ଅପରାଧ | ଉପକୂଳ ଓଡିଶା

ଅମାନବୀୟ: ଗର୍ଭବତୀ ଗାଈର ଚିର କାଟିନେଲେ ଦୁର୍ବୃତ୍ତ

ଅମାନବୀୟ: ଗର୍ଭବତୀ ଗାଈର ଚିର କାଟିନେଲେ ଦୁର୍ବୃତ୍ତ

ନିଶ୍ଚିନ୍ତକୋଇଲି,୪।୨(ସ୍ବ.ପ୍ର.): କ୍ରୋଧ ମଣିଷକୁ କେତେ ନିଷ୍ଠୁର କରିଦିଏ ତା’ର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ତରତ ପଞ୍ଚାୟତର ତରତ ଶାସନ ଗ୍ରାମରେ। ମା’ ରୂପେ ପରିଗଣିତ ହେଉଥିବା ଗାଈ ଉପରେ ଶନିବାର ରାତିରେ ଦାଉ ସାଧିଛନ୍ତି କିଛି ଦୁର୍ବୃତ୍ତ। ସେମାନେ ଉକ୍ତ ଗାଈର ୪ଟି ଚିର କାଟି ଦେଇଛନ୍ତି। ଏ ନେଇ ଗାଈର ମାଲିକ ଟୁକୁନା ନେମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ନେମାଳ ଥାନା ଅଧିକାରୀ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଧାନ ବୋହିବାକୁ କେନ୍ଦ୍ରକରି ଗତ ଜାନୁୟାରୀ ୧୪ରେ ହୋଇଥିବା ବଚସା ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।

All Right Reserved By

ଅପରାଧ | ଉପକୂଳ ଓଡିଶା

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ନୀଳଗିରି, ୧୫।୮, (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ ହାଉସ୍‌ରେ  ଗିରଫ ଶିକାରୀଙ୍କ ସହଯୋଗୀ ଓ ତାଙ୍କ ସଂପର୍କୀୟମାନେ ପଶି ଭଙ୍ଗାରୁଜା କରିଥିବା  ଅଭିଯୋଗ ହୋଇଛି। 

ଲାଠିପଡ଼ାରେ କଙ୍ଗାରୁ କୋର୍ଟ: ପରିବାରକୁ ବାସନ୍ଦ, ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ମାଡ଼

ଲାଠିପଡ଼ାରେ କଙ୍ଗାରୁ କୋର୍ଟ: ପରିବାରକୁ ବାସନ୍ଦ, ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ମାଡ଼

ନୟାଗଡ଼ ଅଫିସ,୧୫ା୮- ନ୍ୟାୟ ପାଇଁ ଥାନାକୁ ଯିବାରୁ କଙ୍ଗାରୁ କୋର୍ଟ ମାଧ୍ୟମରେ ଏକ ପରିବାରକୁ ବାସନ୍ଦ କଲେ। ହେଲେ ଏଥିରେ ସାହିଲୋକଙ୍କ ମନ ବୁଝିଲାନି। ସେମାନେ ଉକ୍ତ ବ୍ୟକ୍ତିଙ୍କ ଘରକୁ ପଚା ଟମାଟୋ, ଅଇଁଠା ଖଲିପତ୍ର, ଗୋବର ଆଦି ପକାଇଲେ। 

ଗୃହରକ୍ଷୀଙ୍କୁ ଗୁଳି ମାଡ଼: ମୋବାଇଲ ଓ ପର୍ସ ଲୁଟ, ଦୁର୍ବୃତ୍ତ ଫେରାର

ଗୃହରକ୍ଷୀଙ୍କୁ ଗୁଳି ମାଡ଼: ମୋବାଇଲ ଓ ପର୍ସ ଲୁଟ, ଦୁର୍ବୃତ୍ତ ଫେରାର

ବାଲୁଗାଁ, ୧୫ା୮ (ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ କୁକୁଡାଝର ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଜଣେ ଗୃହରକ୍ଷୀଙ୍କୁ ଗୁଳିମାଡ କରି ତାଙ୍କ ଠାରୁ ପର୍ସ ଓ ମୋବାଇଲ ଲୁଟିନେଇଛନ୍ତି । 

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ବାଲିଚନ୍ଦ୍ରପୁର,୧୫ା୮(ସ୍ବ.ପ୍ର)- ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ସ୍ବାମୀଙ୍କୁ ମଙ୍ଗଳବାର ଥାନାରେ ଅଟକ ରଖିଛି। ଅଭିଯୁକ୍ତ ହେଲେ ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ଅଧୀନ ବରଦା ଗ୍ରାମର ଆଶୁତୋଷ ଦାସ। 

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଶିକ୍ଷକ କୋର୍ଟଚାଲାଣ

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଶିକ୍ଷକ କୋର୍ଟଚାଲାଣ

ବିଞ୍ଝାରପୁର,୧୫ା୮(ଡି.ଏନ.ଏ)- ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ଶିକ୍ଷକ ସ୍ମୁତିରଞ୍ଜନ ଜେନାଙ୍କୁ ମଙ୍ଗଳବାର ବିଞ୍ଝାରପୁର ପୋଲିସ କୋର୍ଟଚାଲାଣ କରିଛି । ଏଥିସହ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ସେ ଚିକଣା ପଞ୍ଚାୟତ ଶାସନପଡାସ୍ଥିତ ମଧୁସୂଦନ ନୋଡାଲ ବିଦ୍ୟାଳୟରେ ଶିକ୍ଷକ ଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର: ଶାଶୂ, ଶଶୂର ଗିରଫ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର: ଶାଶୂ, ଶଶୂର ଗିରଫ

ବରୀ/ରତ୍ନଗିରି,୧୫ା୮(ସ୍ବ.ପ୍ର/ଡି.ଏନ୍‌.ଏ)- ଯାଜପୁର ଜିଲା ବରୀଥାନା ଅଧୀନ ଚନ୍ଦନପୁର ଗ୍ରାମରୁ ମଙ୍ଗଳବାର ସକାଳେ ବରୀ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ଶରୀରର ହାତ, ଗୋଡ଼ ଓ ମୁହଁରେ କଟାଚିହ୍ନ ଥିବା ପୋଲିସ କହିଛି।

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ଫୁଲବାଣୀ ଅଫିସ, ୧୪ା୮-ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ମଙ୍ଗଳବାର ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ସୁଶାନ୍ତ ପଟେଲ ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

ନୂଆପଡା ପୋଲିସ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ: ତାଲିମ ଦେଇ ଖରାବର୍ଷାରେ ଖଟାଉଥିଲେ

ନୂଆପଡା ପୋଲିସ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ: ତାଲିମ ଦେଇ ଖରାବର୍ଷାରେ ଖଟାଉଥିଲେ

ନୂଆପଡା ଅଫିସ,୧୪ା୮
କ୍ୟାଡର ମାଓବାଦୀ ପୂର୍ଣ୍ଣଚନ୍ଦ୍ର ମାଝି (୨୧) ମଙ୍ଗଳବାର ନୂଆପଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ମୈନପୁର ଡିଭିଜନ ଅଧୀନରେ କାମ କରୁଥିଲେ। ତାଙ୍କୁ ଧରିବା ପାଇଁ ଓଡିଶା ସରକାର ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

Model This Week

ଯସ୍ମିନ୍