ଫୁରସତ |

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର
ସହରର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ନିରୋଳା, ଶାନ୍ତ ପରିବେଶରେ ଦିନଟିଏ ବିତାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲା ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। କନ୍ଧମାଳ ଜିଲା ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜିମ। ଏହା ଏକ ସୁନ୍ଦର ହିଲଷ୍ଟେଶନ ଭାବେ ଗତ କିଛି ବର୍ଷ ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ମଣ୍ଡାସୁର କୁଟୀ ନାମରେ ବି ଏହା ପରିଚିତ। ଦୁଇ ପାହାଡ଼ର ମଧ୍ୟଭାଗ (ବିରାଟ ଗର୍ତ୍ତ)କୁ କୁଟୀ କୁହାଯାଇଥାଏ। ପ୍ରାକୃତିକ ଶୋଭା ରାଶିରେ ଭରପୂର ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯଥେଷ୍ଟ କ୍ଷମତା ରଖିଛି। ଏଠାରେ ସୁନ୍ଦର ପାହାଡ଼ ସାଙ୍ଗକୁ ଛୋଟ ଛୋଟ ଝରଣା ଏବଂ କାଠ ବଙ୍ଗଳା ଦେଖିବାର ସୁଯୋଗ ରହିଛି ା ବିଶେଷକରି ପିକ୍‌ନିକ୍‌ ପାଇଁ ଏଠି ଅଧିକ ଭିଡ଼ ହୋଇଥାଏ। ମଣ୍ଡାସୁରର ଅଳ୍ପ କିଛି ଦୂରରେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅବସ୍ଥିତ। କାଠ ବଙ୍ଗଳା ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ତରଫରୁ ଏଠାରେ ଏକ ଆକର୍ଷଣୀୟ କାଠ ବଙ୍ଗଳା ତିଆରି କରାଯାଇଛି ା ଏହା ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଥିବାବେଳେ ରାତ୍ରୀଯାପନ ପାଇଁ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ଏଠି ଉପଲବ୍ଧ। ରହିବା ସହ ଖାଇବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଏଠାରେ କରାଯାଇଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ବି ପର୍ଯ୍ୟଟକ ଅନଲାଇନ୍‌ ମାଧ୍ୟମରେ ବୁକିଂ କରି ଏଠାକୁ ଆସିଥାନ୍ତି। ସ୍ଥାନୀୟ ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଏହି କାଠ ବଙ୍ଗଳା ଥିବା ସ୍ଥାନରେ ପିଲାମାନଙ୍କ ଖେଳିବା ପାଇଁ ଅନେକ ସୁବିଧା ରହିଛି। ଓ୍ବାଚ୍‌ ଟାଓ୍ବାର୍‌ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ଏକ ଓ୍ବାଚ୍‌ ଟାଓ୍ବାର ମଧ୍ୟ ରହିଛି। ୩୦ ଫୁଟ ଉଚ୍ଚ ଏହି ଟାଓ୍ବାର ଉପରୁ ପର୍ଯ୍ୟଟକମାନେ ଚତୁଃପାର୍ଶ୍ୱରେ ଶୋଭା ବର୍ଦ୍ଧନ କରୁଥିବା ସୁନ୍ଦର ଛୋଟବଡ଼ ପର୍ବତମାଳାକୁ ଉପଭୋଗ କରିବା ସହ ଫଟୋ ବି ଉଠାଇଥାନ୍ତି। ଏହାର ନିକଟରେ ରହିଛି ଏକ ଆକର୍ଷଣୀୟ ଜଳପ୍ରପାତ। ତଳକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ କେବଳ ଉପରୁ ହିଁ ଏହାକୁ ଦେଖି ହୋଇଥାଏ। ଅନ୍ୟ ପକ୍ଷରେ ଏହି ସ୍ଥାନରେ ହିଲ୍‌ ଟ୍ରେକିଂର ମଜା ମଧ୍ୟ ଉଠାଇଥାନ୍ତି ଯୁବଗୋଷ୍ଠୀ ା ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ ସାଧାରଣତଃ ଡିସେମ୍ବର ଓ ଜାନୁୟାରୀ ମାସରେ ବଣଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହିଥାଏ। ଏଠାରେ ଭୋଜି ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ବିଶେଷ କରି ପାଣିର ସୁବିଧା ଏବଂ ଭଡ଼ା ଆକାରରେ ରୋଷେଇ ସାମଗ୍ରୀ ଉପଲବ୍ଧ ଥିବାରୁ ଏଥିପ୍ରତି ବେଶ୍‌ ଆଗ୍ରହ ଦେଖାଇଥାନ୍ତି ପର୍ଯ୍ୟଟକ। କେମିତି ଯିବେ ଭୁବନେଶ୍ୱରଠାରୁ ୨୪୦ କି.ମି ଓ ବ୍ରହ୍ମପୁରଠାରୁ ୧୪୫ କି.ମି ଦୂରରେ ରହିଛି କନ୍ଧମାଳ ଜିଲାର ରାଇକିଆ ସହର। ଭୁବନେଶ୍ୱର ଓ ବ୍ରହ୍ମପୁରରୁ ରାଇକିଆକୁ ନିୟମିତ ବସ୍‌ ଚଳାଚଳ ହେଉଛି। ସେହିପରି ରାଇକିଆଠାରୁ ମଣ୍ଡାସୁର ହିଲଷ୍ଟେଶନ ପର୍ଯ୍ୟନ୍ତ ଯେକୌଣସି ସମୟରେ ଟ୍ୟାକ୍ସିର ସୁବିଧା ପାଇପାରିବେ। ତଥ୍ୟ ଓ ଫଟୋ-ପ୍ରଦୀପ କୁମାର ବେହେରା
All Right Reserved By

ଫୁରସତ |

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିକୁ ଅତି ପବିତ୍ର ଭାବେ ବିବେଚନା କରାଯାଇଥାଏ। ତେବେ ଏହାର ବିଧିବଦ୍ଧ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। 

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ହେଉଛି ଏକ ମଙ୍ଗଳ କାର୍ଯ୍ୟ। ଏହା ଶୁଦ୍ଧ ଓ ପବିତ୍ର। ଏଥିରେ ୨ଟି ଆତ୍ମାର ମିଳନ ହୋଇଥାଏ। ୨ଟି ଅପରିଚିତ ପରିବାର ମଧ୍ୟରେ ଗଢାହୁଏ ନିବିଡ ସମ୍ପର୍କ। ସେଥିପାଇଁ ହିନ୍ଦୁଘରେ ବିଭିନ୍ନ ରୀତିନୀତି ଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିମୟିତ ରକ୍ତଦାନ କରିବା ଅବାଶ୍ୟକ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ହେବାର ରହିଛି ଆବଶ୍ୟକତା


ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ପ୍ରଥା ପରମ୍ପରାକୁ ନେଇ ଶୁଣିବାକୁ ମିଳେ କେତେ କ’ଣ କଥା। ଆମେରିକାର ହାଓ୍ବାଇରେ ରହିଥିବା ଏମିତି ଏକ ପରମ୍ପରା ଅଜବ ଲାଗୁଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି।

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଷ୍ଟ୍ରୋକ୍‌କୁ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରୋକ୍‌ ହେବା ପରେ ହୁଏତ ବଞ୍ଚତ୍ବା ସମ୍ଭବ ନୁହେଁ। ମାତ୍ର କେନ୍‌ ଓ୍ବାଲଟର୍ସଙ୍କ ପାଇଁ ବ୍ରେନ୍‌ଷ୍ଟ୍ରୋକ୍‌ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। 

ସ୍ମାର୍ଟ ୟୁନିଫର୍ମ

ସ୍ମାର୍ଟ ୟୁନିଫର୍ମ

ଦିନକୁ ଦିନ ପିଲାଙ୍କ ଉପରେ ବଢୁଛି ବିପଦ। ଘରେ, ବାହାରେ, ସ୍କୁଲରେ ସେମାନେ ଏବେ ଆଉ ନାହାନ୍ତି ସୁରକ୍ଷିତ। ତେଣୁ ପାଦେ ପାଦେ ମା’ବାପା ଚାହାନ୍ତି ତାଙ୍କ ଉପରେ ନଜର ରଖିବାକୁ।

୩.୭୮ କୋଟିର ଲିପ୍‌ ଆର୍ଟ

୩.୭୮ କୋଟିର ଲିପ୍‌ ଆର୍ଟ

ମେକ୍‌ଅପ୍‌ ହେବା ସବୁ ଝିଅଙ୍କୁ ଭଲ ଲାଗେ। ଧୀରେ ଧୀରେ ଏହି ମେକ୍‌ଅପ୍‌ ଆର୍ଟର ରୂପ ନେଇଗଲାଣି। ଠିକ୍‌ ଯେମିତି ନେଲ୍‌ ଆର୍ଟ, ହେୟାର ଷ୍ଟାଇଲ୍‌ ଆର୍ଟ, ଲିପ୍‌ ଆର୍ଟ ଆଦି। ଅଷ୍ଟ୍ରେଲିଆର ଜଣେ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍‌ ରେକର୍ଡ ବି କରିଛନ୍ତି।