ଖେଳ |

ଦ୍ୱିତୀୟ ଦିନିକିଆ: ଭାରତର ବିଜୟ ଲକ୍ଷ୍ୟ ୧୧୯

ଦ୍ୱିତୀୟ ଦିନିକିଆ: ଭାରତର ବିଜୟ ଲକ୍ଷ୍ୟ ୧୧୯
ସେଞ୍ଚୁରିଅନ,୪ା୨(ପି.ଟି.)- ଭାରତୀୟ ରିଷ୍ଟ ସ୍ପିନରଙ୍କ ସମ୍ମୁଖୀନ ହୋଇ ନ ପାରି ଘରୋଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ୩୨.୨ ଓଭରରେ ମାତ୍ର ୧୧୮ ରନରେ ଅଲଆଉଟ ହୋଇଛି। ଦୁଇ ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଓ ଅଧିନାୟକ ଫାଫ୍‌ ଡୁପ୍ଲେସଙ୍କ ଅନୁପସ୍ଥିତିରୁ ଭାରତ ଫାଇଦା ଉଠାଇବାକୁ ସକ୍ଷମ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦ.ଆଫ୍ରିକା ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଓପନର ହାସିଲ ଅମଲା ୨୩, କ୍ୱିଣ୍ଟନ ଡି’କକ୍‌ ୨୦, ଜେପି ଡୁମନି ୨୫, ଖାୟା ଜୋଣ୍ଡୋ ୨୫, କ୍ରିସ୍‌ ମୋରିସ ୧୪ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ଭାରତ ତରଫରୁ ଦୁଇ ସ୍ପିନର କମାଲ କରିଛନ୍ତି। ୟୁଜବେନ୍ଦ୍ର ଚହଲ ସର୍ବାଧିକ ୫ ଉଇକେଟ ହାସଲ କରିଥିବା ବେଳେ କୁଲଦୀପ ଯାଦବ ୩ଟି ସଫଳତା ପାଇଛନ୍ତି। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରା ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ରିପୋର୍ଟ ଲେଖାହେଲା ବେଳକୁ ୪ ଓଭରରେ ଗୋଟିଏ ଉଇକେଟ ହରାଇ ୨୬ ରନ ସଂଗ୍ରହ କରିଛି। ରୋହିତ ଶର୍ମା ୧୫ ରନ କରି କାଗିସୋ ରାବାଡ଼ା ଦ୍ୱାର ଆଉଟ ହୋଇଛନ୍ତି। ଶିଖର ଧାଓ୍ବନ ୮ ରନ କରି ବ୍ୟାଟିଂ ଜାରି ରଖିଛନ୍ତି।
All Right Reserved By

ଖେଳ |

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭୁବନେଶ୍ୱର, ୨୦।୧୦(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ  କମ୍‌ ଭିନୁ ମଙ୍କଡ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଶନିବାର ୩ଟି ମ୍ୟାଚ୍‌ ଖେଳାଯାଇଛି। କିଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମେଘାଳୟ ୧୯୮ ରନର ବୃହତ ବ୍ୟବଧାନରେ ସିକିମକୁ ପରାସ୍ତ କରିଛି। 

ଇଂଲଣ୍ଡ ସିରିଜ ବିଜୟୀ

ଇଂଲଣ୍ଡ ସିରିଜ ବିଜୟୀ

କାଣ୍ଡି (ଶ୍ରୀଲଙ୍କା), ୨୦।୧୦(ଏଏଫ୍‌ପି)- ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ଇଂଲଣ୍ଡ ଡିଏଲ୍‌ଏସ୍‌ ପଦ୍ଧତିରେ ୧୮ ରନରେ ଜିତି ନେଇଛି। 

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ,୨୦।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକଆ ଟୁର୍ନାମେଣ୍ଟରେ ମୁମ୍ବାଇ ଦଳ ଚାମ୍ପିୟନ ହୋଇଛି। ମୋଟ ଉପରେ ୩ୟ ଥର ପାଇଁ ମୁମ୍ବାଇ ଦଳ ଏହ ସଫଳତା ପାଇଛି।

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

ଗୁଆହାଟି,୨୦।୧୦- ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦଳର ୪ର୍ଥ କ୍ରମରେ ସ୍ଥାନ ପକ୍କା କଲେ ମଧ୍ୟକ୍ରମର ଅବସ୍ଥା ସୁଧିରି ପାରିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର କହିଛନ୍ତି। 

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନୀ ସେନା ନୀର୍ଦ୍ଧଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି।