ସମ୍ପାଦକୀୟ |

ନିଜ ରୁଚିରେ ଭୋଜନ

ନିଜ ରୁଚିରେ ଭୋଜନ

ଡ. ନିଖିଳାନନ୍ଦ ପାଣିଗ୍ରାହୀ/ଆଜିକାଲି ସୁସ୍ଥତା-ଶିଳ୍ପ (ଓ୍ବେଲନେସ୍‌ ଇଣ୍ଡଷ୍ଟ୍ରି) ବିଷୟରେ ଅଧିକ ଆଲୋଚନା କରାଯାଉଛି। ଏହାର ମୂଳ କାରଣ ହେଉଛି ଆମେ ଚାହୁଁ ଉପଯୁକ୍ତ ଚେଷ୍ଟାକରି ନିଜ ମନ ଓ ଶରୀରକୁ ସୁସ୍ଥ ରଖିବାକୁ। ଏହା ଆମ ଜୀବନଶୈଳୀର କ୍ରମଶଃ ଏକ ଅପରିହାର୍ଯ୍ୟ ଦିଗ ଭାବେ ପ୍ରତିଷ୍ଠିତ ହୋଇସାରିଛି।
ଗୋଟିଏ ଅଣଲାଭକାରୀ ଓ ଶୈକ୍ଷିକ ଅନୁଷ୍ଠାନ ‘ଗ୍ଲୋବାଲ ଓ୍ବେଲନେସ୍‌ ଇନ୍‌ଷ୍ଟିଚ୍ୟୁଟ’ (ଜିଡବ୍ଲ୍ୟୁଆଇ)ର ପରିସଂଖ୍ୟାନ ଦର୍ଶାଏ ଯେ, ୨୦୧୩ରୁ ୨୦୧୫ ମଧ୍ୟରେ ଏହି ଶିଳ୍ପରେ ୩.୭୨ ଟ୍ରିଲିଅନ ଆମେରିକୀୟ ଡଲାରର ବ୍ୟବସାୟ ହୋଇଛି ଏବଂ ଏହା ବିଶ୍ୱ ଅର୍ଥ ବ୍ୟବସ୍ଥାର ଶତକଡା ୧୦.୬ ଅଂଶ ଅକ୍ତିଆର କରିଛି। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଶତକଡା ୩.୬ ଭାଗ ହ୍ରାସ ଏହି ଅବଧିରେ ଘଟିଥିବାବେଳେ ସୁସ୍ଥତା-ଶିଳ୍ପର ଅଭିବୃଦ୍ଧି ନିଶ୍ଚୟ ଏକ ସ୍ବାଗତଯୋଗ୍ୟ ସୂଚନା। ଏହି ଅନୁଷ୍ଠାନର ବରିଷ୍ଠ ପରିସଂଖ୍ୟାନବିତ୍‌ କାରୋରିନ୍‌ ଜନଷ୍ଟନ ଓ ଓଫେଲିଆ ୟୁଙ୍ଗଙ୍କ ବକ୍ତବ୍ୟର ସତ୍ୟତା ଆମ ଦେଶରେ ମଧ୍ୟ ପରିଦୃଷ୍ଟ ହୋଇଛି। କଂଗ୍ରେସ ସାଂସଦ ଶଶୀ ଥରୁର ମତ ପ୍ରକାଶ କରିଛନ୍ତି ଯେ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଏହି ଶିଳ୍ପ ଚଉଦ କୋଟି ନିଯୁକ୍ତି ସୃଷ୍ଟି କରିବ। ବିଶେଷତଃ ଅର୍ଦ୍ଧକୁଶଳୀ ବ୍ୟକ୍ତିମାନେ ଏଥିରେ କାର୍ଯ୍ୟ କରିପାରିବେ। ତଥାପି ପ୍ରଶ୍ନ ଉଠିପାରେ ଓ୍ବେଲନେସ୍‌ ଇଣ୍ଡଷ୍ଟ୍ରିର ମୂଳ ତଥାପି କ’ଣ ସୁଦୃଢ?
ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ କୌଶଳ ମଧ୍ୟରେ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥାଏ। ଏଥିରେ ମେଦବୃଦ୍ଧି ରୋକିବା ପ୍ରାଧାନ୍ୟ ପାଇଛି। ଓଜନକୁ ନିୟନ୍ତ୍ରଣ କରିବାରେ ଖାଦ୍ୟର ଭୂମିକା ଅନସ୍ବୀକାର୍ଯ୍ୟ। ୨୦୧୬ ଡିସେମ୍ବର ମାସର ଘଟଣା। ବକ୍ସ ଅଫିସରେ ଅପାର ସଫଳତା ହାସଲ କରିଥିବା ଫିଲ୍ମ ‘ଦଙ୍ଗଲ’ର ଶୁଟିଂ ବେଳର ଘଟଣା। ଏଥିରେ ମୁଖ୍ୟ ନାୟକ ଥିଲେ ଆମିର ଖାନ୍‌। ଫିଲ୍ମର ଚରିତ୍ର ଅନୁସାରେ ଆମିରଙ୍କୁ ପ୍ରଥମେ ୨୦ କିଲୋ ଯାଏ ଓଜନ ବଢାଇବା ଆବଶ୍ୟକ ଥିଲା ଦୁଇମାସ ଭିତରେ। ତେଣୁ ଜୀବନରେ ପୂର୍ବରୁ କେବେ ଖାଇ ନ ଥିବା ଜଙ୍କ ଫୁଡ୍‌ ଦିନକୁ ତିନି ଚାରିଥର ଖାଇଲେ। ପୁଣି ଖାଦ୍ୟ ତାଲିକାରେ ରହିଲା ଛୋଲେ-ଭଟୁରେ, ପୁରୀ-ଆଳୁଦମ୍‌, ବଡା ପାଓ, ଆଇସ୍‌କ୍ରିମ, କେକ୍‌, ସିଙ୍ଗଡା, ବିରିଆନି। ଏମିତିରେ ଓଜନ ବଢିବା ପରେ ତତ୍‌କ୍ଷଣାତ୍‌ ଫିଲ୍ମ ପାଇଁ ଦରକାର ଥିବା ମୋଟେ ୯ ମିନିଟ୍‌ର ଶୁଟିଂ ଶେଷ କରାଗଲା।
ତା’ପରେ ଆବଶ୍ୟକ ହେଲା ଓଜନ କମାଇବା ପାଇଁ। ଆମେରିକୀୟ ଡାଏଟିସିଆନ ନିଖିଲ ଧୁରନ୍ଧରଙ୍କ ପରାମର୍ଶକ୍ରମେ ଆମିର ଖାଇଲେ ଦିନ ପିଛା ମୋଟେ ୨୫ ଗ୍ରାମ୍‌ ଉପମା, ୧୦୦ ଗ୍ରାମ୍‌ ଅମୃତଭଣ୍ଡା, ପ୍ରୋଟିନ ସେକ୍‌ ଓ ସ୍ୟାଣ୍ଡଓ୍ବିଚ। ଖରାବେଳେ ମାତ୍ର ୩୦୦ ଗ୍ରାମ୍‌ ଗହମରୁ ପ୍ରସ୍ତୁତ ରୁଟି ଓ ଡାଲିପାଣି। ରାତିରେ ଗୋଟିଏ ଗିଲାସ ନଖଉଷୁମ ପାଣି। ବାସ୍‌, ଏମିତି ବାଇଶଦିନ କଟାଇବା ପରେ ପତଳା ଆମିର ଶୁଟିଂ ପାଇଁ ଫିଟ୍‌ ହେଲେ।
ଏହି ଦୃଷ୍ଟାନ୍ତରୁ ଆମର ହୃଦ୍‌ବୋଧ ହୁଏ ଯେ, ଓଜନକୁ ଆଦର୍ଶ ଅଙ୍କରେ (ବିଏମ୍‌ଆଇ) ରଖିବାକୁ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଡାକ୍ତରଙ୍କ ପରାମର୍ଶ ତଥା ଶୁଣା କଥା ଅନୁସାରେ ଘିଅ ଖାଇଲେ ମୋଟା ହୋଇଯିବ, କୋଲେଷ୍ଟେରଲ ବଢିବ, ନାଲି ମଦ ପିଇଲେ ମଦୁଆ ହୋଇ ଶୀଘ୍ର ମରିବ, ଅଣ୍ଡାର କେବଳ ଧଳା ଅଂଶ ଖାଅ, କେଶର ପାଟିରେ ଦିଅନାହିଁ, ଚିନାବାଦାମ-ଲହୁଣି ବା ପି-ନଟ୍‌ ବଟରଠାରୁ ଦୂରେଇ ରୁହ ଇତ୍ୟାଦି। କିନ୍ତୁ ଏମିତି ଖାଦ୍ୟ ପରିତ୍ୟାଗ କରିବା ଦ୍ୱାରା ଆମେ ବହୁ ଉପାଦେୟ ଉପାଦାନରୁ ନିଜ ଶରୀରକୁ ବଞ୍ଚିତ କରୁ। ଯଥା- ଘିଅ ନ ଖାଇଲେ ଭିଟାମିନ ଏ, ଡି, ଇ (ଯାହା ହାଡର କ୍ୟାଲ୍‌ସିଅମ, ଆଖି, ଗଣ୍ଠି ଓ ଚର୍ମ ପାଇଁ ଦରକାର)ରୁ ବଞ୍ଚିତ ହେଉ। ଅଣ୍ଡାର କେଶରରେ ଖିୁନ୍ଦି ହୋଇ ରହିଛି ଭିଟାମିନ ଡି, ଏ, ଇ, ବି-୧, ୩, ୬, ୯, ୧୨ ଓ କେ, କ୍ୟାଲ୍‌ସିଅମ, ଫସ୍‌ଫରସ, ଜିଙ୍କ ପରି ପୁଷ୍ଟିକାରକ ଉପାଦାନ, ଯାହାକି ଅଣ୍ଡାର ଧଳା ଅଂଶରେ ନ ଥାଏ। ଚିନାବାଦାମ-ଲହୁଣି ଆମ ଓଜନ ହ୍ରାସ କରେ।
ଏତଦ୍‌ବ୍ୟତୀତ ଏହି ତାଲିକାରେ ମେଦବୃଦ୍ଧି ପୃଷ୍ଠଭୂମିରେ ଅନାଦରଣୀୟ ହୋଇ ରହିଥିବା ଅନ୍ୟ ସୁସ୍ବାଦୁ ସାମଗ୍ରୀ ହେଉଛି: କଳା ଚକୋଲେଟ୍‌ (ଏହା ଏକ ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାନ୍‌ସର ଓ ଡାଇବେଟିସ ରୋଧକ କିଛି ପରିମାଣରେ), ବିଲାତି ଆଳୁ (ପୋଟାସିଅମ୍‌, ତନ୍ତୁ, ଭିଟାମିନ ସି, କ୍ୟାଲ୍‌ସିଅମ, ମ୍ୟାଗ୍ନେସିଅମ୍‌ର ଗନ୍ତାଘର ହେବା ସହ ଏଥିରେ ଅସଂଖ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ ଏବଂ ଏହା ହଜମ ଶକ୍ତି ବର୍ଦ୍ଧକ, ହୃତ୍‌ପିଣ୍ଡ ଓ ରୋଗ ପ୍ରତିରୋଧକତାର ଶକ୍ତ କାରକ, କୋଲେଷ୍ଟେରଲ-ସ୍ତର, ବାର୍ଦ୍ଧକ୍ୟର ଲକ୍ଷଣ, ରକ୍ତଚାପ ତଥା ନିଦ୍ରାହୀନତା ହ୍ରାସକାରୀ) ଓ କଦଳୀ (ଏଥିରେ କମ୍‌ ଚର୍ବି ଓ ସୋଡିଅମ୍‌ ଥିବାବେଳେ ପୋଟାସିଅମ୍‌, ଭିଟାମିନ ଏ, ଫୋଲିକ୍‌ ଏସିଡ୍‌ ଅଧିକ ଥିବାରୁ ମନ ସତେଜ ଏବଂ ଉଦର ଶାନ୍ତ ରଖେ, କେଶ ମଧ୍ୟ ସ୍ବାସ୍ଥ୍ୟ ଲାଭ କରେ) ପ୍ରଭୃତି।
ତେବେ ଓଜନ ବୃଦ୍ଧି ପାଇଁ ସାଧାରଣ ଭାବେ ବିଶ୍ୱାସ କରାଯାଉଥିବା ଉପଯୁକ୍ତ ସୁଷମ ଖାଦ୍ୟ ଏବଂ ଶାରୀରିକ ପରିଶ୍ରମର ଅଭାବ ପରି କାରକମାନଙ୍କୁ ଯେମିତି ଦାୟୀ କରାଯାଉଛି, ଏଥିସହ ସମ୍ପୂର୍ଣ୍ଣ ସମ୍ମତ ହେଉନାହାନ୍ତି ଅନ୍ୟ କେତେକ ଗବେଷକ। ସେମାନେ ପ୍ରାୟତଃ ଅପରିବର୍ତ୍ତନୀୟ ଅତିରିକ୍ତ କାରଣ ସ୍ବରୂପ ଏଫ୍‌ଟିଓ ନାମକ ଏକ ଜିନ୍‌କୁ ଠାବ କରିଛନ୍ତି। ଏମ୍‌ଆଇଟି ଓ ହାଓ୍ବାର୍ଡ ୟୁନିଭର୍ସିଟିର ଗବେଷକମାନଙ୍କ ଏହି ନିଷ୍କର୍ଷ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌ରେ ସ୍ଥାନିତ ହୋଇଛି।
ଏହି ପ୍ରକାରେ ବିଭିନ୍ନ କାରଣ, ଅକାରଣ ମଧ୍ୟରେ ଛନ୍ଦିହୋଇ ଜଣେ ବହୁଳ ପ୍ରସାରିତ ଢଗଢମାଳି ଅନୁସାରେ କାର୍ଯ୍ୟ କରିବା ସ୍ବାଭାବିକ- ପର ରୁଚିରେ ପହରଣ, ନିଜ ରୁଚିରେ ଭୋଜନ। ଅର୍ଥାତ୍‌ ପରର ରୁଚି ଅନୁସାରେ ପୋଷାକ ପିନ୍ଧିବା, ମାତ୍ର ନିଜ ପସନ୍ଦ ଅନୁସାରେ ଖାଇବା ଉଚିତ। ଖାଇବା ପିଇବାରେ ନାନା ପ୍ରକାର କଟକଣା ଦ୍ୱାରା ଅତିଷ୍ଠ ହୋଇ କେତେକ ବୟସ୍କ ବ୍ୟକ୍ତି ମଲା ବେଳକୁ କହିଥାନ୍ତି :
ଧନେଷୁ ଜୀବିତେଷୁ ଚ ସ୍ତ୍ରୀଷୁ ଚାହାରକର୍ମସୁ।
ଅତୃପ୍ତାଃ ପ୍ରାଣିନଃ ସର୍ବେ ଯାତା ଯାସ୍ୟନ୍ତି ଯାନ୍ତିି ଚ।ା
ଅର୍ଥାତ୍‌ ଧନ, ଜୀବନ, ସ୍ତ୍ରୀ ଓ ଆହାରରେ ଅତୃପ୍ତ ହୋଇ ସମସ୍ତେ ସଂସାରରୁ ବିଦାୟ ନେଇଛନ୍ତି, ନେଉଛନ୍ତି ଏବଂ ନେବେ ମଧ୍ୟ।
ପ୍ରିୟ ପାଠକେ! ଧନ, ଜୀବନ ଓ ସ୍ତ୍ରୀ ବିଷୟରେ ଆମେ ଏଠାରେ କିଛି କହୁନାହୁଁ। ମାତ୍ର ଆହାରରେ ଆମେ ଏତେ ବାରଣ (ଯାହାକି ତର୍କବିତର୍କରେ ବନ୍ଦୀ) ମାନି ଅଶାନ୍ତିରେ ଏହି ଧରାଧାମ କାହିଁକି ଛାଡିବା? ଯାହା ମନ ଲୋଡୁଛି ଖାଇବା ମନ ଭରି, ଲାଜ ଛାଡି। ଦରକାର ହେଲେ, ଚାର୍ବକଙ୍କ ନାଁ ସ୍ମରଣ କରି ‘ଋଣଂ କୃତ୍ୱା ଘୃତଂ ପିବେତ୍‌’ ନୀତି ପାଳନ କରିବା।
େ ମା- ୯୪୩୭୦୨୬୬୫୧

All Right Reserved By
I&PR

Model This Week

ସନ୍ତୋଷ

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ତୈଳ ବୋମା

ଆଜିର ଅର୍ଥନୀତି/ ତୈଳ ବୋମା

ଦେଶରେ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ବା ଡିଜେଲ ପକାଇବାକୁ ଗଲାବେଳେ ସାଧାରଣ ଗାଡ଼ିଚାଳକ ମନରେ ଖୁବ୍‌ କ୍ରୋଧ ସୃଷ୍ଟି ହେଉଛି, କିନ୍ତୁ ସେ ନିରୁପାୟ। ଗୁରୁବାର ସୁଦ୍ଧା ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୭୭ ଓ ଡିଜେଲ ଦର ପ୍ରାୟ ୭୪ ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି, ଯାହା କି ଆଗରୁ ନ ଥିଲା। ଏହା ବିରୋଧରେ ଦେଶ ସାରା ଗରିବ ଧନୀ ନିର୍ବିଶେଷରେ ଖାଉଟିମାନେ ବିକ୍ଷୋଭ ଓ ପ୍ରତିବାଦ କଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସରକାର ନୀରବ ରହିଛନ୍ତି। ଯଦି ସରକାର ତୁରନ୍ତ ଦର ହ୍ରାସ ନ କରନ୍ତି, ତେବେ ...

କୁନ୍ଦୁଲିରୁ କାଠୁଆ

କୁନ୍ଦୁଲିରୁ କାଠୁଆ

ଡ. ପ୍ରଫୁଲ୍ଲ କୁମାର ସାହୁ ୨୦୧୨ ମସିହା ଡିସେମ୍ବର ମାସରେ ଦେଶର ସାମୂହିକ ଗଣବିବେକକୁ ଦୋହଲେଇ ଦେଇଥିଲା ରାଜଧାନୀ ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା। ମହିଳା ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସାରା ଦେଶର ଲୋକେ। ଏଭଳି ଜନ ଆକ୍ରୋଶର ତାତି ପୁଣି ଥରେ ଦେଖିବାକୁ ମିଳିଲା ଗତ ଏପ୍ରିଲ୍‌ ମାସରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁର କାଠୁଆ ଘଟଣା ଗଣମାଧ୍ୟମରେ ପ୍ରଘଟ ହେଲା ପରେ। ଏହାକୁ ନେଇ ରାଷ୍ଟ୍ରବ୍ୟାପୀ କ୍ରୋଧ ଓ ବିରୋଧ ପୃଷ୍ଠଭୂମିରେ ସରକାର ଆଣିଲେ ଶିଶୁ କନ୍ୟା ବଳାକତ୍ାରୀଙ୍କ ପାଇଁ ଫାଶୀ ଦଣ୍ଡବିଧାନର ଅଧ୍ୟାଦେଶ। ଏହି ଅଧ୍ୟାଦେଶ ଅନୁସାରେ ୧୨ବର୍ଷରୁ କମ୍‌ ବର୍ଷ ବୟସର ...

ପଞ୍ଚପୀର

ପଞ୍ଚପୀର

ଦେବଦତ୍ତ ପଟ୍ଟନାୟକ ଦକ୍ଷିଣ ଏସିଆରେ ଇସଲାମ ଧର୍ମରେ ଏକ ସ୍ବତନ୍ତ୍ର ଜିନିଷ ଦେଖିବାକୁ ମିଳେ। ତାହା ହେଉଛି ପାଞ୍ଚଜଣ ମହାପୁରୁଷ ବା ସନ୍ଥ (ଆଉଲିଆ) ଯାହାଙ୍କୁ କୁହାଯାଏ ପଞ୍ଚପୀର। ଅନେକ ସମୟରେ ପୀରବାବାଙ୍କ ସ୍ତୂପାକୃତି କବର ବା ମଜାର ଉପରେ ରଖାଯାଇଥିବା ହାତ ପାପୁଲି ଚିହ୍ନ ସେମାନଙ୍କର ପ୍ରତିନିଧିତ୍ୱ କରେ। ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆମେ ପଞ୍ଚ ପୀରବାବାଙ୍କ ମଜାର ବା ଦରଘା ଦେଖିବାକୁ ପାଉ। ଅନେକ ସମୟରେ ସେମାନଙ୍କୁ ଶିଆ ଇସଲାମ ସମ୍ପ୍ରଦାୟର ପାଞ୍ଚଜଣ ମହାତ୍ମା ବୋଲି ଚିହ୍ନଟ କରାଯାଏ: ରସୁଲ ମହମ୍ମଦ, ତାଙ୍କ ଝିଅ, ତାଙ୍କ ଜାମାତା ଓ ତାଙ୍କର ଦୁଇଜଣ ନାତି। ଅନ୍ୟମାନେ ସେମାନଙ୍କୁ ...

ଏଇ ଭାରତରେ

ଏଇ ଭାରତରେ

ସମ୍ଭବତଃ କିଛି ଭଲ କାମ ଲୋକଙ୍କ ଆଖିରେ ଯାଏନାହିଁ। ଏପରି କି ନିଜ ପରିବାର ପରିଜନ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକେ ତ ପାଗଳର ଆଖ୍ୟା ଦେଇ ଦିଅନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ଡା. ଡି.ପି. କନୌଜିୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ମୋଟାଅଙ୍କର ଦରମାରେ ସରକାରୀ ଚାକିରିରେ ଥିବା କନୌଜିୟା ଦୀର୍ଘ ୩୦ବର୍ଷ ଧରି ଗଛର ଯତ୍ନ ପାଇଁ ଯେଉଁଭଳି କାର୍ଯ୍ୟ କରିଆସିଛନ୍ତି ତାହା ଯେ କେହି ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବ। କନୌଜିୟାଙ୍କୁ ଇତିମଧ୍ୟରେ ହେଲାଣି ୭୭ବର୍ଷ। ସେ ଯେତେବେଳେ ୪୭ ବର୍ଷର ହୋଇଥିଲେ ସେବେଠାରୁ ତାଙ୍କର ଗଛ ଲଗାଇବାର ନିଶା ଘାରିଲା। ସେ ଭୋପାଳ ନିକଟବର୍ତ୍ତୀ ଏକ ବା ଜମିରେ ଆରମ୍ଭ କଲେ ଚାରାରୋପଣ। ବିଭିନ୍ନ ପ୍ରଜାତିର ପ୍ରାୟ ୬୦ ଚାରା ଆଣି ସେ ସେଠାରେ ଲଗାଇଥିଲେ। ଗାଈଗୋରୁ, ...

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...

ସମ୍ପାଦକୀୟ/ ଗରିବ ରହିଯିବା

ସମ୍ପାଦକୀୟ/ ଗରିବ ରହିଯିବା

କର୍ନାଟକ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଭାରତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏହି ନିର୍ବାଚନର ୧୯ଦିନ ପୂର୍ବରୁ ତୈଳ ଦର ବୃଦ୍ଧି ଘଟିଥିଲା। ଭୋଟ୍‌ ଥିବାରୁ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ ପକାଇ ଏହି ବୃଦ୍ଧି ଧାରାକୁ ସାମୟିକ ବନ୍ଦ କରିଦେଇଥିଲେ। ଏବେ ଯେଉଁ ହାରରେ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଛି, ତାହା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କଲାଣି। କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଘଟୁଥିବା ଦର୍ଶାଇ ଏବଂ ରାଜ୍ୟଗୁଡ଼ିକ ଭାଟ୍‌ ହ୍ରାସ କରୁ ନ ଥିବା କହି ନିଜ ଉପରୁ ଦୋଷ ଖସାଇବାକୁ ପ୍ରୟାସ କରୁଛନ୍ତି। ତୈଳ ଉପରେ କେନ୍ଦ୍ର ସରକାର ନେଉଥିବା ଉତ୍ପାଦ ଶୁଳ୍କ ହ୍ରାସ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ...

ତିନି ମାସରେ ନଦୀ ନୀତି

ତିନି ମାସରେ ନଦୀ ନୀତି

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ମହାନଦୀକୁ ନେଇ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ମେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ‘ସମୀକ୍ଷା’ ପରେ ସନ୍ଧ୍ୟାରେ ଟୁଇଟରରେ ଅନେକ କଥା କହିଥିଲେ, କିନ୍ତୁ ତହିଁରେ ମହାନଦୀର ନାଁ ନ ଥିଲା। ହଠାତ୍‌ ତା’ ପରଦିନ ବିଭାଗର ପ୍ରମୁଖ ସଚିବ କୌଣସି ସବିଶେଷ ତଥ୍ୟ ନ ଦେଇ ଘୋଷଣା କରିଦେଲେ ଯେ ରାଜ୍ୟ ସରକାର ମହାନଦୀରେ ସାତଟି ଏବଂ ତାହାର ଉପନଦୀଗୁଡ଼ିକରେ ଆହୁରି ୨୨ଟି ଆନିକଟ ତିଆରି କରିବେ। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ କୁଆଡ଼େ ପ୍ରମୁଖ ସଚିବ କହିଲେ ଯେ, ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଉଛି ଏବଂ ସେହି ନଷ୍ଟ ହୋଇଯାଉଥିବା ଜଳକୁ ରୋକି ...

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ରଞ୍ଜନ ସାହୁ ପିଲାମାନଙ୍କ ପଢ଼ାପଢ଼ିରେ ମାତାପିତାଙ୍କର ଅନୁପ୍ରବେଶ ଓ ଅତିରିକ୍ତ ହସ୍ତକ୍ଷେପ ବର୍ତ୍ତମାନ ସମାଜରେ ପ୍ରଭୂତ ପରିମାଣରେ ପରିଦୃଷ୍ଟ ହେଉଛି। ପ୍ରତ୍ୟେକ ମଣିଷ ଚାହଁୁଛି ସେମାନଙ୍କ ପିଲା ସବା ଆଗରେ ରହୁ। ଅନ୍ୟ ସମସ୍ତଙ୍କୁ ଅତିକ୍ରମ କରି ନିଜର ପରାକାଷ୍ଠା, ପାରଦର୍ଶିତା ପ୍ରତିପାଦନ କରୁ। ତା’ର ପ୍ରାଜ୍ଞତା ସର୍ବଜନବିଦିତ ହେଉ! ଏ ପରିସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଯେଉଁ ଘୋଡ଼ାଦୌଡ଼ ହୁଏ, ସେଥିରେ କେତେକ କୃତକାର୍ଯ୍ୟ ହେଉଥିଲେ ହେଁ ଅନେକେ ବିଫଳ ହୋଇ ଭଗ୍ନ ମନୋରଥରେ ବ୍ୟର୍ଥତାର ଶିକାର ହୁଅନ୍ତି ଏବଂ ମାନସିକ ବିଷାଦ ଭୋଗନ୍ତି। ଏଥିପାଇଁ ମାତାପିତା ସମ୍ପୂର୍ଣ୍ଣଭାବେ ଦାୟୀ।...

ଏଇ ଭାରତରେ

ଏଇ ଭାରତରେ

ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ କେତେକ ଶିକ୍ଷକ ପିଲାମାନଙ୍କ ଦୋଷ ନ ଥିଲେ ମଧ୍ୟ ସେମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ ଅନ୍ତର୍ଗତ ଏକ ସରକାରୀ ପ୍ରାଥମିକ ସ୍କୁଲରେ ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷ ଲୁହାରଡ୍‌ରେ ପିଟିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଛାତ୍ର ରାହୁଲଙ୍କର ଦୋଷ ଥିଲା ଯେ ସେ ମଧ୍ୟାହ୍ନ ଭୋଜନର ମାନ ଉପରେ ପ୍ରଶ୍ନ ଉଠାଇଥିଲେ। ଖାଦ୍ୟ ଭଲ ଲାଗୁ ନାହିଁ ବୋଲି ଅଧ୍ୟକ୍ଷ ନାସ୍‌ରିନ୍‌ ବାନୋଙ୍କ ନିକଟରେ ଅଭିଯୋଗ କରିଥିଲେ। ଏତିକିରେ ବାନୋ ରାଗିଯାଇଥିଲେ। ପାଖରେ ଥିବା ଲୁହାରଡ୍‌ରେ ...