ସମ୍ପାଦକୀୟ |

ଅଧିକାର ଅସ୍ତ୍ର ବାଟବଣା

ଅଧିକାର ଅସ୍ତ୍ର ବାଟବଣା
ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଦଫା ୨୨୮ ‘ଏ’ କହେ, ପୀଡ଼ିତାଙ୍କ ନାମ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ। ଯେଉଁମାନେ ପୀଡ଼ିତ ବ୍ୟକ୍ତିଙ୍କ ନାମ ସାଧାରଣରେ ପ୍ରଘଟ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ନିକଟରେ ବଳାତ୍କାରର ଶିକାର ହୋଇଥିବା କୁନ୍ଦୁଲି ଓ ବାଣପୁର ଯୁବତୀ ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ନାମ ପ୍ରଘଟ ହେବା ସହ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହେବା ଯୋଗୁ ଏମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ବମେନ୍‌ ଫ୍ରଣ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ଗତ ଡିସେମ୍ବର ୨୯ରେ କେତେ ଜଣ ସୂଚନା ଅଧିକାର କର୍ମୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ଆଣି ଭୁବନେଶ୍ୱରରେ ଜନଶୁଣାଣି କରିଥିଲେ। ସାମାଜିକ ବ୍ୟବସ୍ଥାରେ ସମତୁଲତା ରକ୍ଷା କରିବା ଦିଗରେ ନାଗରିକ ସମାଜ, ସୂଚନା ଅଧିକାର କର୍ମୀ ଏବଂ ମାନବ ଅଧିକାର କର୍ମୀମାନଙ୍କ ଭୂମିକା ଯଥେଷ୍ଟ ରହିଛି। କିନ୍ତୁ ଅନେକ ସମୟରେ ଦେଖାଯାଉଛି ଯେ ଏମାନଙ୍କ ମଧ୍ୟରୁ କେତେକେ ସୀମା ବାହାରକୁ ଯାଇ ପଦକ୍ଷେପ ନେଉଛନ୍ତି। ୨୦୦୫ରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆସିବା ପରେ ଅନେକ ସୂଚନା ଅଧିକାର କର୍ମୀ ସୃଷ୍ଟି ହୋଇଯାଇଛନ୍ତି। ବାସ୍ତବରେ ଦେଖିଲେ ସବୁ କର୍ମୀଙ୍କର ସମାଜ ଗଠନ ପାଇଁ ବ୍ୟଗ୍ରତା ନାହିଁ। ଏହିଭଳି କର୍ମୀଙ୍କର ସାମାଜିକ ଉନ୍ନତି ଦିଗରେ ସହଯୋଗର ଅଭାବ ରହିଛି। ଆର୍‌ଟିଆଇ ଆଇନରେ ତତ୍‌କ୍ଷଣାତ୍‌ ଦଣ୍ଡ ଦେବାର ସୁଯୋଗ ରହିଥିବାରୁ ଅଧିକାଂଶ କର୍ମୀ ବ୍ୟବସାୟିକ କିମ୍ବା ନିଜ ସ୍ବାର୍ଥ ହାସଲ ନିମନ୍ତେ ଏହାକୁ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଉଛି। ବଳାତ୍କାର ଭଳି ସମ୍ବେଦନଶୀଳ ଘଟଣାକୁ ଅତି ସତର୍କତାର ସହ ପରିଚାଳନା କରାଯିବା କଥା। କିନ୍ତୁ କୁନ୍ଦୁଲି ପୀଡ଼ିତାଙ୍କ ସମେତ ବଳାତ୍କାରର ଶିକାର ହୋଇଥିବା ଯୁବତୀ ଓ ମହିଳାମାନଙ୍କୁ ଆଣି ସୂଚନା ଅଧିକାର କର୍ମୀମାନେ ଯେଉଁ ଜନଶୁଣାଣି କଲେ, ତାହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅସହାୟାଙ୍କ ଦୁଃଖ ବୁଝିବା ସହ ନ୍ୟାୟ ଦେବା ଲାଗି ଯେଉଁମାନେ ଅଣ୍ଟା ଭିଡ଼ିଛନ୍ତି ସେମାନେ ପୀଡ଼ିତାଙ୍କ ନାମ ଓ ଚେହେରା ଗୋପନ ରଖିବା ହେଉଛି ଆଇନ ଦୃଷ୍ଟିରୁ ଅତ୍ୟନ୍ତ ଆବଶ୍ୟକ। ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ବମେନ ଫ୍ରଣ୍ଟ ଅଭିଯୋଗ କ୍ରମେ କେତେ ଜଣ ସୂଚନା ଅଧିକାର କର୍ମୀ ପୀଡ଼ିତାଙ୍କ ଫଟୋ ଉଠାଇବା ସହ ସେମାନଙ୍କ ପରିଚୟ ଓ ଗ୍ରାମର ନାମ ସୋସିଆଲ ମିଡିଆରେ ପ୍ରସାର କରିଥିଲେ। ନାରୀମାନଙ୍କ କ୍ଷେତ୍ରରେ ଭାରତୀୟ ସମାଜର ମାନସିକତା ରକ୍ଷଣଶୀଳ ରହିଆସିଛି। ଅସଦାଚରଣ, ନିର୍ଯାତନା ଓ ବଳାତ୍କାରର ଶିକାର ହୋଇଥିବା ମହିଳା ଚାହିଁଥାନ୍ତି ଅନ୍ୟମାନେ ସେମାନଙ୍କ ପ୍ରତି ହୋଇଥିବା ଅଶୋଭନୀୟ କାର୍ଯ୍ୟ ବିଷୟରେ ନ ଜାଣନ୍ତୁ। କାରଣ ତାହା ପ୍ରଘଟ ହେଲେ ସେମାନଙ୍କ ମର୍ଯ୍ୟାଦା ବା ଆତ୍ମସମ୍ମାନ ହାନି ହେବାର ସବୁ ସମ୍ଭାବନା ରହିଥାଏ। ପରିବାରର ସମର୍ଥନ ମିଳିଲେ ଯାଇ କେତେକେ ଆଇନର ଆଶ୍ରୟ ନେଇଥାନ୍ତି। ଏଭଳି ପରିସ୍ଥିତିରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଗଲେ ସେ ମାନସିକ ଯନ୍ତ୍ରଣା ପାଇବା ସ୍ବାଭାବିକ। କୁନ୍ଦୁଲି ଓ ବାଣପୁର ପୀଡ଼ିତାଙ୍କ ଆତ୍ମହତ୍ୟା ଯେ ଉପରଲିଖିତ କାରଣ ପାଇଁ ହୋଇଛି, ତାହା ଅବଶ୍ୟ ଏଠାରେ କୁହାଯାଇ ନ ପାରେ। ତଥାପି କୌଣସି ଅଘଟଣ ପାଇଁ ଅନେକଗୁଡ଼ିଏ କାରଣ ଆଲୋଚନା ବା ତଦନ୍ତ ପରିସରଭୁକ୍ତ ହୋଇପାରେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି। ହେଲେ ଦେଖିବାକୁ ମିଳୁଛି କେତେକ ମାଧ୍ୟମ ବିଶେଷକରି ସୋସିଆଲ ମିଡିଆ ଓ ତତ୍‌ସହିତ କିଛି ମାତ୍ରାର ଟେଲିଭିଜନ ଚ୍ୟାନେଲ ତଦନ୍ତ ପରିସରଭୁକ୍ତ ହୋଇଥିବା ଘଟଣାର ସମାଧାନ ନିଜେ କରିବାକୁ ଚାହୁଁଛନ୍ତି। ଉଭୟ ମାନବ ଅଧିକାର ଏବଂ ସୂଚନା ଅଧିକାର କର୍ମୀମାନେ ଅସହାୟ, ପୀଡ଼ିତ କିମ୍ବା ନ୍ୟାୟ ପାଇବାରୁ ବଞ୍ଚିତ ବର୍ଗଙ୍କ ନିମନ୍ତେ ସ୍ବର ଉତ୍ତୋଳନ କରି ବହୁ ସମୟରେ ଠିକ୍‌ ଘଟଣାକୁ ଆଗକୁ ଆଣିବାରେ ସକ୍ଷମ ହୋଇଥାନ୍ତି। ମାତ୍ର ଯେଉଁମାନେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ କିମ୍ବା ନିଜ ସ୍ବାର୍ଥ ହାସଲ ଲାଗି ଅଧିକାର ଅସ୍ତ୍ରକୁ ବ୍ୟବହାର କରୁଛନ୍ତି, ତାହା ସାମାଜିକ ମଙ୍ଗଳ ପରିବର୍ତ୍ତେ କେତେକଙ୍କ ଜୀବନରେ ଅମଙ୍ଗଳ ଆଣିଦେଉଛି। ବାସ୍ତବରେ ମନ୍ଦ ଉଦ୍ଦେଶ୍ୟ ରଖି ଯେଉଁମାନେ ବିଭିନ୍ନ ସମ୍ବେଦନଶୀଳ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ସତର୍କ କରାଇ ଦିଆଯିବା ଉଚିତ। ଏଠାରେ ପ୍ରଶ୍ନ ହେଉଛି କିଏ ସତର୍କ କରାଇବ। ଆଜିର ପରିସ୍ଥିିତିରେ ଭାରତୀୟ ସମାଜରେ କୌଣସି ଗୁରୁତ୍ୱ ରଖୁଥିବା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱ ଦେଖିବାକୁ ମିଳୁ ନାହାନ୍ତି। କେହି କାହାରି କଥା ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...

ଜିଡିପି ବଢୁଛି, ଗରିବି କମୁନାହିଁ

ଜିଡିପି ବଢୁଛି, ଗରିବି କମୁନାହିଁ

ସହଦେବ ସାହୁ

ଆଗକାଳରେ ଯେମିତି ବ୍ୟବସାୟ ବାଣିଜ୍ୟ ସମ୍ପଦ ତିଆରି କରୁଥିଲା ଏବେ କରୁଛି କି? ବିଶ୍ୱର ଶ୍ରେଷ୍ଠ ଧନୀ ଦେଶ ଆମେରିକା କଥା ଦେଖନ୍ତୁ। ଗତ କେତେକ ଦଶନ୍ଧିରେ ମାର୍କିନ୍‌ କମ୍ପାନୀମାନେ ଯେଉଁ ହାରରେ ସମ୍ପଦ ତିଆରି କରୁଥିଲେ ତହିଁରେ ଏବେ ଭଟ୍ଟା ପଡିଛି। ମାର୍କ ବୁଚାନାନ୍‌ ଜଣେ ପଦାର୍ଥବିଜ୍ଞାନୀ ଓ ବିଜ୍ଞାନ ଲେଖକ- ସେ ଅର୍ଥନୀତି ଉପରେ ବିଜ୍ଞାନ କ’ଣ କହୁଛି ସେ ବିଷୟରେ ଖଣ୍ଡିଏ ବହି ଲେଖିଛନ୍ତି- ବହିର ନାଁ ‘ଫୋର୍‌କାଷ୍ଟ୍‌: ହ୍ବାଟ୍‌ ଫିଜିକ୍ସ, ମିଟରୋଲଜି ଆଣ୍ଡ୍‌ ଦ ନ୍ୟାଚୁରାଲ୍‌ ସାଇନ୍ସେସ୍‌ କ୍ୟାନ୍‌ ଟିଚ୍‌ ଅସ୍‌ ଏବାଉଟ୍‌ ଇକୋନମିକ୍ସ’, ଭବିଷ୍ୟବାଣୀ- ପଦାର୍ଥବିଦ୍ୟା, ପାଣିପାଗବିଦ୍ୟା ଓ ପ୍ରାକୃତିକ ବିଜ୍ଞାନମାନ ଅର୍ଥନୀତି ବିଦ୍ୟା ଉପରେ ଆମକୁ...
ଇମେଲ୍‌: sahadevas@yahoo.com

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଜ୍ଞାନାଞ୍ଜଳି ପରିଡ଼ା

ଆଧୁନିକ ଯୁଗରେ ଖାଉଟି ବା ଗ୍ରାହକର ସ୍ଥାନ ଅତି ଶୀର୍ଷରେ। ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ତିଷ୍ଠି ରହିବା ଏବଂ ତାଙ୍କର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାହକର ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଜଣେ ଗ୍ରାହକ ହେଉଛି ଭଗବାନଙ୍କ ସଦୃଶ (ଗରାଖ-ଈଶ୍ୱର)। କିନ୍ତୁ ବାସ୍ତବରେ ଆମ ଦେଶରେ ଖାଉଟି ସବୁବେଳେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଆସୁଛି। ଠକ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା ବାବଦରେ ସାଧାରଣ ଲୋକଙ୍କଠାରୁ ଅନେକ ତଥ୍ୟ ଗୋପନୀୟ ରଖିଥାନ୍ତି। ଯୋଜନାବଦ୍ଧ ଭାବରେ ଏମାନେ ଖାଉଟିକୁ ଲୁଟିଥାନ୍ତି। ଏହି ସମସ୍ୟାର ନିରାକରଣ ପାଇଁ ୧୯୮୬ ମସିହାରେ ସମଗ୍ର ଦେଶ ପାଇଁ ଖାଉଟି ସୁରକ୍ଷା ଆଇନ ...

ଅସୁରକ୍ଷିତ ନାରୀ ଓ ଶିଶୁ

ଅସୁରକ୍ଷିତ ନାରୀ ଓ ଶିଶୁ

ଝରଣା ପଣ୍ଡା

ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ଅଭିବୃଦ୍ଧି ଓ ପ୍ରଗତିର ଦୌଡ଼ରେ ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି ଓ ନାରୀ ସଶକ୍ତୀକରଣର ଜୋରଦାର ପ୍ରଚାର ପ୍ରସାର ହେଉଛି। ସରକାରୀ ଓ ବେସରକାରୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗଣମାଧ୍ୟମର ବିଜ୍ଞାପନରେ ନାରୀ ସଶକ୍ତୀକରଣର ଢୋଲ ପିଟା ଯାଉଥିବା ବେଳେ ସମଗ୍ର ଭାରତୀୟଙ୍କ ସାମଗ୍ରିକ ବିବେକ ଚେତନାକୁ ଦୋହଲାଇ ଦେଇଛି ବିହାର ...

ଏଇ ଭାରତରେ

ଏଇ ଭାରତରେ

ଜଣେ ମୁସଲମାନ ହିନ୍ଦୁଧର୍ମର ମହିଳାଙ୍କୁ ବିବାହ କରିଥିଲେ ବି ସ୍ତ୍ରୀଙ୍କ ମୃତ୍ୟୁପରେ ହିନ୍ଦୁଧର୍ମ ଅନୁଯାୟୀ ତାଙ୍କର ସଂସ୍କାର କରିଛନ୍ତି। ବହୁ ବାଧାବିଘ୍ନ ସତ୍ତ୍ୱେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ତାଙ୍କ ଏକାଦଶାହ ମଧ୍ୟ ପାଳନ କରିଛନ୍ତି। ଇମ୍‌ତିଆଜୁର ରେହମନ୍‌ ନାମକ ଏହି  ...

ଏଇ ଭାରତରେ

ଏଇ ଭାରତରେ

କୁକୁରକୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ। ମଣିଷର ଆଦିମ ସାଥୀ ହେଉଛି କୁକୁର। ମଣିଷକୁ ଏହି ଇତର ପ୍ରାଣୀ ଦୁଃଖ ଦୁର୍ଦ୍ଦିନରେ ସହାୟତା କରେ। କେରଳର ଇଡ୍ଡୁକି ଜିଲାରେ ଏକ ପରିବାରକୁ ମୃତ୍ୟୁମୁଖରୁ ଉଦ୍ଧାର କରିଛି ତାଙ୍କ ପୋଷା କୁକୁର।  କେରଳର ଏହି ଜିଲାର ଗୋଟିଏ ଗଁାରେ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା।...

ଗଣଭୋଟ ଓ ବ୍ରିଟେନ୍‌

ଗଣଭୋଟ ଓ ବ୍ରିଟେନ୍‌

ଆକାର ପଟେଲ କୌଣସି ଦେଶ ସିଧାସଳଖ କିଛି ନିଷ୍ପତ୍ତି ନିଏ ନାହିଁ। ଗଣତାନ୍ତ୍ରିକ ଦେଶଗୁଡ଼ିକ ବିଧାୟକ ବା ଲୋକପ୍ରତିନିଧିମାନଙ୍କ ଜରିଆରେ ନିଷ୍ପତ୍ତି ନିଅନ୍ତି। ଆମେରିକା ପରି ଦେଶରେ ଯେଉଁଠି ସର୍ବୋଚ୍ଚ କର୍ତ୍ତା (ରାଷ୍ଟ୍ରପତି) ସିଧାସଳଖ ନିର୍ବାଚିତ ହୁଅନ୍ତି, ସେଠାରେ ସେ ନିର୍ବାଚିତ ହେଲା ପରେ କ’ଣ କ’ଣ କରିବେ ତାହା ଆଗରୁ ଘୋଷଣା କରନ୍ତି ଏବଂ ତାହା ହେଉଛି ତାଙ୍କ ନିର୍ବାଚନୀ ଇସ୍ତାହାର। ...

ଧର୍ମ ବନାମ ଆଧ୍ୟାତ୍ମିକତା

ଧର୍ମ ବନାମ ଆଧ୍ୟାତ୍ମିକତା

ପ୍ରକାଶ ତ୍ରିପାଠୀ ଆଜିର ସମୟରେ ମଣିଷର ଧର୍ମୀୟ ଆଚରଣ ଦେଖିଲେ ମନେହୁଏ ସତେ ଯେମିତି ସବୁକିଛି ବାହ୍ୟ ପ୍ରଦର୍ଶନରେ ସୀମିତ। ଜଣେ ମଣିଷ ସକାଳୁ ଉଠି ଫୁଲ ତୋଳେ, ସ୍ନାନପୂର୍ବକ ଶୁଭ୍ର ବା ଗୈରିକ ବସ୍ତ୍ର ପରିଧାନ କରି ଫୁଲ, ଦୀପ, ନୈବେଦ୍ୟ ନେଇ ମନ୍ଦିର ଯାଏ। ଶରୀରକୁ ଚନ୍ଦନ, ସିନ୍ଦୂରରେ ଶୋଭିତ କରେ। ଠାକୁରଙ୍କ ଆଳତି ଦର୍ଶନ କରେ। ଦୁଇ ହାତ ଯୋଡ଼ି ଠାକୁରଙ୍କ ନାମ ସଂକୀର୍ତ୍ତନ କରେ ଓ ବାର ଦେଖି ଆମିଷ ବର୍ଜନ କରେ। ଏଭଳି ମଣିଷକୁ ଆମେ ଧାର୍ମିକ କହିପାରୁ। ମାତ୍ର ଏହି ମଣିଷଙ୍କଠାରେ ଯଦି ...