ରାଜ୍ୟ | ସମ୍ବଲପୁର

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା ପୂର୍ବରୁ ଖୁସି ମନାଇଲେ ପ୍ରଣୟଙ୍କ ସମର୍ଥକ

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା ପୂର୍ବରୁ ଖୁସି ମନାଇଲେ ପ୍ରଣୟଙ୍କ ସମର୍ଥକ
ବରଗଡ଼ ଅଫିସ,୪।୨: ବିଜେପୁର ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ଏହି ଦୌଡ଼ରେ ସାମିଲ ପ୍ରଣୟ କୁମାର ସାହୁ ଓ ରିପୁନାଥ ସେଠ୍‌ଙ୍କ ମଧ୍ୟରୁ ରବିବାର ହାତୀ ଜଣଙ୍କ ମୁଣ୍ଡରେ ସୁନା କଳସ ଢାଳିବ ବୋଲି ଜଣାପଡ଼ିଛି। ପୁର୍ବତନ ବିଧାୟକ ସୁବଳ କୁମାର ସାହୁଙ୍କ ଏକାନ୍ତ ଅନୁଗତ ପ୍ରଣୟଙ୍କୁ ପ୍ରାର୍ଥୀ କରାଗଲେ ଦଳକୁ ଅଧିକ ଫାଇଦା ମିଳିବ ବୋଲି କଂଗ୍ରେସ ନେତୃବୃନ୍ଦ ଆଶା କରୁଛନ୍ତି। ଅନ୍ୟପଟେ ଦଳର ଆଉ ଏକ ଗୋଷ୍ଠୀ ରିପୁନାଥଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ଏଭଳି ଦ୍ୱନ୍ଦ୍ୱାତ୍ମକସ୍ଥିତିରେ ରବିବାର ସକାଳୁ ଗାଇସିଲେଟ୍‌ ଅଞ୍ଚଳରେ ପ୍ରଣୟଙ୍କ ସମର୍ଥକମାନେ ଖୁସି ମନାଇବା ଘଟଣାକୁ ରୋଚକ ମୋଡ଼ ଦେଇଛି।
All Right Reserved By

ରାଜ୍ୟ | ସମ୍ବଲପୁର

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୯।୧୦: ଶ୍ରୀମନ୍ଦିର ଚୂଡ଼ାରେ ପ୍ରତିଦିନ ପତିତପାବନ ବାନା ବନ୍ଧା ଯାଇଥାଏ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବଂ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ପ୍ରତ୍ୟହ ଅପରାହ୍ନ ୪ଟାରେ ବାନା ବନ୍ଧାଯିବାକୁ ସ୍ଥିର ହୋଇଛି। ଚୂନରା ସେବକମାନେ ୩ଟାରେ ବାନା ବାନ୍ଧିବା ଲାଗି ଶ୍ରୀମନ୍ଦିର ଚୂଡାକୁ ଚଢ଼ିବେ। ୪ଟାରେ ବାନା ବନ୍ଧାଯିବ। 

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ ।