Dharitri News
ରାଜ୍ୟ |

ଭାଜପା ଛାଡ଼ିଲେ ଜଟଣୀ ପୌର ପରିଷଦ ଚେୟାରମ୍ୟାନ୍‌

ଭାଜପା ଛାଡ଼ିଲେ ଜଟଣୀ ପୌର ପରିଷଦ ଚେୟାରମ୍ୟାନ୍‌ ଜଟଣୀ, ୪।୨(ଡି.ଏନ.ଏ.): ଆସନ୍ତା ୨୦୧୯ ନିର୍ବାଚନ ଲାଗି ରାଜ୍ୟ ଭାଜପା ଅଣ୍ଟା ଭିଡିବାକୁ ଚେଷ୍ଟା କରୁଥିବା ବେଳେ ତୃଣମୂଳସ୍ତରରେ ଦଳର ହାତ ଛାଡୁଛନ୍ତି ନେତା। ଏହି କ୍ରମରେ ରବିବାର ଜଟଣୀ ପୌର ପରିଷଦ ଚେୟାରମ୍ୟାନ୍‌(ନଗରପାଳ) ସଂଗ୍ରାମ କେଶରୀ ରାଉତରାୟ ମୌଳିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଅନ୍ୟ ୬ ଜଣ କାଉନସିଲର୍‌ ମଧ୍ୟ ଇସ୍ତଫା ଦେଇଥିବା ରାଉତରାୟ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସ୍ଥାନୀୟ ଭାଜପା ନେତୃବୃନ୍ଦମାନଙ୍କ ପାଇଁ ଜଟଣୀ ସହରର ସୌନ୍ଦର୍ଯ୍ୟକରଣ, ଯାତାୟତ ସୁବିଧା, ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି ପରିପାଳନରେ ବାଧା ଉପୁଜୁଛି। ଦଳରେ ଅସହଯୋଗର ବାତାବରଣ ଯୋଗୁ କାମ କରିବା ସମ୍ଭବ ହେଉ ନ ଥିବାରୁ ସେମାନେ ଦଳକୁ ଛାଡିବାକୁ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ମୋଟ ଆସନ ସଂଖ୍ୟା- 0

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ରାଜ୍ୟ |

ପ୍ରେମିକାଙ୍କୁ ଭେଟିବାକୁ ଆସି ପ୍ରେମିକ ହିନସ୍ତା: ଗ୍ରାମ ମନ୍ଦିରରେ କଲେ ବିବାହ

ବନ୍ତଳା, ୨୪।୨(ଡି.ଏନ.ଏ.): ପ୍ରେମିକାକୁ ଭେଟିବାକୁ ଆସି ହିନସ୍ତା ହୋଇଛନ୍ତି ଜଣେ ପ୍ରେମିକ। ଅନୁଗୋଳ ଜିଲା ବନ୍ତଳା ଥାନା ସାହାରାଗୋଡାରେ ଘଟିଛି ଏପରି ଘଟଣା।

ମାଓବାଦୀ ପ୍ରପୀଡ଼ିତ ଅଞ୍ଚଳ: ରାଜ୍ୟ ବହନ କରିବ ୪୦ ପ୍ରତିଶତ ଖର୍ଚ୍ଚ

ମାଓବାଦୀ ପ୍ରପୀଡ଼ିତ ଅଞ୍ଚଳ: ରାଜ୍ୟ ବହନ କରିବ ୪୦ ପ୍ରତିଶତ ଖର୍ଚ୍ଚ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ମାଓବାଦୀ ପ୍ରପୀଡ଼ିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଶନିବାର ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି। ବୈଠକରେ ଗୃହ ବିଭାଗ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି, ପୂର୍ବରୁ ମାଓବାଦୀ ପ୍ରପୀଡ଼ିତ ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଅର୍ଥ ଭରଣା କରୁଥିଲେ। ମାତ୍ର ଏବେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଯୋଗାଉଛନ୍ତି। ଯେଉଁଠି ରାଜ୍ୟ ସରକାରଙ୍କୁ ୪୦ ପ୍ରତିଶତ ଖର୍ଚ୍ଚ ବହନ କରବାକୁ ପଡ଼ିବ ବୋଲି ସେ କହିଛନ୍ତି।

ପୁନଃ କାର୍ଯ୍ୟକ୍ଷମ ହେବ ଗୋପାଳପୁର ବନ୍ଦର

ପୁନଃ କାର୍ଯ୍ୟକ୍ଷମ ହେବ ଗୋପାଳପୁର ବନ୍ଦର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଆସନ୍ତା ଦେଢ ବର୍ଷ ମଧ୍ୟରେ ଗୋପାଳପୁର ବନ୍ଦର ପୁନଃ କାର୍ଯ୍ୟକ୍ଷମ ହେବ। ଅସ୍ତରଙ୍ଗ ବନ୍ଦର ମାମଲା ନେଇ ଚାଲିଥିବା ରାୟ କୋର୍ଟରେ ବିଚାରାଧୀନ ରହିଛି। ଏ ନେଇ ଖୁବ୍‌ଶୀଘ୍ର ଆଗାମୀ ଶୁଣାଣି ହେବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଶନିବାର ଗୋପାଳପୁର ଓ ଅସ୍ତରଙ୍ଗ କାର୍ଯ୍ୟର ସମୀକ୍ଷା ନେଇ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଷ୍ଟ୍ରପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାରଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସନ୍ଧ୍ୟା ୬ଟା୧୫ ମିନିଟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନା ହେବ। ତେବେ ରାଷ୍ଟ୍ରପତି କ’ଣ ପାଇଁ ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତାହା ସ୍ପଷ୍ଟ ହୋଇନାହିଁ। ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କ ସହ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତ ହେବ।

ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ ଆହତ ଘଟଣା: ଗୁରୁତର ଡ୍ରାଇଭରଙ୍କ ମୃତ୍ୟୁ

ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ ଆହତ ଘଟଣା: ଗୁରୁତର ଡ୍ରାଇଭରଙ୍କ ମୃତ୍ୟୁ

ବରଗଡ ଅଫିସ,୨୪।୨: ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ ଧ୍ୟାନକେନ୍ଦ୍ର ନିକଟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଗୁରୁବାର ରାତିରେ ଆକ୍ରମଣ କରାଯାଇଥିଲା। ଏଥିରେ ଆହତ ହୋଇଥିବା ଡ୍ରାଇଭର ଚିଚିଣ୍ଡା ଗ୍ରାମର ଡିଲେଶ୍ୱର ସାହୁଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ସେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ବିଜେପୁର ଉପନିର୍ବାଚନ: ଚାଲିଛି ମତଦାନ

ବିଜେପୁର ଉପନିର୍ବାଚନ: ଚାଲିଛି ମତଦାନ

ବରଗଡ଼ ଅଫିସ,୨୪।୨: ବିଜେପୁର ଉପନିର୍ବାଚନ ଲାଗି ଶନିବାର ମତଦାନ ଆରମ୍ଭ ହୋଇଛି। ମୋଟ ୨୮୧ ବୁଥ୍‌ରେ ଭୋଟ ଗ୍ରହଣ ହେଉଛି। ୨ଲକ୍ଷ ୨୧ହଜାର ୧୪୪ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦, ୧୦୨, ୧୪୧ ନମ୍ବର ଭଳି କେତୋଟି ବୁଥ୍‌ରେ ଇଭିଏମ୍‌ ମେଶିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍‌ ଗ୍ରହଣ ବିଳମ୍ବ ହେଉଥିବା ସୂଚନା ମିଳିଛି।

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

ନୀରବ ମୋଦିଙ୍କ ବ୍ରାଣ୍ଡରୁ ଓହରିଲେ ପ୍ରିୟଙ୍କା

ନୀରବ ମୋଦିଙ୍କ ବ୍ରାଣ୍ଡରୁ ଓହରିଲେ ପ୍ରିୟଙ୍କା

ବମ୍ବେ,୨୩ା୨(ପି.ଟି.): ବିଲିୟନେୟାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଗହଣା ବ୍ରାଣ୍ଡ୍‌ର ବିଜ୍ଞାପନରେ ଅଭିନୟ କରି ଆସିଥିବା ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କମ୍ପାନୀ ସହ କରିଥିବା ଚୁକ୍ତିରୁ ଓହରି ଯାଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ନୀରବ କରିଥିବା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ଏହା ଉପରେ ବିଚାର କରୁଥିଲେ।

ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ

ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟର ବିମାନ ବନ୍ଦର କର୍ମଚାରୀମାନଙ୍କ ପାଇଁ ଜରୁରୀକାଳୀନ ସେବା ଆଇନ (ଏସ୍‌ମା) ଲାଗୁ କରାଯାଇଛି। ଏନେଇ ଗୁରୁବାର ଗୃହ ବିଭାଗ(ସ୍ବତନ୍ତ୍ର) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମାନ ବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡେଲିଙ୍ଗ୍‌ , ଖାଦ୍ୟପେୟ ଯୋଗାଉଥିବା କର୍ମଚାରୀ ଏବଂ ଏୟାରକ୍ରାପ୍ଟରେ ଇନ୍ଧନ ଭରୁ ଥିବା କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯାଇଛି। ଏହି ନିୟମକୁ ଖିଲାଫ କଲେ ସଂପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୨: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଉନ୍ନୟନ ଗବେଷଣା ସଂସ୍ଥା(ଡିଆର୍‌ଡିଓ) ପକ୍ଷରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଧନୁଷ’ର ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ସ୍ଥିତ ବଙ୍ଗୋପସାଗର ମଧ୍ୟରେ ଏକ ଯୁଦ୍ଧ ଜାହାଜରୁ ପୂର୍ବାହ୍ନ ୧୦ଟା୫୨ ମିନିଟ୍‌ ସମୟରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

ଭୋଟ ପୂର୍ବରୁ ଫୁଟିଲା ଗୁଳି

ଭୋଟ ପୂର୍ବରୁ ଫୁଟିଲା ଗୁଳି

ବରଗଡ଼ ଅଫିସ୍‌/ସୋହେଲା/ବୁର୍ଲା,୨୩।୨: ଶନିବାର ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ସୋହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ ଧ୍ୟାନକେନ୍ଦ୍ର ନିକଟରେ ଗୁଳିମାଡ଼ ଓ ଗାଡ଼ି ଭଙ୍ଗାରୁଜା ଭଳି ଘଟଣା ଘଟିଛି। ଗୁଳିମାଡ଼ ଓ ଆକ୍ରମଣରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ, ଚିଚିଣ୍ଡା ଗ୍ରାମର ମାଗି ଓରଫ୍‌ ଡିଲେଶ୍ୱର ସାହୁ, ଜାମପାଲି ଗ୍ରାମର ଖଗେଶ୍ୱର ମହାମଲ୍ଲିକ, ଟୁଙ୍ଗିବନ୍ଧଲି ଗ୍ରାମର ପ୍ରଭାସ କୁମାର ନାଗ ଓରଫ୍‌ କାର୍ତ୍ତିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋହେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ (ଭିମ୍‌ସାର୍‌)କୁ ସ୍ଥାନାନ୍ତର କରାଯାଇଛି।

ହ୍ବାଟ୍ସଆପ୍‌ରେ ପ୍ରଶ୍ନପତ୍ର

ହ୍ବାଟ୍ସଆପ୍‌ରେ ପ୍ରଶ୍ନପତ୍ର

କଟକ ଅଫିସ, ୨୩।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ହେଲେ ପ୍ରଥମ ଦିନରୁ ପରିଚାଳନାଗତ ବିଭ୍ରାଟ ପଦାରେ ପଡ଼ିଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଶେଷ ନ ହେଉଣୁ ପ୍ରଶ୍ନପତ୍ରର ନକଲ ହ୍ବାଟ୍ସ ଆପ୍‌ ଜରିଆରେ ଭାଇରାଲ ହୋଇଥିଲା। ତେବେ ପରୀକ୍ଷାର୍ଥୀମାନେ ପୂର୍ବାହ୍ନ ସାଢ଼େ ୧୧ଟାରେ ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଘଟଣାର ସତ୍ୟତା ପ୍ରମାଣିତ ହୋଇଥିଲା। ପରୀକ୍ଷା କେନ୍ଦ୍ର ବାହାରେ ସବୁକିଛି ଠିକ୍‌ ଥିବା ବେଳେ ଭିତର ସୁରକ୍ଷା ଯେ ଢିଲା ତାହା ଏଥିରୁ ସ୍ପଷ୍ଟ ହୋଇଥିଲା। ଏଭଳି ଘଟଣାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷୟିତ୍ରୀଶିକ୍ଷକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।