ମେଟ୍ରୋ |

ପାଠକ ସଚେତନ ହୁଅନ୍ତୁ

ପାଠକ ସଚେତନ ହୁଅନ୍ତୁ

ପୁରୀ ଅଫିସ, ୪।୨: ସମାଜର ପ୍ରତ୍ୟେକଟି ବ୍ୟକ୍ତି ଜଣେ ସଚେତନ ନାଗରିକ ଭାବେ ଦାୟିତ୍ୱ ନିର୍ବାହ କରନ୍ତୁ। ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରନ୍ତୁ। ନିଜର ମତାମତକୁ ଖବରକାଗଜକୁ ପଠାନ୍ତୁ ବୋଲି ରବିବାର ୟୁଥ୍‌ ହଷ୍ଟେଲ ପରିସରରେ ଦି ମିଡିଆ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ପ୍ରକାଶ ପାଇଛି। ‘ଗଣମାଧ୍ୟମ ସମାଜର ମାର୍ଗଦର୍ଶିକା’ ଶୀର୍ଷକ ଥିବା ଏହି ଆଲୋଚନା ଚକ୍ରରେ ଦି.ମିଡିଆର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ସ୍ତମ୍ଭକାର ତଥା ବିଚାରପତି ହୃଦୟବଲ୍ଲଭ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ଖବରଦାତା ଗୁରୁକଲ୍ୟାଣ ମହାପାତ୍ର, ବିଶ୍ୱରଞ୍ଜନ ମହାନ୍ତି, ଶିକ୍ଷାବିତ ପ୍ରଭାତ ଚନ୍ଦ୍ର ରଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିସହ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜ ମତ ଉପସ୍ଥାପନ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

୨୮ରେ ବିଜେଡିର ଧାରଣା

୨୮ରେ ବିଜେଡିର ଧାରଣା

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ଆସନ୍ତା ୨୮ ତାରିଖରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ। ୨୯ ଓ ୩୦ ତାରିଖରେ ରାଜ୍ୟର ସମସ୍ତ ବ୍ଲକରେ ପ୍ରତିବାଦ ସଭା କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

ବାଲୁଙ୍କେଶ୍ବର ମନ୍ଦିରରୁ ଚୋରି

ବାଲୁଙ୍କେଶ୍ବର ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ, ୨୩।୫ (ଡି.ଏନ.ଏ): ପୁରୀଜିଲା ସତ୍ୟବାଦୀ ଥାନା ବଳପୁର ଗ୍ରାମର ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଠାକୁରଙ୍କ ରୁପା ଅଳଙ୍କାର, ଛତି, ନାଗ ଓ ପିତଳ ଗରା ସମେତ ପୂଜାପାତ୍ର ଚୋରି ହୋଇଯାଇଛି।

ଜୁନ୍‌ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ବୁଧବାରଠାରୁ ଅନ୍‌ଲାଇନ୍‌ ଫର୍ମ ପୂରଣ

ଜୁନ୍‌ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ବୁଧବାରଠାରୁ ଅନ୍‌ଲାଇନ୍‌ ଫର୍ମ ପୂରଣ

କଟକ ଅଫିସ, ୨୩ା୫: ଚଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍‌ ୨୨ ତାରିଖରୁ ୨୬ ତାରିଖ ଯାଏ ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୮ଟାରୁ ୧୧.୩୦ ମିନିଟ ଯାଏ ପରୀକ୍ଷା ହେବ। କେବଳ ଗଣିତରେ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ। ଏଥର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ଦୁଇଟି ପରୀକ୍ଷା ଅଲଗା ଅଲଗା ଦିନରେ କରାଯିବାକୁ ସ୍ଥିର ହୋଇଛି।

ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ:  ୧୦୮ ପଞ୍ଚାୟତ ପାଇଁ ୨୯.୫୦ କୋଟି ମଞ୍ଜୁରୀ

ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ: ୧୦୮ ପଞ୍ଚାୟତ ପାଇଁ ୨୯.୫୦ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ବୁଧବାରଠାରୁ ବ୍ଲକସ୍ତରରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୪ ବ୍ଲକର ୧୦୮ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ୩୨ ପଞ୍ଚାୟତ ପାଇଁ ୮.୧୨ କୋଟି, କୋରାପୁଟ ଲମତାପୁଟ ବ୍ଲକର ୧୫ ପଞ୍ଚାୟତ ପାଇଁ ୪.୩୮ କୋଟି, ଭଦ୍ରକ ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ପାଇଁ ୯ କୋଟି ଏବଂ ଯାଜପୁର ଜିଲା ସଦର ବ୍ଲକର ୨୫ ପଞ୍ଚାୟତ ପାଇଁ ୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି।

ବାସୁଙ୍ଗାପାଟ ଅନୁଧ୍ୟାନ ପାଇଁ ଗଲେ ଦଇତା

ବାସୁଙ୍ଗାପାଟ ଅନୁଧ୍ୟାନ ପାଇଁ ଗଲେ ଦଇତା

ପୁରୀ ଅଫିସ,୨୩ା୫: ଅଣସର ସମୟରେ ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ଆବଶ୍ୟକ ପଡ଼େ ବାସୁଙ୍ଗାପାଟ। ଆଗକୁ ଅଣସର ଆସୁଥିବାରୁ ଏ ଦିଗରେ ତତ୍ପରତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ବୁଧବାର ଦଇତାପତିଙ୍କ ଏକ ଟିମ୍‌ ବାସୁଙ୍ଗାପାଟ ଅନୁଧ୍ୟାନ ଲାଗି କଟକ ତିଗିରିଆର ନୂଆପାଟଣା ଗସ୍ତ କରିଛି।

ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଛେଚିଲା ୨ଘଣ୍ଟା

ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଛେଚିଲା ୨ଘଣ୍ଟା

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ପ୍ରବଳ ବିଜୁଳି ଓ ଘଡ଼ଘଡ଼ିରେ ବୁଧବାର ଥରିଉଠିଲା ରାଜଧାନୀ। ସକାଳ ୫ଟାରୁ ଘୋଟି ଆସିଲା କଳାହାଣ୍ଡିଆ ମେଘ। ପୂର୍ବାହ୍ନ ୮ଟାରୁ ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ରାଜଧାନୀ। ୨ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ମୂଷଳ ଧାରାରେ ବର୍ଷିଲା। ଆଚାର୍ଯ୍ୟବିହାର, କଟକରୋଡ, ନୟାପଲ୍ଲୀ ବେହେରା ସାହି, ପୁରୁଣା ଭୁବନେଶ୍ୱର ଏବଂ ରାଜଧାନୀର ତଳି ଅଞ୍ଚଳ ନିମିଷକ ମଧ୍ୟରେ ଜଳାର୍ଣ୍ଣବ ହୋଇଗଲା।

ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଧାରଣା

ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଧାରଣା

ପୁରୀ ଅଫିସ, ୨୩।୫(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ପୁରୀ ମଣ୍ଡଳ ଡାକଘର ସମ୍ମୁଖରେ ଧାରଣା ଦିଆଯାଇଛି। ସାରା ଦେଶରେ ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଡାକ ସେବା ଯୋଗାଇ ଆସୁଥିବା ପ୍ରାୟ ୨ ଲକ୍ଷ ୬୫ ହଜାର ଗ୍ରାମୀଣ ଡାକସେବକଙ୍କ ବିଭିନ୍ନ ସମସ୍ୟାପ୍ରତି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି।

ପପୁ ପମ୍‌ପମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ପପୁ ପମ୍‌ପମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ଓଡ଼ିଆ ସିନେମା ଓ ଟେଲିଭିଜନ ଜଗତର ଜଣାଶୁଣା ତଥା ଲୋକପ୍ରିୟ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ବର୍ତ୍ତମାନ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଖୁବ୍‌ଶୀଘ୍ର ସେ ଡିସ୍‌ଚାର୍ଜ ହୋଇ ଘରକୁ ଆସିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏପଟେ ପପୁଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅବନତି ଘଟୁଥିବା ଏବଂ ମୃତ୍ୟୁ ସମ୍ପର୍କିତ ବିଭିନ୍ନ ଗୁଜବକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଗୁଜବ ନ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ଜଲିନ୍‌ ଫିଲ୍ମ ଫେଷ୍ଟିଭାଲର ଜୁରୀ ହେଲେ ଓଡ଼ିଆ ପ୍ରଯୋଜକ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ଓଡ଼ିଶାରେ ଜନ୍ମିତ ଜଣାଶୁଣା ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ବିଶ୍ୱର ସର୍ବପୁରାତନ ତଥା ସର୍ବବୃହତ୍‌ ଚଳଚ୍ଚିତ୍ର ମହୋତ୍ସବ ୫୮ତମ ଜଲିନ୍‌ ଫିଲ୍ମ ଫେଷ୍ଟିଭାଲର ଜୁରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ୨୫ରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ପାରାଗୁଏ ଓ ସେଜ୍‌ ରିପବ୍ଲିକ୍‌ର ବିଭିନ୍ନ ସହରରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟସ୍ତରୀୟ ଫିଲ୍ମ ଫେଷ୍ଟିଭାଲରେ ଜିତେନ୍ଦ୍ର ଶିଶୁ ଏବଂ ଯୁବ ବିଭାଗର ଫିଚର ଫିଲ୍ମ କାଟେଗୋରିରେ ଜୁରୀ ରହିବେ। ପ୍ରତିବର୍ଷ ସମଗ୍ର ବିଶ୍ୱର ପ୍ରାୟ ୫୦ ରାଷ୍ଟ୍ରରୁ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମକୁ ନେଇ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥାଏ। ଏଥିରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ଓ ବୟସ୍କ ଅଂଶଗ୍ରହଣ କରିଥାଆନ୍ତି। ଫିଲ୍ମଫେଷ୍ଟ୍‌ ପକ୍ଷରୁ ଆୟୋଜିତ ହେଉଥିବା ଏହି ଚଳଚ୍ଚିତ୍ର ମହୋତ୍ସବର ଜୁରୀ ଭାବେ ମନୋନୀତ ହେବା ପରେ ଜିତେନ୍ଦ୍ର ଏଥିପାଇଁ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ମହୋତ୍ସବ ଭାରତ ଓ ସେଜ୍‌ ରିପବ୍ଲିକ୍‌ ମଧ୍ୟରେ ସାଂସ୍କୃତିକ ଭାବ ଆଦାନ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ବାଂଲାଦେଶୀ ମାର୍କେଟ ଉଚ୍ଛେଦ

ଭୁବନେଶ୍ୱର, ୨୩ା୫ (ବ୍ୟୁରୋ)- ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ କେଶରୀ ମଲ ସମ୍ମୁଖରେ ଥିବା ବାଂଲାଦେଶୀ ମାର୍କେଟକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ଦୋକାନୀମାନେ ସଂଘବଦ୍ଧ ହୋଇ ବିରୋଧ କରିଥିଲେ। ଦୀର୍ଘଦିନ ହେଲା ଏହି ସ୍ଥାନରେ ବସି ବେପାର କରିଆସୁଥିବାରୁ ସେଠାରୁ ହଟିବେ ନାହିଁ ଦୋକାନୀମାନେ କହିଥିଲେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ କ୍ୟାପିଟାଲ ଥାନା ଏଏସ୍‌ଆଇ ମାର୍କଣ୍ଡ ମିଶ୍ର ସେମାନଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ମାର୍କେଟ ଉଚ୍ଛେଦ କରାଯାଇଥିଲା। ମୋଟ ୬୪ଟି ଦୋକାନ, ଗୋଟିଏ ହୋଟେଲ ଏବଂ ୫ଟି ଠେଲାଗାଡି ଦୋକାନକୁ ସେଠାରୁ ହଟାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଯୋଗାସୂତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସମେତ ବିଏମସିର ଏନଫୋର୍ସମେଣ୍ଟ ଟିମ୍‌ ଉପସ୍ଥିତ ଥିଲେ। ଉଠାଦୋକାନଗୁଡିକ ରହିବା ଦ୍ୱାରା ମାର୍କେଟ ବିଲ୍‌ଡିଂରେ ପାର୍କିଂ ପାଇଁ ସମସ୍ୟା ଦେଖାଦେଉଥିଲା। ଫଳରେ ସେଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ବିଏମ୍‌ସିର ଦକ୍ଷିଣ-ପୂର୍ବାଞ୍ଚଳ ଡେପୁଟି କମିଶନର ଏନଫୋର୍ସମେଣ୍ଟ୍‌ ଟିମ୍‌କୁ ପରାମର୍ଶ ଦେଇଥିଲେ।

ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା:ସିବିଆଇ ତଦନ୍ତ ଦାବିରେ ଧାରଣା

ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା:ସିବିଆଇ ତଦନ୍ତ ଦାବିରେ ଧାରଣା

ଭୁବନେଶ୍ୱର, ୨୩।୫(ବ୍ୟୁରୋ)- ବଲାଙ୍ଗୀର ଜିଲା ଖପ୍ରାଖୋଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି। ଏ ନେଇ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳବାର ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବା ସହିତ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୫ ମେ ମାସ ୨୨ରେ ଖପ୍ରାଖୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା। ଫଳରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ମଧ୍ୟ ୧୨୦ ଦିନ ଭିତରେ ଚାର୍ଜଶିଟ ଦାଖଲ କରିପାରି ନ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଯିବା ନେଇ ଘୋଷଣା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସିବିଆଇ ତଦନ୍ତ କରାଗଲା ନାହିଁ। ତୁରନ୍ତ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ଲାଗି ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଦାବି କରାଯାଇଛି। ସାମ୍ମୁଖ୍ୟର ବିଭ୍ରାନ୍ତ ବିଶ୍ୱଜିତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅନିଲ କୁମାର ମଲ୍ଲିକଙ୍କ ସମେତ ଲୋହିଆ ବିଚାରମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ମଲ୍ଲିକ ଓ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ପାର୍କ, ଜନଗହଳି ସ୍ଥାନରେ ଶିଶୁଙ୍କ ପାଇଁ ଅଙ୍କାଯିବ ଚିତ୍ର

ଭୁବନେଶ୍ୱର, ୨୩।୫(ବ୍ୟୁରୋ)- ପାର୍କ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକରେ ଶିଶୁଙ୍କ ମନକୁ ଛୁଇଁଲା ପରି ବିଭିନ୍ନ ପ୍ରକାର ସଚେତନତା ମୂଳକ ଚିତ୍ର ଅଙ୍କାଯିବ। ଶିଶୁମାନେ ଯିବାଆସିବା ସମୟରେ ଯେପରି ତାହାକୁ ଦେଖିପାରିବେ ସେଥିଲାଗି ଚିତ୍ରଗୁଡିକ ତଳୁ ୯୫ ସେଣ୍ଟିମିଟର ଉଚ୍ଚତାରେ ରହିବ। ଏହାକୁ ଲକ୍ଷ୍ୟ କରି ବିଡିଏ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପରେ ଅର୍ବାନ-୯୫ ନାମକ ଏକ କାର୍ଯ୍ୟପନ୍ଥା ହାତକୁ ନେଇଛି। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ବର୍ନାଡ ଭ୍ୟାନ୍‌ ଲୀର ଫାଉଣ୍ଡେଶନ(ବିଭିଏଲ୍‌ଏଫ୍‌) ସହିତ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ଏ କ୍ଷେତ୍ରରେ ବିଭିଏଲ୍‌ଏଫ୍‌ ସହଯୋଗ କରିବ। ଚୁକ୍ତିନାମାବେଳେ ବିଡିଏ ସଚିବ ସୀତାଂଶୁ କୁମାର ରାଉତ କହିଛନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ସାରାଦେଶରେ ଏକ ନମ୍ବର ହୋଇଛି। ସ୍ମାର୍ଟସିଟିକୁ ଚାଇଲ୍ଡ ଫ୍ରେଣ୍ଡ୍‌ଲି କରିବା ଲାଗି କେତେକ ପ୍ରକଳ୍ପର କଳ୍ପନା କରାଯାଇଥିଲା। ଏହି ପ୍ରକଳ୍ପ ଜରିଆରେ ଚାଇଲ୍ଡ ଫ୍ରେଣ୍ଡ୍‌ଲି ଜୋନଗୁଡିକରେ ସଚେତନତାମୂଳକ ଚିତ୍ର ଅଙ୍କାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ବିଭିଏଲ୍‌ଏଫ୍‌ ଅଧିକାରୀ ରିଚେଲ ମସେଫ୍‌ସ୍କିଙ୍କ ସହିତ ବିଡିଏର ବରିଷ୍ଠ ପ୍ରସାଶନିକ ଅଧିକାରୀ ମଧୁମିତା ରଥ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ମହାପ୍ରବନ୍ଧକ ବିଜୟ କୁମାର ସ୍ବାଇଁ, ବରିଷ୍ଠ ନଗର ଯୋଜନା ଅଧିକାରୀ ବନ୍ଦିତା ମହାପାତ୍ରଙ୍କ ସହିତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ।