ଅନ୍ତର୍ଜାତୀୟ |

ପୁସ୍ତାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁସ୍ତାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଇସଲାମାବାଦ, ୪।୨: ପାକିସ୍ତାନର ପୁସ୍ତାନ ସମ୍ପ୍ରଦାୟ ପକ୍ଷରୁ ଇସଲାମାବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ପୁସ୍ତାନ ସମ୍ପ୍ରଦାୟର ଲୋକ ଇସଲାମାବାଦ୍‌ ପ୍ରେସ୍‌ କ୍ଲବ୍‌ ସମ୍ମୁଖରେ ସେମାନଙ୍କର ସ୍ବାଧୀନତା ଦରକାର ସ୍ଲୋଗାନ୍‌ ଦେଇଛନ୍ତି। ସମ୍ପ୍ରଦାୟ ଉପରେ କରାଯାଉଥିବା ଅତ୍ୟାଚାର ମାନବିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି ବୋଲି ବିକ୍ଷୋଭକାରୀମାନେ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଜାନୁୟାରୀ ୧୩ରେ ଏହି ସମ୍ପ୍ରଦାୟର ଜଣେ ବ୍ୟକ୍ତି ନକ୍‌ଭୀ ମାଶୁଦ୍‌ଙ୍କୁ ମିଥ୍ୟା ପୋଲିସ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ଏହାର ଉପଯୁକ୍ତ ବିଚାର ପାଇଁ ସେମାନେ ଦାବି କରିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଇସ୍ତଫା ଦେବେନି ଜୁକରବର୍ଗ

ଇସ୍ତଫା ଦେବେନି ଜୁକରବର୍ଗ

ସାନ୍‌ ଫ୍ୟାନ୍‌ସିସ୍କୋ,୨୧।୧୧: କିଛିଦିନ ହେବ ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ମଙ୍ଗଳବାର ଏମିତି ସବୁ କଳ୍ପନାଜଳ୍ପନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ଜୁକରବର୍ଗ।

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ:  ସଙ୍କଟରେ ତିମି ବଂଶ

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ: ସଙ୍କଟରେ ତିମି ବଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୧୧: ସମୁଦ୍ରରେ ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ପକାଇବା ଯୋଗୁ ତିମି ବଂଶ ପାଇଁ ସୃଷ୍ଟି ହୋଇଛି ସଙ୍କଟ। 

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୂଆଦିଲ୍ଲୀ/ମସ୍କୋ,୨୧।୧୧: ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇଁ ରୁଷିଆ ସହିତ ହାତ ମିଳାଇଛି। ଏନେଇ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ରୁଷିଆର ସରକାରୀ କମ୍ପାନୀ ରୋସୋବୋରୋନ ଏକ୍ସପୋର୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। 

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

ସ୍ପେନ୍‌ରେ ଟ୍ରେନ୍‌ ଦୁର୍ଘଟଣା

କାଟାଲୋନିଆ,୨୦।୧୧: ସ୍ପେନ୍‌ର କାଟାଲୋନିଆରେ ମଙ୍ଗଳବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। 

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଟ୍ରମ୍ପ୍‌-ଇମ୍ରାନ୍‌ ମୁହାଁମୁହିଁ

ଇସଲାମାବାଦ୍‌,୨୦।୧୧:  ଆତଙ୍କବାଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ହୋଇଛନ୍ତି ମୁହାଁ ମୁହିଁ। 

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ହସ୍ପିଟାଲରେ ଗୁଳିମାଡ଼: ୪ ମୃତ

ସିକାଗୋ,୨୦।୧୧: ଆମେରିକାର ସିକାଗୋରେ ଥିବା ଏକ ହସ୍ପିଟାଲରେ ସୋମବାର ହୋଇଥିବା ଗୁଳିମାଡରେ ବନ୍ଧୁକଧାରୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଅଗଷ୍ଟା ମାମଲା: ଦୁବାଇ କୋର୍ଟଙ୍କ ନିର୍ଦ୍ଦେଶ: ମଧ୍ୟସ୍ଥ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ୟୁଏଇ

ଦୁବାଇ,୨୦।୧୧(ପି.ଟି.): ବହୁ ଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଏକ ନୂଆ ମୋଡ଼ ଆସିଛି। ଭିଭିଆଇପିଙ୍କ ଲାଗି ଉଦ୍ଦିଷ୍ଟ ଏହି ହେଲିକପ୍ଟର କ୍ରୟ ସଂକ୍ରାନ୍ତ ଚୁକ୍ତିବେଳେ ହୋଇଥିବା ଆର୍ଥତ୍କ ହେରଫେରରେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ଲାଗିଛି ଝଟକା। ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ ନାମକ ଏହି ବ୍ରିଟିଶ୍‌ ବ୍ୟବସାୟୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ସୋମବାର ଦୁବାଇର ଏକ ଉଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ: ୬ ମୃତ

ପୋର୍ଟ-ଔ-ପ୍ରିନ୍ସ୍‌,୧୯।୧୧: ହାଇତିରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ୬ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଆଣ୍ଟିବାୟୋଟିକ୍‌ ପ୍ରତିରୋଧ: ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୧୧: ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ଯୋଗୁ ପ୍ରତିବର୍ଷ ଦେଶରେ ୫୮ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଶ୍ରୀଲଙ୍କା ସଙ୍କଟ: ସର୍ବଦଳୀୟ ବୈଠକ ବିଫଳ

ଶ୍ରୀଲଙ୍କା ସଙ୍କଟ: ସର୍ବଦଳୀୟ ବୈଠକ ବିଫଳ

କଲମ୍ବୋ,୧୯ା୧୧(ପି.ଟି.):  ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଡାକିଥିବା ସର୍ବଦଳୀୟ ବୈଠକ ରବିବାର ବିଫଳ ହୋଇଛି। ଫଳରେ ଦେଶରେ ଲାଗିରହିଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି।

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ଏପଟେ ମୃତ ଓ ଆହତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଶନିବାର ୫ ଜଣଙ୍କ ମୃତଦେହ ମିଳିବା ପରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୭୬ରେ ପହଞ୍ଚିଛି।