ଜାତୀୟ |

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି
ଅମରାବତୀ, ୪।୨: ଆନ୍ଧ୍ରପ୍ରଦେଶର ଶାସକ ଦଳ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସହ ସମ୍ପର୍କ ଅତୁଟ ରଖିବ ବୋଲି ରବିବାର ଘୋଷଣା କରିଛି। ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବାରୁ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମେଣ୍ଟରୁ ବାହାରି ଯିବାକୁ ସୂଚନା ଦେଇଥିଲେ। ଏନେଇ ରବିବାର ଦଳର ବୈଠକ ମଧ୍ୟ ବସିଥିଲା। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଫୋନ୍‌ରେ କଥା ହେବା ପରେ ଦଳ ମେଣ୍ଟରେ ରହିବା ପାଇଁ ସ୍ଥିର କରିଛି। ଏସମ୍ପର୍କରେ କେନ୍ଦ୍ରୀୟ ମନ୍ତ୍ରୀ ତଥା ଟିଡିପି ନେତା ଓ୍ବାଇ.ଏସ୍‌. ଚୌଦ୍ୱାରୀ ସୂଚିତ କରିଛନ୍ତି।
All Right Reserved By

ଜାତୀୟ |

ରୋଗୀଙ୍କ ଷ୍ଟିଚ ପକାଇବାରେ ସାହାଯ୍ୟ କଲେ ସଫେଇ କର୍ମଚାରୀ

ରୋଗୀଙ୍କ ଷ୍ଟିଚ ପକାଇବାରେ ସାହାଯ୍ୟ କଲେ ସଫେଇ କର୍ମଚାରୀ

ଗୁଜରାଟ,୨୦।୮: ଗୁଜରାଟର ବାରୁଚ୍‌ ସିଭିଲ୍‌ ହସ୍ପିଟାଲରେ ଜଣେ ରୋଗୀଙ୍କ ଚିକିତ୍ସା ସମୟରେ ସେଠାକାର ସଫେଇ କର୍ମଚାରୀ ଷ୍ଟିଚ ପକାଇବାରେ ସାହାଯ୍ୟ କରିବା ଭିଡିଓ ଭାଇରାଲ ହୋଇଛି। 

ରାସ୍ତାରେ କୃତ୍ରିମ ହ୍ରଦ: ବୁଡ଼ି ରହୁଛନ୍ତି ମଇଁଷି

ରାସ୍ତାରେ କୃତ୍ରିମ ହ୍ରଦ: ବୁଡ଼ି ରହୁଛନ୍ତି ମଇଁଷି

ରାୟପୁର,୨୦।୮: ଛତିଶଗଡ଼ରେ ଏକ ଜାତୀୟ ରାଜପଥରେ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ। ରକ୍ଷାଣବେକ୍ଷଣ ତଥା ମରାମତି ଅଭାବର ଏପରି ହୋଇଥିବା କୁହାଯାଉଛି। ବର୍ଷା ଦିନେ ଏଠାରେ ୪ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି। 

ଥରୁର୍‌ଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ଥରୁର୍‌ଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କୁ ବିଦେଶ ଯିବାକୁ ଅନୁମତି ମିଳିଛି। ସୋମବାର ପଟିଆଲା ହାଉସ୍‌ କୋର୍ଟ ଏହି ଅନୁମତି ଦେଇଛନ୍ତି। ଶଶୀ ସୁଇଜରଲାଣ୍ଡର ଜେନେଭା ଗସ୍ତ କରି ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ୍‌ଙ୍କ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ରାଜୀବଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ସୋନିଆ

ରାଜୀବଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ସୋନିଆ

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ସୋମବାର ବୀରଭୂମିଠାରେ ପତ୍ନୀ ସୋନିଆ ଗାନ୍ଧୀ, ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଭଦ୍ରା ଓ ଜ୍ୱାଇଁ ରବର୍ଟ ଭଦ୍ରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଶୌଚାଳୟ ନ ଥିବାରୁ ଶାଶୁ ଘରକୁ ଯିବାକୁ ମନା କଲେ ବୋହୂ

ଶୌଚାଳୟ ନ ଥିବାରୁ ଶାଶୁ ଘରକୁ ଯିବାକୁ ମନା କଲେ ବୋହୂ

ପାଟନା,୨୦।୮: ବିହାର ଗୋପାଳଗଞ୍ଜ ଅନ୍ତର୍ଗତ ମାଞ୍ଝା ଅଞ୍ଚଳର ମାରଓ୍ବା ଟୋଲା ଗାଁରେ ଦେଖିବାକୁ ମିଳିଛି ‘ଟଏଲେଟ୍‌ ଏକ ପ୍ରେମକଥା’ ଫିଲ୍ମ ଭଳି ଉଦାହରଣ। 

କେରଳରେ କମିଲା ବର୍ଷା

କେରଳରେ କମିଲା ବର୍ଷା

କୋଚି,୨୦।୮: କେରଳ କୋଚିରେ ଥିବା ନାଭାଲ ଏୟାରଷ୍ଟ୍ରିପ୍‌କୁ ବ୍ୟବସାୟୀକ ବିମାନ ଉଡାଣ ପାଇଁ ସୋମବାର ଖୋଲିବାକୁ କେନ୍ଦ୍ର ସ୍ଥିର କରିଛି। ବନ୍ୟାରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରଥମ କରି ଏଠାରେ ବର୍ଷା କମିଛି।

ଆସନ୍ତା ୧୦ ବର୍ଷରେ ବନ୍ୟା ନେବ ୧୬ ହଜାରରୁ ଅଧିକ ଜୀବନ

ଆସନ୍ତା ୧୦ ବର୍ଷରେ ବନ୍ୟା ନେବ ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୨୦।୮: ଆସନ୍ତା ୧୦ ବର୍ଷ ମଧ୍ୟରେ ବନ୍ୟା ଯୋଗୁ ଦେଶରେ ୧୬ ହଜାରରୁ ଅଧିକ ଲୋକଙ୍କର ଜୀବନ ଯିବାର ଆଶଙ୍କା ଦେଖାଦେଇଛି। ଏନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। 

ମିଠାର ମୂଲ୍ୟ କିଲୋ ପିଛା ୯ ହଜାର

ମିଠାର ମୂଲ୍ୟ କିଲୋ ପିଛା ୯ ହଜାର

ସୁରଟ,୨୦।୮: ଗୁଜରାଟରେ ବିକ୍ରି ହେଉଛି ଏକ ପ୍ରକାର ମହଙ୍ଗା ମିଠା। ଏହାର ମୂଲ୍ୟ କିଲୋ ପିଛା ୯ ହଜାର ଟଙ୍କା ରହିଛି। 

ରାଜସ୍ଥାନରେ ଭାରତର ଶକ୍ତି ପରୀକ୍ଷା

ରାଜସ୍ଥାନରେ ଭାରତର ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ/ଜୟପୁର,୨୦।୮: ରାଜସ୍ଥାନରେ ଭାରତ କରିଛି ଶକ୍ତି ପରୀକ୍ଷା। ସ୍ଥାନୀୟ ଚନ୍ଦନ ରେଞ୍ଜ୍‌ରେ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ହୋଇଥିବା ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ୍‌ ଓ୍ବିପନ(ଏସ୍‌ଏଏଡବ୍ଲ୍ୟୁ) ସଫଳ ପରୀକ୍ଷଣ କରାଯାଇଛି।

୯ ପାକିସ୍ତାନୀଙ୍କୁ ଗିରଫ କଲା ତଟରକ୍ଷୀ ବାହିନୀ

୯ ପାକିସ୍ତାନୀଙ୍କୁ ଗିରଫ କଲା ତଟରକ୍ଷୀ ବାହିନୀ

ଅହମ୍ମଦାବାଦ୍‌,୨୦।୮: ଭାରତୀୟ ତଟରକ୍ଷୀ ବାହିନୀ ସୋମବାର ଏକ ପାକିସ୍ତାନୀ ବୋଟକୁ ଜବତ କରିଛି। ବୋଟରେ ୯ ଜଣ କର୍ମଚାରୀ ଥିବା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। 

ହରିୟାଣାରେ ଏକା ନିର୍ବାଚନ ଲଢ଼ିବ ଅକାଳୀ ଦଳ

ହରିୟାଣାରେ ଏକା ନିର୍ବାଚନ ଲଢ଼ିବ ଅକାଳୀ ଦଳ

ଚଣ୍ଡିଗଡ଼, ୨୦।୮: ହରିୟାଣାରେ ଏକା  ନିର୍ବାଚନ ଲଢ଼ିବ ଶିରୋମଣୀ ଅକାଳୀ ଦଳ। ଏନେଇ କୁରୁକ୍ଷେତ୍ରରେ ଅନୁଷ୍ଠିତ ଏକ ସଭାରେ ପଞ୍ଜାବର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ସୂଚନା ଦେଇଛନ୍ତି।

ବନ୍ଦ ହେବ ୨ ହଜାର ଶିଶୁ ଗୃହ

ବନ୍ଦ ହେବ ୨ ହଜାର ଶିଶୁ ଗୃହ

ନୂଆଦିଲ୍ଲୀ,୨୦।୮(ପି.ଟି.) ଦେଶରେ ମୋଟ ୯,୭୦୦ ଶିଶୁ ଯନତ୍ ଅନୁଷ୍ଠାନ (ସିସିଆଇ) ରହିଛି। ସେଥିମଧ୍ୟରୁ ୭,୦୦୦ଟି କେନ୍ଦ୍ରୀୟ ପୋଷ୍ୟଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ (ସିଏଆର୍‌ଏ)ଙ୍କ ନିକଟରେ ପଞ୍ଜୀକୃତ। ଅବଶିଷ୍ଟ ପ୍ରାୟ ୨,୦୦୦ ଶିଶୁ ଗୃହ ବିନା ପଞ୍ଜୀକରଣରେ ଚାଲିଛି।