ଫୁରସତ |

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି
ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଲେଖକ ବିଧୁଭୂଷଣ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁରେ ମୋର ଜନ୍ମ। କ୍ଷେତ୍ରବାସୀ ଏମ୍‌.ଇ ସ୍କୁଲ୍‌ରେ ମାଇନର୍‌ ପଢି ପରେ ଜନତା ହାଇସ୍କୁଲ୍‌ରୁ ୧୯୬୧ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ପ୍ରି-ୟୁନିଭର୍ସିଟି, ପ୍ରି-ପ୍ରଫେଶନାଲ୍‌ ଏବଂ ପରେ ବି.ଏସ୍‌ସି. ପଢିଥିଲି। ବି.ଏସ୍‌ସି. ପାସ୍‌ କରିବା ପରେ ୧୯୬୭ରେ ଜନତା ହାଇସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲି। ଦରମା ୧୮୫ ଟଙ୍କା ଥିଲା। ପ୍ରଥମ ଦରମା ବାପା ନବକିଶୋର ପଟ୍ଟନାୟକ(ସେ ଏକାଧାରରେ ଜଣେ ଡାକ୍ତର, ଚିତ୍ରଶିଳ୍ପୀ, ବୈଜ୍ଞାନିକ, କବି, ଲେଖକ, ନାଟ୍ୟକାର, ଫଟୋଗ୍ରାଫର୍‌ ତଥା ସ୍ବାଧୀନତା ସଂଗ୍ରାମୀ ଥିଲେ। ସ୍ବରାଜ ଆଶ୍ରମରୁ ସ୍ବାଧୀନତା ଆନ୍ଦୋଳନର ଫଟୋ ଉଠାଇ କମଳା ନେହେରୁଙ୍କ ପାଖକୁ ସେ ପଠାଉଥିଲେ)ଙ୍କ ହାତରେ ଦେଇଥିଲି। ବାପା କହିଲେ-ଆରେ, ବୋଉ ହାତରେ କିଛି ଦେଲୁନି। ତା’ପର ମାସଠୁ ବୋଉ ହାତରେ ଅଳ୍ପ କିଛି ଟଙ୍କା ଦେଇ ବାକି ଟଙ୍କା ବାପାଙ୍କୁ ଦେଇ ଦେଉଥିଲି। ଯେତେବେଳେ ଦରକାର ପଡୁଥିଲା ବାପାଙ୍କଠାରୁ ଟଙ୍କା ମାଗି ନେଇ ଖର୍ଚ୍ଚ କରୁଥିଲି। ଜନତା ହାଇସ୍କୁଲ୍‌ରେ ଦୀର୍ଘବର୍ଷ ଶିକ୍ଷକତା କରିବା ପରେ ଶେଷରେ ୨୦୦୩ରେ ଏହି ସ୍କୁଲ୍‌ରୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ଭିତରେ ମୁଁ ବି.ଇଡି. ଏବଂ ଗଣିତରେ ଏମ୍‌.ଏସ୍‌ସି. ପଢା ସାରି ଦେଇଥିଲି। ଏ ତ ଥିଲା ମୋ ଶିକ୍ଷା ତଥା ଚାକିରି ଜୀବନ କଥା। ୟା’ବାଦେ ଲେଖାଲେଖିରେ ବି ମୋର ବିଶେଷ ରୁଚି ରହିଛି। ୧୯୮୪ରେ ‘ବିଜ୍ଞାନ ଚକ୍ର’ ନାମକ ଏକ ଛୋଟ ମାଗାଜିନ୍‌ ପ୍ରଥମେ ବାହାରକଲି। ଏହା ଖୁବ୍‌ ଲୋକପ୍ରିୟତା ହାସଲ କଲା। କିନ୍ତୁ ଦୁଃଖର ବିଷୟ ଅର୍ଥାଭାବରୁ ଏହାର ଦ୍ୱିତୀୟ ଏଡିଶନ୍‌ ଆଉ ବାହାର କରିପାରିଲି ନାହିଁ। ମାଗାଜିନ୍‌ ବନ୍ଦ ହୋଇଗଲା। ହେଲେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ଲେଖିବା ମୋର ସେମିତି ଚାଲିଥାଏ। ଜନତା ହାଇସ୍କୁଲ୍‌ରେ ଶିକ୍ଷକତା କରିବା ସହ ୩ବର୍ଷ ଫୁଟବଲ୍‌ କୋଚ୍‌ ବି ଥିଲି। ତେଣୁ ଖେଳ ସମ୍ବନ୍ଧୀୟ ଲେଖା ଲେଖିବା କ୍ରମେ ମୋର ଆରମ୍ଭ ହୋଇଗଲା। ୟା’ ଭିତରେ ୪ଟି ଖେଳ ସମ୍ବନ୍ଧୀୟ ପୁସ୍ତକ (ଫୁଟବଲ୍‌, ହକି, କ୍ରିକେଟ୍‌, ଭଲିବଲ୍‌) ମୋର ପ୍ରକାଶ ପାଇସାରିଲାଣି। ଆଗକୁ ଆଉ ୬ଟି ପୁସ୍ତକ (ବାସ୍କେଟବଲ୍‌, କବାଡି, ଖୋଖୋ, ଡ୍ରିଲ୍‌, ମାର୍ଚିଂ, କ୍ୟାରେମ୍‌) ପ୍ରକାଶ କରିବାର ଯୋଜନା ରହିଛି। ସେହିପରି ‘ବସ୍ତୁ’ ଟାଇଟଲ୍‌ ବିଶିଷ୍ଟ ଏକ ବିଜ୍ଞାନ ପୁସ୍ତକ ବି ମୋର ପ୍ରକାଶ ପାଇସାରିଛି। ଆଉ ଆଗକୁ ମଧ୍ୟ କେତୋଟି ବିଜ୍ଞାନ ପୁସ୍ତକ ପ୍ରକାଶ ପାଇବାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚାକିରିରୁ ଅବସର ନେବା ପରେ ଲେଖାଲେଖିରେ ସମୟ ବିତାଇବା ସହ କେତୋଟି ଅନୁଷ୍ଠାନ ସହ ମଧ୍ୟ ମୁଁ ଜଡିତ ଅଛି। ମୋ ବାପା ୧୯୪୦ ମସିହାରେ ଆର୍ଯ୍ୟକଳା ନିଳୟ ନାମରେ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଗାଁରେ ଗୀତାଯଜ୍ଞ, ଶହୀଦ ଦିବସ, ଦୁର୍ଗା ଓ କାଳୀ ପୂଜା ଆଦି ପାଳନ କରଯାଉଥିଲା, ଯାହାର ସମସ୍ତ ଦାୟିତ୍ୱ ବାପା ବୁଝୁଥିଲେ। ବାପା ଆରପାରିକୁ ଚାଲିଯିବା ପରଠୁ ୨୦୦୦ ମସିହାରୁ ମୁଁ ଏସବୁର ଦାୟିତ୍ୱ ବୁଝୁଛି। ତା’ସହିତ ଗାଁରେ ଏକ ଆର୍ଯ୍ୟକଳା ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛି। ଏହି ବିଦ୍ୟାଳୟରେ ପିଲାମାନଙ୍କୁ ଡ୍ରଇଂ, ପେଣ୍ଟିଂ, ଡିଜାଇନ୍‌, କ୍ରାଫ୍ଟ, ମଡେଲିଂ, ଡେକୋରେଶନ ତଥା ନୈତିକ ଶିକ୍ଷା ଉପରେ ଶିକ୍ଷାଦାନ ଦିଆଯାଇଥାଏ।
All Right Reserved By

ଫୁରସତ |

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିକୁ ଅତି ପବିତ୍ର ଭାବେ ବିବେଚନା କରାଯାଇଥାଏ। ତେବେ ଏହାର ବିଧିବଦ୍ଧ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। 

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ହେଉଛି ଏକ ମଙ୍ଗଳ କାର୍ଯ୍ୟ। ଏହା ଶୁଦ୍ଧ ଓ ପବିତ୍ର। ଏଥିରେ ୨ଟି ଆତ୍ମାର ମିଳନ ହୋଇଥାଏ। ୨ଟି ଅପରିଚିତ ପରିବାର ମଧ୍ୟରେ ଗଢାହୁଏ ନିବିଡ ସମ୍ପର୍କ। ସେଥିପାଇଁ ହିନ୍ଦୁଘରେ ବିଭିନ୍ନ ରୀତିନୀତି ଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିମୟିତ ରକ୍ତଦାନ କରିବା ଅବାଶ୍ୟକ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ହେବାର ରହିଛି ଆବଶ୍ୟକତା


ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ପ୍ରଥା ପରମ୍ପରାକୁ ନେଇ ଶୁଣିବାକୁ ମିଳେ କେତେ କ’ଣ କଥା। ଆମେରିକାର ହାଓ୍ବାଇରେ ରହିଥିବା ଏମିତି ଏକ ପରମ୍ପରା ଅଜବ ଲାଗୁଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି।

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଷ୍ଟ୍ରୋକ୍‌କୁ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରୋକ୍‌ ହେବା ପରେ ହୁଏତ ବଞ୍ଚତ୍ବା ସମ୍ଭବ ନୁହେଁ। ମାତ୍ର କେନ୍‌ ଓ୍ବାଲଟର୍ସଙ୍କ ପାଇଁ ବ୍ରେନ୍‌ଷ୍ଟ୍ରୋକ୍‌ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। 

ସ୍ମାର୍ଟ ୟୁନିଫର୍ମ

ସ୍ମାର୍ଟ ୟୁନିଫର୍ମ

ଦିନକୁ ଦିନ ପିଲାଙ୍କ ଉପରେ ବଢୁଛି ବିପଦ। ଘରେ, ବାହାରେ, ସ୍କୁଲରେ ସେମାନେ ଏବେ ଆଉ ନାହାନ୍ତି ସୁରକ୍ଷିତ। ତେଣୁ ପାଦେ ପାଦେ ମା’ବାପା ଚାହାନ୍ତି ତାଙ୍କ ଉପରେ ନଜର ରଖିବାକୁ।

୩.୭୮ କୋଟିର ଲିପ୍‌ ଆର୍ଟ

୩.୭୮ କୋଟିର ଲିପ୍‌ ଆର୍ଟ

ମେକ୍‌ଅପ୍‌ ହେବା ସବୁ ଝିଅଙ୍କୁ ଭଲ ଲାଗେ। ଧୀରେ ଧୀରେ ଏହି ମେକ୍‌ଅପ୍‌ ଆର୍ଟର ରୂପ ନେଇଗଲାଣି। ଠିକ୍‌ ଯେମିତି ନେଲ୍‌ ଆର୍ଟ, ହେୟାର ଷ୍ଟାଇଲ୍‌ ଆର୍ଟ, ଲିପ୍‌ ଆର୍ଟ ଆଦି। ଅଷ୍ଟ୍ରେଲିଆର ଜଣେ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍‌ ରେକର୍ଡ ବି କରିଛନ୍ତି।