍ୟମାନ ଡଲଫିନ୍‌, ସ୍ପାଇଡରମ୍ୟାନ, ତାଜମହଲର ନିଖୁଣ ବାଲୁକା କଳାକୃତି ରହିଛି। ପ୍ରଥମ ଦିନରେ ଏହି ବାଲୁକା କଳା ପର୍ଯ୍ୟଟକ ଓ କଳାପ୍ରେମୀଙ୍କୁ ଆକୃଷ୍ଟ କରିଥିଲା।
ବାଲୁକା ଶିଳ୍ପୀ ପ୍ରଧାନ କୁହନ୍ତି, ପର୍ଯ୍ୟଟନ ବିକାଶ ତଥା ଏକ ଉନ୍ନତମାନ ବାଲୁକା କଳା ପ୍ରଦର୍ଶନ ଲକ୍ଷ୍ୟ ନେଇ ଏହି ମ୍ୟୁଜିୟମ୍‌ ସମ୍ପୂର୍ଣ୍ଣ ନିଜସ୍ବ ଖର୍ଚ୍ଚରେ ଆରମ୍ଭ କରିଛି। ୩ ଏକର ଜମିରେ ହୋଇଥିବା ଏହି ମ୍ୟୁଜିୟମରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ, ଓଡ଼ିଶାର କୀର୍ତ୍ତିରାଜି, ସ୍ବତନ୍ତ୍ର ଦିବସ ଉପଲକ୍ଷେ ସାମାଜିକ ବାର୍ତ୍ତା ଆଦି ବାଲୁକା କଳା ସ୍ଥାନ ପାଇବ। ଏଥିସହିତ ସ୍ୟାଣ୍ଡ୍‌ ଆନିମେଶନ ଷ୍ଟୁଡିଓ ବ୍ୟବସ୍ଥା କରାଯାଇଛି। ଏଠାରେ ପିଲାଙ୍କୁ ବାଲୁକା କଳା ଏବଂ ଆନିମେଶନ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଏହା ପ୍ରତିଦିନ ସକାଳ ୮ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିଲାଗି ଟିକଟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ମେଟ୍ରୋ |

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାଫଳ। ଚଳିତ ବର୍ଷ ପାସ ହାର ୮୩.୦୧% ରହିଥିବା ବେଳେ ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ ୫୦୦ରୁ ୪୯୯ ରଖି ଟପ୍ପର ହୋଇଛନ୍ତି।

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ୪ ବର୍ଷର ସଫଳତା ବିଷୟରେ ମତ ରଖିବେ। ମୋଦିଙ୍କ ଏହି ଗସ୍ତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି।

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପୁରୀ ଅଫିସ,୨୬।୫: ପୁରୀ ଜିଲା ପିପିଲିର ନିଛଗଡ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଖୋକା ଜବତ କରାଯାଇଛି।

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ

କଟକ ଅଫିସ, ୨୫।୫- ମାନବାଧିକାର କର୍ମୀ ଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଆନ୍ତର୍ଜାତୀୟ ଡିଜିଟାଲ୍‌ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି ା ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଏ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି ା

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୪ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଜି ଛକଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମଞ୍ଚର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ। ଏହାସହିତ ମହାରାଜାଙ୍କ ଅତୀତ ଜୀବନର ସ୍ମୃତିଚାରଣ କରିଥିଲେ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।