ସମ୍ପାଦକୀୟ |

ସେଇ ଗୋଟିକ ତୁମର

ସେଇ ଗୋଟିକ ତୁମର

ଅଞ୍ଜନ ଚାନ୍ଦ/ଉଦାସ ନଈକୂଳରେ ପହଞ୍ଚିବା ବେଳକୁ ଅନ୍ଧାର ଆହୁରି ବାକି ଅଛି। ଆକାଶସାରା ଚିକ୍‌ ମିକ୍‌ ତାରା। ତଳେ କଳାମୟ ସଂସାର। କୁଳୁକୁଳୁ ନଈଜଳ। କୂଳରେ ବନ୍ଧା ନୌକାଟିଏ। ଚହଲାପାଣିରେ ଦୋଳି ଖେଳୁଛି। ରାତି ପାହିଲେ ଆସିବ ନାଉରିଆ। ନୌକାର ବନ୍ଧନ ଫିଟାଇବ। ସୁଖ, ଦୁଃଖ, ରାଗ, ରୋଷ ସହିତ କେତେ କେତେ ଲୋକଙ୍କୁ ନେଇ ସଞ୍ଜ ଅନ୍ଧାର ଯାଏ ଏ କୂଳ ସେ କୂଳ ହେବ।
ନଈ ସେପାରିରେ ଶାନ୍ତ ଶ୍ୟାମଳ ପରିବେଶରେ ସାଧୁ ସୁଧାନନ୍ଦଙ୍କ ଆଶ୍ରମ। ଉଦାସ ଦୂର ଗାଁରୁ ଆସିଛି ତାଙ୍କୁ ଭେଟିବ। ସକାଳ ପ୍ରବଚନ ଶୁଣିବ। ସାଂସାରିକ ଦୁଃଖଜଞ୍ଜାଳରେ ପୀଡିତ ତା’ ମନ ପାଇଁ ଉପଶମ ଖୋଜିବ।
ରାତି କେତେବେଳେ ପାହିବ?
ଗୋଟେ ଝଙ୍କାଳିଆ ଗଛ ତଳେ ବସି ସେ ବିଶ୍ରାମ ନେଲା। ନଈକୂଳିଆ ଶୀତଳ ପବନରେ ତା’ ଆଖି ମୁଦି ହୋଇଆସିଲା। ଠିକ୍‌ ସେତେବେଳେ ଥପ୍‌ କରି କ’ଣ ଗୋଟେ ଗଛରୁ ଖସିଲା। ସେ ଚମକିଉଠିଲା। ହାତରେ ଅଣ୍ଡାଳି ଦେଖିଲା ଛୋଟ ମୁଣିଟିଏ। ତା’ଭିତରେ ଛୋଟ ଛୋଟ ପଥର। ଗୋଟେ ପଥର ବାହାର କରି ସେ ନଈପାଣିକୁ ଫିଙ୍ଗିଲା। ଟୁବ୍‌। ତାକୁ ଭାରି ମଜା ଲାଗିଲା। ସେ ଆଉ ଦୁଇଟି ପଥର ଫିଙ୍ଗିଲା। ଟୁବ୍‌, ଟୁବ୍‌। ଏବେ ସେ ସେଇ କାମରେ ମାତିଗଲା। ଗୋଟି ଗୋଟି ପଥର ଏଣେତେଣେ ଫିଙ୍ଗିବାକୁ ଲାଗିଲା।
ରାତି ପାହି ଆସୁଛି। ପ୍ରଭାତର ମ୍ଳାନ ଆଲୋକ ତୋଫା ହେଉଛି। ମୁଣିରୁ ଶେଷ ପଥରଟିକୁ ବାହାର କରି ନଈକୁ ଫିଙ୍ଗିବା ଆଗରୁ ଉଦାସ ତାକୁ ନିରେଖି ଦେଖିଲା ଏବଂ ଖୁସି ହୋଇଗଲା। ତା’ ହାତରେ ଅଛି ଗୋଟିଏ ରତ୍ନ। ପର ମୁହୂର୍ତ୍ତରେ ପୁଣି ସେ ଦୁଃଖରେ ଭାଙ୍ଗିପଡିଲା। ଯାହାକୁ ସାଧାରଣ ପଥର ମନେକରି ସେ ନଈଜଳକୁ ଫିଙ୍ଗିଦେଇଛି ସେଗୁଡିକ ଥିଲା ବହୁମୂଲ୍ୟ ରତ୍ନପଥର।
ସୁଧାନନ୍ଦଙ୍କ ଆଶ୍ରମ। ସାଧୁଙ୍କ ସମ୍ମୁଖରେ ବସିଛି ଉଦାସ। ତା’ର ବିଷଣ୍ଣ ମୁଖକୁ ଦେଖି ସାଧୁ ପଚାରିଲେ- କ’ଣ ହୋଇଛି ?
ମୁଁ ହତଭାଗା ମୋର ସର୍ବସ୍ବ ହରାଇଛି।
ଉଦାସ କହିଲା ନଈକୂଳରେ ଘଟିଯାଇଥିବା ଘଟଣା।
ସାଧୁ ହସିଲେ। ପଚାରିଲେ- ଘରୁ ଆସିବା ବେଳେ ତୁମ ପାଖରେ କ’ଣ ଥିଲା?
କିଛି ନ ଥିଲା।
ଏବେ କ’ଣ ଅଛି?
ଗୋଟେ ରତ୍ନପଥର।
ତଥାପି କହୁଛ ସର୍ବସ୍ବ ହରାଇଦେଇଛ!
ଉଦାସ କହିଲା- କିନ୍ତୁ ରତ୍ନପଥରଗୁଡିକ ମୋ ହାତକୁ ଆସି ଚାଲିଗଲା।
ସାଧୁ କହିଲେ- ସେଗୁଡିକ ତୁମ ହାତକୁ ଆସିଥିଲା ସତ କିନ୍ତୁ ତୁମର ନ ଥିଲା। ତୁମ ପାଇଁ ଯେତିକି ଦରକାର ଈଶ୍ୱର ସେତିକି ତୁମ ପାଖରେ ରଖିଛନ୍ତି। ତୁମେ ହତଭାଗ୍ୟ ନୁହଁ। ନିଜକୁ ଭାଗ୍ୟବାନ୍‌ ମନେକର ଯେ, ଅନ୍ତତଃ ଗୋଟିଏ ରତ୍ନପଥର ତୁମ ପାଖରେ ରହିଛି।
ଆଶ୍ଚର୍ଯ୍ୟ ଯେ, ଏମିତି ଏକ ସାଧାରଣ କଥା ଉଦାସମାନେ ବୁଝିପାରନ୍ତି ନାହିଁ। ସଂସାରକୁ ଶୂନ୍ୟହସ୍ତରେ ଆସି ଯେତିକି ସେମାନେ ପାଆନ୍ତି ସେ ସବୁ ସେମାନଙ୍କର ଲାଭ। ଅଥଚ ଚିରକାଳ ସେମାନେ ହରାଇବାର ଦୁଃଖରେ କାନ୍ଦୁଥାନ୍ତି। ହରାଇଥିବା ସମ୍ପତ୍ତି ସାଉଁଟିବା ପାଇଁ ପୁଣି ଦ୍ରୁତଗତିରେ ଆଗକୁ ଧାଆନ୍ତି। ଧାଇଁବାର ବେଗ ଭିତରେ ହୃଦୟର ଆବେଗ ବୋଲି ଐଶ୍ୱର୍ଯ୍ୟଟିକୁ ହରାଇ ଦିଅନ୍ତି। ଅଭାବର କୃଷ୍ଣଗର୍ଭ ଭିତରେ ଲୀନ କରିଦିଅନ୍ତି ଭାବର ସମୁଦ୍ର।
ଥରେ ଜଣେ ପଥଭ୍ରଷ୍ଟ ପରିବ୍ରାଜକ ନିବିଡ ଅରଣ୍ୟ ଭିତରେ ପଶିଗଲେ। ଏଣେତେଣେ ବୁଲୁବୁଲୁ ଗୁମ୍ଫା ଭିତରେ ଜଣେ ସନ୍ନ୍ୟାସୀଙ୍କୁ ଭେଟିଲେ। ସନ୍ନ୍ୟାସୀ ତାଙ୍କୁ ସାଦର ନିମନ୍ତ୍ରଣ କରି ବସିବାକୁ ନିବେଦନ କଲେ। ପରିବ୍ରାଜକ ସବୁଆଡକୁ ଚାହିଁ କହିଲେ- ବସିବା ପାଇଁ ଆସନଟିଏ ତ ଦେଖୁନାହିଁ। ସନ୍ନ୍ୟାସୀ ପଚାରିଲେ- ଆପଣ ଆସନ ନେଇ ଆସିନାହାନ୍ତି? ପରିବ୍ରାଜକ କହିଲେ- ମୁଁ ତ ବୁଲିବାକୁ ଆସିଛି। ଆସନ ଆଣିବି କାହିଁକି? ସନ୍ନ୍ୟାସୀ କହିଲେ- ଆପଣଙ୍କ ପରି ମୁଁ ବି କିଛିଦିନ ଏ ସଂସାରକୁ ବୁଲିବାକୁ ଆସିଛି।
ସନ୍ନ୍ୟାସୀଙ୍କ ପରି ଆମେ ସମସ୍ତେ ଜଣେ ଜଣେ ଯାତ୍ରୀ। କେଜାଣି କେତେଦିନ ଏଠାକୁ ବୁଲିବାକୁ ଆସିଛୁ। ଅଥଚ ଯାତ୍ରାକୁ ଉପଭୋଗ ନ କରି ଧନଜନର ମାୟାରେ ପଡିଯାଉଛୁ। ଆନନ୍ଦ ନ ହୋଇ ଉଦାସ ବନିଯାଉଛୁ। ଚାରିପଟେ କେତେ କେତେ ଆଲୋକ କିନ୍ତୁ କାହିଁକି କେଜାଣି ଆମ ମନ ଭିତରେ ଘନଘୋର ଅନ୍ଧାର। ଅଥବା ଏହାର ନାଁ ସଂସାର।
ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ: ୯୪୩୭୨୯୬୮୬୪

All Right Reserved By
Karnatak Exit Poll

Model This Week

ସଂଗୀତ

ସମ୍ପାଦକୀୟ |

ବିକ୍ରି ପାଇଁ ନୁହଁ

ବିକ୍ରି ପାଇଁ ନୁହଁ

ସପ୍ତାହବ୍ୟାପୀ ଚାଲିଥିବା କର୍ନାଟକ କ୍ଷମତା ଅକ୍ତିଆର ନାଟକ ମେ ୧୯ରେ ଶେଷ ହୋଇଛି। କେହି ଆଶା କରୁ ନ ଥିଲେ ଯେ ଭାଜପା ଆବଶ୍ୟକ ବିଧାୟକ କିଣିବାରେ ଅସଫଳ ହେବ। ଶେଷରେ କେବଳ ଦୁଇ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି। ସମ୍ଭବତଃ ସାଧାରଣ ନାଗରିକଙ୍କ ପାଇଁ ଏହା ଏକ ବଡ଼ ବାର୍ତ୍ତା ଦେଇଛି।

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ଅରୁଣ କୁମାର ପଣ୍ଡା/ ୧୯୬୪ ମସିହାରେ କେନ୍ଦୁଝର ସାହିତ୍ୟ ସଂସଦର ବାର୍ଷିକୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଆସିଥାନ୍ତି ଓଡ଼ିଶାର ଦୁଇଜଣ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱ, ବୋଧହୁଏ ସେପ୍ଟେମ୍ବର ମାସରେ। ଜଣେ ହେଲେ ଓଡ଼ିଆ ସାହିତ୍ୟର ଆଗ ଧାଡ଼ିର ଗାଳ୍ପିକ, ସ୍ବର୍ଗତ ରାଜକିଶୋର ରାୟ। ଆମ ଛାତ୍ରମାନଙ୍କ ମଧ୍ୟରେ ସେ ପ୍ରିୟ ଥିଲେ ତାଙ୍କର ଗଳ୍ପ ‘ଦଶହରା ଭେଟି’ ପାଇଁ। ତାଙ୍କ ସହିତ ଆସିଥିଲେ ପ୍ରଖ୍ୟାତ ବ୍ୟଙ୍ଗ ସାହିତି୍ୟକ ‘ନିଆଁଖୁଣ୍ଟା’ର ସମ୍ପାଦକ ସ୍ବର୍ଗତ ଗୋଦାବରୀଶ ମହାପାତ୍ର।

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

ଦ୍ୱିତୀ ଚନ୍ଦ୍ର ସାହୁ / ଡାକ୍ତର ଆସିଲେ ଘରକୁ ଚିକିତ୍ସା କରିବାକୁ। ଶଯ୍ୟାଶାୟୀ ବୁଢୀ ମାଆ। ସ୍ନାୟବିକ ରୋଗରେ ସେ ଦୀର୍ଘଦିନ ଧରି ପୀଡିତା। ହାତଗୋଡ ଅଚଳ। ଏକପ୍ରକାର ବୁହା ହୋଇଯାଆନ୍ତି ପାଇଖାନା କିମ୍ବା ପରିସ୍ରା ଲାଗି। ଅନ୍ୟ ହାତରେ ପିଲାଟି ଭଳି ଖାଇବାକୁ ପଡେ। ଖାଇଲାବେଳେ ଢୋକିବାରେ ବି ସମସ୍ୟା। ଏଣେ ପ୍ରବଳ ଦାନ୍ତବ୍ୟଥା। ବୋହୁଥିବା ଲାଳ ତକିଆକୁ ଭିଜେଇ ଦେଉଛି।

ଏଇ ଭାରତରେ

ଏଇ ଭାରତରେ

ସମସ୍ତେ ଜାଣନ୍ତି ମନ୍ଦିରର ପୂଜକ ଅତ୍ୟନ୍ତ ନିଷ୍ଠାପର। ଭକ୍ତ ଭଗବାନଙ୍କୁ ଦର୍ଶନ ପାଇଁ ଆସି ପୂଜକ ଜରିଆରେ ମାନସିକ ପୂରଣ କରିଥାଏ। କୁହାଯାଏ ପୂଜକର ନିଷ୍ଠା ହିଁ ଯଜମାନର ମଙ୍ଗଳ କରିଥାଏ। କିନ୍ତୁ ନିକଟରେ କେତେକ ମନ୍ଦିରରେ ପୂଜକଙ୍କ ଭ୍ରଷ୍ଟାଚାର ପଦାକୁ ଆସିଛି। ପୂଜକଙ୍କ ଦ୍ୱାରା ମନ୍ଦିର ପରିସରରୁ ଚୋରି, ବଳାତ୍କାର ଆଦି ଘଟଣା ଦେବସ୍ଥାନର ପବିତ୍ରତାକୁ ନଷ୍ଟ କରିଛି।

 ଦଳବଦଳ ନିରୋଧୀ ଆଇନ

ଦଳବଦଳ ନିରୋଧୀ ଆଇନ

ଆକାର ପଟେଲ ୧୯୮୫ ମସିହାରେ କଂଗ୍ରେସ ୪୦୦ରୁ ଅଧିକ ଆସନ ଜିତି ବିପୁଳ ବିଜୟ ହାସଲ କରିବା ପରେ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ଦଳବଦଳ ନିରୋଧୀ ଆଇନ ପାସ କରାଇଲେ। ଏହି ଆଇନ ଅନୁସାରେ: ଯଦି କୌଣସି ବିଧାୟକ ଦଳର ନେତୃତ୍ୱକୁ ଅବମାନନା କରି ଭୋଟ ଦିଅନ୍ତି, ତେବେ ତାଙ୍କୁ ଦଳତ୍ୟାଗୀ ବୋଲି ଧରାଯିବ ଏବଂ ସେ ଅଯୋଗ୍ୟ ବିବେଚିତ ହେବେ। ଏହାର ଅର୍ଥ ହେଲା, ଯଦି ଦଳ ଥରେ ହ୍ବିପ୍‌ ଜାରି କରେ, ତେବେ ଜଣେ ବିଧାୟକ ଆଉ ନିଜ ଇଚ୍ଛାରେ କାହାକୁ ଭୋଟ ଦେଇପାରିବେ ନାହିଁ। ଦଳ ଯାହାକୁ କହିବ, ସେ ତାକୁ ହିଁ ଭୋଟ ଦେବାକୁ ବାଧ୍ୟ। ଏପରି କି ଯଦି ବିଧାୟକ ଜଣକ ଅନୁପସ୍ଥିତ ରହି ଭୋଟ ନ ଦିଅନ୍ତି, ତେବେ ବି ତାଙ୍କୁ ...

ଉଚ୍ଚ ମଣିଷର ପରିଚୟ

ଉଚ୍ଚ ମଣିଷର ପରିଚୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ନିତିଦିନ ସମାଜରେ ଘଟୁଥିବା ନାନା ଅନ୍ୟାୟ, ଅନାଚାର ଓ ଅନୀତିର କାହାଣୀ କାନରେ ପଡି ପଡି ଆମ ଜୀବନ ତା’ର ମଧୁମୟ ସ୍ବାଦ ହରାଇଲାଣି। ବଞ୍ଚିବାକୁ ମନ ଲୋଡୁଥିବା ସଂସାରଟିଏ ମିଳୁ ନ ଥିବାରୁ ଜୀବନ ଆସ୍ତେ ଆସ୍ତେ ବୋଝ ହୋଇ ଉଠିଲାଣି। ଘରେ, ବାହାରେ, ଚାରିଆଡେ ଖାଲି ସ୍ବାର୍ଥସର୍ବସ୍ବ ଜୀବନର କୋଳାହଳ ଶୁଣି ଶୁଣି ‘ମଣିଷ ଦେହେ ଦିବ୍ୟଜ୍ଞାନ’ ଭଳି ଭାଗବତର ସେଇ ଅମୃତବାଣୀ ଉପରୁ ଭରସା ତୁଟିଗଲାଣି। ଏମନ୍ତ ସମୟରେ କାଁ ଭାଁ ଯେତେବେଳେ ଭଲ କଥାଟିଏ କାନରେ ପଡୁଛି ବା କାହାର ଭଲ କାମଟିଏ ଆଖିକୁ ଆସୁଛି, ସେତେବେଳେ ଏକ ମୁଗ୍ଧ ଅନୁଭବରେ ବିଭୋର ହୋଇଉଠେ ହୃଦୟ। ଭଲ କଥାଟିର ନିମିତ୍ତ ହୋଇଥିବା ଲୋକଟିକୁ କୋଳେଇ ଧରିବାକୁ ମନରେ ଇଚ୍ଛା ଜାଗେ। ସକଳ ବିଘଟନ ସତ୍ତ୍ୱେ ଏ ପୃଥିବୀ ତଥାପି ...

 ଉତ୍ତମ ମୂର୍ତ୍ତିକାର

ଉତ୍ତମ ମୂର୍ତ୍ତିକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଭାରତୀୟ କଳାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ଦିଗରେ ଲଳିତ କଳା ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ୧୯୫୪ରେ ପ୍ରତିଷ୍ଠିତ ଏହି କଳାନୁଷ୍ଠାନ କଳାକାରଙ୍କୁ ମେଧାବୃତ୍ତି ଓ ଫେଲୋଶିପ୍‌ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର ପ୍ରଦର୍ଶିନୀର ଆୟୋଜନ କରିଥାଏ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଅଧ୍ୟକ୍ଷ ପଦବୀ ମଣ୍ଡନ କରୁଥିବା ବ୍ୟକ୍ତି ଜଣେ ଉଚ୍ଚମାନର କଳାକାର ହୋଇଥାଆନ୍ତି। ବହୁଦିନ ଧରି ଖାଲି ରହିବା ପରେ ୨୦୧୮ ମେ ୧୭ରେ ଏକାଡେମୀର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସ୍ଥପତି ଓ ମୂର୍ତ୍ତିକାର ଉତ୍ତମ ପଚର୍ନେଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ଏବେ ତାଙ୍କ ବ୍ୟକ୍ତିତ୍ୱ ...

ଏଇ ଭାରତରେ

ଏଇ ଭାରତରେ

ଆପରାଧିକ ଇଚ୍ଛାଶକ୍ତିକୁ ପୂରଣ କରିବାକୁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଯେପରି ମହାରାଷ୍ଟ୍ର ନାଗପୁର ଜଲଗାଓଁ ଅଞ୍ଚଳର ଜଣେ ୩୦ବର୍ଷୀୟ ଯୁବକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ନାଗପୁରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରକାଶ ଓ୍ବାଙ୍ଖଡେ ନାମକ ଜଣେ ଯୁବକ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଙ୍କ ଉପରେ ନଜର ରଖୁଥିଲେ। ରୋଗୀଙ୍କ ଅବସ୍ଥା ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାକୁଳତା ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ବିଶ୍ୱାସ କରି ରୋଗୀଙ୍କ ମହିଳା ସମ୍ପର୍କୀୟମାନେ ଯେତେବେଳେ ଓ୍ବାଙ୍ଖଡେଙ୍କ ସହଯୋଗ ଲୋଡ଼ନ୍ତି ସେତେବେଳେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରନ୍ତି। ନିକଟରେ ଜଣେ କର୍କଟ ପୀଡ଼ିିତ ରୋଗୀଙ୍କୁ ସରକାରୀ ଯୋଜନାରେ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ...

ଆଇଏଏସ୍‌ ବନାମ ଆଇପିଏସ୍‌

ଆଇଏଏସ୍‌ ବନାମ ଆଇପିଏସ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା ସରକାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ମାନବାଧିକାର ଓ ଲିଟିଗେଶନ) ଓ.ପି. ସିଂଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେବାକୁ ଯାଉଛନ୍ତି। ବାବୁ ମହଲର ଅନୁମାନ ଅନୁସାରେ ଏହି ବରିଷ୍ଠ ପୋଲିସ ବାବୁଙ୍କୁ କୌଣସି ବିଭାଗରେ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଦିଆଯାଇପାରେ। ଯଦି ତାହା ହୁଏ, ତେବେ ହରିୟାଣା କ୍ୟାଡରର ୧୯୯୨ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଜଣକ ରାଜ୍ୟ ସରକାରଙ୍କ କୌଣସି ବିଭାଗର ମୁଖ୍ୟ ହେବାରେ ହେବେ ଦ୍ୱିତୀୟ ପୋଲିସ ଅଫିସର। ଏ କ୍ଷେତ୍ରରେ ପ୍ରଥମ ପୋଲିସ...

ଏମିତି ବି ଗାଁ ଅଛି

ଏମିତି ବି ଗାଁ ଅଛି

ରଞ୍ଜନ କୁମାର ଦାସ ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଭାରତର ଆତ୍ମା ଅଛି ଗାଁରେ। ମାଟିକୁ ନେଇ ଗଢା ହୁଏ ଗାଁ, ମାତ୍ର ବାଲି ସିମେଣ୍ଟ ଓ କଂକ୍ରିଟ୍‌ରେ ଗଢାହୁଏ ସହର। ଗାଁରେ କେବଳ ଆମତ୍ା ନ ଥାଏ, ଥାଏ ଆତ୍ମୀୟତା। ମାତ୍ର ବିଭିନ୍ନ କାରଣରୁ ଗାଁ ଲୋକେ ଏବେ ସହରମୁହାଁ- କିଏ ପିଲାଙ୍କ ପାଠପଢା ପାଇଁ, କିଏ ଚାକିରି ପାଇଁ ତ କିଏ ଉନ୍ନତ ସ୍ବାସ୍ଥ୍ୟସେବା, ଚାକଚକ୍ୟପୂର୍ଣ୍ଣ ଜୀବନ ପାଇଁ ସହରକୁ ବାଛୁଛନ୍ତି। ଗୁଜରାଟର ରାଜଧାନୀ ଗାନ୍ଧୀନଗରଠାରୁ ଅଶୀ କିଲୋମିଟର ଦୂରରେ ଅବସ୍ଥିତ ପନସାରି ନାମକ ଏକ ଛୋଟ ଗାଁ। ଭାରତର ...

ଆଶାବାଦର କବି ଉପେନ୍ଦ୍ର ଭଞ୍ଜ

ଆଶାବାଦର କବି ଉପେନ୍ଦ୍ର ଭଞ୍ଜ

ଡା. ଅଂଶୁମାନ କର ପଚସ୍ତରି ବର୍ଷ ହେଲା ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ଭାରତୀ’ ରୀତିଯୁଗର କାଳଜୟୀ କବି ଉପେନ୍ଦ୍ର ଭଞ୍ଜଙ୍କ ଅମର କାବ୍ୟକୃତିର ଚର୍ଚ୍ଚାକରି ଆସୁଛି। ଭଞ୍ଜଙ୍କ ସାରସ୍ବତ ବୈଶିଷ୍ଟ୍ୟକୁ ଜନସାଧାରଣରେ ଅବଗତ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ ା ଏହି ପରିପ୍ରେକ୍ଷୀରେ ସବୁଠୁ ବଡ ପ୍ରଶ୍ନ ହେଲା- କାହିଁକି ଭଞ୍ଜ ? ଏହାର ତତ୍‌କ୍ଷଣାତ ଉତ୍ତର-‘ଭଞ୍ଜ ଆଶାବାଦର କବି ା’ ମଣିଷ ପାଇଁ ପରିସ୍ଥିତି ଯେତେବେଳେ ଅସହନୀୟ, ଆଶା ଓ ନିରାଶାର ବାଦଲ ଖେଳେ ଲୁଚକାଳି, ସେତେବେଳେ ଭଞ୍ଜ କହନ୍ତି-...

ଏଇ ଭାରତରେ

ଏଇ ଭାରତରେ

କୌଣସି କ୍ଷେତ୍ରରେ ଅସଫଳ ହେଲେ ଅନେକେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି। ଏପରି କି କିଛି କିଛି ଅଘଟଣ ମଧ୍ୟ ଘଟାନ୍ତି। ବିଶେଷକରି କିଶୋର ବୟସରେ ପାଠପଢ଼ାରେ ଅକୃତକାର୍ଯ୍ୟ ହେଲେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଦେଖିବାକୁ ମିଳିଥାଏ। ତେଣୁ ପାଠପଢ଼ାରେ ଅକୃତକାର୍ଯ୍ୟ ହେଲେ ପିଲାଙ୍କୁ ହତୋତ୍ସାହ ନ କରି ଭବିଷ୍ୟତରେ ସେମାନେ କିପରି ଭଲ ପ୍ରଦର୍ଶନ କରିପାରିବେ ସେ ନେଇ ଦିଗ୍‌ଦର୍ଶନ ଦେବା ଆବଶ୍ୟକ। ଆଉ ଏହାକୁ ବେଶ୍‌ ଭଲଭାବେ ହୃଦୟଙ୍ଗମ କରିପାରିଛନ୍ତି ମଧ୍ୟପ୍ରଦେଶ ସାଗର ଜିଲାରେ ରହୁଥିବା ଜଣେ ବ୍ୟକ୍ତି । ପେସାରେ ସିଭିଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିବା ସୁରେନ୍ଦ୍ର କୁମାର ବ୍ୟାସ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ନିକଟରେ ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହେବା ପରେ ଏକ ଅଭିନବ କାର୍ଯ୍ୟ କରିଛନ୍ତି। ପୁଅର ...